ବୃଷ- ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିକ ସହାୟତା ପାଇ ଆଜି ଆପଣ କୌଣସି ନୂତନ ପନ୍ଥା ଅନୁସରଣ କରିବେ । ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିବ । ବ୍ୟବସାୟରେ ସଫଳତା ମିଳିବ ଏବଂ ନୂତନ ଲୋକ ସମ୍ପର୍କ ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ । ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବା ଫଳରେ ଆର୍ଥିକ ସମସ୍ୟା ଦୂର ହେବ । ସନ୍ତାନଙ୍କ ପାଇଁ ଶୁଭ ସମ୍ବାଦ ପାଇବେ ଏବଂ ବିରୋଧୀମାନେ ଦୂରେଇ ଯିବେ । ଦୂରଯାତ୍ରାରେ ସଫଳତା ଓ ଲାଭ ପାଇବେ । ପ୍ରିୟଜନଙ୍କ ସହ ମିଳନ ହେବ ଓ ଅଟକିଥିବା କାର୍ଯ୍ୟ ପୂରଣ ହେବ । ଉତ୍ତରଦାୟିତ୍ୱ ବୃଦ୍ଧି ପାଇବ । ମହିଳାମାନଙ୍କର ପ୍ରାୟ ସମସ୍ତ କାର୍ଯ୍ୟ ପୂରଣ ହେବା ଫଳରେ ଆୟ ବୃଦ୍ଧି ପାଇବ । ପ୍ରତିକାର- ଗାଈକୁ ଅଟା ଖାଇବାକୁ ଦିଅନ୍ତୁ ।
ମିଥୁନ- ଉଚିତ୍ ପରାମର୍ଶ ପାଇବା ଫଳରେ ଆଜି ଆପଣ ହଜିଯାଇଥିବା ଦ୍ରବ୍ୟ ଫେରି ପାଇପାରନ୍ତି । ନୂଆ ଯୋଜନାରେ ସଫଳ ହେବେ ଏବଂ ବ୍ୟବସାୟରେ ସଫଳତା ସହ ଦୂରଯାତ୍ରାର ସୁଯୋଗ ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପାରିବାରିକ କ୍ଷେତ୍ରରେ କିଛି ଅପ୍ରିତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହାକୁ ନିଜ କୌଶଳ ବଳରେ ସମାଧାନ କରିବେ । କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ । ସମାଜସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ ।
କର୍କଟ- କର୍ମକ୍ଷେତ୍ରରେ ଆଜି ଆପଣ ଉତ୍ତମ ରୋଜଗାର କରିପାରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଶୁଭ ଯୋଗ ଅଛି । ସମ୍ମାନର ସହିତ ଦିନଚର୍ଯ୍ୟା କରିବାରେ କୌଣସି ବାଧା ଉପୁଜିବ ନାହିଁ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଉନ୍ନତି ହେବ ଏବଂ ପରିବାରରେ ଖୁସିର ବାତାବରଣ ସ୍ଥାୟୀ ରହିବ । ନୂତନ ବନ୍ଧୁତ୍ୱ ବା ସମ୍ବନ୍ଧ ସୃଷ୍ଟି ହୋଇପାରେ । କେତେକ ଦୀର୍ଘ ଯୋଜନା ସଫଳ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ । ପରିବହନ ବ୍ୟବସାୟରେ ଥିବା ସମସ୍ୟାର ସମାଧାନ ହେବ । ଦାମ୍ପତ୍ୟ ସୁଖ ମିଳିବ ଏବଂ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ସିଂହ- ଆଜି ଆପଣଙ୍କ ଠାରେ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ରାଜନୀତିରେ ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣ ହେବ । ଜମିଜମା ସଂକ୍ରାନ୍ତିୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଫଳତାର ସହ ସମ୍ପାଦନ ହେବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ । ମହିଳାମାନେ ମାନସିକ ସୁସ୍ଥତା ଅନୁଭବ କରିବେ । ବନ୍ଧୁ ମିତ୍ରଙ୍କ ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନ ପନ୍ଥା ଅନୁସରଣ କରିବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ପାରିବାରିକ ସୁଖ ଶାନ୍ତି ବଜାୟ ରହିବ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ତିଳକ ଧାରଣ କରନ୍ତୁ ।
