♈ ମେଷ ରାଶି (Aries):
ଆଜି ନିଜର ପ୍ରେମ ପାଇଁ ଆପଣଙ୍କର ବ୍ୟବହାର କିଛି ଭିନ୍ନ ରହିବ । ଆପଣ ନିଜର ଊର୍ଜାକୁ ସଠିକ ଦିଶାରେ ଲଗାନ୍ତୁ, କାରଣ ଆଜି ସଫଳତା ପାଇବାର ବହୁତ ଭଲ ଯୋଗ ଅଛି । କ୍ୟାରିୟର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଶୁଭ ସମୟ । କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ଭୁଲ ରାସ୍ତା ଦେଖାଇ ପାରନ୍ତି, ତେଣୁ ସତର୍କ ରୁହନ୍ତୁ । ସ୍ଵାମୀ ସ୍ତ୍ରୀ ପରସ୍ପରର ଭାବନାକୁ ବୁଝିବେ ଓ ସମ୍ମାନ କରିବେ । ପାରିବାରିକ ସୁଖ ଶାନ୍ତି ବଜାୟ ରହିବ ।
♉ ବୃଷ ରାଶି (Taurus):
ଯଦି ଆପଣ କୌଣସି ବଡ଼ ଫାଇଦାର ଆଶା ରଖିଛନ୍ତି, ତେବେ ଆଜି ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ଅଛି । ଆଜି ନିଜର ସାଥିଙ୍କ ସହ ମତଭେଦ କରନ୍ତୁ ନାହିଁ । ଶାରୀରିକ ଓ ମାନସିକ ରୂପରେ ଆପଣ ଆନନ୍ଦ ଅନୁଭବ କରିବେ । ଆଳସ୍ୟକୁ ଦୂର କରିବାକୁ ଚେଷ୍ଟା କରନ୍ତୁ, ଏହାଦ୍ୱାରା ଅଟକି ରହିଥିବା କାମ ପୁରା ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସଫଳ ହେବେ । ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ବହୁତ ଉତ୍ସାହିତ ରହିବେ ।
♊ ମିଥୁନ ରାଶି (Gemini):
ଅନ୍ୟ କାହାକୁ ଖୁସି ହେବାର ଦେଖି ଆଜି ଆପଣ ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆଶାଜନକ ସଫଳତା ମିଳିବ । ଆଜି ଦିନରେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ ଏବଂ ମନ ପ୍ରଫୁଲ୍ଲିତ ରହିବ । ମାର୍କେଟିଂ ଓ ମିଡିଆ ସମ୍ବନ୍ଧିତ ସୂଚନା ପ୍ରାପ୍ତ କରିବାକୁ ଧ୍ୟାନ ଦିଅନ୍ତୁ, ଏହା ଦ୍ଵାରା ଆପଣଙ୍କ ଯୋଜନା ସଫଳ ହେବ । ଟଙ୍କା ପଇସାର ସୁରକ୍ଷାକୁ ନେଇ ସତର୍କ ରୁହନ୍ତୁ । ଖର୍ଚ୍ଚ କରିବା ସମୟରେ ନିୟନ୍ତ୍ରଣ ରଖିବା ଶ୍ରେୟସ୍କର ।
♋ କର୍କଟ ରାଶି (Cancer):
ଆଜି ନକାରାତ୍ମକ କଥା ଏବଂ ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । ନିକଟତର ସମ୍ପର୍କୀୟଙ୍କ ସହ ଭେଟ ହୋଇପାରେ । ଆଜି ପ୍ରତ୍ୟେକ କାମ ବୁଝି ବିଚାରୀ କରନ୍ତୁ । ପୁଞ୍ଜି ନିବେଶ ପାଇଁ ଦିନଟି ଭଲ ଅଛି । ନିଜର ଭବିଷ୍ୟତ ଯୋଜନା ବା ଗୁପ୍ତ କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । କାହାଠାରୁ ଅତିରିକ୍ତ ଅପେକ୍ଷା ରଖନ୍ତୁ ନାହିଁ, ନିଜ କାମ ନିଜେ ଶେଷ କରନ୍ତୁ । ପରିବାର ଓ ସନ୍ତାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ ।
