Breaking News

ଆଜିର ରାଶିଫଳ ୫ ଫେବୃଆରୀ ୨୦୨୬ ଗୁରୁବାର ମହାଲକ୍ଷ୍ମୀ ଏହି ୪ଟି ରାଶି ଉପରେ ଧନର ବର୍ଷା କରିବେ


ମେଷ ରାଶି

ଆଜି ଦିନରେ ଆପଣ ବିଦେଶରୁ କୌଣସି ବଡ଼ ଖୁସିଖବର ପାଇ ପାରନ୍ତି। ଏହି ଶୁଭ ସମ୍ବାଦ ବିଦେଶରେ ରହୁଥିବା ଆପଣଙ୍କର କୌଣସି ଆତ୍ମୀୟ ବନ୍ଧୁ କିମ୍ବା ପରିଜନ ଆପଣଙ୍କୁ ପ୍ରଦାନ କରିବେ। ଆପଣ ନିଜର ଫୋନ କିମ୍ବା ଇମେଲ୍ ଉପରେ ତୀକ୍ଷ୍ଣ ନଜର ରଖନ୍ତୁ, କାରଣ ଏହି ସୁସମ୍ବାଦ ଆପଣଙ୍କ ଭବିଷ୍ୟତ କ୍ୟାରିୟର ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ତେବେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଆପଣ ଶାରୀରିକ ଏବଂ ମାନସିକ ରୂପରେ ସାମାନ୍ୟ ବ୍ୟଗ୍ରତା ଅନୁଭବ କରିପାରନ୍ତି। ଅନିଦ୍ରା କାରଣରୁ ସ୍ଵାସ୍ଥ୍ୟ ସାମାନ୍ୟ ବିଗିଡ଼ି ପାରେ, ତେଣୁ ବିଶ୍ରାମ ନେବା ଆବଶ୍ୟକ। ବୌଦ୍ଧିକ ଚର୍ଚ୍ଚାରେ ଆନନ୍ଦ ମିଳିପାରେ, କିନ୍ତୁ କୌଣସି ପ୍ରକାରର ଯୁକ୍ତିତର୍କରୁ ଦୂରରେ ରହିବା ଶ୍ରେୟସ୍କର। ପଢ଼ିବା-ଲେଖିବାରେ ବିଦ୍ୟାର୍ଥିମାନଙ୍କ ମନ ପ୍ରଥମେ ଲାଗିବ ନାହିଁ, ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ।

ବୃଷ ରାଶି

ଆଜି ଆପଣ କିଛି ନୂଆ ଲୋକଙ୍କ ସମ୍ପର୍କରେ ଆସିବେ ଏବଂ ନିଜର ଚତୁରତା ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ଦୃଢ଼ କରିପାରିବେ। ଏହା ଦ୍ୱାରା ଆପଣଙ୍କର ଅନେକ ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କ ଜୀବନରେ ଉନ୍ନତିର ଏକ ନୂଆ ଦିଗ ଉନ୍ମୁକ୍ତ ହେବ। ଘରର ପାରିବାରିକ ମାଙ୍ଗଳିକ କାର୍ଯ୍ୟଗୁଡ଼ିକ ପାଇଁ କିଛି ଅଧିକ ଧନ ଖର୍ଚ୍ଚ ହୋଇପାରେ। ନିଜ ବାଣୀ ଉପରେ ସଂଯମ ଓ ନିୟନ୍ତ୍ରଣ ରଖିବା ଜରୁରୀ। ମନରେ ଥିବା ସମସ୍ତ ଶଙ୍କାକୁ ଦୂର କରି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ। କୌଣସି କଥାକୁ ନେଇ ବନ୍ଧୁମାନଙ୍କ ସହିତ ମନମାଳିନ୍ୟ ହେବାର ପ୍ରସଂଗ ବନିପାରେ, ତେଣୁ ଶାନ୍ତ ରୁହନ୍ତୁ। ଧାର୍ମିକ ଯାତ୍ରା ହେବାର ସଂଭାବନା ଅଛି ଏବଂ ଅଚାନକ ଧନ ଲାଭ ମଧ୍ୟ ହୋଇପାରେ। ବ୍ୟବସାୟରେ ପ୍ରମୋସନ ବା ବଡ଼ ଲାଭର ଯୋଗ ରହିଛି।

