ମେଷ ରାଶି:
ଆଜି ଦିନଟି ଆପଣଙ୍କ ପାଇଁ ସାମାନ୍ୟ କଷ୍ଟକର ରହିପାରେ। ଶାରୀରିକ ଅସୁସ୍ଥତା ଏବଂ ମାନସିକ ଅବସାଦ ଦେଇ ଆପଣଙ୍କୁ ଗତି କରିବାକୁ ପଡ଼ିପାରେ, ଯାହାଫଳରେ ସ୍ୱାସ୍ଥ୍ୟ ଚିନ୍ତା ଆପଣଙ୍କୁ ଘାରିବ। ବ୍ୟବସାୟ, ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ଅପ୍ରତ୍ୟାଶିତ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଆଜି ଦୂରଯାତ୍ରା ଆଦୌ ସ୍ପୃହଣୀୟ ନୁହେଁ। ପାଗ ପରିବର୍ତ୍ତନଜନିତ ସମସ୍ୟା ସହ ପେଟ ଗୋଳମାଳ ଦେଖାଦେଇପାରେ, ତେଣୁ ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ। କୌଣସି ପ୍ରକାର ଆର୍ଥିକ ନେଣଦେଣ ବା ଅର୍ଥନୈତିକ କାରବାରରୁ ଦୂରେଇ ରୁହନ୍ତୁ। ପରିବାରରେ ଭାଇମାନଙ୍କ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ, ତେଣୁ ନିଜ କଥାବାର୍ତ୍ତା ଉପରେ ସଂଯମ ରଖନ୍ତୁ। ଗୁରୁଜନମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ବଜାୟ ରଖିବା ଆବଶ୍ୟକ। ଆଜି ବ୍ୟବସାୟ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ଏବଂ ମଧୁମେହ ରୋଗୀମାନେ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ।
ବୃଷ ରାଶି:
ଆଜି ଆପଣଙ୍କ ରାଶିରେ ଅଷ୍ଟମ ଚନ୍ଦ୍ର ହେତୁ ସର୍ବତ୍ର ସାବଧାନତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ। କିଛି ଅବାଞ୍ଛିତ ଘଟଣା, ଶାରୀରିକ ଅସୁସ୍ଥତା ଏବଂ ମାନସିକ ଅବସାଦ ଆପଣଙ୍କୁ ବିବ୍ରତ କରିପାରେ। କଳହ, ବିବାଦ, ଦୂରଯାତ୍ରା ଏବଂ ମାଲିମକଦ୍ଦମାରୁ ନିଜକୁ ଦୂରେଇ ରଖନ୍ତୁ। ତେବେ ପରିବର୍ତ୍ତିତ ପରିବେଶକୁ ଦେଖି ଆପଣ କିଛି ନୂତନ ନୀତି ପ୍ରସ୍ତୁତ କରିପାରନ୍ତି, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଯଦି ଆପଣ ବୀମା କିମ୍ବା ବିନିଯୋଗ ସହ ଜଡିତ କୌଣସି ଯୋଜନା କରୁଛନ୍ତି, ତେବେ ଏହାକୁ ତୁରନ୍ତ କାର୍ଯ୍ୟକାରୀ ନକରି କିଛିଟା ବିଳମ୍ବ କରିବା ଶ୍ରେୟସ୍କର ହେବ। ଆଜି ଋଣ କାରବାର କରନ୍ତୁ ନାହିଁ। ଅଧିକାଂଶ ସମୟ ଘର ବାହାରେ ଅତିବାହିତ ନ କରିବା ଭଲ। ବ୍ୟବସାୟ କ୍ଷେତ୍ରରେ କିଛି ପରିବର୍ତ୍ତନର ଆବଶ୍ୟକତା ଅଛି ଏବଂ ସହଭାଗିତାରେ କରାଯାଉଥିବା ବ୍ୟବସାୟକୁ ଯୋଜନାବଦ୍ଧ ଢଙ୍ଗରେ କରନ୍ତୁ। ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଆନ୍ତରିକ ରହିବ। ଅତ୍ୟଧିକ ମାନସିକ ଚାପ ହେତୁ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଇପାରେ।
ମିଥୁନ ରାଶି:
ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ସୁଖସମ୍ପଦ ବୃଦ୍ଧି ସହ ଉତ୍ତମ ପାନଭୋଜନ, ବନ୍ଧୁମିଳନ ଏବଂ ଅତିଥି ସେବାରେ ସମୟ ଅତିବାହିତ ହେବ। ବ୍ୟବସାୟିକ ଉନ୍ନତିର ଯୋଗ ରହିଛି ଏବଂ ଯେକୌଣସି ସୂତ୍ରରୁ ହଠାତ୍ ଅର୍ଥପ୍ରାପ୍ତି ଘଟିପାରେ। ଆପଣଙ୍କ ପ୍ରକୃତିରେ ଆଜି ଭାବପ୍ରବଣତା ଅଧିକ ରହିବ, ତେଣୁ ସାମାନ୍ୟ ନକାରାତ୍ମକ କଥା ମଧ୍ୟ ଆପଣଙ୍କୁ ବିବ୍ରତ କରିପାରେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ। ଆୟ ସହିତ ବ୍ୟୟର ମାତ୍ରା ମଧ୍ୟ ଅଧିକ ରହିବ, ତେଣୁ ନିଜର ବଜେଟ୍ ଅନୁସାରେ ହିଁ ଖର୍ଚ୍ଚ କରନ୍ତୁ। ବ୍ୟବସାୟ ସହ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ପ୍ରତ୍ୟେକ ତ୍ରୁଟି ପ୍ରତି ସାବଧାନ ରୁହନ୍ତୁ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ନ୍ତୁ। କୌଣସି ଛୋଟ ଜିନିଷକୁ ନେଇ ଜୀବନସାଥୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ। ନିଜର ଆଚରଣକୁ ସକାରାତ୍ମକ ରଖିବା ଜରୁରୀ। ସୁଖାଦ୍ୟ ମିଳୁଥିଲେ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଖାଆନ୍ତୁ ନାହିଁ, ନଚେତ୍ ମେଦବହୁଳତା ସମସ୍ୟା ବଢ଼ିପାରେ।
କର୍କଟ ରାଶି:
ଆଜି ଆର୍ଥିକ କାରବାର କ୍ଷେତ୍ରରେ ଆପଣଙ୍କୁ ଉତ୍ତମ ଲାଭ ମିଳିବାର ଯୋଗ ରହିଛି। ରୋଗମୁକ୍ତି ହେବା ସହ ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତିର ସମ୍ଭାବନା ଅଛି। କିଛି ସମୟ ଧରି ଚାଲିଆସୁଥିବା ଜଟିଳ ସମସ୍ୟାର ସମାଧାନ ପାଇବା ଦ୍ୱାରା ଆପଣ ମାନସିକ ଆଶ୍ୱସ୍ତି ଅନୁଭବ କରିବେ ଏବଂ ଆତ୍ମବିଶ୍ୱାସର ସହିତ ଅନ୍ୟ କାର୍ଯ୍ୟଗୁଡ଼ିକ ଉପରେ ଧ୍ୟାନ ଦେଇପାରିବେ। ପରିଶ୍ରମ ଅନୁଯାୟୀ ଆପଣଙ୍କୁ ଉପଯୁକ୍ତ ସୁଫଳ ମିଳିବ। ତେବେ ପ୍ରତିଯୋଗିତାପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଲାଗି ବହୁ ପରିଶ୍ରମ କରିବାକୁ ପଡ଼ିପାରେ। ବୃଥା ବିବାଦ, କଳିଝଗଡ଼ା ଏବଂ ମାଲିମକଦ୍ଦମା ଭିତରେ ନ ପଶିବା ବିଜ୍ଞତାର ପରିଚାୟକ ହେବ। ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ। ଚାକିରି କରୁଥିବା ଲୋକମାନଙ୍କୁ ଛୁଟି ସମୟରେ ମଧ୍ୟ କାର୍ଯ୍ୟ କରିବାକୁ ପଡିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବାକୁ ପଡ଼ିପାରେ। ଅତ୍ୟଧିକ ଚାପ ଯୋଗୁଁ ମାଂସପେଶୀୟ ଯନ୍ତ୍ରଣା ହୋଇପାରେ, ତେଣୁ ବ୍ୟାୟାମ ଓ ଧ୍ୟାନରେ କିଛି ସମୟ ବିତାନ୍ତୁ।
ସିଂହ ରାଶି:
ଆଜି ଦିନଟି ଦୁଃଖ ଓ ଯାତନା ସହ ସାମାନ୍ୟ ଉଦ୍ବେଗଜନକ ରହିପାରେ। ସମସ୍ୟାରୁ ବର୍ତ୍ତିବା ପାଇଁ ଇଷ୍ଟ ମନନଶୀଳ ରହନ୍ତୁ, ଏହାଦ୍ୱାରା ଆପଣ ଅଶୁଭ ପରିସ୍ଥିତିକୁ ଏଡ଼ାଇ ପାରିବେ। କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହୋଇପାରେ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଯୁବକମାନେ ସେମାନଙ୍କର ପ୍ରଥମ ରୋଜଗାର ପାଇ ଖୁସି ହେବେ। ଛାତ୍ରମାନେ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବା ଉଚିତ। ଅନ୍ୟମାନଙ୍କ କଥା ଉପରେ ଧ୍ୟାନ ନଦେଇ ନିଜର କାର୍ଯ୍ୟ ଦକ୍ଷତା ଉପରେ ବିଶ୍ୱାସ କରନ୍ତୁ। ଯଦି କୌଣସି ଅଦାଲତ ମାମଲା ଚାଲିଛି, ତେବେ ଏହା ଉପରେ ଅତି ଯତ୍ନର ସହ କାର୍ଯ୍ୟ କରନ୍ତୁ। ନିଜର ବ୍ୟବସାୟ କାର୍ଯ୍ୟକଳାପକୁ ଗୁପ୍ତ ରଖନ୍ତୁ, କାରଣ ଆପଣଙ୍କ ଯୋଜନା ଅନ୍ୟମାନଙ୍କ ନିକଟରେ ପ୍ରକାଶ ପାଇଲେ ତାହା ଭଣ୍ଡୁର ହୋଇପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସମର୍ଥନ ନିଅନ୍ତୁ। ପ୍ରେମ ସମ୍ପର୍କ ସୀମିତ ରହିବ ଏବଂ ଅଧିକ ଖାଇବା କାରଣରୁ ପେଟ ଗୋଳମାଳ ହୋଇପାରେ।
କନ୍ୟା ରାଶି:
ଆଜି ମନରେ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଏହି ସମୟରେ ଗ୍ରହ ସ୍ଥିତି କିଛିଟା ଆପଣଙ୍କ ସପକ୍ଷରେ ଓ କିଛିଟା ବିପକ୍ଷରେ ରହିଛି। ଧୈର୍ଯ୍ୟ ଧରିଲେ ଲାଭର ନୂତନ ପଥ ଖୋଲିଯିବ। ଜଣେ ନିକଟ ସମ୍ପର୍କୀୟଙ୍କ କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ଯିବାର ସୁଯୋଗ ପାଇପାରନ୍ତି। ବେଳେବେଳେ ଅତ୍ୟଧିକ ଆତ୍ମବିଶ୍ୱାସ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ, ତେଣୁ ସତର୍କ ରୁହନ୍ତୁ। ପିଲାମାନଙ୍କର କୌଣସି କାର୍ଯ୍ୟକଳାପ ହେତୁ ଘରେ ଅଶାନ୍ତି ଦେଖାଦେଇପାରେ। ପରିବାର ସଦସ୍ୟଙ୍କ ସହଯୋଗ ମିଳିଲେ ଆପଣଙ୍କ କାର୍ଯ୍ୟଭାର ଲାଘବ ହୋଇପାରେ। ଆଜି ମାର୍କେଟିଂ ଏବଂ ମିଡିଆ ସମ୍ବନ୍ଧୀୟ କାର୍ଯ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ। ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ମନୋବଳକୁ ବଜାୟ ରଖିବ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ, ତେଣୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ତୁଳା ରାଶି:
ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ରହିଛି। ଗୃହକୁ ବନ୍ଧୁ କିମ୍ବା ଅତିଥିଙ୍କ ଆଗମନ ଘଟିପାରେ, ଯାହାଫଳରେ ଘରର ପରିବେଶ ଆନନ୍ଦମୟ ରହିବ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣ ପ୍ରାପ୍ତିରେ ଆପଣ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ହେବାର ସମ୍ଭାବନା ଅଛି। ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଭେଟିବା ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ। ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼େଇ କରିବାର କ୍ଷମତା ଆପଣ ଅର୍ଜନ କରିବେ। ଆୟର ମାଧ୍ୟମ ଓ ପରିମାଣ ବୃଦ୍ଧି ପାଇବ। କିଛି ସମୟ ଧରି ଚାଲିଆସୁଥିବା ସମସ୍ୟାର ଠିକ୍ ସମାଧାନ ଆଜି ମିଳିଯିବ। ତେବେ ଅନ୍ୟମାନଙ୍କୁ ପରାମର୍ଶ ଦେବା ଅପେକ୍ଷା ନିଜ ଭିତରେ କିଛି ଭୁଲତ୍ରୁଟି ଥିଲେ ତାହା ସଂଶୋଧନ କରିବା ବୁଦ୍ଧିମତ୍ତାର କାର୍ଯ୍ୟ ହେବ। ବ୍ୟବସାୟ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ହେଲେ ବହୁତ କଠିନ ପରିଶ୍ରମର ଆବଶ୍ୟକତା ଅଛି। ଭୁଲ ଖାଦ୍ୟ ଖାଇବା କାରଣରୁ ଗଳା ଖରାପ ହୋଇପାରେ।
