Breaking News

ଆଜିର ରାଶିଫଳ, ୪ ଜାନୁଆରୀ ୨୦୨୬ ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ


ମେଷ ରାଶି : ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। ନୂଆ ଦାୟିତ୍ଵ ମିଳିବାର ସମ୍ଭାବନା ଥିବା ଯୋଗୁଁ ତରବର ହୋଇ ନିଷ୍ପତ୍ତି ନେବେ ନାହିଁ। ନୂଆ ବସ୍ତ୍ର କିଣିବାର ଓ ପିନ୍ଧିବାର ଅବସର ପାଇବେ। ଆପଣଙ୍କ ମଧ୍ୟରୁ କେତେ ଜଣଙ୍କ ପାଇଁ ବିଦେଶ ଯାତ୍ରାର ଯୋଗ ରହୁଛି। ସଞ୍ଚିତ କରିଥିବା ଧନର ସଠିକ ଉପଯୋଗ କରନ୍ତୁ। ଟଙ୍କା ପଇସା ମାମଲାରେ ଯେଉଁ ଅଭାବ ରହିଥିଲା ତାହା ଦୂର ହେବ। ଦୃଢ ସଂକଳ୍ପ ସହ ସବୁ ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ରୁହନ୍ତୁ। କାରୋବାର ବଢ଼ାଇବା ପାଇଁ ନୂଆ ଅବସର ପ୍ରାପ୍ତ ହେବ।

ବୃଷ ରାଶି : ଆଜି ମାନ ସମ୍ମାନକୁ ଧ୍ୟାନରେ ରଖି କାର୍ଯ୍ୟ କରନ୍ତୁ। ଯେପରି ବ୍ୟବହାର ଆପଣ ଅନ୍ୟ ସହ କରିବେ, ସେମିତି ହିଁ ଆପଣଙ୍କ ସହ ହେବ। ନିଜର ଭୁଲ ସୁଧାରନ୍ତୁ, ଲାଭରେ ରହିବେ। ବିଶ୍ଵାସଯୋଗ୍ୟ ବ୍ୟକ୍ତି ଆପଣଙ୍କର ସାହାଯ୍ୟ କରିବେ। ନିଜର ବ୍ୟବହାର ଓ ଆଚରଣରେ ପରିବର୍ତ୍ତନ ଆଣନ୍ତୁ। ଆଜି ମାତା-ପିତାଙ୍କ ଆଶୀର୍ବାଦ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ। ବୈବାହିକ ଜୀବନରେ ସୁଧାର ଆସିବ। ସମୟର ସଠିକ ଉପଯୋଗ କରନ୍ତୁ। ଘରର ସବୁ ସଦସ୍ୟଙ୍କ ସହ ଆପଣଙ୍କର ତାଳମେଳ ଠିକ ରହିବ।

ମିଥୁନ ରାଶି : ଆଜି ଆପଣ ନିଜର ଦୃଷ୍ଟିଭଙ୍ଗୀକୁ ଅନ୍ୟ ଉପରେ ଲଦନ୍ତୁ ନାହିଁ। ଆପଣଙ୍କର ଅଧୁରା ଇଚ୍ଛା ପୂରଣ ହେବ। ଇଚ୍ଛାଶକ୍ତିର କମି କାରଣରୁ କିଛି ଭାବନାତ୍ମକ ଓ ମାନସିକ ସମସ୍ୟା ହୋଇପାରେ। ଟଙ୍କା କମାଇବା ପାଇଁ ନୂଆ ସ୍ରୋତ ଅବଲମ୍ବନ କରିବେ। ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର ଦୁଃଖ କଷ୍ଟ ଶେଷ ହେବ। ସମ୍ପତ୍ତି ମାମଲାର ସମାଧାନ ପାଇଁ କୌଣସି ମିତ୍ରଙ୍କ ସହଯୋଗ ନେବେ। ପୁରୁଣା ବନ୍ଧୁଙ୍କ ସହ ମନାନ୍ତର ଦୂର କରିବା ପାଇଁ ଅବସର ମିଳିବ। କଳା ବା ସଙ୍ଗୀତ ପ୍ରତି ରୁଚି ରହିବ।

