ମେଷ ରାଶି
ଆଜି ଆପଣ ଭାଗ୍ଯର ଅନୁକୂଳତାର ପୂର୍ଣ୍ଣ ଲାଭ ଉଠାନ୍ତୁ। ପୂର୍ବ ଦିନରୁ ଯେଉଁ ସବୁ ସମସ୍ୟା ଆପଣଙ୍କୁ ଚିନ୍ତାରେ ରଖିଥିଲା, ଆଜି ସେଗୁଡିକର ସମାପ୍ତ ହେବ। ଆପଣଙ୍କର କୌଣସି ପୁରୁଣା ବନ୍ଧୁଙ୍କ ସହ ଚାଲିଥିବା ମନାନ୍ତର ଆଜି ସମ୍ପୂର୍ଣ୍ଣ ଭାବେ ଦୂର ହେବ। ସେହି ବନ୍ଧୁ ଆପଣଙ୍କ ଠାରୁ କିଛି ସହାୟତାର ଅପେକ୍ଷା ରଖିବେ ଏବଂ ଖୁସିର କଥା ହେଉଛି ଆପଣ ସେଥିରେ ସକ୍ଷମ ମଧ୍ୟ ହେବେ। କୌଣସି ବିଷୟରେ ଜିଦ୍ ଧରି ସିଧା ସିଧା ମନା କରିବା ଅପେକ୍ଷା ପରିସ୍ଥିତିକୁ ଦେଖି ନିସ୍ପତି ନିଅନ୍ତୁ। ଆଜି କୌଣସି ଉତ୍ସାହଜନକ ଭଲ ଖବର ଶୁଣିବାକୁ ମିଳିପାରେ ଏବଂ ସମାଜରେ ଆପଣଙ୍କ ପ୍ରତିଷ୍ଠା ଓ ସମ୍ମାନରେ ବୃଦ୍ଧି ହେବ।
ବୃଷ ରାଶି
ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ଠାକ ରହିବ, କିନ୍ତୁ ବାହାର ଖାଦ୍ୟ ଅପେକ୍ଷା ଘରର ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ ଏବଂ ପଇସା ବୁଝି ବିଚାରୀ ଖର୍ଚ୍ଚ କରନ୍ତୁ। ଆଜି ଅଚାନକ ଭାବେ କାହା ସହ ଏକ ରୋମାଣ୍ଟିକ ଭେଟ ହୋଇପାରେ, ଯାହା ଆପଣଙ୍କ ଦିନକୁ ଖୁସି କରିଦେବ। ଯୁବକ ବର୍ଗ ମାନେ ଆଜି ମାନସିକ ରୂପରେ ବହୁତ ଆକ୍ଟିଭ ରହିବେ, ଯାହା ସେମାନଙ୍କୁ ନିଜର ଲକ୍ଷ୍ୟ ପ୍ରାପ୍ତ କରାଇବାରେ ବହୁତ ସହାୟକ ହେବ। ସାମାଜିକ ରୂପରେ ଆପଣଙ୍କ ଯଶ ଓ କୀର୍ତ୍ତିରେ ବୃଦ୍ଧି ହେବ ଏବଂ ବ୍ୟାପାରରେ ମଧ୍ୟ ଭଲ ଲାଭ ହେବ। ବିଦ୍ୟାର୍ଥୀଙ୍କ ମନ ପାଠ ପଢା ରେ ଲାଗି ରହିବ ଏବଂ କାର୍ଯ୍ୟ କ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ।
ମିଥୁନ ରାଶି
ଯଦି ଆପଣଙ୍କ ପାଇଁ ବିବାହ ର ପ୍ରସ୍ତାବ ଆସିଛି, ତେବେ ପ୍ରତେକ ନିସ୍ପତି ନେବା ପୂର୍ବରୁ ସବୁ ଦିଗକୁ ବିଚାର କରନ୍ତୁ। ଆର୍ଥିକ ଲେନଦେନ ବା କାରବାର କରିବା ପାଇଁ ଆଜି ସମୟ ଅତ୍ୟନ୍ତ ଉଚିତ ହେବ। ତେଣୁ ଲମ୍ବା ଅବଧିର ନିବେଶ ମାର୍ଗ ବାଛନ୍ତୁ, ଯାହା ଦ୍ଵାରା ଭବିଷ୍ୟତରେ ବଡ ଧନ ଲାଭ ହେବ। ଯଦି ପୂର୍ବରୁ କିଛି କାମ ଅଟକି ଯାଇଛି, ତେବେ ତାହା ଆଜି ପୁରା କରିବାକୁ ଚେଷ୍ଟା କରନ୍ତୁ। ଜୀବନ ସାଥିଙ୍କ ସହ ଚାଲିଥିବା ଛୋଟ ମୋଟ ମନାନ୍ତର ଆଜି ଦୂର ହେବ, ଯାହା ଦ୍ଵାରା ଘରେ ପୁଣିଥରେ ଶାନ୍ତି ର ମାହୋଲ ବଜାୟ ରହିବ।
