ବୃଷ ରାଶି : ସନ୍ତାନ ପକ୍ଷଙ୍କ ଠାରୁ ଆଜି ଆପଣଙ୍କୁ କୌଣସି ଶୁଭ ଖବର ମିଳିପାରେ। ଆଜି ସବୁ କାମ ଆପଣଙ୍କ ମନ ମୁତାବକ ଶେଷ ହେବ। ବିଦ୍ୟାର୍ଥୀମାନେ ନିଜର ପାଠପଢ଼ା ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବା ଆବଶ୍ୟକ। ପରିବାରରେ ଚାଲିଥିବା ପୁରୁଣା ବିବାଦ ଆଜି ଦୂର ହେବ। କସମେଟିକ କାରୋବାର କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଖୁବ୍ ଭଲ। ପ୍ରେମ ଜୀବନରେ ସଫଳତା ମିଳିବ ଏବଂ କାହାକୁ ପ୍ରପୋଜ କରିବା ପାଇଁ ଆଜି ଉତ୍ତମ ଦିନ।
ମିଥୁନ ରାଶି : ଆଜି ଆପଣଙ୍କୁ କିଛି ଆଇନଗତ ସମସ୍ୟାର ସମ୍ନା କରିବାକୁ ପଡ଼ିପାରେ, ତଥାପି ଲାଭର ଅବସର ମଧ୍ୟ ମିଳିବ। ଚାକିରି କ୍ଷେତ୍ରରେ ବସଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟାପାର କରୁଥିଲେ ଲମ୍ବା ଯାତ୍ରା କରିବାରୁ ବିରତ ରୁହନ୍ତୁ। ଅଚାନକ ଧନ ପ୍ରାପ୍ତି ଯୋଗୁଁ ଆପଣ ଖୁସି ହେବେ। କାହା ସହ ଅଯଥା ଝଗଡ଼ା କରନ୍ତୁ ନାହିଁ। ସାମାଜିକ ପ୍ରତିଷ୍ଠା ବଢ଼ିବ ଏବଂ ବେରୋଜଗାରଙ୍କୁ ରୋଜଗାରର ନୂଆ ସୁଯୋଗ ମିଳିବ।
କର୍କଟ ରାଶି : କାରୋବାର ପାଇଁ ସ୍ଥିତି ଅନୁକୂଳ ରହିବ ଏବଂ ନିବେଶରୁ ଉତ୍ତମ ଫଳ ପାଇବେ। କାମ ସହିତ ନିଜ ପରିବାର ଲୋକଙ୍କୁ ସମୟ ଦେବାକୁ ଚେଷ୍ଟା କରନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ, କିନ୍ତୁ କରଜ ବା ଉଧାର ନେବାରୁ ଦୂରେଇ ରୁହନ୍ତୁ। ଆଜି ତୀର୍ଥ ଯାତ୍ରା କରିବାର ସୁଯୋଗ ମିଳିପାରେ। ଚାକିରିରେ ପଦୋନ୍ନତି କିମ୍ବା ଉପହାର ମିଳିବାର ଯୋଗ ରହିଛି। ବିଜନେସରେ ନୂଆ କାମ ଆରମ୍ଭ କରିପାରନ୍ତି।
ସିଂହ ରାଶି : ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ନିଜର ବେହତର ପ୍ରତିଭାର ପରିଚୟ ଦେବେ। ଆର୍ଥିକ ସୀମିତତା କାରଣରୁ କୌଣସି ବଡ଼ ନିବେଶ କଲାବେଳେ ସାବଧାନ ରୁହନ୍ତୁ। କୌଣସି ସୁନ୍ଦର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ଏବଂ ସମ୍ପତ୍ତିରୁ ଲାଭ ମିଳିବାର ଯୋଗ ଅଛି। ଅଫିସର ମାହୋଲ ଖୁସି ରହିବ ଏବଂ ଦାମ୍ପତ୍ୟ ଜୀବନର ସବୁ ସମସ୍ୟା ଦୂର ହେବ। ଆର୍ଥିକ ଫାଇଦା ପାଇଁ କିଛି ନୂଆ ସୁଯୋଗ ମିଳିପାରେ।
କନ୍ୟା ରାଶି : ନିଜର ଆତ୍ମବିଶ୍ୱାସର ଫାଇଦା ଉଠାନ୍ତୁ ଏବଂ ନୂଆ ବନ୍ଧୁତା ସ୍ଥାପନ କରନ୍ତୁ। ଘର କାମରେ ସହଯୋଗ କଲେ ମନକୁ ଶାନ୍ତି ମିଳିବ। ସ୍ୱାସ୍ଥ୍ୟବାନ ରହିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ କରନ୍ତୁ ଏବଂ ମାନସିକ ଚାପରୁ ଦୂରେଇ ରୁହନ୍ତୁ। ସରକାରଙ୍କ ତରଫରୁ କୌଣସି ବଡ଼ ଲାଭ ମିଳିପାରେ। ବ୍ୟାପାର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ ଯାହା ଭବିଷ୍ୟତରେ ଫଳପ୍ରଦ ହେବ।
