Breaking News

ଆଜିର ରାଶିଫଳ, ୩ ଫେବୃଆରୀ ୨୦୨୬ ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୬ ଟି ରାଶି ଉପରେ, ହେବ ଧନଲାଭ


ମେଷ ରାଶି :

ଆଜି ମଙ୍ଗଳବାର ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟ ନେଇ ଆସିବ । ଆଜି ଆପଣଙ୍କ ମଧ୍ୟରୁ କିଛି ଲୋକଙ୍କୁ ବିତ୍ତୀୟ ବା ଆର୍ଥିକ ସ୍ଥିତିରେ ବଡ଼ ଧରଣର ସୁଧାର ଦେଖିବାକୁ ମିଳିବ, ଯାହା ଆପଣଙ୍କୁ ମଜବୁତ କରିବ । ଯଦି କାହା ସହ ପୂର୍ବରୁ ମନାନ୍ତର ଥିଲା, ତେବେ ଆଜି ସେହି ଭୁଲ ବୁଝାମଣା ଦୂର ହୋଇପାରେ ଏବଂ ଆପଣ ସମ୍ପର୍କକୁ ନେଇ ନୂଆ ବଚନ ଦେବେ । ନିଜର ମେହନତ ଓ ଦୀର୍ଘ ଦିନର ଅନୁଭବ ଦ୍ଵାରା ଆପଣ କର୍ମକ୍ଷେତ୍ରରେ ଏକ ନୂତନ ସ୍ଥିତି ବନାଇବେ । ଆର୍ଥିକ ଲାଭ ହେବାର ପ୍ରବଳ ଯୋଗ ରହିଛି ଏବଂ ପୁରୁଣା ଅଟକି ଥିବା ଟଙ୍କା ମଧ୍ୟ ଆଜି ଫେରି ମିଳିପାରେ । କୌଣସି ଯାତ୍ରା ଆପଣଙ୍କୁ ଏକ ନୂଆ ଉଦ୍ୟମର ପ୍ରଗତି ଆଡକୁ ଅଗ୍ରସର କରାଇବ ଏବଂ ଆପଣଙ୍କ ଆତ୍ମବିଶ୍ଵାସ ବଢିବ । 

ବୃଷ ରାଶି :

ଆଜି ଆପଣ ନିଜ କାର୍ଯ୍ୟ ଦ୍ଵାରା ଘର ଲୋକଙ୍କୁ ଗର୍ବିତ କରିବେ, ସେମାନଙ୍କ ଆଶାକୁ ନିରାଶା ରେ ପରିଣତ କରିବେ ନାହି । ପରିବାର ରେ ସୁଖ ଶାନ୍ତି ଓ ହସଖୁସିର ବାତାବରଣ ରହିବ । ତେବେ କଥାବାର୍ତ୍ତା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଅଜାଣତରେ କାହାକୁ କଷ୍ଟ ଦେଇପାରନ୍ତି । ପଢା କ୍ଷେତ୍ରରେ ବିଦ୍ୟାର୍ଥୀ ମାନଙ୍କ ମେହନତର ଫଳ ଅତ୍ୟନ୍ତ ଭଲ ରହିବ । ସ୍ୱାସ୍ଥ୍ୟ ଓ ସାମାଜିକ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ଆର୍ଥିକ ମାମଲାରେ ଯେଉଁ ସୁଯୋଗ ମିଳିବ ତାହାର ଭରପୂର ଲାଭ ଉଠାନ୍ତୁ । କୌଣସି କୋର୍ଟ କଚେରୀ ବା କାନୁନି ମାମଲା ଆଜି ଆପଣଙ୍କ ସପକ୍ଷରେ ସମାଧାନ ହୋଇପାରେ । ନିଜ ଜୀବନ ସାଥି ଓ ପରିବାର ସହ ଗୁଣାତ୍ମକ ସମୟ ବ୍ଯତୀତ କରିବେ, ଯାହା ଦ୍ଵାରା ସମ୍ପର୍କ ମଜବୁତ ହେବ । 

ମିଥୁନ ରାଶି :

