ମେଷ ରାଶି : ଆଜି କୌଣସି ଯାତ୍ରା ସ୍ଥଗିତ କରିବା ଉଚିତ ହେବ, କାରଣ ଯାତ୍ରା କଷ୍ଟଦାୟକ ହୋଇପାରେ । ଆପଣଙ୍କ କାର୍ଯ୍ୟ କରିବାର କ୍ଷମତା ପୂର୍ବ ଅପେକ୍ଷା ବଢିବ କିନ୍ତୁ କୌଣସି ଅଜଣା କଥାକୁ ନେଇ ସନ୍ଦେହ ର ଭାବନା ଆପଣଙ୍କ ମନକୁ ବିଚଳିତ କରିପାରେ । ଦୈନିକ କାମ ଗୁଡ଼ିକ ଆଜି ସାମାନ୍ୟ ଡେରି ରେ ପୂରଣ ହେବ । ପରିଶ୍ରମ ତ ଅଧିକ କରିବେ କିନ୍ତୁ ସେହି ଅନୁସାରେ ପରିଣାମ କମ ମିଳିବାରୁ ମନ ଦୁଃଖ ହୋଇପାରେ । ଜୀବନ ସାଥିଙ୍କ ସହ ଥିବା ବୈଚାରିକ ମତଭେଦ ଦୂର ହେବ । ଆପଣ ନିଜର ବୁଦ୍ଧି ବିବେକ ଦ୍ଵାରା ଘରେ ଏକ ପ୍ରେମ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସଫଳ ହେବେ ।
ବୃଷ ରାଶି : ବିଦ୍ୟାର୍ଥୀ ଙ୍କ ପଢାରେ ଆଜି କିଛି ଅବରୋଧ କିମ୍ବା ବାଧା ଉପୁଜିପାରେ । ଅଚାନକ ଭାବରେ କିଛି ଧନ ଖର୍ଚ୍ଚ ହୋଇଯିବ ଯାହା ଆପଣଙ୍କ ବଜେଟ ବିଗାଡ଼ି ଦେଇପାରେ । ବୌଧିକ ଚର୍ଚ୍ଚା ଓ ପରସ୍ପର ବୁଝାମଣା ଦ୍ଵାରା ସଫଳତା ପ୍ରାପ୍ତ ହେବ । ଆଜି ଆପଣଙ୍କ ପାଇଁ ଦିନ ଟି ଚ୍ୟାଲେଞ୍ଜ ଭରା ରହିବ ଏବଂ କିଛି ନୂଆ ସମସ୍ଯା ଆପଣଙ୍କ ଆଗକୁ ଆସିପାରେ । ସାମାଜିକ କାର୍ଯ୍ୟ ରେ ଭାଗ ନେବାର ଚେଷ୍ଟା ରେ ଆପଣ ନିଶ୍ଚୟ ସଫଳ ହେବେ । ଆପଣ ନିଜ କାମ ବ୍ଯତୀତ ଅନ୍ୟ କାମ ଶିଖିବାରେ ମଧ୍ୟ ଧ୍ୟାନ ଦେବେ । ଏହି କାରଣରୁ ଆପଣଙ୍କ ବ୍ୟକ୍ତିତ୍ବ ରେ ସକାରାତ୍ମକ ପରିବର୍ତ୍ତନ ଆସିବ । ମନରେ ଥିବା ଅସୁରକ୍ଷିତ ର ଭାବନାକୁ ନାପସନ୍ଦ କରି ଆଗକୁ ବଢନ୍ତୁ ।
ମିଥୁନ ରାଶି : ଆଜି ସାମାନ୍ୟ ଅବହେଳା କାରଣରୁ ଆପଣଙ୍କର କିଛି ଆର୍ଥିକ କ୍ଷତି ହୋଇପାରେ, ତେଣୁ ସତର୍କ ରୁହନ୍ତୁ । ଘରେ କୌଣସି ନୂଆ ଅତିଥି ଙ୍କ ଆଗମନ ହୋଇପାରେ ଯାହା ଫଳରେ ଖୁସିର ମାହୋଲ ରହିବ । ଜୀବନ ସାଥି ଓ ପିଲାଙ୍କ ଠାରୁ ଆଜି ଅତିରିକ୍ତ ସ୍ନେହ ଓ ସହଯୋଗ ମିଳିବ । କମ ସମୟରେ ଅଧିକ କାମ କୁ ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାର ଜରୁରତ ଅଛି, ଏଥିପାଇଁ କଠିନ ପରିଶ୍ରମ କରନ୍ତୁ । ସମୟ କମ କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ । କିଛି କ୍ଷେତ୍ରରେ ଆପଣଙ୍କ ମନ ଅସ୍ଥିର ବା ବିଚଳିତ ହୋଇପାରେ । ନିଜ ଆଖ ପାଖରେ ଚାଲୁଥିବା ଘଟଣା ଉପରେ ତୀକ୍ଷ୍ଣ ଧ୍ୟାନ ଦିଅନ୍ତୁ ଏବଂ ନିଜ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।
କର୍କଟ ରାଶି : କାମ କାର୍ଯ୍ୟ ରେ ଆସୁଥିବା ବହୁତ ପୁରୁଣା ଓ କଠିନ କାମ ଆଜି ସହଜରେ ପୂରା ହୋଇଯିବ । ଘରେ ଗୁରୁଜନ ଙ୍କ ସ୍ୱାସ୍ଥ୍ୟ ରେ ଦୃତ ସୁଧାର ଆସିବ । ଆଜି ଆପଣଙ୍କ ଭାବନା ଉପରେ ସଂଯମ ରଖନ୍ତୁ ଓ ଅତି ଉତ୍ସାହିତ ହୁଅନ୍ତୁ ନାହିଁ । ବ୍ୟବସାୟରେ ଆଜି ଆପଣ ପ୍ରଚୁର ଲାଭବାନ ହେବେ । ପରିବାରର ସବୁ ସଦସ୍ୟଙ୍କ ସହ ତାଳମେଳ ଠିକ ରଖିବା ପାଇଁ ଆପଣଙ୍କୁ ଚେଷ୍ଟା କରିବାକୁ ପଡିବ । ଘର ସମ୍ବଧିତ କିଛି ବସ୍ତୁ କ୍ରୟ କରିବାକୁ ବହୁତ ଦିନରୁ ଭାବୁଥିଲେ ଆଜି କିଣି ଦିଅନ୍ତୁ । କୌଣସି କଥାକୁ ନେଇ ଆପଣ ରାଗି ପାରନ୍ତି, ତେଣୁ ନିଜ କ୍ରୋଧ ଉପରେ ସଂଯମ ରଖନ୍ତୁ । ଆମଦାନୀ ଅପେକ୍ଷା ଆଜି ବ୍ୟୟ ଅଧିକ ହୋଇପାରେ ।
ସିଂହ ରାଶି : ପ୍ରେମ ସମ୍ପର୍କ ରେ ଥିବା ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ହେବ । ଆଜି ଆପଣ ଲୋକଙ୍କୁ ନିଜ ଆଡକୁ ପ୍ରଭାବିତ କରିବା ପାଇଁ ନିଜର ସଂଚାର କୌଶଳ ବା କଥାବାର୍ତ୍ତାର ଉପୋଯୋଗ କରନ୍ତୁ । ପାରିବାରିକ ବାତାବରଣ ବି ଭଲ ରହିବ । ନିଜ କାର୍ଯ୍ୟ ପାଇଁ କାର୍ଯ୍ୟ ସ୍ଥଳରେ ଆପଣ ବହୁତ ପ୍ରଶଂସାର ପାତ୍ର ହେବେ । ଆପଣ କିଛି ଏମିତି କାମକୁ ଅଞ୍ଜାମ ଦେବେ ଯାହା ଦ୍ଵାରା ଆପଣଙ୍କ ସମାଜରେ ଏବଂ ପରିବାରର ନାମ ଉଚ୍ଚ ହେବ । ଆପଣ ନିଜ ଭିତରେ ଥିବା ସମସ୍ତ ଊର୍ଜା ର ସଠିକ ଦିଶାରେ ପ୍ରୟୋଗ କରନ୍ତୁ, ଏହା ଦ୍ଵାରା ଅଟକି ଥିବା କାମ ପୂରା ହେବ ।
