ବୃଷ ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ଏକ ସୁନ୍ଦର ସୁଯୋଗ ପାଇବେ, ଯାହା ଫଳରେ ପାରିବାରିକ ସମ୍ପର୍କ ନିବିଡ଼ ହେବ। ପ୍ରେମ ମାମଲାରେ ଆଜି ଦିନଟି ଶୁଭ ଅଟେ; ଆପଣ ନିଜ ମନର ସମସ୍ତ କଥା ନିଜ ସାଥିଙ୍କୁ କହିବାରେ ସଫଳ ହେବେ। କୌଣସି ଅପ୍ରତ୍ୟାଶିତ କ୍ଷେତ୍ରରୁ ଆଜି ଆପଣଙ୍କୁ ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଅନ୍ୟମାନଙ୍କଠାରୁ ଆଗରେ ରହିବେ। ସମାଜରେ ଆପଣଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଅନ୍ୟମାନେ ଆପଣଙ୍କର ମାର୍ଗଦର୍ଶନ ଲୋଡ଼ିବେ। ଆଜିଠାରୁ ଆପଣଙ୍କ ଜୀବନରେ ଏକ ବିରାଟ ସକାରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି।
ମିଥୁନ ରାଶି :- ଆପଣଙ୍କର ଆଗାମୀ ସମୟ ଅତ୍ୟନ୍ତ ଶୁଭ ଓ ଭାଗ୍ୟଶାଳୀ ରହିବ। ଦୀର୍ଘ ଦିନରୁ ଅଟକି ରହିଥିବା ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ପୁଣି ଥରେ ଆରମ୍ଭ ହେବ। ଆଜି ଆପଣ ଯେଉଁ ନୂତନ କାମରେ ହାତ ଦେବେ, ସେଥିରେ ଆପଣଙ୍କୁ ସଫଳତା ନିଶ୍ଚିତ ଭାବେ ମିଳିବ ଏବଂ ଆପଣ ତାହାକୁ ସଠିକ ସମୟରେ ପୂର୍ଣ୍ଣ କରିବେ। ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ଆଶାଜନକ ଲାଭ ମିଳିବା ସହ ନୂଆ ବ୍ୟବସାୟିକ ନିବେଶ ପାଇଁ ଦିନଟି ଉପଯୁକ୍ତ। ବିଦ୍ୟାର୍ଥୀମାନେ ନିଜ କ୍ୟାରିୟରକୁ ନେଇ କିଛି ନୂଆ ଏବଂ ଉନ୍ନତ ପ୍ଲାନ୍ ପ୍ରସ୍ତୁତ କରିବେ। କୌଣସି ବିଶେଷ କାରଣରୁ ଆପଣଙ୍କୁ ଆଜି ଯାତ୍ରା କରିବାକୁ ପଡ଼ିପାରେ ଏବଂ ଏହି ଯାତ୍ରା ସୁଗମ ଓ ଫଳପ୍ରଦ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବାର ଯୋଗ ମଧ୍ୟ ରହିଛି।
କର୍କଟ ରାଶି :- ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣ ନିଜକୁ ବହୁତ ଶକ୍ତିଶାଳୀ ଅନୁଭବ କରିବେ। ଯେଉଁମାନେ ଆପଣଙ୍କ ଉପରେ କୌଣସି କାରଣରୁ ନିର୍ଭର କରନ୍ତି, ସେମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ। ଘର ପରିବାରରେ ଆଜିର ସମୟ ଅତ୍ୟନ୍ତ ସୁଖଦ ଓ ଶାନ୍ତିପୂର୍ଣ୍ଣ ରହିବ। ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହ ଆପଣଙ୍କର ତାଳମେଳ ଠିକ୍ ରହିବ ଏବଂ ଆପଣ ପରସ୍ପରକୁ ଭଲ ଭାବରେ ବୁଝିପାରିବେ। ସନ୍ତାନମାନଙ୍କ ପକ୍ଷରୁ ଆଜି କୌଣସି ଶୁଭ ସମ୍ବାଦ ଶୁଣିବାକୁ ପାଇବେ। ଜୀବନରେ କୌଣସି ଜଣେ ବିଶେଷ ବ୍ୟକ୍ତିଙ୍କ ଆଗମନ ହୋଇପାରେ, ଯାହା ଆପଣଙ୍କୁ ଖୁସି ଦେବ। ପ୍ରିୟଜନ ଓ ପଡୋଶୀମାନଙ୍କ ସହ ସମ୍ପର୍କ ମଧୁର ରହିବ ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ।