♌ ସିଂହ ରାଶି (Leo):
ପରିବାର ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଆଜି କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଗ୍ରହଣ କରିବାରେ ଆପଣ ସକ୍ଷମ ହେବେ । ଆପଣଙ୍କ ଭାବନା ଓ ଉଦାରତାର କେହି ଫାଇଦା ଉଠାଇ ପାରନ୍ତି, ତେଣୁ ସତର୍କ ରୁହନ୍ତୁ । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ, ଶୁଭ ହେବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ପ୍ରେମ କରୁଥିବା ଯୋଡିଙ୍କ ପାଇଁ ଆଜିର ଦିନଟି ବହୁତ ଖାସ ରହିବ । କାର୍ଯ୍ୟ ସ୍ଥଳରେ ନିଜ କୌଶଳ ପ୍ରଦର୍ଶନ କରିବେ ।
କନ୍ୟା ରାଶି (Virgo):
ଭବିଷ୍ୟତରେ ବ୍ୟାପାରକୁ ଆଗକୁ ନେବାକୁ ନୂଆ ପ୍ଳାନ ପ୍ରସ୍ତୁତ କରିବେ । ସନ୍ତାନମାନେ ଆଜି ଭଲ ପ୍ରଗତି କରିବେ । ଆପଣ ଏକ ସୁଖଦ ଜୀବନର ଆନନ୍ଦ ନେବେ ଏବଂ ଚିତ୍ତ ପ୍ରସନ୍ନ ରହିବ । ଦିନଟି ଉନ୍ନତିଦାୟକ ଅଟେ, କିନ୍ତୁ ନିଜର କମଜୋରି ଉପରେ ଧ୍ୟାନ ଦିଅନ୍ତୁ । ଆଜି ଅକାରଣରେ କୌଣସି ଚିନ୍ତା କାରଣରୁ ମନ ସାମାନ୍ୟ ବ୍ୟଥିତ ହୋଇପାରେ । ଟଙ୍କା କମାଇବାର ନୂଆ ଅବସର ପ୍ରାପ୍ତ ହେବ । ପ୍ରିୟ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ ।
♎ ତୁଳା ରାଶି (Libra):
କାର୍ଯ୍ୟ ସ୍ଥଳରେ ଆଜି କାହା ସହ ବିବାଦ କରନ୍ତୁ ନାହିଁ । ନିଜର ଆର୍ଥିକ ଯୋଜନା ଉପରେ ପୁନଃ ବିଚାର କରନ୍ତୁ । ବ୍ୟାପାରି ବର୍ଗ ତରବର ହୋଇ କୌଣସି ବଡ଼ ନିସ୍ପତି ନିଅନ୍ତୁ ନାହିଁ । କାମ ଓ ପରିବାର ମଧ୍ୟରେ ସଂଯମ ରକ୍ଷା କରନ୍ତୁ । ପରିବାର ସହ ବୁଲିବାକୁ ଯିବାର ପ୍ରୋଗ୍ରାମ କରିପାରନ୍ତି । ଦିନଟି ସଫଳତା ପୂର୍ବକ ବ୍ଯତୀତ ହେବ ଏବଂ ଉତ୍ତମ ଭୋଜନ ପ୍ରାପ୍ତିର ଯୋଗ ଅଛି । ଅଯଥା କଥାକୁ ଧ୍ୟାନ ନ ଦେଇ ନିଜ କାମରେ ଫୋକସ କରନ୍ତୁ ।
♏ ବିଛା ରାଶି (Scorpio):
ଆଜି ଦିନଟି ଆପଣଙ୍କ ପାଇଁ ବେହତର ପ୍ରମାଣିତ ହେବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହ ସକାରାତ୍ମକ ଆଲୋଚନା ହୋଇପାରେ । ଆପଣଙ୍କୁ ନୂଆ ଶିକ୍ଷା ଓ ଅନୁଭୂତି ମିଳିବ । ପିଲାଙ୍କ ସହ ସମୟ ବ୍ୟତିତ କରିବା ଦ୍ୱାରା ମନ ଶାନ୍ତ ରହିବ । ପରିବାରରେ ଖୁଶିମୟ ବାତାବରଣ ରହିବ । ଆଜି ସ୍ଥିତି ଆପଣଙ୍କ ଅନୁକୂଳରେ ରହିବ, ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସମୟ ବହୁତ ମୂଲ୍ୟବାନ, ଏହାର ସଦୁପୋଯୋଗ କରନ୍ତୁ । ସ୍ୱାସ୍ଥ୍ୟ ସ୍ଥିତି ଠିକ ରହିବ ।