ମିଥୁନ ରାଶି

ଆଜି ଗୋଟେ ପରେ ଗୋଟେ ଛୋଟ ଛୋଟ ସମସ୍ୟା କାରଣରୁ ଆପଣଙ୍କର ମାନସିକ ଶାନ୍ତି ସାମାନ୍ୟ ଭଙ୍ଗ ହୋଇପାରେ। ଏହାର ସର୍ବୋତ୍ତମ ଉପାୟ ହେଉଛି ଆପଣ ବିଚଳିତ ନହୋଇ ଗୋଟେ ଗୋଟେ କରି ସମସ୍ୟା ଗୁଡ଼ିକୁ ସମାଧାନ କରନ୍ତୁ। ନିଜ ସ୍ଵଭାବର ଉଗ୍ରତା ଉପରେ କଠୋର ନିୟନ୍ତ୍ରଣ ରଖିବାକୁ ଉପଦେଶ ଦିଆଯାଉଛି। କିଛି କ୍ଷେତ୍ରରେ ଆପଣ ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। କଠିନ ପରିଶ୍ରମ ପରେ ମଧ୍ୟ ସାମାନ୍ୟ କମ୍ ସଫଳତା ମିଳିବାରୁ ମନରେ ନିରାଶା ଆସିପାରେ। ସନ୍ତାନମାନଙ୍କର ଶିକ୍ଷା ବା କ୍ୟାରିୟର ବିଷୟରେ ଚିନ୍ତା ହୋଇପାରେ। ତେବେ ସରକାରୀ କାର୍ଯ୍ୟଗୁଡ଼ିକରେ ବଡ଼ ସଫଳତା ମିଳିବାର ସୁଯୋଗ ରହିଛି। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବା ପାଇଁ ଆଜି ଦିନଟି ବହୁତ ଭଲ।

କର୍କଟ ରାଶି

ଆଜି ଆପଣ ଯାହା ବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ, ତାହା ବହୁତ ଭାବିଚ଼ିନ୍ତି ନିଅନ୍ତୁ। ମନେରଖନ୍ତୁ, ଭବିଷ୍ୟତରେ ଯେପରି ସେହି ନିଷ୍ପତ୍ତି ଉପରେ ଆପଣଙ୍କୁ ପଶ୍ଚାତାପ କରିବାକୁ ନ ପଡ଼େ। ତରତର ହୋଇ କୌଣସି ବଡ଼ ନିବେଶ ବା ନିଷ୍ପତ୍ତି ନିଅନ୍ତୁ ନାହିଁ। ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ଵାସ ଏବଂ ଅଟଳ ମନୋବଳର ସହିତ କରନ୍ତୁ, ନିଶ୍ଚିତ ଭାବେ ସଫଳତା ଆପଣଙ୍କ ପାଦ ଛୁଇଁବ। ପିତାଙ୍କ ତରଫରୁ କିମ୍ବା ପୈତୃକ ସଂପତ୍ତିରୁ ବଡ଼ ଧରଣର ଲାଭ ହେବାର ଆଶା ରହିଛି। ସରକାରଙ୍କ ତରଫରୁ କୌଣସି ଅଟକି ଥିବା ଆର୍ଥିକ ଲାଭ ଆଜି ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ନିଜର ପଢ଼ାପଢ଼ିରେ ପୂର୍ବ ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବେ ଏବଂ ପ୍ରଶଂସିତ ହେବେ।

ସିଂହ ରାଶି

ଆଜି ଆପଣଙ୍କର ମାର୍ଜିତ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ। ଆପଣଙ୍କର ବନ୍ଧୁତା ଆଜି ଆପଣଙ୍କ ବନ୍ଧୁଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ଯେକୌଣସି ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବେ। ବ୍ୟବସାୟରେ କୌଣସି ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଆଜି ଦିନଟି ଶ୍ରେଷ୍ଠ ଅଟେ। ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ନିଜର କଠିନ ପରିଶ୍ରମର ଭଲ ଫଳ ମିଳିବ। ଭାଇ-ଭଉଣୀମାନଙ୍କ ତଥା ପ୍ରିୟ ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ। ଆପଣଙ୍କର ଭାଗ୍ୟବୃଦ୍ଧି ହେବାର ସମ୍ପୂର୍ଣ୍ଣ ଯୋଗ ରହିଛି।