ତୁଳା ରାଶି : ସାମାଜିକ ଓ ଧାର୍ମିକ କାର୍ଯ୍ୟ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ଆଜି ଆପଣଙ୍କୁ ସାମାନ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମାତା-ପିତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଅଟକି ରହିଥିବା କାମ ଜଲଦି ପୂରଣ ହେବ ଏବଂ ଆପଣ ନିଜର ଆୟକୁ ନେଇ ସନ୍ତୁଷ୍ଟ ରହିବେ। ବନ୍ଧୁଙ୍କ ସହ ବୁଲିବାକୁ ଯିବା ପାଇଁ ପ୍ଲାନ୍ କରିବେ। ପ୍ରେମ କ୍ଷେତ୍ରରେ ଦିନଟି ଉତ୍ସାହପୂର୍ଣ୍ଣ ରହିବ ଏବଂ କାହାକୁ ମନ କଥା କହିବା ପାଇଁ ଶୁଭ ଦିନ।
ବିଛା ରାଶି : ଆଜି ଆପଣ ରୋମାଣ୍ଟିକ ମୁଡ୍ରେ ରହିବେ, କିନ୍ତୁ ବାହାର ଲୋକଙ୍କ ହସ୍ତକ୍ଷେପ ଯୋଗୁଁ ବୈବାହିକ ଜୀବନରେ କିଛି ସମସ୍ୟା ଆସିପାରେ। ପୂର୍ବରୁ କରିଥିବା କାମର ଭଲ ପରିଣାମ ମିଳିବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ପରେ ଉଧାର ନେବାକୁ ପଡ଼ିପାରେ। ସମାଜରେ ମାନ-ସମ୍ମାନ ବଢ଼ିବ ଏବଂ କଠିନ ପରିଶ୍ରମ କରି ବଡ଼ ସଫଳତା ପାଇବେ।
ଧନୁ ରାଶି : ଆଜି ଆପଣଙ୍କର କୌଣସି ବଡ଼ କାମ ସଠିକ ସମୟରେ ପୂରଣ ହେବ। କାର୍ଯ୍ୟ କ୍ଷେତ୍ରରେ ସନ୍ତାନଙ୍କ ସହଯୋଗ ମିଳିବ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ ଯାହା ଭବିଷ୍ୟତରେ ଲାଭଦାୟକ ହେବ। ବାହନ ସୁଖ ମିଳିବାର ସମ୍ଭାବନା ଅଛି। ଭାଗ୍ୟ ଉପରେ ଅଧିକ ନିର୍ଭର ନକରି କର୍ମ ଉପରେ ଧ୍ୟାନ ଦିଅନ୍ତୁ। ସାମାଜିକ ପ୍ରତିଷ୍ଠା ତୀବ୍ର ଗତିରେ ବୃଦ୍ଧି ପାଇବ।
ମକର ରାଶି : କାହା କଥାରେ ପଡ଼ି ନିଜର ସମ୍ପର୍କ ଖରାପ କରନ୍ତୁ ନାହିଁ। ସମାଜରେ ସମ୍ମାନ ବଢ଼ିବ ଏବଂ ଉଚ୍ଚ ପଦାଧିକାରୀଙ୍କ ଶୁଭଦୃଷ୍ଟି ଆପଣଙ୍କ ଉପରେ ରହିବ। ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି। କୌଣସି ଜଟିଳ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ। କାହାକୁ କଥା ଦେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।
କୁମ୍ଭ ରାଶି : ଆଜି ଆପଣଙ୍କର ଶତ୍ରୁମାନେ ପରାସ୍ତ ହେବେ ଏବଂ ମାନସିକ ଚିନ୍ତା ଦୂର ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବାକୁ ଚାହୁଁଥିଲେ ସାଥୀଙ୍କ ପରାମର୍ଶ ନିଅନ୍ତୁ। ବ୍ୟବସାୟରେ ବୃଦ୍ଧି ହେବ ଏବଂ ମାନ-ସମ୍ମାନ ବଢ଼ିବ। ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ (Technical) କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ରହିବ।
ମୀନ ରାଶି : ବ୍ୟବସାୟ କ୍ଷେତ୍ରରେ ଆଶାଜନକ ଲାଭ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ଧୀରେ ଧୀରେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ। ବିଦେଶ ସହ ଜଡ଼ିତ ବ୍ୟାପାରରେ ଭଲ ଲାଭ ମିଳିବାର ଯୋଗ ଅଛି। ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହେବ। ସନ୍ତାନଙ୍କ ଭବିଷ୍ୟତ ପାଇଁ ଟଙ୍କା ନିବେଶ କରିପାରନ୍ତି। ତରବର ହୋଇ କୌଣସି କାମ କରନ୍ତୁ ନାହିଁ।

Social Footer