କନ୍ୟା- ବ୍ୟବସାୟୀମାନେ ନୂତନ ବାଣିଜ୍ୟ ପାଇଁ ପରିକଳ୍ପନା କରିବେ ଏବଂ ଖାଦ୍ୟ ବ୍ୟବସାୟ ସହ ଜଡିତ ଲୋକମାନେ ପ୍ରଚୁର ଲାଭ କରିବେ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଦାମ୍ପତ୍ୟ ସଫଳତା ସହ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ ଏବଂ ଶତୃମାନେ ଷଡ଼ଯନ୍ତ୍ର କରି ନିଜେ ଧରା ପଡିବେ । ଶୁଭ ସମାଚାର ମିଳିବ ଓ ନିଜ ଲୋକଙ୍କ ସାହାଯ୍ୟ ମିଳିବ । ଦୂରଯାତ୍ରା ସମୟରେ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । କର୍ମକ୍ଷେତ୍ରରେ କିଛି ନୂଆ ସୁଯୋଗ ଆସିବ । ରାଜନୀତିରୁ ଧନଲାଭ ହେବ । ପ୍ରତିକାର- ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ସେମାନଙ୍କ ଆଶୀର୍ବାଦ ନିଅନ୍ତୁ ।
ତୁଳା- ଭୋଗବିଳାସରେ ସାମିଲ ହୋଇ ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ଆଜି ଆପଣ ସମ୍ମାନ ପାଇବେ । ଋଣମୁକ୍ତି ପାଇଁ ଯୋଜନା ପ୍ରସ୍ତୁତ କଲେ ସଫଳ ହେବେ । କ୍ରୋଧକୁ ଦମନ କରି ପାରିଲେ ପାରିବାରିକ କ୍ଷେତ୍ରରେ ହସଖୁଶିର ବାତାବରଣ ସୃଷ୍ଟି ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣାରେ ନୂତନ କର୍ମପନ୍ଥା ଅନୁସରଣ କରିବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଆର୍ଥିକ ପରିବର୍ତ୍ତନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ମିଳିବ । ରାଜନେତାମାନେ ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ପ୍ରତିକାର- ହନୁମାନ ମନ୍ଦିରରେ ବୁନ୍ଦିଲଡୁ ଭୋଗ କରି ସେଠାରେ ବାଣ୍ଟନ୍ତୁ ।
ବିଛା- ଟଙ୍କା ପଇସା କାରବାର ପ୍ରତି ଆଜି ଅତ୍ୟନ୍ତ ସତର୍କ ରହିବାକୁ ପଡିବ । ନିମ୍ନବର୍ଗର କେହି ଲୋଭ ଦେଖାଇ ଆପଣଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି । ଭାତୃ ବିବାଦ, ଜମିବାଡି ଓ ଘର ଜାଗା ନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ରାଜନୀତିରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ପ୍ରଦାନ କରିବ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ଅସୁବିଧା ହେବନାହିଁ । ଅଫିସରେ ଅପେକ୍ଷା କରିଥିବା ଶୁଭ ସୂଚନା ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଶଂସା ମିଳିବ । ପ୍ରତିକାର- ଗ୍ରାମ୍ୟ ଦେବାଦେବୀଙ୍କୁ ଭୋଗ ଲଗାଇ ପିଲାମାନଙ୍କୁ ବାଣ୍ଟନ୍ତୁ ।