କର୍କଟ ରାଶି : କୋର୍ଟ କଚେରୀ ମାମଲାରୁ ଆଜି ଦୂରରେ ରୁହନ୍ତୁ। କୌଣସି ନୂଆ ଯୋଜନା କରିବା ପାଇଁ ସମୟ ଭଲ ରହିବ ଏବଂ ଏଥିରେ ସମସ୍ତଙ୍କର ଫାଇଦା ହେବ। ଆପଣ ସଠିକ ସୁଯୋଗ ଦେଖି ନିଜ ପ୍ରେମର ଖୁଲାସା କରିପାରନ୍ତି। କୌଣସି ବଡ଼ କାର୍ଯ୍ୟକୁ ନଜରଅନ୍ଦାଜ କରନ୍ତୁ ନାହିଁ। କିଛି ଖାସ ଲୋକଙ୍କ ସହ ଭେଟ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଜାଗ୍ରତ ରୁହନ୍ତୁ। ଶରୀର ଭଲ ରଖିବା ପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ସିଂହ ରାଶି : ଆଜି ଆପଣ ପୁରା ଦିନ ପ୍ରସନ୍ନତା ମଧ୍ୟରେ କାଟିବେ। ନିଜ ରାଗ ଉପରେ କାବୁ ରଖନ୍ତୁ। କାର୍ଯ୍ୟସ୍ଥଳରେ କିଛି ମତଭେଦ ହୋଇପାରେ କିମ୍ବା ସହକର୍ମୀଙ୍କ ସହ ପ୍ରତିଯୋଗିତା ବଢ଼ିପାରେ। କୌଣସି ନୂଆ କାମର ଆରମ୍ଭ କରିପାରନ୍ତି। ଘରେ ଜୀବନସାଥୀଙ୍କଠାରୁ ସବୁଠାରୁ ଅଧିକ ସହଯୋଗ ମିଳିବ, ଯାହା ଦ୍ଵାରା ଆପଣ ସମାଜରେ ଅଲଗା ପରିଚୟ ସୃଷ୍ଟି କରିବେ। କାରୋବାରରେ ସମ୍ପର୍କ ବଢ଼ିବା କାରଣରୁ ଲାଭ ମିଳିବ। ବ୍ୟାପାରିକ ମାମଲାରେ ବେହତର ରଣନୀତି ପ୍ରସ୍ତୁତ କରିବା ଜରୁରୀ।

କନ୍ୟା ରାଶି : ଆର୍ଥିକ ଲାଭ ଓ ଭାଗ୍ୟ ବୃଦ୍ଧିର ଯୋଗ ରହିଛି। ବେପାରରେ ଅଚାନକ ଭାରି ଧନ ଲାଭ ହୋଇପାରେ। କାରୋବାରରେ ଆପଣ ନିଜର ଦକ୍ଷତା ବଳରେ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବେ। ଯୁବବର୍ଗମାନେ କାହା ସହ କଥା ହେବା ବେଳେ କଠୋରତା ପରିହାର କରନ୍ତୁ। ଚାକିରି ଓ ବେପାରରେ ପରିବର୍ତ୍ତନ କରିବାକୁ ମନ ବଳାଇବେ। ଆପଣଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟାର ନିବାରଣ ହେବ। ଖାଦ୍ୟପେୟରେ ଅବହେଳା କରନ୍ତୁ ନାହିଁ।

ତୁଳା ରାଶି : କୌଣସି କଥାକୁ ନେଇ ଆଜି ଆପଣ ଅଜଣା ଭୟ ମନକୁ ଆଣିବେ। ଆପଣଙ୍କ ପରିବାରରେ ଖୁସିର ମାହୋଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ। ନିଜର ଶକ୍ତି ବଳରେ ଆପଣ ବହୁତ କିଛି ହାସଲ କରିବେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ଘର କାମ ପାଇଁ ଆପଣ ଥକ୍କା ଅନୁଭବ କରିପାରନ୍ତି। ଆର୍ଥିକ ମାମଲାରେ ଲାଭ ମିଳିବ। ପୂଜା ପାଠରେ ମନ ଲାଗିବ ଏବଂ ମାତା-ପିତାଙ୍କ ସହଯୋଗ ପାଇବେ।

ବିଛା ରାଶି : ଆଜି ଆପଣଙ୍କୁ ନୂଆ ଲୋକଙ୍କ ଠାରୁ ଦୂରେଇ ରହିବାକୁ ହେବ। କୌଣସି କାମ ପାଇଁ ବଡ଼ମାନଙ୍କର ପରାମର୍ଶ ନିଶ୍ଚୟ ନିଅନ୍ତୁ। ମନରେ ନୂଆ ନୂଆ ବିଚାର ଆସିବ, ଯାହାକୁ ଆପଣ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ। ଚାକିରି କ୍ଷେତ୍ରରେ ଉନ୍ନତି ହେବାର ଯୋଗ ରହିଛି। ପିଲାମାନେ ପାଠପଢ଼ା ପ୍ରତି କମ୍ ରୁଚି ରଖିପାରନ୍ତି। ଆପଣଙ୍କ କାମର ପ୍ରଶଂସା ହେବ। ପାରିବାରିକ ବାତାବରଣ ସୁଖଦ ରହିବ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ବଢ଼ିବ।

