Breaking News

ଆଜିର ରାଶିଫଳ, ୬ ଫେବୃଆରୀ ୨୦୨୬ ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ


ମେଷ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜକୁ ଅଫିସ କାର୍ଯ୍ୟରେ ବହୁତ ବ୍ୟସ୍ତ ରଖିବେ ଏବଂ ନିଜର ଦକ୍ଷତା ପ୍ରତିପାଦନ କରିବେ । ବ୍ୟବସାୟ କରୁଥିବା ଲୋକମାନେ କଠିନ ପରିଶ୍ରମ କରି ଆଶାଜନକ ସଫଳତା ପ୍ରାପ୍ତ ହେବେ । ମହିଳାମାନେ ଘରର ସାଜସଜ୍ଜା ଓ ଗୃହକାର୍ଯ୍ୟରେ ଦିନଟିକୁ ଅତିବାହିତ କରିବେ । ଆଜି ସମାଜରେ ଆପଣଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠାର ବିଶେଷ ବିକାଶ ହେବ । ନିଜ ପଡୋଶୀ ଏବଂ ସହପାଠୀଙ୍କଠାରୁ ଆବଶ୍ୟକ ସମୟରେ ଉଚିତ୍ ସହଯୋଗ ମିଳିବ । ପରିବାର ଲୋକଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବାର ଏକ ସୁନ୍ଦର ସମ୍ଭାବନା ରହିଛି । ନିଜଠାରୁ ବଡ଼ ଗୁରୁଜନମାନଙ୍କ ଆଶୀର୍ବାଦ ମିଳିବା ଫଳରେ ଆପଣ ନିଜ ଜୀବନର ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।

 ବୃଷ ରାଶି :- ଏହି ରାଶିର ଲୋକମାନେ ଆଜି ବ୍ୟବସାୟର ନୂଆ ନୂଆ ଯୋଜନା ପ୍ରସ୍ତୁତ କରିବେ ଏବଂ ସେଥିରେ ବଡ଼ ସଫଳତା ମଧ୍ୟ ପାଇବେ । କୌଣସି ବି କାମ କରିବା ପୂର୍ବରୁ ଆଜି ଭଲ ଭାବରେ ଚିନ୍ତା କରି କରିବା ଆପଣଙ୍କ ପାଇଁ ଶୁଭ ହେବ । ଆପଣଙ୍କର ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ଯଥେଷ୍ଟ ସୁଧାର ଆସିବ, ଯାହା ଦ୍ଵାରା ଆପଣ ନିଜ ଜୀବନରେ ଆଗକୁ ବଢ଼ିବା ପାଇଁ ଶକ୍ତି ପାଇବେ । ଦାଂପତ୍ଯ ଜୀବନରେ ନିଜ ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବା ଫଳରେ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ ଓ ମଧୁର ହେବ । ନିଜ ସ୍ଵାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବା ସହ ପ୍ରତିଷ୍ଠାର ମାନ ମଧ୍ୟ ବଢ଼ିବ ।

ମିଥୁନ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ଯଦି କୌଣସି ନୂଆ କାମକୁ ଅତି ଶୀଘ୍ର କରିବାକୁ ଚେଷ୍ଟା କରୁଛନ୍ତି, ତେବେ ସେଥିରେ ସାମାନ୍ୟ ଅସଫଳତା ମିଳିପାରେ, ତେଣୁ ଧୈର୍ଯ୍ୟ ଧରନ୍ତୁ । ଆପଣଙ୍କ ଘରର ବାତାବରଣରେ କିଛି ଶୁଭ ପରିବର୍ତ୍ତନ ଆସିପାରେ । ମାତା-ପିତାଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ରହିବ । ଆପଣଙ୍କର ଦୀର୍ଘ ଦିନର ଚେଷ୍ଟାର ଉଚିତ୍ ଫଳ ଆଜି ମିଳିବ, ଯାହା ଆପଣଙ୍କୁ ସଫଳତାର ଶୀର୍ଷକୁ ନେଇଯିବ । ନିଜ ସାଙ୍ଗ ସାଥିମାନଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ଆଜି ଅକସ୍ମାତ୍ ଧନ ଲାଭର ଏକ ବଡ଼ ଆଶଙ୍କା ଓ ଶୁଭ ଯୋଗ ରହିଛି । ନିଜ ବଚନ ଏବଂ କ୍ରୋଧ ଉପରେ ସଂଯମ ଓ ନିୟନ୍ତ୍ରଣ ରଖନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି, ସେମାନଙ୍କର ସୁବିଧା ଅସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ ।