ପାରିବାରିକ ସ୍ତରରେ ଆଜି ଦିନଟି ଅତି ଉତ୍ତମ ରହିବ ଏବଂ ଘରେ ଶାନ୍ତି ବିରାଜମାନ କରିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ନିୟମିତ ବ୍ୟାୟମ କରିବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ଘର ପାଇଁ କିଛି ନୂଆ ଉପୋଯୋଗି ବସ୍ତୁ କ୍ରୟ କରିପାରନ୍ତି । ଭାଗ୍ୟର ସହଯୋଗ ମିଳିବ, ଯାହା ଫଳରେ କୌଣସି ସୁଖଦ ସମାଚାର ଶୁଣିବାକୁ ପାଇବେ । ଆପଣଙ୍କର ସାମାଜିକ ପ୍ରତିଷ୍ଠା ବଢିବା ସହ ଆର୍ଥିକ ମାମଲାରେ ଉଲ୍ଲେଖନୀୟ ପ୍ରଗତି ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ ଏବଂ ଜୀବନସାଥୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଫଳ ହେବ । ଅଯଥା ଓ ବ୍ୟର୍ଥ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ନିଜ କାମରେ ମନ ଦିଅନ୍ତୁ । ନିଜର ବୁଦ୍ଧି ଓ କୌଶଳ ଦ୍ଵାରା କରା ଯାଇଥିବା ପ୍ରତ୍ୟେକ କାମ ରେ ସଫଳତା ମିଳିବ ।

କର୍କଟ ରାଶି :

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଉନ୍ନତି ର ନୂଆ ମାର୍ଗ ଖୋଲିବ । କୌଣସି ବି କାମ କରିବା ସମୟରେ ତରବର ହୁଅନ୍ତୁ ନାହିଁ କିମ୍ବା ଅବହେଳା କରନ୍ତୁ ନାହିଁ । ଦିନସାରା ବ୍ୟସ୍ତତା ଯୋଗୁଁ ସନ୍ଧ୍ୟା ବେଳକୁ ସାମାନ୍ୟ ଥକାପଣ ଅନୁଭବ କରିପାରନ୍ତି । ଆଜି ଆପଣଙ୍କୁ ନିଜ ଭିତରେ ଥିବା ଭୟକୁ ଦୂର କରି ଆତ୍ମବିଶ୍ୱାସର ସହ ଆଗକୁ ବଢିବାର ଅଛି । ଜୀବନ ସାଥି ଆପଣଙ୍କର ପ୍ରତିଟି ପଦକ୍ଷେପରେ ଭରପୂର ସହଯୋଗ କରିବେ । ଆର୍ଥିକ ଲାଭର ନୂଆ ଅବସର ହାତକୁ ଆସିବ । ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି, ସେମାନଙ୍କୁ ଆଜି ସଫଳତା ମିଳିପାରେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ, ଏହା ଆପଣଙ୍କୁ ସଫଳତା ଆଣି ଦେବ । ଯଦି ଆପଣଙ୍କର କୌଣସି ଅଧୁରା ଇଚ୍ଛା ଥିଲା, ତେବେ ତାହା ଆଜି ପୂରଣ ହେବାର ସମ୍ଭାବନା ରହିଛି ।

ସିଂହ ରାଶି :

ସିଂହ ରାଶିର ବ୍ୟକ୍ତିମାନେ ଆଜି ନୂଆ ସମ୍ପର୍କ ଗଢିବା ପୂର୍ବରୁ ଭଲ ଭାବେ ଚିନ୍ତା କରିବା ଆବଶ୍ୟକ । ଯଦି କୌଣସି ପୁରୁଣା କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ବୁଝି ବିଚାରୀ କଲେ ନିଶ୍ଚୟ ଲାଭବାନ ହେବେ । ଶାରୀରିକ ଓ ମାନସିକ ଭାବେ ଆଜି ଆପଣ ବେହତର ଅନୁଭବ କରିବେ । ସାମୁହିକ ଓ ସାମାଜିକ କାର୍ଯ୍ୟରେ ଭାଗ ନେବା ପାଇଁ ଦିନଟି ଅତ୍ୟନ୍ତ ଶୁଭ । ବନ୍ଧୁଙ୍କ ସହ ମିଶି କୌଣସି ଯାତ୍ରା ର କାର୍ଯ୍ୟ କ୍ରମ ହୋଇପାରେ । ପରିବାରର ସଦସ୍ୟଙ୍କ ସହ ଦିନଟି ପ୍ରସନ୍ନତା ପୂର୍ବକ ବ୍ଯତୀତ ହେବ । ଘରର କିଛି ଦାୟିତ୍ୱ ଆଜି ଆପଣଙ୍କ ଉପରକୁ ଆସିପାରେ, ଯାହାକୁ ଆପଣ ସଫଳତାର ସହ ନିଭାଇବେ । ଆର୍ଥିକ ସ୍ତର ରେ ଆପଣଙ୍କ ସ୍ଥିତି ସନ୍ତୋଷଜନକ ରହିବ ।

