ମେଷ ରାଶି :-
ଆଜି ଆପଣ କୌଣସି ନୂତନ ଯୋଜନା ପ୍ରସ୍ତୁତ କରି ଆୟ ଉପାର୍ଜ୍ଜନର ପନ୍ଥା ବୃଦ୍ଧି କରିବେ। ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ଯୋଗୁଁ ପ୍ରସନ୍ନତା ଅନୁଭବ କରିବେ। ସକରାତ୍ମକ ଚିନ୍ତାଧାରା ଆପଣଙ୍କୁ ଜୀବନରେ ଆଗକୁ ବଢିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ସଂଘର୍ଷ କରି ଆପଣ ସଫଳ ହେବେ। ଖେଳ, କୁଦ ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ମିଳିବ। ଘର ପାଇଁ ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ବ୍ୟବସାୟରେ ଆର୍ଥିକ କାରବାର ସୁଚାରୁରୂପେ ସମ୍ପନ୍ନ ହେବ।
ବୃଷ ରାଶି :-
ବ୍ୟବସାୟ କ୍ଷେତ୍ରରେ ଆଜି ଆଶାତୀତ ଲାଭ ଓ ଉତ୍ତମ ରୋଜଗାର ହେବ। ଶେୟର୍ସ ବଜାର ଓ ଅନ୍ୟାନ୍ୟ ନିବେଶରୁ ଶୁଭଫଳ ମିଳିବ। ପ୍ରେମ-ପ୍ରସଙ୍ଗରେ ଥିବା ବ୍ୟକ୍ତିମାନେ ଆଜି ସଫଳତା ପାଇବେ। ମାନସିକ ଅସ୍ଥିରତା ଦୂର ହୋଇ ମନ ଶାନ୍ତ ରହିବ। କାମ କାର୍ଯ୍ୟରେ କୌଣସି ନୂତନ ବୈଜ୍ଞାନିକ ପଦ୍ଧତି ବା ଟେକ୍ନୋଲୋଜି ବ୍ୟବହାର କରି ଆପଣ ଦୁଇଗୁଣା ଲାଭ ପାଇବେ। ସମାଜରେ ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ।
ମିଥୁନ ରାଶି :-
ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ଉତ୍ତମ ଫଳ ପ୍ରଦର୍ଶନ କରି ସଫଳ ହେବେ। ନୂତନ ଚାକିରି ଆଶାୟୀ ଯୁବକ ଯୁବତୀମାନଙ୍କର ଆଶା ପୂରଣ ହେବାର ସୁଯୋଗ ଅଛି। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା ବା ନୂଆ ଅନୁଷ୍ଠାନରେ ପ୍ରବେଶର ସୁଯୋଗ ମିଳିବ। ପାରିବାରିକ ଜୀବନରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରହିବ। ମାଲିମୋକଦ୍ଦମାରେ ଆପଣଙ୍କର ବିଜୟ ହେବ। ଅଫିସରେ ଉପରିସ୍ଥ ଅଧିକାରୀଙ୍କ ସହ ସମ୍ପର୍କ ସୁଦୃଢ ହେବ। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।
କର୍କଟ ରାଶି :-
ଆଜି ଆପଣ ଧର୍ମକାର୍ଯ୍ୟ ଓ ସାମାଜିକ ସେବାରେ ନିୟୋଜିତ ହେବେ। ଆଧ୍ୟାତ୍ମିକ ଚିନ୍ତାଧାରାରେ ମନ ଶାନ୍ତ ରହିବ। ରାଜନୀତି କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ। କୌଣସି ଶୁଭ ଖବର ପାଇ ମନ ପ୍ରଫୁଲ୍ଲିତ ହେବ। ଚାକିରିରେ ଉନ୍ନତି ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ, ଯାହା ଆଗକୁ ଶୁଭଫଳ ଦେବ। ସ୍ୱାସ୍ଥ୍ୟ ଭଲ ରହିବ ଓ ପୁରାତନ ଶତୃମାନେ ପରାସ୍ତ ହେବେ। ନୂତନ ଭୂମି ବା ଗୃହ କ୍ରୟ କରିବା ପାଇଁ ଯୋଜନା କରିବେ।
ସିଂହ ରାଶି :-
ବିଦ୍ୟାଧ୍ୟୟନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବ। କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିବ। ସନ୍ତାନଙ୍କ କ୍ୟାରିୟରକୁ ନେଇ କୌଣସି ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ନିଜର ଚତୁରତା ଓ ବୁଦ୍ଧି ବଳରେ ଆପଣ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାରେ ସଫଳ ହେବେ। ବ୍ୟବସାୟରେ ନୂଆ ଚୁକ୍ତି ବା ଏଗ୍ରୀମେଣ୍ଟ ହୋଇପାରେ। ବ୍ୟାଙ୍କ, ବୀମା ଓ ଆର୍ଥିକ ନିବେଶ ଭଳି କାର୍ଯ୍ୟରେ ଦିନଟି ବ୍ୟସ୍ତତା ମଧ୍ୟରେ କଟିବ।
କନ୍ୟା ରାଶି :-
