Breaking News

ଆଜିର ରାଶିଫଳ, ୨୭ ଜାନୁଆରୀ ୨୦୨୬ ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି


ମେଷ ରାଶି

ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ, ଯାହା ଆପଣଙ୍କୁ କାର୍ଯ୍ୟକ୍ଷମ ରଖିବ। ବହୁତ ଦିନରୁ ଯେଉଁ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଆପଣ ଚିନ୍ତା କରୁଥିଲେ, ତାହା ଆଜି ଅଳ୍ପ ପ୍ରୟାସରେ ସଫଳତାର ସହ ପୂର୍ଣ୍ଣ ହୋଇଯିବ। ବନ୍ଧୁ ମିତ୍ରଙ୍କ ଆର୍ଥିକ ସହାୟତା ପାଇ ଆପଣ ନିଜର ଭବିଷ୍ୟତ ପାଇଁ ନୂତନ ପନ୍ଥା ଅନୁସରଣ କରିବେ। ସମାଜରେ ଆପଣଙ୍କର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଆଜି ଆପଣଙ୍କ ଦ୍ଵାରା ନିଆଯାଇଥିବା ସମସ୍ତ ନିର୍ଣ୍ଣୟ ଓ ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ରାଜନୀତି କ୍ଷେତ୍ରରେ ପରିଶ୍ରମ ଓ ମେହନତର ଉଚିତ ପରିଣାମ ମିଳିବ ଏବଂ ସରକାରୀ କାମରେ ମଧ୍ୟ ସଫଳତା ପାଇବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବା ସହ ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ।

ବୃଷ ରାଶି

ଆଜି ଶତୃମାନେ ଆପଣଙ୍କଠାରୁ ଦୂରେଇ ଯିବେ ଏବଂ ଘର ପରିବାରରେ ବାତାବରଣ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ରହିବ। ସରକାରୀ କ୍ଷେତ୍ରରେ ଆଶାଜନକ ସଫଳତା ମିଳିବା ଫଳରେ ଆପଣ ପରମ ମାନସିକ ଶାନ୍ତି ପାଇବେ। ତଥାପି, ନିଜ ସ୍ଵାସ୍ଥ୍ୟର ସାମାନ୍ୟ ଅବନତି ନେଇ ଆପଣ କିଛିଟା ଚିନ୍ତିତ ରହିପାରନ୍ତି। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ ଘଟଣା ଯୋଗୁଁ ଆଜି ଆପଣ ବିଶେଷ ବ୍ୟସ୍ତ ରହିବେ। ଗୁରୁଜନଙ୍କ ସେବା ଓ ସହମତିରେ ଆପଣ ଜୀବନରେ ଆଗକୁ ବଢିପାରିବେ। କୌଣସି ନୂତନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। କିନ୍ତୁ ଅଯଥା ଖର୍ଚ୍ଚ ବଢ଼ିବା ଯୋଗେ ପରିବାରରେ ସାମାନ୍ୟ ଅସନ୍ତୋଷ ଦେଖାଦେଇ ପାରେ, ତେଣୁ ସାବଧାନ ରୁହନ୍ତୁ।