♐ ଧନୁ ରାଶି (Sagittarius):
ବ୍ୟାପାରରେ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି । ନାଲି ବସ୍ତୁ ପାଖରେ ରଖନ୍ତୁ ଏବଂ କଳା ବସ୍ତୁ ଦାନ କରନ୍ତୁ, ଶୁଭ ହେବ । ବେରୋଜଗାରଙ୍କୁ ରୋଜଗାରର ନୂଆ ସାଧନ ମିଳିପାରେ । ଧନ ବୃଦ୍ଧିର ଯୋଗ ଅଛି, କିନ୍ତୁ ଖର୍ଚ୍ଚ ପ୍ରତି ସତର୍କ ରୁହନ୍ତୁ । ମୂଲ୍ୟବାନ ବସ୍ତୁ ସମ୍ଭାଳି ରଖନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ଅଟେ । କାମର ବୋଝ ଅଧିକ ହୋଇପାରେ, କିନ୍ତୁ କାମ କରିବା ସମୟରେ ତରବର ହୁଅନ୍ତୁ ନାହିଁ ।
♑ ମକର ରାଶି (Capricorn):
ଭାଇ ଭଉଣୀଙ୍କ ସହ କୌଣସି ପାରିବାରିକ ବିଷୟକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରିବେ । କାରୋବାରରେ ନୂଆ ଚୁକ୍ତି ହୋଇପାରେ, ଚେଷ୍ଟା ଜାରି ରଖନ୍ତୁ । ନିଜର ଶବ୍ଦ ଓ ବାଣୀ ଉପରେ ଧ୍ୟାନ ଦିଅନ୍ତୁ । ରାଗ ଉପରେ ସଂଯମ ରଖିବା ନିହାତି ଜରୁରୀ । ଆଜି ଆପଣଙ୍କୁ ଜୀବନରେ କିଛି ନୂଆ ଖୁସି ମିଳିବାକୁ ଯାଉଛି । କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିବ । ବିଦ୍ୟାର୍ଥୀମାନେ ଅଧୁରା କାମ ପୁରା କରିବାରେ ସଫଳ ହେବେ ।
♒ କୁମ୍ଭ ରାଶି (Aquarius):
ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ । ନୂଆ ଚାକିରି ପ୍ରାପ୍ତିର ଯୋଗ ଅଛି ଏବଂ ଚାକିରି ସମ୍ବନ୍ଧିତ ବିବାଦରେ ଆପଣ ବିଜୟୀ ହେବେ । କୌଣସି ଜରୁରୀ କଥା ବଡ଼ ମାନଙ୍କୁ ସେୟାର କରନ୍ତୁ ନାହିଁ । ଆପଣଙ୍କ ସ୍ୱାସ୍ଥ୍ୟ ଫିଟ ରହିବ । ଆପଣ ପିଲାଙ୍କ ସହ ପ୍ରେମ ଭରା ସମୟ ବିତାଇବେ । ଭାବନାରେ ଭାସି ଯାଇ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ । ଅଯଥା ଚର୍ଚ୍ଚା ଓ ବିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ ।
♓ ମୀନ ରାଶି (Pisces):
ମାନସିକ ଚିନ୍ତାରୁ ମୁକ୍ତି ପାଇବାକୁ ଆଜି ସଙ୍ଗୀତ ବା କୌଣସି ରୁଚିପୂର୍ଣ୍ଣ କାମର ସାହାରା ନିଅନ୍ତୁ । ଯଦି ଆପଣ ଘରର ସାଜସଜ୍ଜା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଆଜି ଦିନଟି ଉଚିତ ହେବ । କଠିନ ମେହନତ କଲେ ନିଶ୍ଚିତ ଭାବେ ଶୁଭ ପରିଣାମ ମିଳିବ । କୋର୍ଟ କଚେରୀ ମାମଲାରୁ ଦୂରେଇ ରୁହନ୍ତୁ । ସନ୍ତାନଙ୍କ ତରଫରୁ କିଛି ସୁଖଦ ସମାଚାର ମିଳିପାରେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଜୀବନ ସାଥିଙ୍କ ସହ ଉତ୍ତମ ସମୟ ବିତାଇବେ ।

Social Footer