ମେଷ:- ଆଜିର ଦିନ ଆପଣଙ୍କ ପାଇଁ ବହୁତ ଖାସ ରହିବାର ଅଛି । ଆପଣଙ୍କ ଦ୍ଵାରା ଦୀର୍ଘ ଦିନରୁ ଚିନ୍ତା କରିଥିବା ସମସ୍ତ କାର୍ଯ୍ୟ ଆଜି ସଫଳତାର ସହ ପୁରା ହୋଇଯିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଆଜି ସହକର୍ମୀ ଓ ବନ୍ଧୁମାନଙ୍କ ଠାରୁ ବହୁତ ସାହାର୍ଯ୍ୟ ମିଳିବ । ମାତା ପିତାଙ୍କ ପରାମର୍ଶ ନେଇ ସେମାନଙ୍କ ସହ ମିଶି କାର୍ଯ୍ୟ କରିବା ଫଳପ୍ରଦ ହେବ । ଯେଉଁ ଲୋକମାନେ ବିଜନେସ ବା ବ୍ୟବସାୟିକ କାର୍ଯ୍ୟରେ ଯାତ୍ରା କରୁଛନ୍ତି, ତାଙ୍କୁ ଆଜି ପ୍ରଚୁର ଲାଭ ମିଳିବ । ଆଜି ଆପଣ କୌଣସି ନୂଆ ଗାଡି କ୍ରୟ କରିବାର ଶୁଭ ଯୋଗ ରହିଛି । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଜୀବନସାଥିଙ୍କ ଉପଦେଶ ନେଇ ପାରନ୍ତି ।
ବୃଷ:- ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବାର ଅଛି । ଆଜି ଆପଣ ପୁରା ଦିନ ନିଜର ପରିବାର ସହିତ ହସଖୁସିରେ ସମୟ ବ୍ୟତୀତ କରିବେ । କାମ ପାଇଁ ଘର ଠାରୁ କିଛି ସମୟ ଦୂରରେ ରହି ପାରନ୍ତି । ପରିବାରରେ ସୁଖ ଓ ଶାନ୍ତିର ପରିବେଶ ବଜାୟ ରହିବ । ଯେଉଁମାନେ ଶିକ୍ଷା ବା ଶିକ୍ଷକତା ପେଶାରେ ଅଛନ୍ତି, ତାଙ୍କୁ କିଛି ଉନ୍ନତିମୂଳକ ଭଲ ସୁଯୋଗ ମିଳିପାରେ । ବ୍ୟବସାୟ କରୁଥିବା ଲୋକମାନଙ୍କୁ ଆଜି କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାର୍ଯ୍ୟ ମିଳିପାରେ, ଯାହାଦ୍ୱାରା ବ୍ୟବସାୟ ବୃଦ୍ଧି ପାଇବ । ନିଜର ପୁରୁଣା ନିବେଶରୁ ଆପଣଙ୍କୁ ଭଲ ରିଟର୍ନ ମିଳିବାର ସମ୍ଭାବନା ଅଛି ଓ ଏହି ସମୟରେ ଆପଣଙ୍କୁ ନିଜର ରୁଣ ବୋଝ ଠାରୁ ମଧ୍ୟ ମୁକ୍ତି ମିଳିବ ।
ମିଥୁନ:- ଆଜିର ଦିନ ଆପଣଙ୍କ ପାଇଁ ଠିକ ଠାକ ରହିବ । ତେବେ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧିତ ମାମଲା ଯୋଗୁଁ ଆଜି ଟଙ୍କା ଖର୍ଚ ହୋଇପାରେ, ତେଣୁ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଆଜି କୌଣସି ଜିନିଷକୁ ନେଇ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଜାରି ରଖନ୍ତୁ, ଏହାଦ୍ଵାରା ଆପଣଙ୍କୁ ଆଗକୁ ପ୍ରଶଂସା ଓ ସଫଳତା ମିଳିବ । ନିଜର ରାଗ ବା କ୍ରୋଧ ଉପରେ ପୁରା କାବୁ ରଖନ୍ତୁ, ନଚେତ ବହୁ କଷ୍ଟରେ ବଣିଥିବା କାମ ଖରାପ ହୋଇପାରେ । ଅସୁବିଧା ସମୟରେ ଆପଣଙ୍କୁ ମିତ୍ର ଓ ସମ୍ପର୍କୀୟଙ୍କ ପୂର୍ଣ୍ଣ ସମର୍ଥନ ମିଳିବ ।