କନ୍ୟା ରାଶି :

ଶାର୍ବଜାନିକ ବା ସାମାଜିକ ଜୀବନରେ ଆପଣଙ୍କର ମାନ ପ୍ରତିଷ୍ଠା ବୃଦ୍ଧି ପାଇବ । ତେବେ ଆଜି ମନରେ ସାମାନ୍ୟ କ୍ରୋଧ ଓ ଆବେଶ ରହିପାରେ, ଯାହାକୁ ନିୟନ୍ତ୍ରଣ କରିବା ଦରକାର । ଆପଣଙ୍କ ସ୍ଵଭାବ ଓ ବିଚାର ଧାରା ରେ ସକାରାତ୍ମକ ପରିବର୍ତ୍ତନ ଆସିବ । କିଛି ଦିନରୁ ଚାଲିଥିବା ନେଗେଟିଭ କଥା କୁ ଭୁଲି ଆଗକୁ ବଢିଲେ ମାନସିକ ଶାନ୍ତି ପାଇବେ । ଆଜି ଆପଣଙ୍କର ରୋଗ ବ୍ୟାଧି ଦୂର ହେବ ଏବଂ ଶତ୍ରୁ ମାନେ ପରାସ୍ତ ହେବେ । ନୂଆ ପ୍ରକାରର କାର୍ଯ୍ୟ ବା ବ୍ୟବସାୟରେ ଆପଣଙ୍କୁ ଆଶାଜନକ ଲାଭ ମିଳିବ । ପିତୃଆ ପକ୍ଷ ବା ବାପାଙ୍କ ପକ୍ଷରୁ ଆପଣଙ୍କୁ କିଛି ସାହାଯ୍ୟ କିମ୍ବା ଲାଭ ମିଳିପାରେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଯଦି ଲୋନ ବା ଋଣ ପାଇଁ ଚେଷ୍ଟା କରୁଥିଲେ, ତେବେ ତାହା ଆଜି ସଫଳ ହେବ ।

ତୁଳା ରାଶି :

ଆଜି ଆପଣ କୌଣସି ମାଙ୍ଗଳିକ ପ୍ରସଙ୍ଗ ବା ଶୁଭ କାର୍ଯ୍ୟରେ ଉପସ୍ଥିତ ହୋଇପାରନ୍ତି । ସ୍ତ୍ରୀ ବନ୍ଧୁ, ଜୀବନ ସାଥି କିମ୍ବା ସନ୍ତାନ ଙ୍କ ଠାରୁ ଆପଣଙ୍କୁ ଭରପୂର ସୁଖ ଓ ଲାଭ ମିଳିବ । ଯଦି ଆଜି ପିତା ଙ୍କ ସହ କୌଣସି କଥାକୁ ନେଇ ମତାନ୍ତର ହୁଏ, ତେବେ ନିଜେ ଚୁପ ରହିଲେ ପରିବେଶ ଶାନ୍ତ ରହିବ ଏବଂ ସମସ୍ୟାର ସମାଧାନ ହେବ । ଶତ୍ରୁମାନେ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିପାରନ୍ତି, ତେଣୁ ସତର୍କ ରୁହନ୍ତୁ । ପରିବାରର ଜରୁରତ ଓ ଆବଶ୍ୟକତା ଉପରେ ଧ୍ୟାନ ଦେବା ଆଜି ଅତ୍ୟନ୍ତ ମହତ୍ଵ ପୂର୍ଣ୍ଣ ଅଟେ । ପିଲାଙ୍କ ସହ ଖେଳକୁଦ ଓ ମଜାମସ୍ତିରେ ସମୟ ଭଲ କଟିବ । ଯେଉଁମାନେ ଅବିବାହିତ ଅଛନ୍ତି, ସେମାନଙ୍କ ପାଇଁ ବିବାହ ର ଉତ୍ତମ ପ୍ରସ୍ତାବ ଆସିପାରେ ।

