Breaking News

ଆଜିର ରାଶିଫଳ, ୧୧ ଫେବୃଆରୀ ୨୦୨୬, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ


ମେଷ ରାଶି : ଆଜି ଆପଣଙ୍କ ପାଇଁ ଦିନଟି ନୂତନ ସମ୍ଭାବନାରେ ଭରପୂର ରହିବ ଏବଂ ବିଶେଷ କରି ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବାର ଶୁଭ ଯୋଗ ରହିଛି। ସାମାନ୍ୟ କୌଣସି ଛୋଟ କଥାକୁ ନେଇ ମନୋମାଳିନ୍ୟ ହୋଇପାରେ, ତେଣୁ ସେହି ସବୁ କଥାକୁ ନିଜର ସମ୍ପର୍କ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ। ବ୍ୟବସାୟ ବା କାରୋବାରର ବିସ୍ତାର କରିବା ପାଇଁ ଏହା ଏକ ଅତ୍ୟନ୍ତ ବେହତର ଓ ଉପଯୁକ୍ତ ସମୟ। ଯଦିଓ ମାନସିକ ସ୍ଥିତି ସ୍ଥିର ରହିବ, ତଥାପି ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ସାମାନ୍ୟ ଅନିଦ୍ରା ଜନିତ ସମସ୍ୟା ଅନୁଭବ ହୋଇପାରେ। ଆପଣ ନିଜର ଧନ ସମ୍ପତି ଉପରେ ନୂତନ ନିବେଶ କରିବା ପାଇଁ ବିଚାର କରିପାରିବେ। କାର୍ଯ୍ୟ ସମ୍ବଧିତ ଯାତ୍ରା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଓ ସଫଳ ସାବ୍ୟସ୍ତ ହେବ। ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିବ ଏବଂ ମିତ୍ର ଜନଙ୍କ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ।

ବୃଷ ରାଶି : ଆଜି ଆପଣ ନିଜର ବିରୋଧୀ ବା ଶତ୍ରୁ ମାନଙ୍କ ଠାରୁ ଯଥାସମ୍ଭବ ସାବଧାନ ରହିବା ଆବଶ୍ୟକ। ମାତା ପିତାଙ୍କ ଆଶୀର୍ବାଦ ଆଜି ଆପଣଙ୍କ ପାଇଁ ଏକ ରକ୍ଷା କବଚ ସଦୃଶ ହେବ ଏବଂ ଏହା ଆପଣଙ୍କୁ ସଫଳତାର ଚରମ ଶିଖରରେ ପହଞ୍ଚାଇବାରେ ସାହାଯ୍ୟ କରିବ। ଆଜି ଆପଣ ନିଜ କାମରେ ଅନ୍ୟ ଲୋକ ମାନଙ୍କର ପରାମର୍ଶ ବା ରାଏ ନେବା ଶୁଭ ଓ ଲକି ସାବ୍ୟସ୍ତ ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଅଧିକ ମଜବୁତ ରହିବାରୁ ମନ ପ୍ରସନ୍ନ ରହିବ। ବନ୍ଧୁ ମାନଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରିବାର ଯୋଜନା କରିପାରନ୍ତି, ଯାହା ଆପଣଙ୍କ ବନ୍ଧୁତାକୁ ଆହୁରି ମଜବୁତ କରିବ। ପୁରୁଣା ଅଟକି ରହିଥିବା ଟଙ୍କା ହଠାତ୍ ଫେରି ପାଇବା ଯୋଗ ରହିଛି। ବ୍ୟାପାରୀ ମାନଙ୍କ ପାଇଁ ଦିନଟି ସାମାନ୍ୟ ସୁଖଦ ରହିବ ଏବଂ ପରିବାରରେ ନୂଆ ଅତିଥିଙ୍କ ଆଗମନ ହେବାର ଶୁଭ ସୂଚନା ମିଳିପାରେ।