କର୍କଟ ରାଶି
ଆଜି ଆପଣ ନିଜ ଭିତରେ ଏକ ନୂଆ ଊର୍ଜା ଓ ଉତ୍ସାହ ଅନୁଭବ କରିବେ। ଆପଣଙ୍କର କୌଣସି ଘନିଷ୍ଠ ବନ୍ଧୁଙ୍କ ସ୍ୱାସ୍ଥ୍ୟ ଭଲ ହେବା ଫଳରେ ଆପଣ ଚିନ୍ତା ମୁକ୍ତ ଅନୁଭବ କରିବେ। ଘର ବା ଜମିବାଡ଼ି ପାଇଁ କରା ଯାଇଥିବା ପୁରୁଣା ନିବେଶ ଆଜି ଲାଭକାରୀ ସାବ୍ୟସ୍ତ ହେବ। ଲମ୍ବା ସମୟରୁ ଚାଲି ଆସିଥିବା କୌଣସି ପୁରୁଣା ରୋଗରୁ ଆଜି ମୁକ୍ତି ପାଇବେ। ଆଜି କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ, କିନ୍ତୁ ଆପଣ ସେଥିରୁ ଆନନ୍ଦ ମଧ୍ୟ ପାଇବେ। ଆପଣଙ୍କୁ ନିଜର କଠିନ ପରିଶ୍ରମର ଅତ୍ୟନ୍ତ ସୁଖଦ ଓ ମିଠା ଫଳ ମିଳିବାକୁ ଯାଉଛି।
ସିଂହ ରାଶି
ଆଜି ଆପଣ ନିଜ ପ୍ରେମୀ ଙ୍କ ସହ ଫୋନରେ ଲମ୍ବା ସମୟ ବାର୍ତ୍ତାଳାପ କରିବେ। ବୈବାହିକ ଜୀବନରେ ଆଜି ଲମ୍ବା ସମୟ ପରେ ଏକ ଶାନ୍ତିପୂର୍ଣ୍ଣ ଓ ସୁଖଦ ଦିନ ଆସିବ। ଅଯଥା କାହା ସହ ହେବାକୁ ଥିବା ବାଦ ବିବାଦ ଠାରୁ ନିଜକୁ ଦୂରେଇ ରୁହନ୍ତୁ। ଆଜି ଆପଣ କାମ କୁ ସାମାନ୍ୟ ଅଲଗା ରଖିକି କିଛି ଏମିତି କାମ କରନ୍ତୁ, ଯେଉଁଥି ରୁ ଆପଣଙ୍କୁ ମନର ଖୁସି ମିଳିବ। ନିଜର କିଛି ପୁରୁଣା ଅଭ୍ଯାସ କୁ ସୁଧାରିବାକୁ ଆଜି ଦିନ ଟି ସବୁଠାରୁ ବେହତର ଅଛି। ପୁରୁଣା ନିବେଶରୁ ମିଳିଥିବା ଧନରାଶି ଯୋଗୁଁ ଆର୍ଥିକ ସ୍ଥିତି ମଜବୁତ ହେବ।
କନ୍ୟା ରାଶି
ଯୁବକ ମାନଙ୍କ ପାଇଁ ଆଜି ଦିନଟି ମଉଜ ମସ୍ତି ରେ ବ୍ଯତୀତ ହେବ। ଆଜି ଆପଣ କୌଣସି ମନପସନ୍ଦର ପ୍ରିୟ ବସ୍ତୁ କ୍ରୟ କରି ପାରନ୍ତି। ଗୃହସ୍ଥ ଜୀବନରେ ପ୍ରେମ ଓ ବୁଦ୍ଧିମାନ ସହକାରେ ପରସ୍ପର ମଧ୍ୟରେ ରୋମାନ୍ସ ମଧ୍ୟ ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟ ମଧ୍ୟରେ କୌଣସି ନିଆ ଯାଇଥିବା ନିସ୍ପତି ଉପରେ ପୁଣିଥରେ ବିଚାର କରନ୍ତୁ। ଆଜି ଆପଣଙ୍କୁ କିଛି ଛୋଟ ମୋଟ ସମସ୍ଯା ଅନୁଭବ ହୋଇପାରେ, ଯାହା କାରଣରୁ ଆପଣଙ୍କ ସ୍ବଭାବରେ ସାମାନ୍ୟ ଚେଞ୍ଜ ବା କ୍ରୋଧ ଆସିପାରେ, ତେଣୁ ନିଜକୁ ଶାନ୍ତ ରଖନ୍ତୁ।