କର୍କଟ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜ କଥାବାର୍ତ୍ତା ବା ବଚନର ସଠିକ ଉପଯୋଗ କରନ୍ତୁ, ନଚେତ ସାମାନ୍ୟ ଭୁଲ ବୁଝାବଣା ଯୋଗୁଁ କିଛି ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ । ସମାଜରେ ଆପଣଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଦାଂପତ୍ଯ ଜୀବନ ଅତି ଉତ୍ତମ ରହିବ ଏବଂ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ପୂର୍ବ ଅପେକ୍ଷା ଦୃଢ଼ ସମ୍ପର୍କ ସ୍ଥାପନ ହେବ । ଦୁହେଁ ପରସ୍ପର ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଆପଣ କୌଣସି ଧାର୍ମିକ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ପରିବାର ଲୋକଙ୍କୁ ଅଧିକ ସମୟ ଦେବାକୁ ଚେଷ୍ଟା କରନ୍ତୁ, ଯାହାଫଳରେ ଘରେ ଶାନ୍ତି ରହିବ । ନିଜ ସ୍ଵାସ୍ଥ୍ୟର ଉଚିତ୍ ଧ୍ୟାନ ରଖନ୍ତୁ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ ।

ସିଂହ ରାଶି :- ଏହି ରାଶିର ବ୍ୟକ୍ତିମାନଙ୍କର ନିରନ୍ତର ଚେଷ୍ଟା ଯୋଗୁଁ ଆଜି ବଡ଼ ସଫଳତା ମିଳିପାରେ । ଆପଣଙ୍କୁ ବିଦେଶରେ କାମ କରିବା ପାଇଁ କିମ୍ବା ବିଦେଶ ଯାତ୍ରା ପାଇଁ ଆଜି କୌଣସି ବଡ଼ ସୁଯୋଗ ମିଳିବାର ଯୋଗ ଅଛି । ଆର୍ଥିକ ଦୃଷ୍ଟିରୁ ଆଜି ଦିନଟି ଶୁଭ ଏବଂ ଧନ ଲାଭର ଯୋଗ ରହିଛି । ବ୍ୟବସାୟରେ ଜଡିତ ଲୋକମାନେ ନିଜର କାରବାରକୁ ଆଗକୁ ବଢେଇବା ପାଇଁ ନୂଆ ପଦକ୍ଷେପ ନେବେ ଓ ସେଥିରେ ସଫଳ ମଧ୍ୟ ହେବେ । ଆଜି ଆପଣ କୌଣସି କାରଣରୁ ସାମାନ୍ୟ ମାନସିକ ଚିନ୍ତାରେ ରହିପାରନ୍ତି, ଯାହା ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇପାରେ, ତେଣୁ ମନକୁ ଶାନ୍ତ ରଖନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର କୌଣସି ବିଶେଷ କାର୍ଯ୍ୟ ପାଇଁ ଚାରିଆଡ଼ୁ ପ୍ରଶଂସା ମିଳିବ ।

କନ୍ୟା ରାଶି :- ଏହି ରାଶିର ବ୍ୟକ୍ତିମାନଙ୍କର ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ମଧୁରତା ଆସିବ । କର୍ମକ୍ଷେତ୍ରରେ ଆଜି ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯାଇପାରେ, କିନ୍ତୁ ଆପଣ ନିଜ ବୁଦ୍ଧି ବଳରେ ସେହି ପରୀକ୍ଷାରେ ସଫଳ ହେବେ । ପରିବାର ଲୋକଙ୍କ ସହ କୌଣସି ସାମାଜିକ ସମାରୋହରେ ଯୋଗ ଦେବାର ସୁଯୋଗ ମିଳିବ । ବ୍ୟବସାୟ କରୁଥିବା ଲୋକମାନଙ୍କୁ ଆଜି ଭଲ ମୁନାଫା ବା ଲାଭ ମିଳିବ । ନିଜର ଲକ୍ଷ୍ୟ ଉପରେ ସମ୍ପୂର୍ଣ୍ଣ କେନ୍ଦ୍ରିତ ହୋଇ ଆଗକୁ ବଢିବାକୁ ପ୍ରୟାସ କରନ୍ତୁ । ଆପଣ ନିଜ ପ୍ରିୟଜନ ମାନଙ୍କ ସହ ଅଧିକ ସମୟ ବିତାଇବାରୁ ମନ ପ୍ରସନ୍ନ ରହିବ । ନିଜ ଶରୀର ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରଛାତ୍ରୀମାନେ ଆଜି ଦିନରେ ସତର୍କ ରୁହନ୍ତୁ, କାରଣ ସମୟଟି ଆପଣଙ୍କ ପାଇଁ ସାମାନ୍ୟ ପ୍ରତିକୂଳ ରହିପାରେ ।

