ମେଷ ରାଶି
ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ବଡ଼ ଧରଣର ସୁଧାର ଆସିବ। ବ୍ୟାପାର କ୍ଷେତ୍ରରେ ଆପଣଙ୍କର ସମସ୍ତ ଯୋଜନା ବ୍ୟବସ୍ଥିତ ରହିବ, ଯାହା ଆପଣଙ୍କୁ ଭବିଷ୍ୟତରେ ବଡ଼ ଲାଭ ଦେବ। କୌଣସି ବି କାମକୁ ହେଳା ନକରି ସମୟ ଥାଉ ଥାଉ ପୁରା କରିବାକୁ ଚେଷ୍ଟା କରନ୍ତୁ। ମିତ୍ରମାନଙ୍କର ସହଯୋଗ ଆପଣଙ୍କୁ ମାନସିକ ଶାନ୍ତି ଦେବ। ଆଜି କୌଣସି କାରଣରୁ ଅଚାନକ ଯାତ୍ରା କରିବାର ଯୋଗ ରହିଛି। ପରିବାରର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ। ତେବେ, ସନ୍ତାନମାନଙ୍କର କିଛି ଅମାନିଆ କାର୍ଯ୍ୟ ଯୋଗୁଁ ଆପଣଙ୍କୁ ରାଗ ଲାଗିପାରେ। ନିଜ ଜୀବନ ସାଥୀଙ୍କ ମନ କଥା ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ କଥା କଥାରେ ଝଗଡ଼ା କରିବାରୁ ନିଜକୁ ଦୂରେଇ ରଖନ୍ତୁ। ଆଜି ଖର୍ଚ୍ଚ ସାମାନ୍ୟ ଅଧିକ ହୋଇପାରେ।
ବୃଷ ରାଶି
ବ୍ୟବସାୟିକ କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ନିଜ ସହର ବାହାରକୁ ଯାତ୍ରା କରିବାକୁ ପଡ଼ିପାରେ। ଆଜି ଆପଣଙ୍କର ରଚନାତ୍ମକ ପ୍ରତିଭା ବିକଶିତ ହେବ ଏବଂ ଲୋକଙ୍କ ସାମ୍ନାକୁ ଆସିବ। ସମୟ ଅନୁଯାୟୀ ପରିସ୍ଥିତି ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ, ଯାହାଫଳରେ ଆପଣ ସମସ୍ତ ମାନସିକ ଚିନ୍ତାରୁ ମୁକ୍ତି ପାଇବେ। ଆର୍ଥିକ ଅବସ୍ଥା ମଜବୁତ ହେବା ସହ ସମାଜରେ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ପାଇବ। ଭାଇମାନଙ୍କ ସହ ସମ୍ପର୍କ ଅତ୍ୟନ୍ତ ନିବିଡ଼ ରହିବ। ପୁରୁଣା ଦିନର କୌଣସି ବିବାଦ ଆଜି ସମାଧାନ ହୋଇଯିବ। ପଇସା ମାମଲାରେ ଆପଣ ନିଜର ଚତୁରତା ଦେଖାଇ ଉଚିତ ଲାଭ ପାଇବେ। ପରିବାର, ବିଶେଷ କରି ସନ୍ତାନ ଓ ଜୀବନ ସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ମିଥୁନ ରାଶି
ଆଜି ଆପଣଙ୍କୁ ନିଜର ସାମାଜିକ ପ୍ରତିଷ୍ଠା ପ୍ରତି ବିଶେଷ ସଜାଗ ରହିବାକୁ ପଡ଼ିବ, ଯେପରି କୌଣସି କାରଣରୁ ମାନହାନି ନହୁଏ। କୌଣସି ବି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେଥିରେ ଥିବା ଭଲ ଏବଂ ମନ୍ଦ ଦିଗକୁ ବିଚାର କରି ନିଷ୍ପତ୍ତି ନିଅନ୍ତୁ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଜି ଉନ୍ନତିର ସୁଯୋଗ ରହିଛି। ଅଧିକ ପରିଶ୍ରମ ଯୋଗୁଁ ଶରୀରରେ ଥକାପଣ ଅନୁଭବ ହୋଇପାରେ। ଭାଗ୍ୟ ଅପେକ୍ଷା କର୍ମ ଉପରେ ଅଧିକ ବିଶ୍ୱାସ ରଖନ୍ତୁ। ଆଜି କିଛି ଲାଭଦାୟକ ପ୍ରସ୍ତାବ ଆପଣଙ୍କୁ ମିଳିପାରେ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବା ଦ୍ୱାରା ମନ ପ୍ରଫୁଲ୍ଲ ରହିବ। ଜୀବନରେ କିଛି ନୂଆ କରିବାର ଉତ୍ସାହ ଆପଣଙ୍କ ମନରେ ଜାଗ୍ରତ ହେବ।
