Breaking News

ଆଜିର ରାଶିଫଳ, ୧୮ ଜାନୁଆରୀ ୨୦୨୬ ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ


ମେଷ:- ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରି ଆଜି ବେଶ୍ ଆନନ୍ଦ ପାଇବେ। ଅଫିସରେ ଚାଲିଥିବା ମାନସିକ ଚାପ ବା ଟେନସନ ଦୂର ହେବ। ବ୍ୟବସାୟରେ ନିଜ ଇଚ୍ଛା ମୁତାବକ ଲାଭ ପ୍ରାପ୍ତ କରିବେ। ଆଜି ଆପଣଙ୍କୁ ଅନେକ ଶୁଭ କର୍ମ କରିବାର ସୁଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ। ମହିଳାମାନେ ବିଭିନ୍ନ ସମସ୍ୟା ଘେରରେ ରହି ମଧ୍ୟ କାର୍ଯ୍ୟ ହାସଲ କରିବାରେ ସଫଳ ହେବେ। ବିଦ୍ୟା କ୍ଷେତ୍ରରେ ମନ ନିବେଶ କରିବେ। ବ୍ୟବସାୟୀମାନେ ନିଜର ସାଧୁତା ଓ ସଚ୍ଚୋଟତା ପାଇଁ ସମ୍ମାନର ଅଧିକାରୀ ହେବେ। କୌଶଳର ସହ ଅର୍ଥ ସଂଗ୍ରହ ଅଭିଯାନରେ ସଫଳତା ମିଳିବ।

ବୃଷ:- କର୍ମକ୍ଷେତ୍ରରେ ସଠିକ ପରାମର୍ଶ ଦେଇ ଆଜି ଆପଣ ଆଦର, ସମ୍ମାନ ଓ ପ୍ରଶଂସା ପାଇବେ। ରାଜନୀତି କ୍ଷେତ୍ରରେ ଉଚ୍ଚ ସମ୍ପର୍କରୁ ଲାଭବାନ ହେବେ। ବାଣିଜ୍ୟ ଓ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳ ପ୍ରାପ୍ତି ହେବ। କୌଶଳ ପ୍ରୟୋଗ କରି ସମସ୍ତ ଅଭିଳାଷ ପୂରଣ କରିବାରେ ସଫଳ ହେବେ। ଶତୃମାନେ ଆପଣଙ୍କ ଠାରୁ ଦୂରେଇ ଯିବେ। ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ। କୌଣସି କାମରେ ଆଗେଇବା ପୂର୍ବରୁ ଭଲ ଭାବରେ ଚିନ୍ତା କଲେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ରାଜନୀତିରେ ସ୍ଵାର୍ଥରକ୍ଷା କରିବାରେ ସମୟ ଅତିବାହିତ ହେବ। ମହିଳାମାନେ ଶୁଭ ଖବର ପାଇ ଉତ୍ସାହିତ ହେବେ।

ମିଥୁନ:- ଆଜି ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢିବ। ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ। ମାଲିମୋକଦ୍ଦମାରେ କୂଟନୀତିର ଶିକାର ହୋଇପାରନ୍ତି, ତେଣୁ ସତର୍କ ରୁହନ୍ତୁ। ରାଜନୀତିରେ ଲୋକସମର୍ଥନ ପାଇ ବଳୀୟାନ ହେବେ। ପାରିବାରିକ ସ୍ଥିତି ସନ୍ତୋଷଜନକ ରହିବ। ମହିଳାମାନେ ସୁଖ-ଶାନ୍ତିରେ ଦିନଟିକୁ ଅତିବାହିତ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଜରୁରୀ, ନଚେତ୍ କ୍ଷତି ସହିପାରନ୍ତି। ବାଦବିବାଦ, ଖେଳକୁଦ ଓ ବିଦ୍ୟା କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ।

କର୍କଟ:- ପାରିବାରିକ କ୍ଷେତ୍ରରୁ ସ୍ନେହ ଓ ସହାନୁଭୁତି ପ୍ରାପ୍ତି ହେବ। ଶତୃମାନେ ଆପଣଙ୍କ ପାଖରେ ନତମସ୍ତକ ହେବେ। ପୁରାତନ ରୋଗରୁ ମୁକ୍ତି ମିଳିବା ସହ ବନ୍ଧୁ ସମାଗମ ହେବ। ଉଚ୍ଚପଦସ୍ଥ ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ଅତି ନିବିଡ ହେବ। ବ୍ୟବସାୟିକ କାର୍ଯ୍ୟରେ ଭ୍ରମଣ କରି ବିଶେଷ ଲାଭବାନ ହେବେ। ଆୟ ବୃଦ୍ଧି ହେବା ସହ ଋଣମୁକ୍ତିର ଯୋଗ ରହିଛି। କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ଓ ସଫଳତା ଆପଣଙ୍କୁ ଆତ୍ମସନ୍ତୋଷ ଦେବ। ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ ଓ ଶତୃମାନେ ଦୂରେଇ ଯିବେ।

