ମେଷ ରାଶି (Aries)
କର୍ମକ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟା ଦ୍ୱାରା ଆଜି ଆପଣ ସଫଳତା ପାଇବେ। ପାରିବାରିକ ଜୀବନରେ ସୁଖ-ଶାନ୍ତି ବଜାୟ ରହିବ। ଉତ୍ତମ ବୁଝାମଣା ଯୋଗୁଁ ଆପଣ ଉତ୍ସାହିତ ରହିବେ। ନିଜ ଦକ୍ଷତା ପାଇଁ ଉଚ୍ଚ ସମ୍ମାନ ମିଳିବ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ। କାର୍ଯ୍ୟାଳୟର ଜଟିଳ ପରିସ୍ଥିତିକୁ ସରଳ କରି ପ୍ରଶଂସା ପାଇବେ। ଆୟରେ ବାଧା ନାହିଁ, କିନ୍ତୁ ଆକସ୍ମିକ ଧନହାନୀ ଯୋଗୁଁ ମନରେ ସାମାନ୍ୟ ଦୁଃଖ ପ୍ରକାଶ ପାଇପାରେ।
ବୃଷ ରାଶି (Taurus)
ମହିଳାମାନେ ଆଜି ନିଜର ଆନୁଷ୍ଠାନିକ କାମ ହାସଲ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ପରିବାରରେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଅନ୍ୟର ଉପକାର କରି ପ୍ରଶଂସିତ ହେବେ ଏବଂ ଶୁଭ ସମାଚାର ଶୁଣିବାକୁ ମିଳିବ। ତେବେ ଭ୍ରମଣ ସମ୍ପର୍କିତ ବ୍ୟବସାୟରେ କ୍ଷତି ହୋଇପାରେ। ଯାନବାହନ ଚଳାଇବା ବେଳେ ସତର୍କ ରୁହନ୍ତୁ। ବେପରୁଆ କାର୍ଯ୍ୟ ଯୋଗୁଁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି।
ମିଥୁନ ରାଶି (Gemini)
ଆଜି ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ। ନୂତନ ଗଠନମୂଳକ ଯୋଜନା ପାଇଁ ରାସ୍ତା ଖୋଲିଯିବ। ପ୍ରବାସରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଉନ୍ନତିକର ରହିବ। ପରିବାରରେ ହସଖୁସିର ପରିବେଶ ରହିବ ଏବଂ ବନ୍ଧୁବାନ୍ଧବ ଆର୍ଥିକ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଠିକ୍ ସମୟରେ ଶେଷ ହେବ। ପ୍ରେମିକ ପ୍ରେମିକାମାନେ ଭ୍ରମଣ କରି ଆନନ୍ଦ ପାଇବେ। ମହିଳାମାନଙ୍କୁ ରାଜନୀତିରେ ସଫଳତା ମିଳିବ।
କର୍କଟ ରାଶି (Cancer)
ବ୍ୟବସାୟ କ୍ଷେତ୍ରରେ ଆଜି ଆପଣ ଲାଭବାନ ହେବେ। ଯୁବକ ଯୁବତୀମାନେ ବାଦବିବାଦ, ମାଲିମକଦ୍ଦମା ଓ ପ୍ରତିଯୋଗିତା ପରୀକ୍ଷାରେ ଜୟଯୁକ୍ତ ହେବେ। ଭାଇ-ଭଉଣୀ ଓ ବନ୍ଧୁଙ୍କ ସହ ସମ୍ପର୍କ ଉତ୍ତମ ରହିବ। ଆର୍ଥିକ ସନ୍ତୁଳନ ଠିକ୍ ରହିବା ଯୋଗୁଁ ଅର୍ଥନୈତିକ ବିପଦରୁ ମୁକ୍ତି ମିଳିବ। ପୁରୁଣା ଭୁଲ ବୁଝାମଣା ଦୂର ହେବ ଏବଂ ସମାଜରେ ମର୍ଯ୍ୟାଦାଜନକ ପରିସ୍ଥିତି ସୃଷ୍ଟି ହେବ।