ଆଜି ଆପଣଙ୍କର ଜୀବନ ଶୈଳୀ ଓ ମାନସିକତାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଚାନକ ଭାବେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ଗୁରୁଜନଙ୍କ ଆଶୀର୍ବାଦ ବଳରେ ମାଲିମୋକଦ୍ଦମାରେ ଜିତିବେ। ନୂଆ କ୍ୟାରିୟର ଆରମ୍ଭ କରିବା ପାଇଁ ଦିନଟି ଶୁଭ ଅଟେ। ବିଦ୍ୟାର୍ଥୀମାନଙ୍କ ପାଇଁ ଅଧ୍ୟୟନ ଓ ଅନୁସନ୍ଧାନ କ୍ଷେତ୍ରରେ ସମୟ ଲାଭପ୍ରଦ ହେବ। ଶତୃ ଓ ବିରୋଧୀମାନେ ଆପଣଙ୍କର କୌଣସି ଅହିତ କରିପାରିବେ ନାହିଁ।
ତୁଳା ରାଶି :-
ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ କରୁଥିବା ପ୍ରୟାସରେ ସଫଳ ହେବେ। ଦୂରଯାତ୍ରା ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବେ, ଫଳରେ ସୁସ୍ଥତା ଅନୁଭବ କରିବେ। ରାଜନୀତି କ୍ଷେତ୍ରରେ ସାଧାରଣ ଲୋକଙ୍କ ସହ ସମ୍ପର୍କ ବୃଦ୍ଧି କରି ନିଜକୁ ପ୍ରତିଷ୍ଠିତ କରିପାରିବେ। ବ୍ୟବସାୟରେ କର୍ମଚାରୀଙ୍କୁ ପ୍ରଭାବିତ କରି କାର୍ଯ୍ୟର ଗତି ତ୍ଵରାନ୍ୱିତ କରିବେ। ଅର୍ଥାଗମର ନୂଆ ପଥ ଉନ୍ମୁକ୍ତ ହେବ।
ବିଚ୍ଛା ରାଶି :-
ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା ଯୋଗୁଁ ଆଜି ମନ ପ୍ରଫୁଲ୍ଲ ରହିବ। ଆର୍ଥିକ ସ୍ଥିତି ସୁଧାରିବା ପାଇଁ କରିଥିବା ଅଭିଯାନ ସଫଳ ହେବ। ସାମାଜିକ ସ୍ତରରେ ସମ୍ମାନ ଓ ସ୍ୱୀକୃତି ଲାଭ କରିବେ। ପରିବହନ ବ୍ୟବସାୟରେ ଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ପରିବାର ଓ ବନ୍ଧୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଧାର୍ମିକ ଅନୁଷ୍ଠାନର କାର୍ଯ୍ୟରେ ଜଡିତ ହୋଇ ପ୍ରଶଂସିତ ହେବେ।
ଧନୁ ରାଶି :-
ମହିଳାମାନେ କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି କରିବେ। ବିବାହ ଅପେକ୍ଷାରେ ଥିବା ଯୁବକ ଯୁବତୀମାନଙ୍କ ପାଇଁ ଶୁଭ ଯୋଗ ରହିଛି। ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟୀ ହେବେ। ଆମୋଦ-ପ୍ରମୋଦ ଓ କ୍ରୀଡା ପ୍ରତି ଆଗ୍ରହ ବଢିବ। ତେବେ ବ୍ୟବସାୟୀମାନଙ୍କୁ ଆଜି ଅଧିକ ପରିଶ୍ରମ ଓ ଧୈର୍ଯ୍ୟ ରଖିବାକୁ ପଡିବ, ନଚେତ୍ ସମସ୍ୟା ଦେଖାଦେଇପାରେ।
ମକର ରାଶି :-
ପ୍ରପର୍ଟୀ ବା ଜମିବାଡି ସମ୍ବନ୍ଧିୟ ମାମଲା ଆଜି କୌଣସି ମଧ୍ୟସ୍ଥଙ୍କ ଦ୍ଵାରା ସମାଧାନ ହେବ। ବନ୍ଧୁ ମିତ୍ରଙ୍କ ଆଗମନ ଯୋଗୁଁ ଘରେ ଖୁସିର ମାହୋଲ ରହିବ। ସନ୍ତାନଙ୍କୁ ନେଇ କୌଣସି ଖୁସି ଖବର ମିଳିପାରେ। ବ୍ୟାପାର ଓ କର୍ମକ୍ଷେତ୍ରର ସ୍ଥିତି ବହୁତ ସନ୍ତୋଷଜନକ ରହିବ। ସେୟାର ବଜାର ଓ ପୁରୁଣା ନିବେଶରୁ ଉତ୍ତମ ମୁନାଫା ମିଳିବ, ଯାହାଦ୍ୱାରା ଆର୍ଥିକ ସ୍ଥିତି ସୁଧୁରିବ।
କୁମ୍ଭ ରାଶି :-
ମହିଳାମାନେ କଠିନ ପରିଶ୍ରମ କରି ସମାଜରେ ଓ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳତାର ଯୋଗ ଅଛି। କିନ୍ତୁ କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଋଣ କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରହିବା ଶ୍ରେୟସ୍କର। ବ୍ୟବସାୟୀମାନେ ନିଜର ସଚ୍ଚୋଟତା ଯୋଗୁଁ ସମ୍ମାନ ଓ ପ୍ରତିଷ୍ଠା ପାଇବେ।
ମୀନ ରାଶି :-
ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମଧ୍ୟସ୍ଥତା କରନ୍ତୁ ନାହିଁ। ସନ୍ତାନର ଶିକ୍ଷାରେ ଉନ୍ନତି ଦେଖି ଖୁସି ହେବେ। ପାରିବାରିକ ଜୀବନ ସୁଖମୟ ହେବ। ପରୀକ୍ଷା ପ୍ରତିଯୋଗିତାରେ ସଫଳତା ପାଇବା ସହ ବିଦ୍ୟା ଓ ଖେଳରେ ପ୍ରଶଂସିତ ହେବେ। ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହଯୋଗ ଆପଣଙ୍କ ମନୋବଳକୁ ଦ୍ୱିଗୁଣିତ କରିଦେବ। କୌଣସି ନୂତନ ଯୋଜନା କରିବା ପୂର୍ବରୁ ଗଭୀର ଭାବେ ଚିନ୍ତା କରନ୍ତୁ।

Social Footer