ସିଂହ:- ଅଧସ୍ତନ କର୍ମଚାରୀଙ୍କ ଠାରୁ ଆଜି ପୂର୍ଣ୍ଣ ସାହାଯ୍ୟ ଓ ସମର୍ଥନ ପାଇବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ବାଟ ଫିଟିବ। ବ୍ୟବସାୟରେ ଆଶାଜନକ ଲାଭ ହେବ। ମହିଳାମାନେ ସନ୍ତାନ ସୁଖ ପାଇ ଆନନ୍ଦିତ ହେବେ। ଭାଇ ଓ ବନ୍ଧୁମାନେ କର୍ମକ୍ଷେତ୍ରରେ ଆପଣଙ୍କୁ ସହଯୋଗ କରିବେ। ଚେଷ୍ଟା କଲେ ପୂର୍ବରୁ କାହାକୁ ଦେଇଥିବା ଧନ ଫେରି ପାଇପାରିବେ। ପରିବାର ଭିତରେ ଜଗିରଖି ନଚଳିଲେ ପଡୋଶୀଙ୍କ ସହ କଳହ ସୃଷ୍ଟି ହୋଇପାରେ। ଦାମ୍ପତ୍ୟ ଜୀବନରେ ଶୁଭ ଫଳ ପ୍ରାପ୍ତି ହେବ।

କନ୍ୟା:- ମାଲିମୋକଦ୍ଦମାରେ ସଫଳତା ମିଳିବ ଓ ଆପଣଙ୍କ ସମ୍ମାନ ବଜାୟ ରହିବ। ରାଜନୀତି କ୍ଷେତ୍ରରେ ମାନ-ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ପାରିବାରିକ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ। ନିଜ ମନକଥା ଗୋପନ ରଖି ବନ୍ଧୁଙ୍କ ସହ ମିଶିଲେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ପରିଶ୍ରମ ମୁତାବକ ଫଳ ପାଇବେ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ। ବାଣିଜ୍ୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ। ପ୍ରେମୀଯୁଗଳ ଭ୍ରମଣରେ ଯାଇ ଆନନ୍ଦ ଅନୁଭବ କରିବେ। ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

ତୁଳା:- ସହକର୍ମୀମାନଙ୍କ ସହ ଲାଗିରହିଥିବା ଶତ୍ରୁତା ଓ ମନୋମାଳିନ୍ୟ ଦୂର ହେବ। ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶତୃମାନେ ପରାଜିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ଆପଣ ଜଟିଳ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଶୁଭ କାମ କରିପାରନ୍ତି। ଦାମ୍ପତ୍ୟ ଜୀବନ ବହୁତ ଆନନ୍ଦମୟ ହେବ। ଦୂରଯାତ୍ରାରେ ସଫଳତା ମିଳିବ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ରହିଲେ ମଧ୍ୟ ଲାଭ ସୁନିଶ୍ଚିତ ହେବ। ବନ୍ଧୁମାନେ ସହଯୋଗର ହାତ ବଢାଇବେ।

ବିଚ୍ଛା:- ଆଜି କୌଣସି ଶୁଭ କାମ କରି ଆପଣ ପ୍ରଶଂସିତ ହେବେ। ସ୍ଵାସ୍ଥ୍ୟରେ ସୁଧାର ଆସିବା ଯୋଗୁଁ ମନ ପ୍ରଫୁଲ୍ଲ ରହିବ। ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ କୌଣସି ଶୁଭ ଖବର ମିଳିପାରେ। ଗୁରୁଜନମାନେ ଆପଣଙ୍କ ବୁଦ୍ଧି ଓ କାର୍ଯ୍ୟର ପ୍ରଶଂସା କରିବେ। ଭାଇ ଓ ବନ୍ଧୁଙ୍କ ଠାରୁ ଆର୍ଥିକ ଲାଭ ମିଳିବ। ଅଫିସ କାର୍ଯ୍ୟରେ ଶୁଭ ସୂଚନା ଶୁଣିବାକୁ ପାଇବେ। ହାତକୁ ନେଇଥିବା କାମ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ସାମାଜିକ ସ୍ତରରେ ସମ୍ମାନ ପାଇବେ ଓ କିଛି ପାରିବାରିକ ସମସ୍ୟାର ସମାଧାନ ପାଇଁ ବାଧ୍ୟ ହୋଇ କଠିନ କର୍ମ କରିବେ।