ତୁଳା ରାଶି
ଆଜି କୌଣସି ଜରୁରୀ କାମରେ କମ ମେହନତ ରୁ ହିଁ ବଡ ସଫଳତା ମିଳିପାରେ, ଯାହା ପାଇଁ ଆପଣଙ୍କ ଖୁସି ର ଠିକଣା ରହିବ ନାହିଁ। ଜୀବନ ସାଥିଙ୍କ ସହ ଆପଣଙ୍କ ତାଳମେଳ ବଜାୟ ରଖନ୍ତୁ, ନଚେତ ପ୍ରେମ ସମ୍ପର୍କ ରେ ବାଧା ସୃଷ୍ଟି ହୋଇପାରେ। ଯଦି କୌଣସି କାର୍ଯ୍ୟ ହେଉନାହିଁ, ତେବେ କିଛି ସମୟ ପାଇଁ ଅପେକ୍ଷା କରି ରହି ଯିବା ବେହତର ହେବ। ଆଜି ଆପଣଙ୍କ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟ ରେ ରୁଚି ବଢିପାରେ। ସାମଗ୍ରିକ ଭାବେ ଆଜି ଦିନ ଟି ଆପଣଙ୍କ ପାଇଁ ଖୁସି ରେ ଭରପୂର ରହିବ।
ବିଛା ରାଶି
ଆଜି କିଛି ଘନିଷ୍ଠ ବନ୍ଧୁ ଙ୍କ ସହାୟତାରେ ଆପଣଙ୍କର ଏକ ବଡ ପ୍ରୋଜେକ୍ଟ ପୁରା ହେବ। ଯେଉଁ ଛାତ୍ର ମାନେ ବିଦେଶରେ ପଢିବାକୁ ଚାହୁଁ ଛନ୍ତି, ସେମାନଙ୍କ ପାଇଁ ଆଜି ଦିନ ଟି ଅତ୍ୟନ୍ତ ଅନୁକୂଳ ଅଛି। ଆପଣ ଦିନ ସାରା ଊର୍ଜାବାନ ଅନୁଭବ କରିବେ, କିନ୍ତୁ ନିଜ ଉତ୍ସାହ ଉପରେ କଣ୍ଟ୍ରୋଲ ରଖନ୍ତୁ। ଆଜି ଆପଣ ଆତ୍ମବିଶ୍ଵାସ ରେ ଭରପୁର ରହିବେ ଏବଂ କୌଣସି ଲମ୍ବା ସ୍ଥାନକୁ ଯାତ୍ରା କରି ପାରନ୍ତି। ଆପଣଙ୍କ ଯୋଗ୍ୟତା ଓ ପ୍ରତିଭାକୁ ଭୁଲରେ ବି ଅନ୍ୟଙ୍କ ସାମ୍ନା କୁ ଆଣନ୍ତୁ ନାହିଁ। ପ୍ରତିଦ୍ଵନ୍ଦୀ ଉପରେ ଆପଣଙ୍କୁ ଆଜି ବିଜୟ ପ୍ରାପ୍ତ ହେବ।
ଧନୁ ରାଶି
ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ବା ଖର୍ଚ୍ଚ ସାମାନ୍ୟ ଅଧିକ ହେବ। ତଥାପି ଧନ ମାମଲାରେ ଆପଣଙ୍କୁ ଅଧିକ ଚିନ୍ତା କରିବାର କୌଣସି ଜରୁରତ ନାହିଁ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ପାରିବାରିକ ସୁଖ ଶାନ୍ତି ପ୍ରଭାବିତ ହୋଇପାରେ। ପାରିବାରିକ ଜୀବନରେ ଭାଇ ଭଉଣୀ ଙ୍କ ସହ ସମ୍ପର୍କ ଅତ୍ୟନ୍ତ ଭଲ ରହିବ। ପଇସା ମାମଲାରେ ଆଜି ଦିନ ଟି ସାମାନ୍ୟ ଖର୍ଚ୍ଚାନ୍ତ ରହିବ, ତେଣୁ ଯଦି ଆପଣ ବିନା କାରଣରେ ଟଙ୍କା ଖର୍ଚ୍ଚ କରିବେ ତେବେ ଆଗକୁ ସମସ୍ଯା ହୋଇପାରେ।