କର୍କଟ:- ଆଜିର ଦିନ ଆପଣଙ୍କ ପାଇଁ ବିଶେଷ କିଛି ଖାସ ରହିନପାରେ । ଆପଣ ପୁରା ଦିନ କାର୍ଯ୍ୟବ୍ୟସ୍ତ ରହିବେ । କୌଣସି ଦୀର୍ଘ ଦିନର ଅଟକି ରହିଥିବା ଜରୁରୀ କାର୍ଯ୍ୟ ଆଜି ପୁରା ହୋଇଯିବ । ଟଙ୍କା ନିବେଶ କରିବା ପାଇଁ ଆଜିର ଦିନ ଅନୁକୂଳ ନୁହେଁ, ତେଣୁ ସାବଧାନ ରୁହନ୍ତୁ । ଅପ୍ରତ୍ୟାଶିତ ଭାବେ ଟଙ୍କା ଖର୍ଚ ହେବା ଯୋଗୁଁ ଶେଷରେ ଆପଣ ଅଧିକ ଚିନ୍ତିତ ରହିପାରନ୍ତି । ଘରୋଇ ସାମଗ୍ରୀ କିଣିବା ବେଳେ ବଜେଟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ଆସନ୍ତା ଦିନରେ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିପାରେ । ଆଜି ଆପଣ କୌଣସି ନୂତନ କାମ ଆରମ୍ଭ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତି କରିବେ ।
ସିଂହ:- ଆଜିର ଦିନ ଆପଣଙ୍କ ପାଇଁ ସାଧାରଣ ରହିବ । କିଛି କାର୍ଯ୍ୟରେ ବିଫଳତା ଯୋଗୁଁ ଆଜି ଆତ୍ମବିଶ୍ଵାସ କମ ହୋଇପାରେ, କିନ୍ତୁ ମନବଳ ଭାଙ୍ଗନ୍ତୁ ନାହିଁ । ପୁରା ମନ ଲଗାଇ କାମ କଲେ ସଫଳତା ନିଶ୍ଚୟ ମିଳିବ । ନିଜର ଚିନ୍ତା କରିବାର ଶକ୍ତିକୁ ସକାରାତ୍ମକ କରନ୍ତୁ । ବ୍ୟବସାୟିକ କାରବାରରେ ଅତ୍ୟଧିକ ସାବଧାନ ହୋଇ ରୁହନ୍ତୁ । ଆପଣଙ୍କ ଅହଂକାର ଭାବ ବା ଗର୍ବ ଆଜି ଆପଣଙ୍କୁ କୌଣସି ବଡ଼ ବିପଦରେ ପକାଇ ପାରେ, ତେଣୁ ନମ୍ର ରୁହନ୍ତୁ । ପରିବାର କଥା ଚିନ୍ତା କରି ଆଜି ବ୍ୟସ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥିଙ୍କୁ କୌଣସି ନୂଆ ଚାକିରି ବା ପଦୋନ୍ନତି ମିଳିବାର ଖୁସି ଖବର ମିଳିପାରେ ।
କନ୍ୟା:- ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ବ୍ୟବସାୟରେ ନୂତନ ଭାବେ ଟଙ୍କା ନିବେଶ କରିବାର ସୁନ୍ଦର ବିଚାର ଆଜି ଆପଣଙ୍କ ମନକୁ ଆସିପାରେ । ଆପଣ ନିଜର ଦୈନିକ ଜୀବନଶୈଳୀରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ । ସାମାଜିକ କ୍ଷେତ୍ରରେ ଯେଉଁଠି ଦରକାର ସେଠି ବୁଝାମଣା କରି ଚଳନ୍ତୁ । ଆଜି ଆପଣଙ୍କ ଭିତରେ କାମ କରିବାର ଜିଦ୍ ଓ ସଫଲତା ପାଇବାର ଇଚ୍ଛା ବୃଦ୍ଧି ପାଇବ । ସମସ୍ତଙ୍କ ସହ ବିଶ୍ଵାସ ଓ ବିନମ୍ର ଭାବ ରଖିବାକୁ ଚେଷ୍ଟା କରନ୍ତୁ । ମାନସିକ ରୂପରେ ସାମାନ୍ୟ ଚିନ୍ତିତ ରହିଲେ ମଧ୍ୟ କାର୍ଯ୍ୟରେ ଏକାଗ୍ରତା ବଜାୟ ରହିବ ।