ମିଥୁନ ରାଶି

ପାରିବାରିକ କ୍ଷେତ୍ରରେ ଦୀର୍ଘ ଦିନରୁ ଅଧୁରା ରହିଥିବା ସମସ୍ତ କାର୍ଯ୍ୟ ଆଜି ସଫଳତାର ସହ ପୂରଣ ହେବ। ବ୍ୟବସାୟ କ୍ଷେତ୍ରରେ ନୂତନ ଉନ୍ନତି ଓ ପ୍ରଗତିର ଅବସର ମିଳିପାରେ। ଜୀବନରେ ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ ମିଳିବ। ସନ୍ତାନର ଖୁସି ଦେଖି ଆପଣ ନିଜକୁ ଗର୍ବିତ ଓ ସୁରକ୍ଷିତ ଅନୁଭବ କରିବେ। ପାରିବାରିକ ସମସ୍ୟା ଗୁଡ଼ିକୁ ଆପଣ ନିଜର ବୁଦ୍ଧି ଓ ବିବେକ ଖଟାଇ ସହଜରେ ସମାଧାନ କରିପାରିବେ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ ଓ ନୂତନ ଜ୍ଞାନର ବୃଦ୍ଧି ହେବ। ରାଜନୀତି ମାମଲାରେ ଶୁଭ ସମାଚାର ମିଳିପାରେ ଏବଂ ଆଜି ଦୀର୍ଘଯାତ୍ରା କିମ୍ବା ବଡ଼ ମିଟିଙ୍ଗରେ ଯୋଗ ଦେଇ ପାରନ୍ତି।

କର୍କଟ ରାଶି

ଆଜି ଆପଣଙ୍କ ପାଇଁ ସମସ୍ତ କ୍ଷେତ୍ରରେ ଖୁସି ଓ ସଫଳତା ମିଳିବାର ଯୋଗ ଅଛି। ସ୍ଵାସ୍ଥ୍ୟକ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ଆସିବା ଫଳରେ ଦୀର୍ଘ ଦିନର ଶାରୀରିକ କଷ୍ଟ ଦୂର ହେବ। ଅଟକିଥିବା ସମସ୍ତ ଜରୁରୀ କାର୍ଯ୍ୟ ଆଜି ସୁରୁଖୁରୁରେ ପୂରଣ ହେବ। ସମ୍ପତ୍ତି ସମ୍ବନ୍ଧିୟ ପୁରୁଣା ମାମଲାରେ ଆପଣଙ୍କର ବିଜୟ ହେବ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନୂଆ ଚାକିରୀ ହେବାର ଅଫର୍ ମିଳି ପାରେ। ଯେକୌଣସି କଠିନ କାର୍ଯ୍ୟକୁ ଆପଣ ଆଜି ନିଜ କୌଶଳରେ ସହଜରେ ସମାଧାନ କରିବେ। ବନ୍ଧୁ ମିତ୍ରଙ୍କ ଆଗମନ ହେବ ଓ ସେୟାର ବଜାରରେ ମଧ୍ୟ ଭଲ ମୁନାଫା ମିଳିବାର ସମ୍ଭାବନା ଅଛି।

ସିଂହ ରାଶି

ରାଜନୀତି କ୍ଷେତ୍ରରେ ଆପଣଙ୍କୁ ଆଜି ବିଶେଷ ସଫଳତା ମିଳିବ। ଲୋକ ସମ୍ପର୍କ ବୃଦ୍ଧି ପାଇବା ସହ ଆତ୍ମସନ୍ତୋଷ ବଢିବ ଏବଂ କୀର୍ତ୍ତୀ ଓ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ ଓ ସମସ୍ତ ମାନସିକ ଚିନ୍ତାରୁ ମୁକ୍ତି ମିଳିବ। ମହିଳାମାନେ ନିଜର ଇଛା ପୂରଣ ପାଇଁ କୌଣସି ବିଶେଷ କର୍ମକରି ସମସ୍ତଙ୍କଠାରୁ ପ୍ରଶଂସା ପାଇବେ। ଉଚ୍ଚଶିକ୍ଷା ପାଇଁ କରାଯାଉଥିବା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ବ୍ୟବସାୟୀକ ଆତ୍ମବିଶ୍ଵାସ ବୃଦ୍ଧି ପାଇବ ଓ ଆପଣ କୌଣସି ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯଦି କୌଣସି ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥାନ୍ତି, ତେବେ ଆଜି ଆଗେଇ ନବା ଉଚିତ୍।