ବିଛା ରାଶି :

ଆଜି ଆପଣଙ୍କ ମନରେ ପରୋପକାର ଭାବନା ରହିବ ଏବଂ ଆପଣ ଦିନର କିଛି ସମୟ ଅନ୍ୟ ର ସେବା ବା ସାହାଯ୍ୟରେ ବ୍ଯତୀତ କରିବେ । ଅନ୍ୟମାନଙ୍କ ସହ ଯେଉଁ ପୁରୁଣା ବିବାଦ ଲାଗି ରହିଥିଲା, ତାହା ଆଜି ଶେଷ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ଯଦି ଆଜି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଭାଗ ନେଉଛନ୍ତି, ତେବେ ସେମାନଙ୍କୁ ନିଶ୍ଚୟ ସଫଳତା ମିଳିବ । ସାମାଜିକ କ୍ଷେତ୍ର ରେ ଜଡିତ ଲୋକ ଙ୍କୁ ନୂଆ ସୁଯୋଗ ଓ ଅବସର ପ୍ରାପ୍ତ ହେବ । କାର୍ଯ୍ୟରେ ସଫଳତା ଓ ଯଶ ମିଳିବା ଦ୍ଵାରା ଆପଣଙ୍କ ଉଶ୍ଚାହ ବୃଦ୍ଧି ପାଇବ । କୌଣସି ପୁରୁଣା ବନ୍ଧୁ ଙ୍କ ସହଯୋଗରେ ନୂଆ ଚାକିରି ମିଳିବାର ସୁଯୋଗ ପାଇବେ ।

ଧନୁ ରାଶି :

ଆଜି ଆପଣଙ୍କୁ ନିଷ୍ପତ୍ତି ନେବା ସମୟରେ ସାବଧାନ ରହିବାକୁ ହେବ, କାରଣ କେହି ଆପଣଙ୍କୁ ଭୁଲ ପରାମର୍ଶ ଦେଇ ବିଭ୍ରାନ୍ତ କରିପାରେ । ବ୍ୟର୍ଥ କାମରେ ନିଜର ଶକ୍ତି ଓ ସମୟ ନଷ୍ଟ କରନ୍ତୁ ନାହି । ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ ଆପଣଙ୍କର ସମ୍ପର୍କ ସୁଧୁରିବ ଏବଂ ଅଫିସରେ ନୂଆ ପ୍ରୋଜେକ୍ଟ ରେ କାମ କରିବାର ସୁଯୋଗ ପାଇବେ । ସରକାରୀ ସଂସ୍ଥା ବା ଯୋଜନାରୁ ଆପଣ ଲାଭ ପାଇବେ । ମନକୁ ଶାନ୍ତ ରଖନ୍ତୁ ଏବଂ ନେଗେଟିଭ ବିଚାର ରୁ ଦୂରେଇ ରୁହନ୍ତୁ । ପରିବାର ର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ସମ୍ପତି ର ନବିକରଣ ବା ସଜାସଜି ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି । ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଲାଗିବ ।

ମକର ରାଶି :