ସିଂହ ରାଶି (Leo)
ଆଜି ଦିନଟି ଆନନ୍ଦ ଉଲ୍ଲାସରେ କଟିବ। ବ୍ୟବସାୟ କ୍ଷେତ୍ରରେ ଆମଦାନୀ ଓ ରପ୍ତାନିରୁ ଭଲ ଲାଭ ମିଳିବ। କର୍ମନିଷ୍ଠ ରହିବା ଆପଣଙ୍କ ପାଇଁ ହିତକର ହେବ। ତେବେ ପାରିବାରିକ କ୍ଷେତ୍ରରେ କିଛି ଭୁଲ ବୁଝାମଣା ଯୋଗୁଁ ମାନସିକ ଦ୍ୱନ୍ଦ୍ୱ ଦେଖାଦେଇପାରେ ଏବଂ ବନ୍ଧୁମାନେ ଦୂରେଇ ଯାଇପାରନ୍ତି। ପିଲାଙ୍କ ପାଠପଢ଼ାକୁ ନେଇ ମନ ଖୁସି ରହିବ। ମହିଳାମାନେ ସାବଧାନତା ସହ ଚଳନ୍ତୁ, ନଚେତ୍ ବିପଦରେ ପଡ଼ିପାରନ୍ତି।
କନ୍ୟା ରାଶି (Virgo)
କାର୍ଯ୍ୟକ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଏବଂ ଉଚ୍ଚ ସମ୍ଭାବନାର ଆଶା ପାଇ ମାନସିକ ଶାନ୍ତି ଅନୁଭବ କରିବେ। ସାମାଜିକ କାର୍ଯ୍ୟରେ ସଫଳତା ସହ ମାନ-ସମ୍ମାନ ବଢ଼ିବ। ଯାତ୍ରା ସମୟରେ ଆନନ୍ଦମୟ ମୁହୂର୍ତ୍ତ କଟିବ। ବିଦ୍ୟା କ୍ଷେତ୍ରରେ ଶୁଭଯୋଗ ରହିଛି। ଅଭାବ ଥିଲେ ମଧ୍ୟ ଆପଣଙ୍କର କୌଣସି କାମ ଅଟକିବ ନାହିଁ। ମହିଳାମାନେ କାମ ହାସଲ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି।
ତୁଳା ରାଶି (Libra)
ଯାନବାହନ ବ୍ୟବସାୟରେ ଆଜି ବେଶ୍ ଲାଭ ମିଳିବ। ଶିଳ୍ପ ପ୍ରତିଷ୍ଠା ଯୋଜନା ସଫଳ ହେବ ଏବଂ ବିଦେଶୀ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କିଛି କ୍ଷେତ୍ରରେ ନୀରବତା ରକ୍ଷା କରିବା ଶ୍ରେୟସ୍କର ହେବ। ନିଜର ଦୃଢ଼ତା ଯୋଗୁଁ ସମ୍ମାନ ପାଇବେ। ସାମାନ୍ୟ ଚେଷ୍ଟା କଲେ ବାକି ଥିବା ଅର୍ଥ ଫେରିପାଇବେ। ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ। ବିଦ୍ୟାର୍ଥୀମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ।
ବିଛା ରାଶି (Scorpio)
ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, କିନ୍ତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପରୀକ୍ଷା ଓ ପ୍ରତିଯୋଗିତାରେ ବିଜୟୀ ହେବେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଶ୍ରମିକ ଓ କର୍ମଚାରୀମାନେ ନିଜ କାର୍ଯ୍ୟରେ ସଫଳ ହେବେ। ଆତ୍ମବିଶ୍ୱାସ ଓ ଦୃଢ଼ତା ଯୋଗୁଁ ସମ୍ମାନର ଅଧିକାରୀ ହେବେ। ଅତି ସହଜରେ ବାକି ଥିବା ଅର୍ଥ ପାଇବାର ଯୋଗ ରହିଛି। ପରିସ୍ଥିତି ସହ ତାଳ ମେଳ ରଖି ଚଳିବା ଉତ୍ତମ।