ମକର ରାଶି
ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ଆହୁରି ନିବିଡ ହେବ ଏବଂ ପ୍ରେମରେ ବୃଦ୍ଧି ହେବ। ଘରର ଉନ୍ନତି ବା ବିକାଶରେ ଆସୁଥିବା ବାଧା ଆଜି ଦୂର ହେବ। ସେଲ୍ସ ଓ ମାର୍କେଟିଙ୍ଗ ସହ ଜଡିତ ଲୋକ ଙ୍କ ପାଇଁ ଆଜି ଦିନ ଟି ବିଶେଷ ଲାଭଦାୟକ ରହିବ। ବାରମ୍ବାର ଲଗାତାର କରା ଯାଇଥିବା ପ୍ରୟାସ ଆଜି ଫଳପ୍ରଦ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଯଥେଷ୍ଟ ବେହତର ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ଅଟକିଥିବା ସବୁ କାମ ପୁରା ହେବ।
କୁମ୍ଭ ରାଶି
ଆପଣଙ୍କ ବୁଦ୍ଧିମାନ କାରଣରୁ ଆଜି କିଛି ଜଟିଳ କାମ ସହଜରେ ସମ୍ପନ୍ନ ହେବ। ପଇସା କୁ ନେଇ କେବେ ବି ଗର୍ବ କରନ୍ତୁ ନାହିଁ, ନଚେତ ଆପଣ ଅଯଥା ସମସ୍ୟାରେ ପଡି ପାରନ୍ତି। ବ୍ୟାପାରି ବର୍ଗ ଙ୍କର କାର୍ଯ୍ୟ ରେ ଆସୁଥିବା ସମସ୍ତ ବାଧା ଆଜି ଦୂର ହେବ ଏବଂ ବ୍ୟାପାର ସୁଚାରୁରୂପେ ଚାଲିବ। ମଉଜ ମସ୍ତି କାରଣରୁ ଆପଣଙ୍କ ଜରୁରୀ କାମ ପ୍ରଭାବିତ ହୋଇପାରେ, ତେଣୁ ସଚେତନ ରୁହନ୍ତୁ। ଆଜି ଆପଣ ସାମାନ୍ୟ ଥକାପଣ ଅନୁଭବ କରିବେ। ଛାତ୍ର ଙ୍କ ଦ୍ଵାରା କରା ଯାଇଥିବା ଶିକ୍ଷାଗତ ପ୍ରୟାସ ସଫଳ ହେବ।
ମୀନ ରାଶି
ଆଜି ଆପଣଙ୍କୁ ହୃଦୟ ଅପେକ୍ଷା ମାଇଣ୍ଡ ବା ବୁଦ୍ଧି ରୁ କାମ କରିବା ଉଚିତ। କାହା ଉପରେ ଅତିରିକ୍ତ ଭରସା କରନ୍ତୁ ନାହିଁ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଅତିରିକ୍ତ କାର୍ଯ୍ୟ ଭାର ର ସାମ୍ନା କରିବାକୁ ହେବ। ଆଜି ଏମିତି କିଛି ସ୍ଥିତି ସାମ୍ନା କୁ ଆସିପାରେ, ଯାହା ପାଇଁ ଆପଣ ନିଜର ପୁରୁଣା ବିଚାର ଚେଞ୍ଜ କରିବାକୁ ବାଧ୍ୟ ହେବେ। କୌଣସି ଜରୁରୀ ସୂଚନା ମିଳିବା ମାତ୍ରେ ଯଥା ସମ୍ଭବ ସାହାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଆଜି କିଛି ପୁରୁଣା ମାମଲାର ସମାଧାନ ହୋଇପାରେ, ଯାହା ପରେ ଆତ୍ମୀୟ ଲୋକଙ୍କ ସହ ସମ୍ପର୍କ ଆହୁରି ଅଧିକ ମଧୁର ହୋଇଯିବ।

Social Footer