ଧନୁ ରାଶି : ରୋଜଗାରରେ ବୃଦ୍ଧି ହେବ। ଘର ବାହାର ସବୁଠି ପ୍ରସନ୍ନତା ଭରି ରହିବ। ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଖୁସିକୁ ଦୁଇଗୁଣା କରିଦେବ। କିନ୍ତୁ ଅଧିକ ଖର୍ଚ୍ଚ ଓ ଆର୍ଥିକ ବିପଦଜନକ ଯୋଜନାରୁ ଦୂରେଇ ରୁହନ୍ତୁ, ନଚେତ୍ ବେପାର ଉପରେ ପ୍ରଭାବ ପଡ଼ିପାରେ। ଜୀବନସାଥୀଙ୍କ ଅତୁଟ ପ୍ରେମ ପ୍ରାପ୍ତ ହେବ। ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ସମାଜରେ ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ।

ମକର ରାଶି : ଆଜି ଆପଣଙ୍କୁ ନିଜ କାମ ସହ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବାକୁ ପଡ଼ିବ। ଲୋକଙ୍କ ଭଲ ପାଇଁ କିଛି କାମ କରିବେ, ଯେଉଁଥିରେ ଆପଣ ଫାଇଦାରେ ରହିବେ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଉତ୍ତମ ପ୍ରସ୍ତାବ ଆସିପାରେ। ଆଜି କାହାଠାରୁ ଅଧିକ ଆଶା ରଖନ୍ତୁ ନାହିଁ, କାରଣ ଆଶା ଭାଙ୍ଗିଲେ କଷ୍ଟ ହୋଇପାରେ। ସନ୍ଧ୍ୟା ସମୟରେ ମାତା-ପିତାଙ୍କ ସହ କିଛି ସମୟ ଅତିବାହିତ କରିବେ।

କୁମ୍ଭ ରାଶି : ଆଜି ଆପଣଙ୍କ କାମ ଜଲ୍ଦି ପୂରଣ ହେବ। ଅଟକି ରହିଥିବା ଟଙ୍କା ମିଳିପାରେ ଏବଂ ଆପଣଙ୍କୁ ଫାଇଦା ମଧ୍ୟ ମିଳିବ। କୌଣସି ବନ୍ଧୁଙ୍କ ସହ ମିଶି ପାର୍ଟନରସିପରେ ଟଙ୍କା କମାଇବାର ସୁଯୋଗ ମିଳିପାରେ। ଯଦି ଆପଣ ଯୋଜନାବଦ୍ଧ ଭାବେ କାମ କରିବେ, ତେବେ ପରିଣାମ ବହୁତ ଭଲ ମିଳିବ। ତରବର ହୋଇ କୌଣସି କାମ ବିଗାଡ଼ନ୍ତୁ ନାହିଁ। ପ୍ରେମ ଜୀବନ ବହୁତ ଭଲ ରହିବ।

ମୀନ ରାଶି : କାମ କାର୍ଯ୍ୟରେ ଅବହେଳା ଆପଣଙ୍କୁ ମହଙ୍ଗା ପଡ଼ିପାରେ, ତେଣୁ ସାବଧାନ ରୁହନ୍ତୁ। ପୁରୁଣା କାମ ଆଜି ଶେଷ ହେବ। ଭବିଷ୍ୟତକୁ ନେଇ ମନରେ ଥିବା ସନ୍ଦେହ ଦୂର ହେବ। ବଡ଼ ଲୋକଙ୍କ ସହ ଭେଟ ହେବାର ଓ ଆଲୋଚନା କରିବାର ସୁଯୋଗ ପାଇବେ। ଆଜି ଆପଣଙ୍କ ସାଥୀ କିଛି ଏମିତି ଅନୁଭବ କରିପାରନ୍ତି ଯାହା ଦ୍ଵାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ଖେଳାଳିମାନଙ୍କ ପାଇଁ ସମୟ ଅତ୍ୟନ୍ତ ଉତ୍ତମ ରହିବ।

Type and hit Enter to search

Close