ମିଥୁନ ରାଶି : ଆଜି ଯଦି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତି, ତେବେ ସେଥିରେ ନିଶ୍ଚିତ ଭାବେ ସଫଳତା ପ୍ରାପ୍ତ ହେବ। ବିଶେଷ କରି ବିଦେଶ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଆଜିର ସମୟ ଅତ୍ୟନ୍ତ ଉପଯୁକ୍ତ ଓ ଶୁଭ ରହିଛି। ସତର୍କ ରୁହନ୍ତୁ ଏବଂ କୌଣସି ଭୁଲ୍ ବା ନକାରାତ୍ମକ ଲୋକଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ। ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ଓ ବୁଝାମଣା ପୂର୍ବ ଅପେକ୍ଷା ବହୁତ ଭଲ ଓ ନିବିଡ଼ ରହିବ। ନିଜର ଗୁପ୍ତ ଧନ ବା ସଞ୍ଚିତ ଅର୍ଥକୁ କୌଣସି ସୁରକ୍ଷିତ ଜାଗାରେ ରଖନ୍ତୁ, ଯାହା ଆଗାମୀ ଭବିଷ୍ୟତରେ ଆପଣଙ୍କର ବହୁତ କାମରେ ଆସିପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ। ସାମାଜିକ କାର୍ଯ୍ୟ ଓ ଜନକଲ୍ୟାଣ କାର୍ଯ୍ୟରେ ଆଜି ଆପଣ ବେଶ୍ ସକ୍ରିୟ ରହିବେ।

କର୍କଟ ରାଶି : ଆଜି କୌଣସି ମହିଳାଙ୍କ ସହ ଆପଣଙ୍କର ଏକ ନୂଆ ଏବଂ ସକାରାତ୍ମକ ସମ୍ପର୍କ ସ୍ଥାପନ ହୋଇପାରେ। ପାରିବାରିକ କ୍ଷେତ୍ରରେ ଜୀବନ ସାଥିଙ୍କ ସହଯୋଗ ଆପଣଙ୍କୁ ଭରପୂର ମାତ୍ରାରେ ମିଳିବ, ଯାହା ଆପଣଙ୍କ ମନକୁ ଶାନ୍ତି ଦେବ। ସନ୍ତାନ ମାନଙ୍କ ତରଫରୁ କୌଣସି ଶୁଭ ସମାଚାର ବା ଆଶାଜନକ ଖବର ମିଳିପାରେ। ଆପଣ ନିଜର ପ୍ରିୟ ବନ୍ଧୁ ମାନଙ୍କ ସହ କୌଣସି ମନୋରଞ୍ଜନ ଯାତ୍ରା କରିବାକୁ ବାହାରକୁ ବାହାରି ପାରନ୍ତି। ଭାଇ ଭଉଣୀଙ୍କ ସହଯୋଗ ଓ ସ୍ନେହ ଆପଣଙ୍କର କିସ୍ମତକୁ ଚମକାଇ ଦେବ। କାର୍ଯ୍ୟ ସ୍ଥଳରେ ସହକର୍ମୀ ମାନଙ୍କ ସହଯୋଗ ମିଳିବା ଦ୍ୱାରା ବହୁ ଦିନର ଅଧୁରା କାର୍ଯ୍ୟ ସମୟ ପୂର୍ବରୁ ପୂରା ହୋଇଯିବ। ଧନ କୋଷ ବା ବ୍ୟାଙ୍କ ବାଲାନ୍ସରେ ଆଜି ବୃଦ୍ଧି ହେବାର ସମ୍ଭାବନା ଅଛି।

ସିଂହ ରାଶି : ଆଜି ରୋଜଗାର କ୍ଷେତ୍ରରେ ଆପଣଙ୍କୁ ଲଗାତାର ସଫଳତା ଓ ବୃଦ୍ଧି ଦେଖିବାକୁ ମିଳିବ। ନୂଆ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ଦ୍ଵାରା ଆପଣଙ୍କର ପଦ ଓ ପ୍ରତିଷ୍ଠା ବୃଦ୍ଧି ହେବାର ଶୁଭ ଯୋଗ ରହିଛି। ବିଦ୍ୟାର୍ଥୀ ମାନଙ୍କୁ ନିଜ ପାଠପଢ଼ା କ୍ଷେତ୍ରରେ କିଛି ଆଶାଜନକ ସମାଚାର ଶୁଣିବାକୁ ମିଳିପାରେ। ଯେଉଁମାନେ ଅବିବାହିତ ଅଛନ୍ତି, ସେମାନଙ୍କର ବିବାହରେ ଆସୁଥିବା ବାଧାବିଘ୍ନ ଆଜି ଦୂର ହୋଇଯିବ। ତଥାପି, ଆଜି କାହା ଉପରେ ଅନ୍ଧ ବିଶ୍ଵାସ କରନ୍ତୁ ନାହିଁ, କାରଣ ଆପଣଙ୍କ ସହ କୌଣସି ପ୍ରକାର ଧୋକା ବା ବିଶ୍ୱାସଘାତ ହେବାର ଆଶଙ୍କା ରହିଛି। ପିତାଙ୍କ ସହ କୌଣସି କଥାକୁ ନେଇ ସାମାନ୍ୟ ବାଦ ବିବାଦ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ଆପଣ ଭାବିଥିବା ସମସ୍ତ କାମ ଆଜି ସମୟ ଅନୁଯାୟୀ ସଠିକ୍ ଭାବେ ପୂରଣ ହେବ।

କନ୍ୟା ରାଶି : ଆଜି ଆପଣ ନିଜର ବନ୍ଧୁ ମାନଙ୍କ ସହ କୌଣସି ମନପସନ୍ଦ ଜାଗାକୁ ବୁଲିବାକୁ ଯିବାର ଯୋଜନା କରିପାରନ୍ତି। ମନରେ ସର୍ବଦା ସାକାରାତ୍ମକ ପ୍ରଭାବ ବଜାୟ ରହିବ, ଯାହା ଆପଣଙ୍କ କାର୍ଯ୍ୟଦକ୍ଷତାକୁ ବଢ଼ାଇବ। ଆଜି ଆପଣଙ୍କୁ ଚାରି ଦିଗରୁ ସୁଖଦ ବାତାବରଣ ମିଳିବ ଏବଂ ଘର ପରିବାରର ସବୁ ସଦସ୍ୟଙ୍କ ମଧ୍ୟରେ ଖୁସି ଓ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ। ବିଜନେସ ବା ବ୍ୟବସାୟରେ ଅନେକ ଦିନରୁ ଚାଲିଥିବା ଟଙ୍କା ପଇସା ଲେନଦେନ ସମସ୍ଯା ଆଜି ସମାପ୍ତ ହେବ, ଯାହା କାରଣରୁ ଆପଣ ମାନସିକ ଶାନ୍ତି ପାଇବେ। ଘର ପରିବାରରେ କୌଣସି ଧାର୍ମିକ କାର୍ଯ୍ୟ ବା ପୂଜାପାଠର ଆୟୋଜନ ହୋଇପାରେ। ଘର କାମରେ ଆପଣ ଅଧିକ ବ୍ୟସ୍ତ ରହିବା କାରଣରୁ ସାମାନ୍ୟ ମାନସିକ କ୍ଳାନ୍ତି ଅନୁଭବ କରିପାରନ୍ତି। ଆର୍ଥିକ ଦୃଷ୍ଟିରୁ ଧନରେ ବୃଦ୍ଧି ହେବ।

ତୁଳା ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଭଲ ରହିବ ଏବଂ ଶାରୀରିକ ସୁସ୍ଥତା ଯୋଗୁଁ ଆପଣଙ୍କ ମନ ପ୍ରସନ୍ନ ରହିବ। ତେବେ କିଛି ଭୁଲ ବୁଝାମଣା କାରଣରୁ ନିଜର ପ୍ରିୟଜନଙ୍କ ସହ ସମ୍ପର୍କରେ ସାମାନ୍ୟ ବାଧା ଆସିପାରେ, ତେଣୁ କଥାବାର୍ତ୍ତା ବେଳେ ସତର୍କ ରୁହନ୍ତୁ। କାରୋବାରରେ ଆକସ୍ମିକ ଭାବେ ଆଶା ଠାରୁ ଅଧିକ ଲାଭ ବା ପ୍ରଗତି ହେବାର ସମ୍ଭାବନା ରହିଛି, ଯାହା ଆପଣଙ୍କ ମନରେ ହଜି ଯାଇଥିବା ଆତ୍ମବିଶ୍ଵାସକୁ ପୁଣି ଥରେ ଫେରାଇ ଆଣିବ। ଶତ୍ରୁ ମାନେ ଆଜି ଆପଣଙ୍କ ଆଗରେ ପରାସ୍ତ ହେବେ। କୌଣସି ପ୍ରକାର ଖରାପ ବିଚାର ବା ନକାରାତ୍ମକତା ଠାରୁ ନିଜକୁ ଦୂରେଇ ରଖନ୍ତୁ। କର୍ମଚାରୀ ବା ସହକର୍ମୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ମିତ୍ର ଜନଙ୍କ ସହ ମିଶି ଆମୋଦ ପ୍ରମୋଦ ଓ ଆରାମଦାୟକ ସାଧନ ଉପରେ ଦରକାର ଠାରୁ ଅଧିକ ଖର୍ଚ୍ଚ ହୋଇପାରେ, ତେଣୁ ପକେଟ୍ ପ୍ରତି ଧ୍ୟାନ ଦିଅନ୍ତୁ।

