Breaking News

ଆଜିର ରାଶିଫଳ, ୧୧ ଜାନୁଆରୀ ୨୦୨୬ ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ


ମେଷ ରାଶି (Aries)

ଆଜି ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରି ବେଶ୍ ଆନନ୍ଦ ପାଇବେ। ଅଫିସରେ ଥିବା ଟେନସନ ଦୂର ହେବ ଏବଂ ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ। ମହିଳାମାନେ ବିଭିନ୍ନ ସମସ୍ୟା ଭିତରେ ରହି ମଧ୍ୟ କାର୍ଯ୍ୟ ହାସଲ କରିବେ। ବିଦ୍ୟା କ୍ଷେତ୍ରରେ ମନ ଲାଗିବ। ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ ସମ୍ମାନ ପାଇବେ। ବିଭିନ୍ନ ଉପାୟରେ ଅର୍ଥ ସଂଗ୍ରହ ଅଭିଯାନ ସଫଳ ହେବ।

ବୃଷ ରାଶି (Taurus)

କର୍ମକ୍ଷେତ୍ରରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ପାଇବେ। ରାଜନୀତି କ୍ଷେତ୍ରରେ ଉଚ୍ଚ ସମ୍ପର୍କରୁ ଲାଭବାନ ହେବେ। ବାଣିଜ୍ୟ ଓ ପ୍ରତିଦ୍ୱନ୍ଦିତାରେ ଉନ୍ନତମାନର ଫଳ ମିଳିବ। ଶତୃମାନେ ଦୂରେଇ ଯିବେ ଏବଂ ଅପେକ୍ଷା କରିଥିବା କାମରେ ଶୁଭ ସୂଚନା ମିଳିବ। ଭଲ ଭାବରେ ଚିନ୍ତା କରି କାମରେ ଆଗେଇଲେ କୌଣସି ଅସୁବିଧା ହେବ ନାହିଁ। ମହିଳାମାନେ ଆଜି କୌଣସି ଶୁଭ ସମାଚାର ପାଇ ଖୁସି ହେବେ।

ମିଥୁନ ରାଶି (Gemini)

ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ରାଜନୀତିରେ ଲୋକ ସମର୍ଥନ ପାଇ ବଳୀୟାନ ହେବେ। ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ। ମହିଳାମାନେ ସୁଖ-ଶାନ୍ତିରେ ଦିନ କଟାଇବେ। ତେବେ ମାଲିମୋକଦ୍ଦମାରେ କୂଟନୀତିର ଶିକାର ହୋଇପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ବିଦ୍ୟା ଓ ପ୍ରତିଯୋଗିତା କ୍ଷେତ୍ରରେ ପ୍ରଶଂସିତ ହେବେ।

କର୍କଟ ରାଶି (Cancer)

ପାରିବାରିକ ସ୍ନେହ ଓ ସହାନୁଭୂତି ପ୍ରାପ୍ତି ହେବ। ପୁରାତନ ରୋଗରୁ ଉପସମ ମିଳିବା ସହ ବନ୍ଧୁ ସମାଗମ ହେବ। ଉଚ୍ଚପଦସ୍ଥ ଓ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟିକ ଭ୍ରମଣ ବିଶେଷ ଲାଭାନ୍ୱିତ ହେବ। ଆୟ ବୃଦ୍ଧି ଓ ଋଣମୁକ୍ତିର ଯୋଗ ରହିଛି। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼ାଇବ। ମହିଳାମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ।

ସିଂହ ରାଶି (Leo)

ଅଧସ୍ତନ କର୍ମୀଙ୍କ ଠାରୁ ସାହାଯ୍ୟ ଓ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ଫେରି ପାଇବେ। ପରିବାର ଭିତରେ ଜଗିରଖି ନଚଳିଲେ ପଡ଼ୋଶୀଙ୍କ ସହ କଳହ ସୃଷ୍ଟି ହୋଇପାରେ। ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ। ପାରିବାରିକ ଓ ଦାମ୍ପତ୍ୟ ଜୀବନରେ ଆଶାଜନକ ଫଳ ମିଳିବ।

କନ୍ୟା ରାଶି (Virgo)