ତୁଳା:- ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ଫଳଦାୟୀ ରହିବ । କାମକୁ ନେଇ ବିଭିନ୍ନ ପ୍ରକାରର ଅଯଥା ଚିନ୍ତା ମନକୁ ଆନ୍ଦୋଳିତ କରିବ । ଆଜି ଅଫିସରେ ସହକର୍ମୀଙ୍କ ସହ କୌଣସି ପ୍ରକାରର ଯୁକ୍ତିତର୍କ ବା ବିବାଦ ହୋଇପାରେ, ନିଜକୁ ଶାନ୍ତ ରଖନ୍ତୁ । କିଛି ଲୋକ ଆଜି ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି । ବ୍ୟବସାୟୀମାନେ ନିଜର କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ କରିବେ ଏବଂ ଏଥିରୁ ସଫଳତା ବି ଲାଭ କରିବେ । ପ୍ରଭୁ ଗଣେଶଙ୍କ କୃପାରେ ଆପଣଙ୍କୁ ଶେଷରେ ଭଲ ପରିଣାମ ମିଳିବ । ଆଜି ମନରେ ଅନାବଶ୍ୟକ ଭୟ ରହିବ ଏବଂ ନିଦ କମ ହେବା ଯୋଗୁଁ କ୍ଲାନ୍ତି ଅନୁଭବ କରିବେ ।
ବିଚ୍ଛା:- ଆଜିର ଦିନ ବହୁତ ଉତ୍ସାହ ପୂର୍ଣ୍ଣ ରହିବ । ପରିବାରର କୌଣସି ଜଣେ ଖାସ ବ୍ୟକ୍ତିଙ୍କ ବିଷୟରେ ଆଜି ଆପଣଙ୍କୁ କିଛି ନୂଆ ଓ ରୋଚକପୂର୍ଣ୍ଣ ତଥ୍ୟ ଜାଣିବାକୁ ମିଳିବ । ଆଜି ଆପଣଙ୍କ ହାତକୁ ନେଇଥିବା ସମସ୍ତ କାର୍ଯ୍ୟ ଅତି ସହଜରେ ସମ୍ପନ୍ନ ହୋଇଯିବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଆପଣଙ୍କ ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରହିବ, ଯଦିଓ ଆୟ ଭଲ ହେବ ତା ସହିତ ଅପ୍ରତ୍ୟାଶିତ ଖର୍ଚ୍ଚ ବି ବଢିପାରେ । ନିଜର ପ୍ରେମ ସମ୍ପର୍କ ବା ପାର୍ଟନର ସହ ସାମାନ୍ୟ ଭୁଲ ବୁଝାମଣା ହେବାର ଆଶଙ୍କା ଅଛି, ତେଣୁ କଥାବାର୍ତ୍ତା ସମୟରେ ଧୈର୍ଯ୍ୟ ରଖନ୍ତୁ ।
ଧନୁ:- ସାମାଜିକ ସ୍ତରରେ ଆଜି ଆପଣଙ୍କୁ ବହୁତ ମାନ ସମ୍ମାନ ମିଳିବ । ଛୋଟ ଛୋଟ ନକାରାତ୍ମକ କଥା ଉପରେ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ । କୌଣସି ବି ଅନାବଶ୍ୟକ ବିବାଦ ବା ଯୁକ୍ତିତର୍କରେ ପଡନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଯଦିଓ ଧନ ବ୍ୟୟ ହେବ, କିନ୍ତୁ ଆୟର ନୂଆ ଉତ୍ସ ମଧ୍ୟ ସୃଷ୍ଟି ହେବ । ଯେଉଁ ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ କିଛି ମନୋମାଳିନ୍ୟ ଥିଲା, ସେମାନେ ଆଜି ପ୍ରେମର ସହ ସମୟ କଟାଇବେ । କ୍ୟାରିୟରରେ ଭଲ ଲାଭ ମିଳିବ ଓ ସମ୍ପତ୍ତି କ୍ରୟ କରିବା ପାଇଁ ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ ।