କନ୍ୟା ରାଶି : ଆପଣ ଆଜି ନିଜ ଭବିଷ୍ୟତ ପାଇଁ ଯେଉଁ ଯୋଜନା କରିବେ ସେଥିରେ ଆପଣ ବଡ ଲାଭ ପାଇବେ । ଆପଣ ନିଜକୁ ବହୁତ ଊର୍ଜାବାନ ଏବଂ ପ୍ରଫୁଲ୍ଲିତ ଅନୁଭବ କରିବେ । ଆଜି ଆପଣଙ୍କ ସହ କିଛି ଚମତ୍କାର ଘଟିପାରେ, କିନ୍ତୁ କୌଣସି ବିସ୍ଫୋରକ ବା ଅପ୍ରୀତିକର ଘଟଣା ଘଟିବାର ଆଶା ନାହି । ପାରିବାରିକ ଜୀବନରେ ଭାଇ ଭାଇ ଙ୍କ ସହ ସମ୍ପର୍କ ଅତି ଭଲ ରହିବ । ପ୍ରେମ ସମ୍ପର୍କ ଖୁବ ଖୁସି ପୂର୍ଣ୍ଣ ଓ ମଧୁର ରହିବ । ସନ୍ତାନ ଙ୍କ ଦ୍ଵାରା ଆଜି କିଛି ମହତ କାମ କରାଇବେ, ଯାହା ଦ୍ଵାରା ଆପଣଙ୍କ ସାମାଜିକ ସମ୍ମାନ ରେ ବୃଦ୍ଧି ହେବ । କାହାକୁ ନିଜ ମନ କଥା କହିବା ପାଇଁ କିମ୍ବା ନୂଆ ପ୍ରସ୍ତାବ ଦେବା ପାଇଁ ଆଜି ଦିନ ଟି ଅତି ଭଲ ରହିବ ।
ତୁଳା ରାଶି : ଆଜି ଆପଣ ସବୁବେଳେ ପଜେଟିଭ ବା ସକାରାତ୍ମକ ଚିନ୍ତାଧାରା ରଖିବେ, ଯାହା ଆପଣଙ୍କୁ ସଫଳତା ଦେବ । ଆପଣ ଯେଉଁ କ୍ଷେତ୍ରରେ ଧନ ଲଗାଇବେ ବା ନିବେଶ କରିବେ ସେଥିରେ ବିଜୟ ହାସିଲ କରିବେ । କୌଣସି ଉପଲବ୍ଧି କୁ ନେଇ ମନରେ ଗର୍ବ କିମ୍ବା ଅହଂକାର କରନ୍ତୁ ନାହି । ଆଜି ଆପଣଙ୍କ ପାଇଁ ଅନେକ ଖାସ କାମ ରହିଛି, ତେଣୁ ସମୟ ନଷ୍ଟ କରନ୍ତୁ ନାହିଁ । କିନ୍ତୁ ମନେ ରଖନ୍ତୁ ଆଜି ଅନ୍ୟ ସହ ବ୍ୟବହାର ଖରାପ କରନ୍ତୁ ନାହି । କାମ କାର୍ଯ୍ୟ ସମ୍ବଧିତ ଦୂର ଯାତ୍ରା କରି ପାରନ୍ତି । ଧନ ନିବେଶ କରିବା ପାଇଁ ଆଜି ଦିନ ଟି ଅତ୍ୟନ୍ତ ଉତ୍ତମ ଅଟେ । ଆପଣ ବହୁତ ଦିନରୁ ଲାଗି ରହିଥିବା ଜଟିଳ ସମସ୍ୟାର ସମାଧାନ ବାହାର କରିବେ ।