ଆଜି ବ୍ୟାପାର ଓ ବ୍ୟବସାୟ ରେ ନିବେଶ କରିବା ପାଇଁ ଦିନଟି ଅତ୍ୟନ୍ତ ଉତ୍ତମ ଅଟେ, ଏହା ଭବିଷ୍ୟତରେ ଶୁଭଫଳ ଦେବ । ଆପଣଙ୍କ ଧନ ସମ୍ପତି ରେ ବୃଦ୍ଧି ହେବାର ଯୋଗ ରହିଛି । ଖଳ ପ୍ରକୃତିର ଲୋକ ବା ଦୁଷ୍ଟ ଜନ ଙ୍କ ଠାରୁ ଦୂରରେ ରୁହନ୍ତୁ । ଧନ ଲାଭର ବଡ଼ ଅବସର ଆଜି ଆପଣଙ୍କ ହାତକୁ ଆସିବ । ଘର ଓ ବାହାରେ ସବୁଠି ଖୁସି ଓ ପ୍ରସନ୍ନତା ବଜାୟ ରହିବ । ପରିବାର ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । ପ୍ରେମ ଜୀବନ ବା ଲଭ୍ ଲାଇଫ୍ ରେ ଆପଣଙ୍କର ସମ୍ମାନ ବଢିବ । ଶ୍ଵଶୁର ଘର ପକ୍ଷରୁ ସମ୍ପର୍କ ରେ ଥିବା ତିକ୍ତତା ଦୂର ହୋଇ ସୁଧାର ଆସିବ । ଆଜି ମଙ୍ଗଳବାର ଦିନରେ ଗୁଡ଼ ଦାନ କଲେ ଆପଣଙ୍କର ସବୁ ସମସ୍ଯା ଦୂର ହେବ ।

କୁମ୍ଭ ରାଶି :

କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଆଜି ନିଜ କାର୍ଯ୍ୟ ପାଇଁ ସାଥି ଓ ବନ୍ଧୁ ଙ୍କ ଠାରୁ ଉପଯୁକ୍ତ ସାହାଜ୍ଯ ମିଳିବ । ଆଜି ଆପଣଙ୍କର ଚାଲିଥିବା କୌଣସି ବଡ ଆର୍ଥିକ ସମସ୍ୟାର ଅନ୍ତ ହେବ, ଯାହା ଆପଣଙ୍କୁ ମାନସିକ ଆରାମ ଦେବ । କାମ କାର୍ଯ୍ୟ କଥା କହିଲେ, ଆଜି ଅଫିସରେ କାମର ଚାପ ସାମାନ୍ୟ ଅଧିକ ରହିପାରେ । ଆପଣଙ୍କର ବହୁ ଦିନରୁ ଥିବା ମନସ୍କାମନା ବା ଇଚ୍ଛା ଆଜି ପୂର୍ତ୍ତି ହୋଇପାରେ । ବାହନ ପ୍ରାପ୍ତି ର ଯୋଗ ମଧ୍ୟ ରହିଛି । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଘର ର ଶାନ୍ତି ବଜାୟ ରଖିବା ପାଇଁ ଛୋଟ ଛୋଟ କଥାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଏବଂ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ ।

ମୀନ ରାଶି :

ଆଜି ଆପଣଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତି ବା ଅନୁଭବି ଙ୍କ ରାଏ ମିଳିବ, ଯାହା ଆପଣଙ୍କ କ୍ୟାରିୟର ପାଇଁ ବେହତର ସାବ୍ୟସ୍ତ ହେବ । ଆପଣ ଅତ୍ୟନ୍ତ ଉଶ୍ଚାହ ଓ ପ୍ରସନ୍ନତା ର ସହ ନିଜର ସମସ୍ତ କାମ କରିବେ । ତେବେ ଦିନର କିଛି ସମୟରେ କାମରେ ମନ ଲାଗି ନପାରେ ଏବଂ ମନରେ ଅନେକ ପ୍ରକାରର ଅଯଥା ଚିନ୍ତା ଆସିପାରେ । ଭଲ ହେବ ଆପଣ ଅଯଥା ଗପସପ କିମ୍ବା ପରଚର୍ଚ୍ଚା ଉପରେ ଧ୍ୟାନ ନଦେଇ ନିଜର ମୂଲ୍ୟବାନ ସମୟକୁ କାମରେ ଲଗାନ୍ତୁ । ବିଜେନ୍ସ ବା ଚାକିରି ରେ କାମର ଭାର ଅଧିକ ରହିବ, କିନ୍ତୁ ଆପଣ ସବୁ ସମ୍ଭାଳି ନେବେ । କୌଣସି ପ୍ରଭାବଶାଳୀ ନୂଆ ଲୋକଙ୍କ ସହ ଆଜି ଆପଣଙ୍କର ଭେଟ ହୋଇପାରେ ।

Type and hit Enter to search

Close