ଧନୁ ରାଶି (Sagittarius)
ବ୍ୟବସାୟ ଓ ପରୀକ୍ଷା କ୍ଷେତ୍ରରେ ଆଶା ମୁତାବକ ଫଳ ପାଇବେ। ରାଜନୈତିକ କ୍ଷେତ୍ରରେ ଥିବା ଜଟିଳତା ଦୂର ହେବ। କିନ୍ତୁ ଛୋଟ ଛୋଟ କାମକୁ ବିଚାର ନକଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଆବଶ୍ୟକ ଜିନିଷ ପାଇଁ ଧାର କରିବାକୁ ପଡ଼ିପାରେ। ପିଲାଙ୍କ ପାଠପଢ଼ା ନେଇ ସାମାନ୍ୟ ଚିନ୍ତିତ ରହିବେ। କର୍ତ୍ତବ୍ୟ ପରାୟଣ ହୋଇ ଚାଲିବା ଆପଣଙ୍କ ପାଇଁ ହିତକର। ସାମାଜିକ ସ୍ତରରେ ମାନ-ସମ୍ମାନ ବୃଦ୍ଧି ପାଇବ।
ମକର ରାଶି (Capricorn)
ଆଜିର ଯାତ୍ରା ଆନନ୍ଦଦାୟକ ଓ ଭୋଗବିଳାସପୂର୍ଣ୍ଣ ହେବ। ବିଦ୍ୟା କ୍ଷେତ୍ରରେ ସଫଳତା ମିଳିବ। ମହିଳାମାନେ ପିଲାଙ୍କ ସହ ଖୁସିରେ ସମୟ ବିତାଇବେ। ପାରିବାରିକ ଓ ଘରୋଇ ସମସ୍ୟାର ସମାଧାନ ହେବ। କର୍ମ ଓ ବ୍ୟବସାୟ ପାଇଁ ଦୂରଯାତ୍ରା ସଫଳ ହେବ। ତେବେ ସତର୍କ ନ ରହିଲେ କୌଣସି ଭୁଲ୍ କାମରେ ଫସିଯିବାର ଆଶଙ୍କା ରହିଛି।
କୁମ୍ଭ ରାଶି (Aquarius)
ପଡ଼ୋଶୀଙ୍କ ସାହାଯ୍ୟରେ ଅନେକ ସମସ୍ୟାର ସମାଧାନ ହେବ। ଶତ୍ରୁ ଓ ଈର୍ଷାପରାୟଣ ବ୍ୟକ୍ତିମାନେ ମଧ୍ୟ ଆପଣଙ୍କର ପ୍ରଶଂସା କରିବେ। କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ଶିକ୍ଷାର୍ଥୀମାନଙ୍କର ଏକାଗ୍ରତା ବଢ଼ିବ। ମହିଳାମାନେ ଦୃଢ଼ତା ଯୋଗୁଁ ସମ୍ମାନିତ ହେବେ। ସମ୍ପର୍କୀୟଙ୍କ ସହଯୋଗରେ ଅଧୁରା କାମ ପୂର୍ଣ୍ଣ ହେବ। ହସଖୁସି ଓ ମଉଜ ମଜଲିସ୍ରେ ସମୟ କଟିବ।
ମୀନ ରାଶି (Pisces)
ଶିଳ୍ପ ଓ ବ୍ୟବସାୟରେ ଯୋଜନା ଅନୁଯାୟୀ କାମ କରି ସଫଳ ହେବେ। ନୂଆ ଜ୍ଞାନ ଆହରଣ ହେତୁ ପ୍ରଚୁର ଧନଲାଭର ଯୋଗ ରହିଛି। ଆର୍ଥିକ କାରବାର ସୁଚାରୁରୂପେ ହେବ ଏବଂ ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟାର ସୁଧାର ଆସିବ। ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଦୂରଯାତ୍ରା କଲେ ମନ ଖୁସି ରହିବ। ମାଲିମକଦ୍ଦମାରେ ବିଜୟୀ ହେବେ।

Social Footer