ବିଛା ରାଶି : ଜୀବନ ସାଥିଙ୍କ ଉପରେ ଅକାରଣରେ ଅଧିକ ରାଗନ୍ତୁ ନାହି, ଏହା ଦ୍ଵାରା ସମ୍ପର୍କ ବିଗିଡ଼ିପାରେ । କାହା ସହ କଥା ହେବା ସମୟରେ ଖରାପ ବା କଟୁ ଶବ୍ଦ ପ୍ରୟୋଗ କରନ୍ତୁ ନାହି । ଆପଣଙ୍କର ଆଧ୍ୟାତ୍ମିକ ଓ ବୌଧିକ କ୍ଷମତା ପୂର୍ବ ଅପେକ୍ଷା ବଢିବ । ଆପଣ ଇଶ୍ଵର ଙ୍କ ନିକଟତର ଅନୁଭବ କରିବେ ଓ ଶାନ୍ତି ପାଇବେ । ଆଜି ଆପଣ କୌଣସି ବି କାମ ପୁରା କରିବା ପାଇଁ ସାମାନ୍ୟ ଅଧିକ ସମୟ ଲାଗିବ, ତେଣୁ ଧୈର୍ଯ୍ୟ ରଖନ୍ତୁ । ପ୍ରତେକ ମାମଲାରେ ସତର୍କ ରହିବାର ଜରୁରତ ଅଛି । କିଛି ଅଯଥା ଖର୍ଚ୍ଚ ହୋଇପାରେ ଯାହା ଆପଣଙ୍କୁ ଚିନ୍ତିତ କରିବ । ଟଙ୍କା ଲେନଦେନ ସମୟରେ ସତର୍କ ରୁହନ୍ତୁ । ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ଗୁଡିକ ରେ ଗତି ଆସିବ ।
ଧନୁ ରାଶି : ଭାଇ ଭଉଣୀଙ୍କ ସହ ସମ୍ପର୍କ ବହୁତ ମଧୁର ରହିବ ଏବଂ ସେମାନଙ୍କ ଠାରୁ ଲାଭ ମିଳିବ । ଅନେକ ଜଟିଳ ସମସ୍ୟାରୁ ଆଜି ଆପଣ ରିହାତି ପାଇବେ । ଆପଣଙ୍କୁ ନିଜର ବନ୍ଧୁ ଙ୍କ ଠାରୁ ଆର୍ଥିକ ସାହାଜ୍ଯ ମିଳିପାରେ । ଶାସନ ଓ ସତ୍ତା ରେ ସହାଯୋଗ ନେବାରେ ସଫଳ ହେବେ । ସପିଙ୍ଗ ସମ୍ବଧିତ ଗତି ବିଧି ରେ ତୀବ୍ରତା ଆସିବ, ହୁଏତ କିଛି ଦାମୀ ଜିନିଷ କିଣିବେ । ପିଲା ଓ ପରିବାର ସହ ଅଧିକ ସମୟ ବିତାଇବେ । ଆଜି ଆପଣଙ୍କର ମହତ ଆଶା ଓ ଆକାଂକ୍ଷା ବହୁତ ପ୍ରବଳ ରହିବ । ଦିନ ସାରା ମନରେ ଅନେକ ପ୍ରକାରର ସୁନ୍ଦର ସ୍ଵପ୍ନ ଓ ଯୋଜନା ଆସିବ ।
ମକର ରାଶି : କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀ ଙ୍କ ଠାରୁ ଆଶା ଅନୁସାରେ ସହଯୋଗ ମିଳିବ । ଆପଣଙ୍କ ଆର୍ଥିକ ପକ୍ଷ ଆଗ ଅପେକ୍ଷା ଅଧିକ ମଜବୁତ ହେବ । ସମୟ ର ଗତି ଆଜି ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ପକ୍ଷ ରେ ରହିବ । ଆପଣଙ୍କର ପଦ ଓ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତିରେ ନିରନ୍ତର ସୁଧାର ହେବାର ଦେଖାଯିବ । ସାମାଜିକ କାର୍ଯ୍ୟ ରେ ରୁଚି ବଢିବ ଓ ଲୋକଙ୍କ ସାହାଯ୍ୟ କରିବେ । ଜରୁରୀ କାମରେ ଦିନସାରା ବ୍ୟସ୍ତ ରହିବେ । ଅନେକ ପୁରୁଣା ସମସ୍ଯା ଆଜି ସବୁଦିନ ପାଇଁ ଶେଷ ହେବ । ଆଜି ଆପଣଙ୍କର ସୃଜନାତ୍ମକ ଶକ୍ତି ଆପଣଙ୍କୁ ଅନ୍ୟ ସାଥିଙ୍କ ଠାରୁ ବହୁତ ଆଗକୁ ନେଇଯିବ । ଆଜି ଆପଣ ନିଜର ଆତ୍ମୀୟ ଲୋକଙ୍କ ସହ ଯୋଡି ହେବେ ।
କୁମ୍ଭ ରାଶି : ଆପଣଙ୍କ ପ୍ରିୟ ବା ସାଥୀ ଆଜି କିଛି ବଡ ଡିମାଣ୍ଡ କରି ପାରନ୍ତି । ଏଭଳି ସ୍ଥିତି ରେ ଆପଣ ଧର୍ଯ୍ୟ ରଖନ୍ତୁ ଏବଂ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନ ବହୁତ ଶାନ୍ତି ପୂର୍ଣ୍ଣ ଓ ଆରାମଦାୟକ ରହିବ । ପରିବାରର ସବୁ ସଦସ୍ୟ ପରସ୍ପର ସହ ବହୁତ ଭଲ ବ୍ୟବହାର ରଖିବେ । ପରିବାରରେ କୌଣସି ପ୍ରକାର ଧାର୍ମିକ ଅନୁଷ୍ଠାନ ବା ପୂଜା ପାଠ ହୋଇପାରେ । ଆଜି ଆପଣଙ୍କୁ ମାତା ପିତା ଙ୍କ ସହ ଅତିରିକ୍ତ ସମୟ ବିତାଇବାର ଅମୂଲ୍ୟ ଅବସର ପ୍ରାପ୍ତ ହେବ । ଆଜି ଆପଣ ମାତା ପିତା ଙ୍କ ପାଇଁ କିଛି ଖାସ ଉପହାର କ୍ରୟ କରିପାରନ୍ତି ।
ମୀନ ରାଶି : ଆର୍ଥିକ ଦ୍ରୁଷ୍ଟି କୋଣରୁ ଆଜି ଦିନ ଟି ଆପଣଙ୍କ ପାଇଁ ବହୁତ ବେହତର ବା ଲାଭଦାୟକ ସାବ୍ଯସ୍ତ ହେବ । ଦାଂପତ୍ଯ ଜୀବନରେ ପୁଣି ଥରେ ହସଖୁସି ଆସିବା ପାଇଁ ଆଜି ଦିନଟି ବହୁତ ଭଲ ଅଟେ । ପରିବାରରେ କାହା ସହ ବି କୌଣସି ପ୍ରକାର ବିବାଦ କରନ୍ତୁ ନାହି, ଚୁପ ରହିବା ଭଲ । ନିଜର ଶକ୍ତି ର ଅଧିକ ବ୍ୟବହାର ବା ଅପବ୍ୟୟ କରନ୍ତୁ ନାହି । ଆଜି ଚାକିରି କରୁଥିବା ଜାତକ ଙ୍କୁ ଅଫିସରେ କିଛି ଜରୁରୀ ଓ ବଡ ନିସ୍ପତି ନେବାକୁ ପଡିପାରେ । ପାରିବାରିକ ଜୀବନରେ ସ୍ଥିତି ଆପଣଙ୍କ ଅନୁକୁଳ ରହିବ । ସନ୍ଧ୍ୟା ସମୟରେ କୌଣସି ଭଲ ଖବର ମିଳିପାରେ ।

Social Footer