ବିଛା ରାଶି : ଆଜି ବିଦ୍ୟାର୍ଥୀ ମାନେ ନିଜର ବୁଦ୍ଧି ଓ ଏକାଗ୍ରତା ବଳରେ ଶିକ୍ଷକ ମାନଙ୍କୁ ପ୍ରଭାବିତ କରିବାରେ ସମ୍ପୂର୍ଣ୍ଣ ସଫଳ ହେବେ। ଆଜି ଆପଣଙ୍କ ମନ ଘର ଓ ଅଫିସର ବ୍ୟସ୍ତବହୁଳ ଦୁନିଆରୁ ବାହାରକୁ ଆସି ପ୍ରକୃତିର ଶାନ୍ତ ଆନନ୍ଦ ନେବାକୁ ବହୁତ ଇଚ୍ଛା କରିବ। ଆର୍ଥିକ ରୂପରେ ଆଜି ପୁରୁଣା ବହୁ ମୂଲ୍ୟ ଜିନିଷର ଲେନଦେନ କରିବାର ସୁଯୋଗ ମିଳିବ। ଆପଣଙ୍କର କୌଣସି ଅଧୁରା ବା ଅଟକି ରହିଥିବା କାର୍ଯ୍ୟକୁ ପୁରା କରିବା ପାଇଁ ଏହି ସମୟଟି ଅତ୍ୟନ୍ତ ଉତ୍ତମ ରହିବ। ସେୟାର ବଜାରରେ ନିବେଶ କରିବା ପାଇଁ ଆଜିର ଦିନଟି ଶୁଭ ରହିଛି। ପ୍ରିୟଜନ ବା କୌଣସି ବିଶେଷ ବ୍ୟକ୍ତିଙ୍କ ସହ ଆପଣଙ୍କର ଭେଟ ହୋଇପାରେ, ଯାହା ପାଇଁ ଆପଣଙ୍କ ମନରେ ଉତ୍ସାହ ଓ ପ୍ରସନ୍ନତା ଭରି ରହିବ।

ଧନୁ ରାଶି : ଆଜି ଆପଣଙ୍କର ଯାହା ବି ଅର୍ଥ ବା ପଇସା ଜନିତ ସମସ୍ଯା ରହିଥିଲା, ତାହା ସମ୍ପୂର୍ଣ୍ଣ ଭାବେ ଦୂର ହେବାର ସମ୍ଭାବନା ରହିଛି। ଘରେ କୌଣସି ମାଙ୍ଗଳିକ ବା ଧାର୍ମିକ ଅନୁଷ୍ଠାନର ଆୟୋଜନ ହେବାର ଶୁଭ ଯୋଗ ନଜର ଆସୁଛି। ସନ୍ତାନ ମାନଙ୍କର କ୍ୟାରିୟର ବା ଭବିଷ୍ୟତ ଉନ୍ନତି ପାଇଁ ଆପଣ କିଛି ନୂଆ ଓ ଗୁରୁତ୍ୱପୂର୍ଣ୍ଣ କଥା ବିଚାର କରିପାରନ୍ତି। ମିତ୍ର ମାନଙ୍କ ସହ ଆପଣ ବାହାରକୁ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆଜି ଆପଣଙ୍କୁ ନିଜ ଘର ପାଇଁ କିଛି ସମୟ ବାହାର କରି ଧ୍ୟାନ ଦେବାକୁ ପଡିବ। ଶିକ୍ଷା ଓ ପ୍ରତିଯୋଗୀତା କ୍ଷେତ୍ରରେ ଚାଲିଥିବା ଆପଣଙ୍କର ପ୍ରୟାସ ନିଶ୍ଚୟ ଫଳପ୍ରଦ ରହିବ। କିନ୍ତୁ କିଛି ପାରିବାରିକ ଦାୟିତ୍ଵ ଆଜି ବଢିପାରେ, ଯାହାକୁ ସଫଳତାର ସହ ନିଭାଇବେ।

ମକର ରାଶି : ଆଜି ଆପଣଙ୍କୁ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ବିଚାର କରି କାମ କାର୍ଯ୍ୟ କରିବାକୁ ହେବ। ଦାଂପତ୍ଯ ଜୀବନ ଆଜି ପ୍ରେମ ଓ ଖୁସିରେ ଭରି ଉଠିବ। ଯଦି ଆପଣ ପାର୍ଟନରସିପ ବା ମିଳିତ ବ୍ୟବସାୟ କରୁଛନ୍ତି, ତେବେ ଆଜି ଆପଣଙ୍କୁ ବହୁତ ବଡ ଲାଭ ମିଳିପାରେ, ଯାହା ଆଗାମୀ ସମୟରେ ବହୁତ ଫାଇଦା ଆଣିବ। ଅଫିସରେ ନିଜର ଦାୟିତ୍ଵକୁ ଠିକ ଭାବେ ନିଭାଇବେ ଏବଂ ଆପଣଙ୍କ କାର୍ଯ୍ୟ ପାଇଁ ସେଠାରେ ଏକ ଭଲ ଓ ସକାରାତ୍ମକ ମାହୋଲ ରହିବ। କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ଓ ବଡ ନିଷ୍ପତ୍ତି ଆଜି ଆପଣଙ୍କୁ ନେବାକୁ ପଡିପାରେ। ବ୍ୟକ୍ତିଗତ ସୁଖ ଓ ବିଳାସ ବ୍ୟବସନ ମଧ୍ୟରେ ସାମାନ୍ୟ ସନ୍ତୁଳନ ବା ବ୍ୟବଧାନ ରଖନ୍ତୁ। ଆଜି ଆୟ ବୃଦ୍ଧି କରିବାର କିଛି ନୂଆ ସ୍ରୋତ ବା ପନ୍ଥା ମିଳିବ।

କୁମ୍ଭ ରାଶି : ଆଜି ଆପଣଙ୍କୁ ସାମାଜିକ ରୂପରେ ବହୁତ ସମ୍ମାନ ଓ ପ୍ରତିଷ୍ଠା ମିଳିବାର ସମ୍ଭାବନା ରହିଛି। କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ତାହା ବିଷୟରେ ଭଲ ଭାବେ ଚିନ୍ତା ଓ ବିଚାର କରନ୍ତୁ। ଚାକିରି କ୍ଷେତ୍ରରେ ଆପଣଙ୍କର ସ୍ଥାନ ପରିବର୍ତ୍ତନ ବା ବଦଳି ହୋଇପାରେ, ଯାହା ଆପଣଙ୍କ ପାଇଁ ଲାଭଜନକ ଓ ଖୁସିପୂର୍ଣ୍ଣ ରହିବ। ପରିଶ୍ରମ ଅଧିକ ହେବା କାରଣରୁ ଶରୀରରେ ସାମାନ୍ୟ ଥକାପଣ ବା ଦୁର୍ବଳତା ଅନୁଭବ ହୋଇପାରେ। ଆଜି ଆପଣଙ୍କୁ ନିଜର କର୍ମ ସହ ଭାଗ୍ୟ ଉପରେ ମଧ୍ୟ ଭରସା କରିବାକୁ ହେବ। କ୍ୟାରିୟରରେ ବେହତର ପ୍ରସ୍ତାବ ଆପଣଙ୍କୁ ପ୍ରାପ୍ତ ହୋଇପାରେ। ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ନୂଆ ରୋଜଗାର ମିଳିବାର ସମ୍ଭାବନା ଅଛି। ସନ୍ତାନ ଓ ଜୀବନ ସାଥିଙ୍କର ସମ୍ପୂର୍ଣ୍ଣ ସହଯୋଗ ପାଇ ଆଗକୁ ବଢ଼ିବେ।

ମୀନ ରାଶି : ଯଦି ଆପଣ ବ୍ୟପାର ବାଣିଜ୍ୟ ସହ ଜଡ଼ିତ ଅଛନ୍ତି, ତେବେ ବ୍ୟବସାୟିକ କାର୍ଯ୍ୟରେ ଦୂର ଜାଗାକୁ ଯାତ୍ରା କରିବାକୁ ପଡିପାରେ। ଆଜି ଆପଣଙ୍କ ଭିତରେ ଥିବା ପ୍ରତିଭାର ଅଚାନକ ଖୁଲାସା ହେବ ଏବଂ ଲୋକେ ଆପଣଙ୍କୁ ପ୍ରଶଂସା କରିବେ। ସମୟ ସହ ସ୍ଥିତି ଆପଣଙ୍କ ପାଇଁ ଅନୁକୁଳ ରହିବ, ଯାହାଫଳରେ ଆପଣ ସମସ୍ତ ଚିନ୍ତାରୁ ମୁକ୍ତ ହେବେ। ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଭାଇ ମାନଙ୍କ ସହ ସମ୍ପର୍କ ଅତ୍ୟନ୍ତ ଭଲ ଓ ସ୍ନେହପୂର୍ଣ୍ଣ ରହିବ। ବହୁ ଦିନର ପୁରୁଣା ବିବାଦର ସଫଳ ସମାଧାନ ହେବ। ଆଜି ପଇସା ମାମଲାରେ ଆପଣ ଅନ୍ୟମାନଙ୍କ ଠାରୁ ଆଗରେ ରହିବେ, ତଥାପି ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହି।

Type and hit Enter to search

Close