ଧନୁ- ବ୍ୟବସାୟୀମାନେ କାରବାରରେ ବୁଡି ରହି ଲୋଭଗ୍ରସ୍ତ ନ ହୋଇ ପରିଶ୍ରମ କଲେ ଉଚିତ୍ ଲାଭ ପାଇବେ । ନିମ୍ନବର୍ଗର ବ୍ୟକ୍ତିବିଶେଷ ଆପଣଙ୍କୁ ସାହାଯ୍ୟ କରିବା ଫଳରେ ସନ୍ତୋଷ ଲାଭ କରିବେ । ବୃତ୍ତିଗତ ଦୃଷ୍ଟିରୁ ଆପଣ ସୁରକ୍ଷିତ ରହିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ମିଳିବ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କର୍ମ କରି ଅନୁତାପ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ନିଜ ଆୟତ୍ତରେ ରଖିବେ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ କାମ କରନ୍ତୁ ନାହିଁ । ପ୍ରତିକାର- ଷଣ୍ଢ ଓ ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।
ମକର- ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ସଫଳତା ଅର୍ଜନ କରି ଭଲ ଲାଭ ପାଇବେ । ଦୂରଯାତ୍ରାର ସୁଯୋଗ ମିଳିବ । ପାରିବାରିକ ଅପ୍ରିତିକର ପରିସ୍ଥିତିକୁ ନିଜ କୌଶଳ ବଳରେ ସମାଧାନ କରିବେ । କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ ଓ ଅର୍ଥଲାଭର ନୂଆ ମାର୍ଗ ଖୋଲିଯିବ । ଶୁଭ ସମାଚାର ପ୍ରାପ୍ତ ହେବ । ଲେଖକ, ପତ୍ରକାର, ରାଜନୈତିକ ବ୍ୟକ୍ତି, ସଙ୍ଗୀତଜ୍ଞ ଓ ଠିକାଦାରମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ । ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ମିଳିବ । ନୂତନ କର୍ମ ଯୋଗୁଁ ଆୟ ବୃଦ୍ଧି ହେବ । ପ୍ରତିକାର- ମନ୍ଦିରରେ ଚଣାଡାଲି ଦାନ କରନ୍ତୁ ।
କୁମ୍ଭ- ବ୍ୟବସାୟରେ ବାକି ପଡିଥିବା ଟଙ୍କା ଫେରି ପାଇବା ଆଜି ସହଜ ହେବ । ସନ୍ତାନଙ୍କର ଉନ୍ନତି ଦେଖି ଖୁସି ହେବେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା କରି ପ୍ରଶଂସିତ ହେବେ । ରାଜନୀତିରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ ସଫଳତା ଅର୍ଜନ କରିବେ । ଦୂରଯାତ୍ରାର ସୁଯୋଗ ପାଇ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ଅଧିକାରୀମାନେ ପ୍ରସନ୍ନ ରହିବେ ଏବଂ କମ୍ ପରିଶ୍ରମରେ ଅଧିକ ସଫଳତା ମିଳିବ । ମହିଳାମାନଙ୍କର ପ୍ରତିକୁଳ ପରିସ୍ଥିତି ଦୂରେଇଯିବ ଓ ସନ୍ତାନ ସୁଖ ମିଳିବ । ସେବା କାର୍ଯ୍ୟରେ ଯୋଗ ଦେଇ ଅନେକଙ୍କର କଲ୍ୟାଣ କରିବାର ସୁଯୋଗ ପାଇବେ । ପ୍ରତିକାର- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।
ମୀନ- ଆଜି ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ପାରିବାରିକ ଚଳଣି ଅତୁଟ ଓ ସୁଖମୟ ରହିବ । କର୍ମକ୍ଷେତ୍ରରେ ଉଚ୍ଚବର୍ଗର ଲୋକଙ୍କ ଠାରୁ ସମ୍ମାନ ଓ ଶ୍ରଦ୍ଧା ମିଳିବ । ଉପରିସ୍ଥଙ୍କ ଶ୍ରଦ୍ଧାଭାଜନ ହେଲେ ମଧ୍ୟ ସହକର୍ମୀଙ୍କ ଈର୍ଷାର ଶିକାର ହୋଇପାରନ୍ତି, ତେଣୁ ସତର୍କ ରୁହନ୍ତୁ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ । ବାଦ-ବିବାଦରୁ ଦୂରେଇ ରୁହନ୍ତୁ । କିଛି ବାଧାବିଘ୍ନ ସତ୍ତ୍ୱେ ନିଜସ୍ଵ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ । ପରିବାରରେ କୌଣସି ସମସ୍ୟା ଦେଖାଦେଲେ ତାହାକୁ କୌଶଳକ୍ରମେ ସମାଧାନ କରିବେ । ପ୍ରତିକାର- ଘରୁ ବାହାରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ ।

Social Footer