ତୁଳା ରାଶି :- ଏହି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟରେ କୌଣସି ଅଜଣା କାରଣରୁ ସାମାନ୍ୟ ସମସ୍ଯା ଦେଖାଦେଇପାରେ, ତେଣୁ କାରବାର ସମୟରେ ସତର୍କ ରୁହନ୍ତୁ । ନିଜଠାରୁ ବଡ଼ ଭାଇ ଓ ଭଉଣୀଙ୍କ ସହଯୋଗ ଆପଣଙ୍କୁ ଜୀବନର କଠିନ ପରିସ୍ଥିତିରେ ଆଗକୁ ବଢିବାକୁ ପ୍ରେରଣା ଦେବ । ନିଜ ଆୟ ଏବଂ ବ୍ୟୟ ଉପରେ ନିୟନ୍ତ୍ରଣ ରଖି ଖର୍ଚ୍ଚ କରନ୍ତୁ, ନଚେତ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମନା କରି ପାରନ୍ତି । କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ନିଜକୁ ବ୍ୟସ୍ତ ରଖିବେ ଓ ଶାନ୍ତି ପାଇବେ । ମହିଳାମାନେ ଘର ପାଇଁ ନୂଆ ଜିନିଷ କିଣିବାରେ ଏବଂ ଘରକୁ ସଜାଇବାରେ ଅଧିକ ବ୍ୟସ୍ତ ରହିବେ । ଦାଂପତ୍ଯ ଜୀବନରେ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ । କୌଣସି ନୂଆ ସ୍ଥାନକୁ ଯାତ୍ରା କରିବାର ଶୁଭ ସମ୍ଭାବନା ରହିଛି ।

ବିଛା ରାଶି :- ଏହି ରାଶିର ବ୍ୟକ୍ତିମାନେ ଯଦି କୌଣସି ନୂଆ ବ୍ୟବସାୟ କିମ୍ବା କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆଜି ଦିନଟି ଅତ୍ୟନ୍ତ ଶୁଭ ଅଟେ । ଆପଣଙ୍କୁ ନିଜର କାମକୁ ଆଗକୁ ବଢେଇବା ପାଇଁ ଅନେକ ନୂଆ ନୂଆ ସୁଯୋଗ ମିଳିବ, ଯାହାକୁ ହାତଛଡ଼ା କରନ୍ତୁ ନାହିଁ । ଚାକିରି କରିଥିବା ଲୋକମାନଙ୍କର ନିଜର ସହକର୍ମୀ ଏବଂ ଉଚ୍ଚ ପଦାଧିକାରୀଙ୍କ ସହ ସମ୍ପର୍କ ଅତି ମଧୁର ରହିବ । ସନ୍ତାନମାନଙ୍କ ସଫଳତା ଯୋଗୁଁ ଆପଣ ଆଜି କୌଣସି ବଡ଼ ଖୁସି ଖବର ପାଇ ପାରିବେ । ଆଜି ଆପଣଙ୍କର ଅଧିକାଂଶ ସମୟ ଦେବାରାଧନା ଓ ପୂଜାପାଠରେ କଟିବ, ଯାହା ଆପଣଙ୍କୁ ମାନସିକ ଶକ୍ତି ପ୍ରଦାନ କରିବ ।

ଧନୁ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜ ବ୍ୟବସାୟର ବିସ୍ତାରକୁ ନେଇ ବହୁତ ବ୍ୟସ୍ତ ରହିବେ । ନିଜର କର୍ମମୟ ଜୀବନ ଭିତରୁ ସମୟ ବାହାର କରି ପରିବାର ଲୋକମାନଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଦାଂପତ୍ଯ ଜୀବନରେ ଆଜି କିଛି ନୂଆ ଓ ସକାରାତ୍ମକ ପରିବର୍ତ୍ତନ ଆସିପାରେ । ଧନ ଲାଭର ବଡ଼ ଆଶଙ୍କା ଓ ସମ୍ଭାବନା ରହିଛି । ଆପଣଙ୍କର ସହଯୋଗୀ ବନ୍ଧୁମାନଙ୍କଠାରୁ ଆବଶ୍ୟକ ସମୟରେ ଆର୍ଥିକ ସାହାଯ୍ୟ ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠା ପୂର୍ବ ଅପେକ୍ଷା ଅଧିକ ବଢିବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବି ବ୍ୟକ୍ତିଙ୍କଠାରୁ ସଠିକ ପରାମର୍ଶ ନିଅନ୍ତୁ । ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଛାତ୍ରଛାତ୍ରୀମାନେ ସ୍କୁଲରେ ନିଜ ଦକ୍ଷତାର ଭଲ ପ୍ରଦର୍ଶନ କରି ପ୍ରଶଂସିତ ହେବେ ।