ବିଛା ରାଶି:
ସ୍ୱାସ୍ଥ୍ୟ ଓ ଅର୍ଥ ଲାଗି ଆଜି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚର ମାତ୍ରା ବଢ଼ିପାରେ। ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ଆପଣଙ୍କ ନିଜ ଉଦ୍ୟମ ଅନୁଯାୟୀ ହିଁ ମିଳିବ, ତେଣୁ ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଏକାନ୍ତ ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ଆଜି କିଛି ବିନିଯୋଗ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରନ୍ତି। ପିତୃତୁଲ୍ୟ ବ୍ୟକ୍ତିଙ୍କ ସମର୍ଥନ ଆପଣଙ୍କ ପାଇଁ ଲାଭଦାୟକ ହେବ। କିନ୍ତୁ ବେଳେବେଳେ ଆପଣଙ୍କର ଆକ୍ରୋଶମୂଳକ ମନୋଭାବ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ, ତେଣୁ ଧୈର୍ଯ୍ୟର ସହିତ କାମ କରନ୍ତୁ। ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ କିଛି ସମୟ ବିତାନ୍ତୁ। ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲରେ ଚାଲିଛି। ଚାକିରିଆମାନେ ସ୍ଥାନାନ୍ତର ପାଇଁ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିପାରନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ପାରସ୍ପରିକ ସମ୍ପର୍କ ମଧୁର ରହିବ।
ଧନୁ ରାଶି:
ଆଜି ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ରହିବ। ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ ଏବଂ ବସ୍ତ୍ର-ଆଭୂଷଣ ପ୍ରାପ୍ତି ସହ ବନ୍ଧୁମିଳନର ଯୋଗ ଅଛି। କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଆଦୌ ଅନୁକୂଳ ନୁହେଁ। ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଯୋଜନାବଦ୍ଧ ଉପାୟରେ କଲେ ହିଁ ସଫଳତା ପାଇପାରିବେ। କୌଣସି ଜିନିଷକୁ ନେଇ ଅଧିକ ଟେନ୍ସନ୍ ନିଅନ୍ତୁ ନାହିଁ। ଛାତ୍ରମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ, କାରଣ ତାହା ଶିକ୍ଷାରେ ବାଧା ସୃଷ୍ଟି କରିପାରେ। ବ୍ୟବସାୟ କ୍ଷେତ୍ରରେ ଅନେକ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ସମୟ ସମୟରେ ବିଶ୍ରାମ ନେବା ଆବଶ୍ୟକ।
ମକର ରାଶି:
ଆଜି ବୃଥା ଭ୍ରମଣ, ଅତ୍ୟଧିକ ବ୍ୟୟ ଓ ଅର୍ଥହାନି ଘଟିବାର ଆଶଙ୍କା ରହିଛି। ନୂତନ ଦ୍ରବ୍ୟ କ୍ରୟ ବା କୌଣସି ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଆପଣ କଠିନ ପରିଶ୍ରମ ଏବଂ ଆତ୍ମବିଶ୍ୱାସ ସହିତ ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ, ଯାହା ଆପଣଙ୍କୁ ଠିକ୍ ଫଳାଫଳ ପ୍ରଦାନ କରିବ। ପରିବାରରେ ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ଅତୀତର ନକାରାତ୍ମକ ଭୁଲ ଧାରଣା ଦୂର ହେବ। ଅଜ୍ଞାତ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଏବଂ ଯୋଗାଯୋଗ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ, ତେଣୁ ଏଥିରୁ ନିବୃତ୍ତ ରୁହନ୍ତୁ। ଆଜି ଅଚିହ୍ନା ବ୍ୟକ୍ତିଙ୍କ ସହିତ ବ୍ୟବସାୟିକ ଚୁକ୍ତି କରନ୍ତୁ ନାହିଁ, କାରଣ ଠକେଇର ଶିକାର ହୋଇପାରନ୍ତି। ଜୀବନସାଥୀଙ୍କ ସହିତ ସୁସମ୍ପର୍କ ରହିବ। ପରିବାର ପାଇଁ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରନ୍ତୁ। ଥଣ୍ଡାଜନିତ ସମସ୍ୟା ଦେଖାଦେଲେ ତାକୁ ଅବହେଳା ନ କରି ତୁରନ୍ତ ଚିକିତ୍ସା କରନ୍ତୁ।
କୁମ୍ଭ ରାଶି:
ଆଜି ଆପଣଙ୍କ ମନର ଅନେକ ଆଶା ପୂରଣ ହେବ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟ, ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ କଲେ ତାହା ବହୁତ ଲାଭଜନକ ହେବ। ଆର୍ଥିକ ଉନ୍ନତିର ବଳିଷ୍ଠ ସମ୍ଭାବନା ରହିଛି। ବନ୍ଧୁ-ପରିଜନରେ ଖୁସି ମନାଇବାର ସୁଯୋଗ ପାଇପାରନ୍ତି। ନିଜର ବୁଦ୍ଧିବଳ ପ୍ରୟୋଗ କରି ଅନେକ ଜଟିଳ ସମସ୍ୟାରୁ ମୁକ୍ତି ପାଇପାରିବେ। ଘରେ ଖୁସିର ପରିବେଶ ରହିବ। ତେବେ ଘରର କୌଣସି ଜଣେ ସଦସ୍ୟଙ୍କ ଦାମ୍ପତ୍ୟ ଜୀବନକୁ ନେଇ କିଛିଟା ଅସନ୍ତୋଷ କିମ୍ବା ବନ୍ଧୁ ସମ୍ପର୍କରେ ଫାଟ ଦେଖାଦେଇପାରେ। କ୍ରୋଧ ନ କରି ଧୈର୍ଯ୍ୟ ଓ ସଂଯମ ସହିତ ପରିସ୍ଥିତିର ମୁକାବିଲା କରନ୍ତୁ। ବିଲଡର୍ସ ଏବଂ ସମ୍ପତ୍ତି ଡିଲରମାନେ ଭଲ ଲାଭ କରିବେ। ଯୁବକମାନେ ନିଜ କ୍ୟାରିୟର ପ୍ରତି ସଚେତନ ରହିବେ। ବୈବାହିକ ଜୀବନ ସ୍ୱାଭାବିକ ହେବ। ଶାରୀରିକ ଓ ମାନସିକ ଦୁର୍ବଳତା ଦୂର ପାଇଁ ଯୋଗ ଓ ଧ୍ୟାନ କରନ୍ତୁ ଏବଂ ପ୍ରକୃତିର ନିକଟତର ହୁଅନ୍ତୁ।
ମୀନ ରାଶି:
ଆଜି ଆପଣଙ୍କର କାର୍ଯ୍ୟସିଦ୍ଧି ହେବ ଓ ମନର ଅଭିଳାଷ ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ଆଶାଜନକ ସଫଳତା ମିଳିବ। ଅତ୍ୟଧିକ କାର୍ଯ୍ୟ ବ୍ୟସ୍ତତା ହେତୁ ଆପଣ ହୁଏତ ଘରେ ଅଧିକ ସମୟ ଦେଇ ପାରିବେ ନାହିଁ, କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାଧାନ କରିବାରେ ସଫଳ ହେବେ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହେତୁ ଉଦ୍ୟମରେ ସଫଳତା ପ୍ରାପ୍ତି ହେବ। ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରତା ବଜାୟ ରଖନ୍ତୁ, କାରଣ ସେମାନେ ଆପଣଙ୍କ ବଦନାମ କରିବାକୁ ଚେଷ୍ଟା କରିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିପାରନ୍ତି। କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ କିଛି ସମସ୍ୟା ଉପୁଜିପାରେ, ତେଣୁ ଚାପ ନ ନେଇ ବୁଝାମଣା ଭିତ୍ତିରେ ସମାଧାନ କରନ୍ତୁ।

Social Footer