ମକର:- ଆଜି କୌଣସି ସ୍ଥାନରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ଉପଦେଶ ନେବା ଉଚିତ ହେବ । ବ୍ୟକ୍ତିଗତ ଓ ପ୍ରୋଫେଶନଲ ଲାଇଫ ପାଇଁ ଏହି ସମୟ ସକାରାତ୍ମକ ପ୍ରମାଣିତ ହେବ । ବ୍ୟବସାୟରେ ଆପଣଙ୍କୁ ଆଶାତୀତ ଲାଭ ମିଳିପାରେ । ନିଜକୁ ସୁସ୍ଥ ରଖିବା ପାଇଁ ଭଲ ଭୋଜନ ଓ ନିୟମିତ ଶାରୀରିକ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ ।ସ୍ୱାସ୍ଥ୍ୟ ସମ୍ବନ୍ଧିତ ଛୋଟ ସମସ୍ୟା ଦେଖାଦେଇ ପାରେ, ତେଣୁ ସତର୍କ ରୁହନ୍ତୁ । କାର୍ଯ୍ୟକ୍ଷେତ୍ରରେ କିଛି ନୂତନ ଶୈଳୀ ପ୍ରୟୋଗ କରିବା ଦ୍ଵାରା ଲାଭ ମିଳିବ । ପରିବାରର କିଛି ସଦସ୍ୟଙ୍କ ସହିତ ସାମାନ୍ୟ ମତଭେଦ ହୋଇପାରେ, ଯାହାକୁ ଆପଣ ବୁଦ୍ଧିମତା ସହ ସମାଧାନ କରିବେ ।
କୁମ୍ଭ:- ଆଜି ସାମାନ୍ୟ ମାନସିକ ଚିନ୍ତା ବଢିପାରେ ଏବଂ ତ୍ୱଚା ରୋଗ ବା ଏଲର୍ଜୀ ଜନିତ ସମସ୍ୟା ଦେଖାଦେଇପାରେ, ଯାହାକୁ ଆପଣ ଘରୋଇ ଉପଚାର ଦ୍ଵାରା ସମାଧାନ କରିପାରିବେ । ଆପଣ ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରି ପାରନ୍ତି । ବ୍ୟବସାୟକୁ ନେଇ ଆଜି ଖର୍ଚ୍ଚ ଅଧିକ ହେବ ଓ ମନ ସାମାନ୍ୟ ବ୍ୟସ୍ତ ରହିବ । ସବୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ । ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ, କିନ୍ତୁ ଆଜି ଗାଡି ଚଳାଇବା ସମୟରେ ଅତ୍ୟଧିକ ସାବଧାନ ରହିବା ଆବଶ୍ୟକ ।
ମୀନ:- ଆଜି ଆପଣଙ୍କ କାର୍ଯ୍ୟରେ ଉଚ୍ଚ ଅଧିକାରୀମାନଙ୍କର ପୂର୍ଣ୍ଣ ସହଯୋଗ ଓ ପ୍ରଶଂସା ମିଳିବ । ବ୍ୟବସାୟରେ ଉନ୍ନତି ହେବ ଏବଂ ଶିକ୍ଷା କ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବ । ପାର୍ଟନରଶୀପରେ କରୁଥିବା ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ବ୍ୟବସାୟିକ ବିକାଶ ଘଟିବ । ଆଜି ଆପଣ କରିଥିବା ପରିଶ୍ରମର ଉତ୍କୃଷ୍ଟ ପରିଣାମ ଦେଖିବାକୁ ପାଇବେ । ସକାଳୁ ଉଠି ଘରର ବଡମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ଦ୍ୱାରା ଆଜି ଦିନର ସମସ୍ତ କାର୍ଯ୍ୟ ସଫଳ ହେବ ।

Social Footer