କନ୍ୟା ରାଶି

ଆଜି ଆପଣଙ୍କୁ ନିଜର କେହି ଅତି ନିକଟତର ବ୍ୟକ୍ତି ନିଜର କାର୍ଯ୍ୟ ଦ୍ୱାରା ଆଶ୍ଚର୍ଯ୍ୟ କରିପାରନ୍ତି। ଏହି ବିଷୟଟି ଆପଣଙ୍କ ବ୍ୟକ୍ତିଗତ ସମ୍ପର୍କରେ ହୋଇପାରିଥାଏ କିମ୍ବା ବ୍ୟବସାୟିକ ମଧ୍ୟ ହୋଇପାରେ। କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ଏବଂ ଧୈର୍ଯ୍ୟବାନ ରହିବାକୁ ପଡିବ। ନିଜ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କୁ ଚେଷ୍ଟା କରିବା ଉଚିତ ହେବ। କୌଣସି ପ୍ରକାର ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଯୋଗୁଁ ଆପଣଙ୍କ ଚିତ୍ତରେ ଗ୍ଲାନି ବା ଦୁଃଖର ଭାବ ସୃଷ୍ଟି ହୋଇପାରେ। ସ୍ଵାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ, ବିଶେଷରୂପରେ ଆଖିରେ କିଛି ସମସ୍ୟା ଦେଖାଦେଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କୌଣସି କଥାକୁ ନେଇ ସାମାନ୍ୟ ମନମାଳିନ୍ୟ ହୋଇପାରେ। କାର୍ଯ୍ୟ ଶେଷରେ ସନ୍ତୋଷର ଭାବନା ଆସିବ।

ତୁଳା ରାଶି

ଆଜି ଆପଣଙ୍କୁ ଆପଣଙ୍କ ପରିବାରରୁ ପୂର୍ଣ୍ଣ ସହଯୋଗ ମିଳିବ। ଯଦି ଆପଣ କୌଣସି ଜଟିଳ ସମସ୍ୟାରେ ପଡୁଛନ୍ତି, ତେବେ ନିଜର ବିଶ୍ୱସ୍ତ ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ। ଆପଣ ଯେକୌଣସି ପ୍ରକାରର ସାହାଯ୍ୟ ଚାହୁଁଛନ୍ତି, ତାହା ଆଜି ଆପଣଙ୍କୁ ମିଳିପାରିବ, ସେଥିପାଇଁ ସାହାଯ୍ୟ ମାଗିବାକୁ ଆଦୌ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ। ଆଜି ଆପଣଙ୍କର ସାମାନ୍ୟ ଅହଂକାର କାରଣରୁ କାହା ସହ ଝଗଡ଼ା ହେବାର ଆଶଂକା ଅଛି, ତେଣୁ ନିଜକୁ ନମ୍ର ରଖନ୍ତୁ। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନଟି କଟିପାରେ। ସ୍ଵଭାବରେ ଉତ୍ତେଜନା କାରଣରୁ ବନି ବନି ଆସୁଥିବା କାମ ବିଗିଡ଼ିବାର ଆଶଂକା ଅଛି।

ବିଛା ରାଶି

ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ କିଛି ସମୟ ବିତାଇବା ଅତ୍ୟନ୍ତ ଉଚ଼ିତ୍ ହେବ। ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ, ମନେରଖନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଓ ଭଲପାଇବା ଆବଶ୍ୟକ କରନ୍ତି। ଆଜି ମଉଜ-ମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କର ବିଶେଷ ରୁଚି ରହିବ। ପିତା ତଥା ସମାଜର ବରିଷ୍ଠ ନାଗରୀକମାନଙ୍କ ସହଯୋଗ ଓ ଆଶୀର୍ବାଦ ପ୍ରାପ୍ତ କରିବେ। ସାମାଜିକ ପ୍ରତିଷ୍ଠା ଓ ସମ୍ମାନରେ ବୃଦ୍ଧି ହେବ। ତେବେ ଆପଣଙ୍କ ସ୍ଵଭାବରେ ଅକାରଣରେ କ୍ରୋଧ ଏବଂ ବ୍ୟବହାରରେ ସାମାନ୍ୟ ଉଗ୍ରତା ଦେଖାଦେଇପାରେ, ଯାହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ।

ଧନୁ ରାଶି

ଆଜି ଯଦି ଆପଣଙ୍କୁ କୌଣସି ପ୍ରକାର ସାହାଯ୍ୟର ଆବଶ୍ୟକତା ଥାଏ, ତେବେ ନିଜର ଆତ୍ମୀୟ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ପଛଘୁଞ୍ଚା କରନ୍ତୁ ନାହିଁ। ମନେରଖନ୍ତୁ, ଯେତେ ସହଜରେ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, ସେତିକି ଶ୍ରଦ୍ଧାରେ ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ। ଶରୀରରେ ସାମାନ୍ୟ ଆଳସ୍ୟ ଏବଂ ଅଣନିଶ୍ୱାସୀ ଅନୁଭବ ହୋଇପାରେ। ସ୍ଵାସ୍ଥ୍ୟ ସାମାନ୍ୟ ନରମ-ଗରମ ରହିପାରେ। କୌଣସି ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କର ନିରନ୍ତର ପରିଶ୍ରମରେ ଶେଷରେ ସବୁକିଛି ଠିକ ହୋଇଯିବ। ସନ୍ତାନମାନଙ୍କର ଗତିବିଧିକୁ ନେଇ ଟିକେ ଚିନ୍ତା ହୋଇପାରେ।