କର୍କଟ ରାଶି
ଆଜି ଆପଣ ଶାନ୍ତି ଏବଂ ସମନ୍ଵୟ ରକ୍ଷା କରି ନିଜର ସମସ୍ତ କାର୍ଯ୍ୟ ପୂର୍ଣ୍ଣ କରିବେ। ବୈବାହିକ ଜୀବନରେ ମଧୁରତା ରହିବ ଏବଂ ଦିନଟି ଖୁସିରେ କଟିବ। ଯୌଥ ବ୍ୟବସାୟ କରୁଥିଲେ, ଭବିଷ୍ୟତ ଯୋଜନା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ, ଯାହା ଆଗକୁ ବହୁତ ଫାଇଦା ଦେବ। ଅଫିସରେ ନିଜର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଫାଇଲ୍ ପ୍ରତି ସାବଧାନ ରୁହନ୍ତୁ, ଅସାବଧାନତା ଯୋଗୁଁ କିଛି ହଜିଯାଇପାରେ। ଅଫିସର ପରିବେଶ ଭଲ ରହିବ, ଯାହା ଆପଣଙ୍କୁ କାର୍ଯ୍ୟ କରିବାକୁ ପ୍ରେରଣା ଦେବ। ତଥାପି ବ୍ୟକ୍ତିଗତ ସୁଖରେ କିଛି ବ୍ୟବଧାନ ଆସିପାରେ।
ସିଂହ ରାଶି
ଆର୍ଥିକ କାରବାର ସହ ଜଡ଼ିତ ମାମଲାରେ ଆଜି ଆପଣ କୌଣସି ପ୍ରକାରର ଅବହେଳା କରନ୍ତୁ ନାହିଁ। ଘରେ କୌଣସି ଧାର୍ମିକ ବା ଶୁଭ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। ସନ୍ତାନମାନଙ୍କର କ୍ୟାରିୟରକୁ ନେଇ ଆଜି ଆପଣଙ୍କ ମନ ସାମାନ୍ୟ ଚିନ୍ତିତ ରହିପାରେ। ମିତ୍ରମାନଙ୍କ ସହ ବାହାରକୁ ଭ୍ରମଣରେ ଯାଇପାରନ୍ତି। ନିଜ ଘରର ସୁରକ୍ଷା ଓ ଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ବାରମ୍ବାର ହେଉଥିବା ସମସ୍ୟାକୁ ଏଡ଼ାଇ ନଯାଇ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଶିକ୍ଷା କ୍ଷେତ୍ରରେ ଚାଲିଥିବା ପ୍ରୟାସରେ ଆପଣ ନିଶ୍ଚିତ ଭାବେ ଫଳପ୍ରଦ ହେବେ। ପାରିବାରିକ ସମସ୍ତ ଦାୟିତ୍ୱକୁ ଆଜି ଆପଣ ସୂଚାରୁରୂପେ ନିର୍ବାହ କରିବେ।
କନ୍ୟା ରାଶି
ବିଦ୍ୟାର୍ଥୀମାନେ ନିଜର ବୁଦ୍ଧି ଓ ଏକାଗ୍ରତା ପ୍ରୟୋଗ କରି ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା ପାଇବେ। ଆଜି ଆପଣଙ୍କ ମନ ଅଫିସର ବ୍ୟସ୍ତତା ଭିତରୁ ବାହାରି ପ୍ରକୃତିର ଆନନ୍ଦ ନେବାକୁ ଚାହିଁବ। ଆର୍ଥିକ ଦୃଷ୍ଟିକୋଣରୁ ପୁରୁଣା ଏବଂ ବହୁମୂଲ୍ୟ ଜିନିଷରୁ ଅଧିକ ଲାଭ ମିଳିବାର ଯୋଗ ରହିଛି। ଅଧୁରା ରହିଥିବା କାମଗୁଡ଼ିକୁ ପୁରା କରିବା ପାଇଁ ଆଜି ଦିନଟି ଶ୍ରେଷ୍ଠ ଅଟେ। ସେୟାର ବଜାରରେ ନିବେଶ କରିବା ପୂର୍ବରୁ ଭଲ ଭାବେ ବୁଝି ବିଚାରୀ ନିଅନ୍ତୁ। କୌଣସି ବିଶେଷ ବ୍ୟକ୍ତିଙ୍କ ସହ ଆଜି ଭେଟ ହୋଇପାରେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ ଏବଂ ଲୋକେ ଆପଣଙ୍କ ପରାମର୍ଶ ଲୋଡ଼ିବେ।