ମକର ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜ ପରିବାର ଲୋକଙ୍କ ସହ ହସଖୁସିରେ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟ କ୍ଷେତ୍ରରେ ବଡ଼ ଧରଣର ଲାଭ ମିଳିବାର ସୁଯୋଗ ଅଛି । ନିଜର ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ତା'ର ଭଲ ଓ ମନ୍ଦ ଦିଗ ଉପରେ ଗଭୀର ଭାବରେ ଚିନ୍ତା କରନ୍ତୁ । ଆପଣଙ୍କୁ ଆଜି ଦିନରେ କୌଣସି ମହତ୍ତ୍ଵପୂର୍ଣ୍ଣ ଶୁଭ ଖବର ମିଳିପାରେ । ଦାଂପତ୍ଯ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଆସିବ । ସମାଜରେ ଆପଣଙ୍କର ଗୌରବ ଏବଂ ପ୍ରତିଷ୍ଠାର ମାନ ଅଧିକ ବଢିବ । କୌଣସି ମାଙ୍ଗଳିକ କିମ୍ବା ଧାର୍ମିକ କାର୍ଯ୍ୟରେ ଆପଣ ସକ୍ରିୟ ଭାବେ ଯୋଗ ଦେବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି, ସେମାନଙ୍କର ଉଚିତ୍ ଯତ୍ନ ଓ ଧ୍ୟାନ ରଖନ୍ତୁ ।

କୁମ୍ଭ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ଅଫିସରେ ନିଜର ଅସାଧାରଣ ଦକ୍ଷତା ପାଇଁ ଚାରିଆଡ଼ୁ ପ୍ରଶଂସା ପାଇବେ । ନିଜର ପୁରୁଣା ସାଙ୍ଗସାଥିଙ୍କ ସହ ଭେଟ ହୋଇପାରେ ଏବଂ ଅଧିକ ସମୟ ବିତାଇବେ । ଅନାବଶ୍ୟକ ଆର୍ଥିକ ଖର୍ଚ୍ଚରୁ ନିଜକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆଜି କିଛି ଦୁଃଖୀ ଓ ଗରିବ ଲୋକଙ୍କୁ ସାହାଯ୍ୟ କଲେ ମନକୁ ଶାନ୍ତି ମିଳିବ । ଛାତ୍ରଛାତ୍ରୀମାନେ ନିଜର କଠିନ ପରୀକ୍ଷାରେ ସଫଳତା ପାଇବେ । ଆଜି ସାମାନ୍ୟ ସତର୍କ ରୁହନ୍ତୁ, କାରଣ ଆପଣଙ୍କର କୌଣସି ମୂଲ୍ୟବାନ ଜିନିଷ ଚୋରି ବା ହଜି ଯାଇପାରେ । କୌଣସି ଜରୁରୀ କାର୍ଯ୍ୟ ପାଇଁ ବିଦେଶକୁ ଯାତ୍ରା କରିବାର ସମ୍ଭାବନା ରହିଛି, ତେଣୁ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମୀନ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜର ବୃତ୍ତିଗତ କାମରେ ବହୁତ ବ୍ୟସ୍ତ ରହିବେ । ନିଜର ସମ୍ପତ୍ତି କିମ୍ବା ଜମିବାଡ଼ି ଜଡିତ କୌଣସି କାମ ପାଇଁ ସାମାନ୍ୟ ମାନସିକ ଚିନ୍ତାରେ ରହିପାରନ୍ତି । ନିଜ ପରିବାର ଲୋକଙ୍କ ସହ କୌଣସି ପାରିବାରିକ ସମାରୋହ କିମ୍ବା ଉତ୍ସବରେ ଯୋଗ ଦେବେ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଓ ଧନ ଆଗମନର ପଥ ପରିଷ୍କାର ହେବ । ମହିଳାମାନେ ଘରର ଅଧା ପଡ଼ିଥିବା କାମକୁ ଶେଷ କରିବାରେ ବ୍ୟସ୍ତ ରହିବେ । ଆପଣଙ୍କ ଘରେ ଆଜି ଅତିଥିଙ୍କ ଆଗମନ ଯୋଗୁଁ ଘରର ବାତାବରଣ ଉତ୍ସବମୁଖର ହେବ ଓ ନୂଆ ପରିବର୍ତ୍ତନ ଆସିବ । ସନ୍ତାନମାନଙ୍କର କୌଣସି ସଫଳତା ପାଇଁ ଆପଣ ଖୁସି ଖବର ପାଇବେ । ନିଜର ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ ।

Type and hit Enter to search

Close