ମକର ରାଶି

ଆଜି ଆପଣ ନିଜକୁ ଏବଂ ନିଜର କର୍ମକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ। ଆପଣ ନିଜର ସାମାଜିକ ମର୍ଯ୍ୟାଦା ଓ ପ୍ରତିଷ୍ଠା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ସତ୍ୟ ଓ ଧର୍ମ ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ଅପାର ମାନସିକ ଖୁସି ଓ ସନ୍ତୋଷ ମିଳିବ। ଆଜି ଆପଣ କୌଣସି ପବିତ୍ର ତୀର୍ଥ ସ୍ଥାନକୁ ଯାତ୍ରା କରିପାରନ୍ତି। ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ପୂର୍ଣ୍ଣ ସନ୍ତୋଷର ଅନୁଭବ ହେବ। ଶାରୀରିକ ସ୍ଵାସ୍ଥ୍ୟ ଅତି ଉତ୍ତମ ରହିବ। ସମାଜରେ ମାନ-ସମ୍ମାନ ଓ ଗୌରବ ମିଳିବ। ଉଚ୍ଚ ପଦାଧିକାରି ଏବଂ ବରିଷ୍ଠ ନାଗରୀକମାନଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିବ।

କୁମ୍ଭ ରାଶି

ଆଜି ଆପଣଙ୍କ ଜୀବନରେ ଏକ ନୂଆ ଏବଂ ସକାରାତ୍ମକ ମୋଡ଼ ଆସିପାରେ। ଆଜି ଆପଣ କୌଣସି ଆତ୍ମିୟ ବନ୍ଧୁ କିମ୍ବା କୌଣସି ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଏମିତି ଶିକ୍ଷା ଲାଭ କରି ପାରନ୍ତି, ଯାହା ଆପଣଙ୍କ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଥିଲା। ତାଙ୍କର ମୂଲ୍ୟବାନ ଉପଦେଶ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ପ୍ରଣୟ, ରୋମାନ୍ସ, ଦୂର ଯାତ୍ରା, ପର୍ଯ୍ୟଟନ ଏବଂ ମନୋରଞ୍ଜନରେ ଆଜିର ଅଧିକାଂଶ ସମୟ ଅତିବାହିତ ହେବ। ମିତ୍ରମାନଙ୍କ ସହିତ ଭୋଜନ କରିବାର ସୁଯୋଗ ଆସିବ। ନୂତନ ବସ୍ତ୍ରାଭୂଷଣ ଏବଂ ବାହନ ପ୍ରାପ୍ତିର ଶୁଭ ଯୋଗ ରହିଛି। ବ୍ୟବସାୟିକ ଭାଗିଦାରୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଅତି ମଧୁର ରହିବ।

ମୀନ ରାଶି

ଆଜିର ସମୟଟି ହେଉଛି ବନ୍ଧୁମାନଙ୍କ ସହ ତାଳ ଦେଇ ଚାଲିବାର ସମୟ। ଜୀବନରେ ଅନେକ ସାଙ୍ଗମାନେ ଆସନ୍ତି ଓ ଚ଼ାଲିଯାଆନ୍ତି, କିନ୍ତୁ ଆଜି ମିଳିଥିବା ସାଙ୍ଗ ଆପଣଙ୍କ ସବୁ ଦୁଃଖ ଓ ସୁଖର ପ୍ରକୃତ ସାଥି ହେବେ। ମନରୁ ସମସ୍ତ ନକାରାତ୍ମକ ବିଚାର ଦୂର କରନ୍ତୁ। ଅଚାନକ କିଛି ଅନାବଶ୍ୟକ ଧନ ଖର୍ଚ୍ଚ ହୋଇପାରେ। ସ୍ୱାସ୍ଥ୍ୟଗତ କାରଣରୁ ଚିକିତ୍ସାରେ ଅର୍ଥ ବ୍ୟୟ ହେବାର ଆଶଂକା ଅଛି, ତେଣୁ ସତର୍କ ରୁହନ୍ତୁ। ବ୍ୟାପାର କ୍ଷେତ୍ରରେ ଭାଗିଦାରୀମାନଙ୍କ ସହିତ ସାମାନ୍ୟ ଆନ୍ତରିକ ମତଭେଦ ହୋଇପାରେ। ନିଜ କ୍ରୋଧ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

Type and hit Enter to search

Close