ସିଂହ ରାଶି :- ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଅନୁକୂଳ ଓ ମଙ୍ଗଳମୟ ସାବ୍ୟସ୍ତ ହେବ। ପରିବାରରେ କୌଣସି ମାଙ୍ଗଳିକ କିମ୍ବା ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଆଜି ଆପଣ ପରିବାର ସହ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ। ବିଦ୍ୟାର୍ଥୀମାନଙ୍କର ପଢ଼ାପଢ଼ିରେ ବିଶେଷ ରୁଚି ବଢ଼ିବ ଏବଂ ସେମାନେ ଉତ୍ତମ ପ୍ରଦର୍ଶନ କରିବେ। ଅଫିସରେ ବଡ଼ ପଦାଧିକାରୀ ଓ ସହକର୍ମୀମାନଙ୍କଠାରୁ ଆପଣଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ। ଯେଉଁମାନେ ବେରୋଜଗାର ଅଛନ୍ତି, ସେମାନଙ୍କୁ ଆଜି କୌଣସି ନୂଆ ଚାକିରିର ସୁଯୋଗ ମିଳିବାର ପ୍ରବଳ ଯୋଗ ରହିଛି। ପୂର୍ବରୁ କାହାକୁ ଦେଇଥିବା ଅଟକି ରହିଥିବା ଟଙ୍କା ଆଜି ସହଜରେ ଫେରି ପାଇବେ। ଦାମ୍ପତ୍ୟ ଜୀବନ ଆପଣଙ୍କର ସୁଖମୟ ଓ ଶାନ୍ତିପୂର୍ଣ୍ଣ ରହିବ।
କନ୍ୟା ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହ ପ୍ରେମ ଓ ରୋମାନ୍ସର ଭରପୂର ସୁଯୋଗ ପାଇବେ। ଆପଣଙ୍କର ବୈବାହିକ ଜୀବନରେ ଖୁସି ଭରିଯିବ। ଦୀର୍ଘ ଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଜି ପୂର୍ଣ୍ଣ ହେବ। କୌଣସି କ୍ଷେତ୍ରରୁ ଅଚାନକ ଭାବେ ଧନ ଲାଭ ହେବାର ଶୁଭ ଯୋଗ ରହିଛି। ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ଆପଣ ଆଜି ସଫଳତା ହାସଲ କରିବେ। କୌଣସି ବଡ଼ ନିଷ୍ପତ୍ତି ନେବାରେ ମାତା-ପିତାଙ୍କ ପୂର୍ଣ୍ଣ ସହଯୋଗ ଓ ଆଶୀର୍ବାଦ ଆପଣ ପାଇବେ। ମହିଳାମାନେ ଘରର ବିଭିନ୍ନ କାମରେ ନିଜକୁ ବ୍ୟସ୍ତ ରଖିବେ। ଆଜି କୌଣସି ନୂଆ ବ୍ୟକ୍ତିଙ୍କ ସହ ଆପଣଙ୍କର ବନ୍ଧୁତା ସ୍ଥାପନ ହୋଇପାରେ, ଯାହା ଆପଣଙ୍କ ମନକୁ ପ୍ରସନ୍ନ ରଖିବ।
ତୁଳା ରାଶି :- ଏହି ରାଶିର ଲୋକମାନେ ଆଜି ପରିବାର ଲୋକଙ୍କ ସହ ମିଶି କୌଣସି ପବିତ୍ର ଧାର୍ମିକ ଯାତ୍ରା କରିବାର ଯୋଜନା କରିପାରନ୍ତି। କୌଣସି ଅପ୍ରତ୍ୟାଶିତ କ୍ଷେତ୍ରରୁ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ। ସମାଜରେ ଆପଣଙ୍କର ଖ୍ୟାତି ଓ ପ୍ରଭାବ ବୃଦ୍ଧି ପାଇବ, ଯାହା ଫଳରେ ଆପଣ ସମସ୍ତଙ୍କ ପାଇଁ ପ୍ରଶଂସାର ପାତ୍ର ହେବେ। ସନ୍ତାନମାନଙ୍କର ସଫଳତା ଓ ଉନ୍ନତିରେ ଆପଣ ବହୁତ ଖୁସି ପ୍ରକାଶ କରିବେ। ଆପଣଙ୍କର ଶାରୀରିକ ସ୍ୱାସ୍ଥ୍ୟ ଉତ୍ତମ ରହିବ। ପୂର୍ବରୁ ଅଟକି ରହିଥିବା ଆପଣଙ୍କର ପୁରୁଣା ଟଙ୍କା ଆଜି ଫେରସ୍ତ ପାଇବେ। ଜୀବନରେ କିଛି ନୂଆ କରିବା ପାଇଁ ଆଜି ଆପଣ କୌଣସି ବଡ଼ ଯୋଜନା ପ୍ରସ୍ତୁତ କରିବେ।