ମାଲିମୋକଦ୍ଦମାରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ପାରିବାରିକ ଆର୍ଥିକ ସଙ୍କଟ ଦୂର ହେବ। କର୍ମକ୍ଷେତ୍ରରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ବାଣିଜ୍ୟ, ବ୍ୟବସାୟ, କଳା ଓ ସାହିତ୍ୟରେ ସଫଳତା ହାସଲ କରିବେ। ପ୍ରେମିକ ପ୍ରେମିକାମାନେ ଭ୍ରମଣ କରି ଆନନ୍ଦ ଅନୁଭବ କରିବେ। ପ୍ରତିକାର: ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

ତୁଳା ରାଶି (Libra)

ସହକର୍ମୀମାନଙ୍କ ସହ ଥିବା ଶତ୍ରୁତା ମେଣ୍ଟିଯିବ। ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶତୃମାନେ ପରାଜିତ ହେବେ। ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ ଏବଂ ଦୂର ଯାତ୍ରାରେ ସଫଳତା ମିଳିବ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ। ବନ୍ଧୁମାନେ ସାହାଯ୍ୟର ହାତ ବଢ଼ାଇବେ।

ବିଛା ରାଶି (Scorpio)

ଶୁଭକାମ କରି ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ। ଗୁରୁଜନମାନେ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ। ଅଫିସରେ କରିଥିବା କାମର ଶୁଭ ସୂଚନା ମିଳିବ। ସାହିତ୍ୟ ଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ଧନୁ ରାଶି (Sagittarius)

ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ପରିବାରରେ ସୁଖ-ଶାନ୍ତି ଯୋଗେ ସମସ୍ତ ଚିନ୍ତା ଦୂର ହେବ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଶଂସା ମିଳିବ। ଆର୍ଥିକ ଓ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ। ସ୍ୱାସ୍ଥ୍ୟ ଠିକ୍ ରହିବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ମହିଳାମାନେ କର୍ମକ୍ଷେତ୍ରରେ ସତକଥା କହି ପ୍ରଶଂସିତ ହେବେ। ତେବେ ଦୂର ଯାତ୍ରା କଲେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।

ମକର ରାଶି (Capricorn)

ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ। ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ରାଜନୀତିରେ ଉଚ୍ଚ ପ୍ରଶଂସିତ ହେବେ ଏବଂ ମାଲିମୋକଦ୍ଦମାରେ ସଫଳ ହେବେ। ବ୍ୟବସାୟରେ ଆର୍ଥିକ ଉନ୍ନତି ହେବା ସହ ମିଷ୍ଟ ବଚନ ଯୋଗେ ଲୋକପ୍ରିୟ ହେବେ। ମହିଳାମାନେ ପରିବାରରେ ଆଦରଣୀୟା ହେବେ। ଦୂରଯାତ୍ରାର ସୁଯୋଗ ମିଳିବ।

କୁମ୍ଭ ରାଶି (Aquarius)

କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚ ସମ୍ମାନ ଓ ପଦ-ପଦବୀ ଲାଭ ହେବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ। ରାଜନୀତିରେ ନିଜର ଭାବମୂର୍ତ୍ତି ଉଜ୍ଜ୍ୱଳ ହେବ। ବରିଷ୍ଠ କର୍ମୀଙ୍କ ସ୍ନେହର ପାତ୍ର ହେବେ। ଦାମ୍ପତ୍ୟ କଳହ ମେଣ୍ଟିଯିବ। ବ୍ୟବସାୟରେ ଉତ୍ତମ ରୋଜଗାର ହେବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହାକୁ କୌଶଳକ୍ରମେ ସମାଧାନ କରିବେ। କଠିନ ପରିଶ୍ରମ ଦ୍ୱାରା ଉଚ୍ଚାକାଂକ୍ଷା ପୂରଣ ହେବ।

ମୀନ ରାଶି (Pisces)

ଆନୁଷ୍ଠାନିକ କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। କର୍ମକ୍ଷେତ୍ରରେ ଥିବା ସଙ୍କଟଜନକ ପରିସ୍ଥିତିର ଅବସାନ ଘଟିବ। ବିଦେଶ ଯାତ୍ରାରେ ସଫଳ ହେବେ। ଅନେକ ସୂତ୍ରରୁ ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ତେବେ ନିଜ ଲୋକ ଶତ୍ରୁତା କରିବା ଯୋଗେ ମନରେ ସାମାନ୍ୟ କ୍ଷୋଭ ଆସିପାରେ।

Type and hit Enter to search

Close