କନ୍ୟା ରାଶି

ଆଜି ଭାଇ ଭଉଣୀ ମାନଙ୍କ ସହ ଥିବା ସମସ୍ତ ମନୋମାଳିନ୍ୟ ଦୂର ହେବ। କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ ମିଳିବ। ପ୍ରପର୍ଟୀ ସମ୍ବନ୍ଧିୟ ମାମଲା କୌଣସି ବ୍ୟକ୍ତିଙ୍କ ମଧ୍ୟସ୍ଥତା ଦ୍ଵାରା ଶାନ୍ତିରେ ଦୂର ହୋଇଯିବ। ପ୍ରେମୀ-ପ୍ରେମିକାଙ୍କ ମଧ୍ୟରେ ସାମଞ୍ଜସ୍ୟ ବୃଦ୍ଧି ହେବ ଏବଂ ସମ୍ପର୍କ ମଜବୁତ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବା ସହ ଅଧ୍ୟାପନା କାର୍ଯ୍ୟରେ ଆଗକୁ ବଢିବେ। ରାଜନୀତି କ୍ଷେତ୍ରରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ଫଳରେ ମନର କାମନା ପୂର୍ଣ୍ଣ ହେବ। ପୁରୁଣା ନିବେଶରୁ ଭଲ ଲାଭ ମିଳିବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବା ଯୋଗୁଁ ଯଶ ପ୍ରତିଷ୍ଠା ମିଳିବ।

ତୁଳା ରାଶି

ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ସାମାନ୍ୟ ବାଦ-ବିବାଦ କିମ୍ବା ଲଢେଇ ହୋଇପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ। ପାରିବାରିକ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବ୍ୟବସାୟ କାରବାରରେ ସୁଧାର ଆସିବ ଓ ଟଙ୍କାର ଆବଶ୍ୟକତା ସହଜରେ ପୂରଣ ହେବ। କିନ୍ତୁ ଭାବନାର ବଶୀଭୂତ ହୋଇ କୌଣସି ଅମିନୀ, ଜାମିନି ବା ମଧ୍ୟସ୍ଥତା କାମ କରିବା ଆଜି ଠିକ୍ ହେବ ନାହିଁ। ଶତୃପକ୍ଷ ଦୁର୍ବଳ ହୋଇ ଆପଣଙ୍କ ଗୋଡ ଟାଣିବାର ପ୍ରଚେଷ୍ଠା କରିପାରନ୍ତି, କିନ୍ତୁ ସେମାନେ ସଫଳ ହେବେ ନାହିଁ। ଆଜି ବିନୟପୂର୍ଣ୍ଣ କଥା କହି ଆପଣ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭବାନ ହେବେ।

ବିଚ୍ଛା ରାଶି

ଆର୍ଥିକ ଉନ୍ନତି ଫଳରେ ଆପଣ ଚିନ୍ତା କରିଥିବା ସମସ୍ତ କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବ। ବ୍ୟବସାୟରେ ଆଶାତୀତ ଲାଭ କରି ଆପଣ କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ଶତୃମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। କାମ-କାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଫଳ ହେବ। କୌଣସି ନିର୍ଦ୍ଦିଷ୍ଟ କାମରେ ବିଶେଷ ଜ୍ଞାନ ହାସିଲ କରିବେ ଏବଂ ସାମୁହିକ ପ୍ରୟାସ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ।

ଧନୁ ରାଶି

ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବା ଯୋଗୁଁ ସମସ୍ତେ ଖୁସି ରହିବେ। ସାମାଜିକ ପତିଆରା ଓ ସମ୍ମାନ ଅମଳିନ ରହିବ। ଆୟ ଉପାର୍ଜନ କ୍ଷେତ୍ରପ୍ରତି କୌଣସି ସଙ୍କଟ ସୃଷ୍ଟି ହେବ ନାହିଁ। ଆଜି ଆପଣ ଜାଗା, ଜମି କିମ୍ବା ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିପାରନ୍ତି। ରାଜନୀତିରେ ମିତ୍ରଙ୍କ ସହାୟତା ମିଳିବ ଓ ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। ବରିଷ୍ଠ ବ୍ୟକ୍ତି ଓ ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବା ଫଳରେ ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ।