ତୁଳା ରାଶି
ଆଜି ଆପଣ ନିଜର ଦୈନିକ କାର୍ଯ୍ୟରେ ପରିବର୍ତ୍ତନ ଆଣିବା ପାଇଁ କୌଣସି ଯାତ୍ରା କରିବାର ଯୋଜନା କରିବେ। ନିଜର କାମ କାର୍ଯ୍ୟକୁ ଅତି ସାବଧାନତାର ସହ ସମ୍ପାଦନ କରନ୍ତୁ। ଅନ୍ୟକୁ ସାହାଯ୍ୟ କରିବାର ମନୋବୃତ୍ତି ଆପଣଙ୍କୁ ସମ୍ମାନ ଦେବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ, ବେଶୀ ଲାଭ ନହେଲେ ମଧ୍ୟ କ୍ଷତି ହେବ ନାହିଁ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ଓ ମଧୁର ରହିବ। ଯେଉଁମାନେ ଚାକିରି ଖୋଜୁଛନ୍ତି କିମ୍ବା ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନେ ନିଜ ପ୍ରୟାସରେ ଆଜି ସଫଳ ହେବେ। କେହି ସାହାଯ୍ୟ ପାଇଁ ଆସିଲେ ତାଙ୍କ ପ୍ରତି ଦୟାବାନ ହୁଅନ୍ତୁ।
ବିଛା ରାଶି
ଆଜି ଆପଣଙ୍କ ଜୀବନରେ ଚତୁର୍ଦ୍ଦିଗରୁ ଖୁସି ଆସିବ। ଭବିଷ୍ୟତ ପାଇଁ କରିଥିବା ଯୋଜନାଗୁଡ଼ିକୁ ଆଉ ଥରେ ପୁନଃବିଚାର କରନ୍ତୁ। ନିଜର ଲକ୍ଷ୍ୟ ପଥରେ ଆଗେଇବା ପାଇଁ ଆପଣଙ୍କୁ ବାହାରୁ ଆବଶ୍ୟକୀୟ ସାହାଯ୍ୟ ମିଳିପାରେ। ଜୀବନରେ ନିଜର ପରିବାର, ବନ୍ଧୁ ଏବଂ ଜୀବନ ସାଥୀଙ୍କର ଗୁରୁତ୍ୱ କେତେ, ତାହା ଆଜି ଆପଣ ମର୍ମେ ମର୍ମେ ଅନୁଭବ କରିବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ଅଚାନକ ଭେଟ ହୋଇପାରେ, ଯାହା ଆପଣଙ୍କ ପାଇଁ ଶୁଭ ଫଳଦାୟକ ହେବ। କୌଣସି ନକାରାତ୍ମକ ସ୍ଥିତି ଆସିଲେ ତାକୁ ଧୈର୍ଯ୍ୟର ସହ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ।
ଧନୁ ରାଶି
ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ ଏବଂ ମନରେ ପ୍ରଫୁଲ୍ଲତା ରହିବ। ତଥାପି କୌଣସି ଭୁଲ ବୁଝାମଣା ଯୋଗୁଁ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ, ତେଣୁ ସତର୍କ ରୁହନ୍ତୁ। ବ୍ୟବସାୟରେ ଆଶାଠାରୁ ଅଧିକ ଉନ୍ନତି ହେବା ସହ ଧନ ପ୍ରାପ୍ତିର ଯୋଗ ରହିଛି। ହଜାଇଥିବା ଆତ୍ମବିଶ୍ୱାସ ଆଜି ଫେରି ପାଇବେ। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଶତ୍ରୁମାନେ ଆପଣଙ୍କ ପରାକ୍ରମ ସାମ୍ନାରେ ପରାସ୍ତ ହେବେ। ମନରୁ ନକାରାତ୍ମକ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଭାବେ ଦୂର କରନ୍ତୁ। କର୍ମଚାରୀମାନଙ୍କ ଦ୍ୱାରା କିଛି କ୍ଷତି ହେବାର ସମ୍ଭାବନା ଥିବାରୁ ନଜର ରଖନ୍ତୁ। ମନୋରଞ୍ଜନରେ ଅଯଥା ଅଧିକ ଧନ ଖର୍ଚ୍ଚ କରନ୍ତୁ ନାହିଁ।