ଧନୁ:- ମିତ୍ର ବା ବନ୍ଧୁଙ୍କ ଠାରୁ ଆଶାତୀତ ସାହାଯ୍ୟ ସହଯୋଗ ମିଳିବ। ପରିବାରରେ ସୁଖ-ଶାନ୍ତି ଫେରିଆସିବ ଓ ମାନସିକ ଚିନ୍ତା ଦୂର ହେବ। ସମ୍ମାନର ସହ ଦିନଟିକୁ ଅତିବାହିତ କରିବେ। କଳା, ସାହିତ୍ୟ, କ୍ରୀଡା ଓ ଅନୁଷ୍ଠାନିକ କାମରେ ପ୍ରଶଂସା ପାଇବେ। ଆର୍ଥିକ ଓ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ସ୍ୱାସ୍ଥ୍ୟ ସ୍ଥିର ରହିବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ତେବେ ଦୂର ସ୍ଥାନକୁ ଯାତ୍ରା କଲେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ମହିଳାମାନେ କର୍ମକ୍ଷେତ୍ରରେ ନିଜର ସ୍ପଷ୍ଟବାଦିତା ପାଇଁ ପ୍ରଶଂସିତ ହେବେ।

ମକର:- ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କରେ ସୁଧାର ଆସିବ। ବହୁ ଦିନର ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ପରିବାରରେ ଥିବା ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂର ହେବ। ପ୍ରତିଦ୍ଵନ୍ଦିତାରେ ସଫଳ ହେବା ସହ ବିଦ୍ୟା କ୍ଷେତ୍ରରେ ଶୁଭ ଯୋଗ ରହିଛି। ରାଜନୀତିରେ ଉଚ୍ଚ ପ୍ରଶଂସିତ ହେବେ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ତଥାପି ବ୍ୟୟ ଭାର ବୃଦ୍ଧି ପାଇପାରେ। ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ। ମହିଳାମାନେ ପରିବାରରେ ଆଦର ପାଇବେ ଓ ସୁଖଭୋଗ କରିବେ। ଦୂରଯାତ୍ରାର ସୁଯୋଗ ମିଳିବ।

କୁମ୍ଭ:- କର୍ମ କ୍ଷେତ୍ରରେ ସଫଳତା ସହ ଉଚ୍ଚ ସମ୍ମାନ ଓ ପଦ-ପଦବୀ ଲାଭର ଯୋଗ ଅଛି। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳ କରିବାରେ ସଫଳ ହେବେ। କେତେକ ଉଚ୍ଚାକାଂକ୍ଷା ପୂରଣ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ବରିଷ୍ଠ କର୍ମୀଙ୍କ ସ୍ନେହର ପାତ୍ର ହେବେ। ଦାମ୍ପତ୍ୟ କଳହର ଅନ୍ତ ଘଟିବ, ଯାହାଦ୍ୱାରା ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟରେ ଉତ୍ତମ ରୋଜଗାର ହେବ। ପାରିବାରିକ ଅପ୍ରୀତିକର ପରିସ୍ଥିତିକୁ ନିଜ କୌଶଳରେ ସମାଧାନ କରିବେ।

ମୀନ:- ଆନୁଷ୍ଠାନିକ କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ପାରିବାରିକ ଜୀବନ ବହୁତ ଆନନ୍ଦମୟ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସଙ୍କଟଜନକ ପରିସ୍ଥିତିର ଅବସାନ ଘଟିବ। ବିଦେଶ ଯାତ୍ରାରେ ସଫଳତା ମିଳିବ। ନିଜ ଲୋକଙ୍କ ଶତ୍ରୁତା ଯୋଗୁଁ ମନରେ ସାମାନ୍ୟ କ୍ଷୋଭ ବା ହତାଶା ଆସିପାରେ। ଅନେକ ସୂତ୍ରରୁ ଧନ ସମ୍ପତ୍ତି ପାଇବାର ଶୁଭ ଯୋଗ ଅଛି। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ନିଜର ଦକ୍ଷତା ପାଇଁ ଉଚ୍ଚ ସମ୍ମାନ ପାଇବେ।

Type and hit Enter to search

Close