ବିଛା ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ପରିବାର ସହିତ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆପଣଙ୍କ ଗୃହକୁ ଆଜି କୌଣସି ନୂଆ ଅତିଥିଙ୍କ ଆଗମନ ହୋଇପାରେ, ଯାହା ଫଳରେ ଘରର ପରିବେଶ ଉତ୍ସବମୁଖର ଓ ସୁଖଦ ରହିବ। କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହ ପ୍ରେମ ସମ୍ପର୍କ ନିବିଡ଼ ହେବ ଏବଂ ରୋମାନ୍ସର ସୁଯୋଗ ମିଳିବ। ପୂର୍ବରୁ ଅଟକି ରହିଥିବା ଟଙ୍କା ଆଜି ଆପଣଙ୍କୁ ଫେରସ୍ତ ମିଳିପାରେ। ଆଜି ଆପଣ ନିଜର ପ୍ରିୟ ବନ୍ଧୁମାନଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ଆନନ୍ଦ ନେବେ।
ଧନୁ ରାଶି :- ଆପଣଙ୍କର ଆଗାମୀ ସମୟ ଅତ୍ୟନ୍ତ ଅନୁକୂଳ ଓ ସଫଳତାପୂର୍ଣ୍ଣ ରହିବ। ଆର୍ଥିକ ଦୃଷ୍ଟିରୁ ଆପଣ ନିଜକୁ ମଜବୁତ ଅନୁଭବ କରିବେ। ଆଜି ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ନିଶ୍ଚିତ ଭାବେ ସଫଳ ହେବେ। ଅନେକ ଦିନରୁ ଅଟକି ରହିଥିବା ଆପଣଙ୍କର ସମସ୍ତ ଯୋଜନା ଆଜି ପୂର୍ଣ୍ଣ ହେବ। ପ୍ରତିଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମାତା-ପିତାଙ୍କ ପୂର୍ଣ୍ଣ ସହଯୋଗ ଓ ଆଶୀର୍ବାଦ ପ୍ରାପ୍ତ ହେବ। ଭାଇ ଓ ଭଉଣୀଙ୍କ ସହ ଆପଣଙ୍କର ସମ୍ପର୍କ ଆହୁରି ନିବିଡ଼ ହେବ। ସମାଜରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ ଏବଂ ଅନ୍ୟମାନେ ଆପଣଙ୍କୁ ନିଜର ଆଦର୍ଶ ମାନିବେ। ଜୀବନରେ କୌଣସି ଜଣେ ବିଶେଷ ବ୍ୟକ୍ତିଙ୍କ ଆଗମନ ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ହେବ।
ମକର ରାଶି :- ଏହି ରାଶିର ବ୍ୟକ୍ତିମାନେ ଆଜି ଦାମ୍ପତ୍ୟ ଜୀବନରେ ନିଜ ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣା ଓ ଭଲ ସମ୍ପର୍କ ପ୍ରତିଷ୍ଠା କରିବାରେ ସଫଳ ହେବେ। ସାମାଜିକ ସ୍ତରରେ ଆପଣଙ୍କର ଯଶ ଓ ଖ୍ୟାତି ଯଥେଷ୍ଟ ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟଦକ୍ଷତା ପାଇଁ ଉଚ୍ଚ ପଦବୀ ହାସଲ ହୋଇପାରେ। ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଆଜି ପୂର୍ବ ଅପେକ୍ଷା ଅଧିକ ଧନ ଉପାର୍ଜନ କରିବେ। ଯେଉଁମାନେ ଚାକିରି ପାଇଁ ଚେଷ୍ଟା କରୁଥିଲେ, ସେମାନଙ୍କୁ ଆଜି କୌଣସି ନୂଆ ଚାକିରି ମିଳିବାର ସୁଯୋଗ ରହିଛି। ଆଜି ଆପଣ ପୂଜାପାଠ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଅଧିକ ଆଗ୍ରହୀ ରହିବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ଭେଟ ହେବାରୁ ମନ ପ୍ରସନ୍ନ ରହିବ।
କୁମ୍ଭ ରାଶି :- ଆପଣଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିବ। ମନେରଖନ୍ତୁ, ଜୀବନରେ ବଡ଼ ସଫଳତା ପାଇବାକୁ ହେଲେ ଆପଣଙ୍କୁ କଠିନ ପରିଶ୍ରମ ଜାରି ରଖିବାକୁ ପଡ଼ିବ। ଆଜି ଅଚାନକ ଭାବେ ଧନ ପ୍ରାପ୍ତିର ଶୁଭ ଯୋଗ ରହିଛି। ନୂଆ ଚାକିରି ପାଇବାର ସମ୍ଭାବନା ମଧ୍ୟ ଉଜ୍ଜ୍ୱଳ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରି ଅନ୍ୟମାନଙ୍କଠାରୁ ଆଗରେ ରହିବେ। ମହିଳାମାନେ ଆଜି ଘର କାମରେ ନିଜକୁ ବ୍ୟସ୍ତ ରଖିବେ। ଅଫିସରେ ବରିଷ୍ଠ ଅଧିକାରୀମାନଙ୍କ ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ। ପ୍ରେମ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଯଦି ଆପଣ କାହାକୁ ନିଜ ମନର କଥା କହିବାକୁ ବା ପ୍ରପୋଜ୍ କରିବାକୁ ଚାହୁଁଛନ୍ତି, ତେବେ ଆଜି ଦିନଟି ଅତ୍ୟନ୍ତ ଉପଯୁକ୍ତ।
ମୀନ ରାଶି :- ଆଜିଠାରୁ ଆପଣଙ୍କ ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି। କୌଣସି କ୍ଷେତ୍ରରୁ ଅଚାନକ ଧନ ପ୍ରାପ୍ତିର ଯୋଗ ଅଛି। ପ୍ରେମ ଜୀବନରେ ଆପଣ ନିଜ ସାଥିଙ୍କ ସହ କୌଣସି ମନୋରମ ସ୍ଥାନକୁ ବୁଲିବାକୁ ଯିବା ପାଇଁ ପ୍ଲାନ୍ କରିପାରନ୍ତି। ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଯଥେଷ୍ଟ ଲାଭବାନ ହେବା ସହ କିଛି ନୂଆ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରିବେ। ଯଦି ଆପଣ ଶେୟାର ବଜାରରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆଜିର ସମୟ ଅନୁକୂଳ। ବନ୍ଧୁମାନଙ୍କ ସହ ଆପଣଙ୍କର ସମ୍ପର୍କ ଅତି ନିବିଡ଼ ଓ ଭଲ ରହିବ। ମାତା-ପିତାଙ୍କ ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ଉତ୍ସାହିତ କରିବ। ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଅତି ଉତ୍ତମ ରହିବ।

Social Footer