ମକର ରାଶି
ଆଜି ଆପଣ ସାଙ୍ଗସାଥୀଙ୍କ ସହ କୌଣସି ପିକନିକ ବା ପର୍ଯ୍ୟଟନ ସ୍ଥଳୀକୁ ବୁଲିବା ପାଇଁ ଯୋଜନା କରିବେ। ମନକୁ ଶାନ୍ତ ରଖନ୍ତୁ ଏବଂ ଖରାପ ଚିନ୍ତାଧାରାରୁ ମୁକ୍ତ ରୁହନ୍ତୁ। ଆପଣଙ୍କ ଆଖପାଖର ବାତାବରଣ ସୁଖଦ ଓ ଶାନ୍ତିପୂର୍ଣ୍ଣ ରହିବ। ପରିବାରରେ ସମସ୍ତେ ମିଳିମିଶି ଖୁସିରେ ସମୟ କାଟିବେ। ବ୍ୟବସାୟରେ ଅନେକ ଦିନରୁ ଚାଲିଥିବା ଅର୍ଥ ନେଣଦେଣ ସମସ୍ୟା ଆଜି ଦୂର ହୋଇଯିବ। ପାରିବାରିକ ସ୍ତରରେ କୌଣସି ମାଙ୍ଗଳିକ ବା ଧାର୍ମିକ କାର୍ଯ୍ୟ ହୋଇପାରେ। ଘର କାମର ବ୍ୟସ୍ତତା ଯୋଗୁଁ ସାମାନ୍ୟ କ୍ଲାନ୍ତ ଅନୁଭବ କରିବେ। ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କରିବାର ସମୟ ଆସିଛି।
କୁମ୍ଭ ରାଶି
ଆଜି ଆପଣଙ୍କର ଆୟ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିବ। ନୂତନ ସମ୍ପର୍କ ଗଢ଼ିବା ସହ ପଦ ଓ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ। ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ଫଳରେ ଆଶାଜନକ ଖବର ମିଳିବାର ସମ୍ଭାବନା ରହିଛି। ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ଏବଂ ବିବାହରେ ଥିବା ବାଧା ଦୂର ହେବ। ମାନସିକ ଶାନ୍ତି ପାଇଁ ଆଜି ନିଜ ମସ୍ତକରେ ଚନ୍ଦନ ତିଳକ ଲଗାନ୍ତୁ, ଦିନଟି ଅତି ଶୁଭରେ କଟିବ। କାହା ଉପରେ ବି ଅନ୍ଧଭାବେ ବିଶ୍ୱାସ କରନ୍ତୁ ନାହିଁ, ନଚେତ୍ ଧୋକା ପାଇପାରନ୍ତି। ପିତାଙ୍କ ସହ କୌଣସି କଥାକୁ ନେଇ ସାମାନ୍ୟ ଯୁକ୍ତିତର୍କ ହୋଇପାରେ। ଆପଣ ଯେଉଁ କାମ ଭାବିଛନ୍ତି, ତାହା ସମୟାନୁସାରେ ସଫଳ ହେବ।
ମୀନ ରାଶି
ଆଜି କୌଣସି ମହିଳାଙ୍କ ସହ ବିତର୍କ କିମ୍ବା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ, ନଚେତ୍ ଆପଣଙ୍କ ସମ୍ମାନରେ ଆଞ୍ଚ ଆସିପାରେ। ଜୀବନ ସାଥୀଙ୍କଠାରୁ ଆଜି ପ୍ରତ୍ୟେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ସନ୍ତାନଙ୍କ ସଫଳତାକୁ ନେଇ ଖୁସି ଖବର ପାଇବେ। ବନ୍ଧୁମାନଙ୍କ ସହ ଯାତ୍ରା କରିବାର ସୁଯୋଗ ମିଳିପାରେ। ଭାଇ ଓ ଭଉଣୀଙ୍କ ସାହାଯ୍ୟ ଯୋଗୁଁ ଆପଣଙ୍କର ଭାଗ୍ୟରେ ସୁଫଳ ମିଳିବ। ଅପ୍ରତ୍ୟାଶିତ ଭାବେ କିଛି ଧନ ଲାଭ ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ଯୋଗୁଁ ଅଟକି ରହିଥିବା ସମସ୍ତ କାମ ସହଜରେ ଶେଷ ହେବ।

Social Footer