ମକର ରାଶି

ଆଜି ଆପଣଙ୍କର ଅନେକ ପୁରୁଣା ସମସ୍ୟାର ସମାଧାନ ହୋଇ ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ। କୌଣସି ଯାତ୍ରା ଫଳରେ ଆପଣ ବହୁତ ଉତ୍ସାହିତ ହେବେ। ଘର ପାଇଁ ନୂତନ ଗୃହୋପକରଣ କ୍ରୟ କରିବେ। ସକରାତ୍ମକ ଚିନ୍ତା ଆପଣଙ୍କୁ ଜୀବନରେ ଆଗକୁ ବଢିବାରେ ସାହାଯ୍ୟ କରିବ। ସମସ୍ତ ବାଧାବିଘ୍ନକୁ ସଂଘର୍ଷ କରି ଆପଣ ଆଗକୁ ବଢି ପାରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବା ସହ ବିଦ୍ୟା କ୍ଷେତ୍ରରେ ମଧ୍ୟ ପ୍ରଶଂସା ପାଇବେ।

କୁମ୍ଭ ରାଶି

ଯଦି କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ, ତେବେ ସେଥିରେ ଆଜି ନିଶ୍ଚିତ ଭାବେ ବିଜୟୀ ହେବେ। କୌଣସି ପାର୍ଟି ବା ସମାରୋହରେ ସମ୍ମିଳିତ ହେବାର ସୁଯୋଗ ମିଳିପାରେ। ଜଣେ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ ଯାହା ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ। କଳା, ସାହିତ୍ୟ, କ୍ରିଡା ଓ ଚଳଚ୍ଚିତ୍ର କାମରେ ଜଡିତ ଲୋକଙ୍କୁ ପ୍ରଶଂସା ମିଳିବ। ବିଦ୍ୟା କ୍ଷେତ୍ରରେ ଆଶାଜନକ ଉନ୍ନତି ହେବ। ସେୟାର ବଜାର ଓ ପୁଞ୍ଜି ନିବେଶ କଲେ ବହୁତ ଧନ ପ୍ରାପ୍ତ ହେବାର ଯୋଗ ଅଛି। ବ୍ୟବସାୟରେ ଉନ୍ନତି ହେବାଫଳରେ ମନ ପ୍ରସନ୍ନ ରହିବ। ରାଜନୀତି ମାମଲାରେ ଓ ସମାଜସେବାରେ ବିଶେଷ ସଫଳତା ମିଳିବ।

ମୀନ ରାଶି

ଜମି ଜମା ସଙ୍କ୍ରାନ୍ତିୟ ପଟ୍ଟା, ଦସ୍ତାବେଜ ଏବଂ ଅନୁବନ୍ଧନ ଆଦି କାର୍ଯ୍ୟରେ ଆଜି ସଫଳତା ମିଳିବ। ବେକାର ଯୁବକ ଯୁବତୀଙ୍କ ପାଇଁ ନୂଆ ନିଯୁକ୍ତି ପାଇବାର ସମ୍ଭାବନା ଅଛି। ଉଚ୍ଚାଧିକାରୀ, ସହକର୍ମୀ ଓ ଭାଇ ବନ୍ଧୁଙ୍କ ସହଯୋଗ ଆପଣଙ୍କ ମନୋବଳକୁ ବହୁଗୁଣିତ କରିଦେବ। ବ୍ୟବସାୟରେ ସଫଳତା ଅର୍ଜନ କରିବେ। ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ମହିଳାମାନେ କର୍ମକ୍ଷେତ୍ରରେ ନିଜର କର୍ତ୍ତୁତ୍ଵ ଜାରି ରଖିବେ ଏବଂ ପ୍ରଗତିର ବେଗ ତ୍ଵରାନ୍ୱିତ ହେବ।

Type and hit Enter to search

Close