Breaking News

ଆଜିର ରାଶିଫଳ, ୨୪ ଜାନୁଆରୀ ୨୦୨୬, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ


ମେଷ ରାଶି

ଆଜି ଆପଣଙ୍କୁ ପଇସା କମାଇବା ପାଇଁ କୌଣସି ସର୍ଟ କର୍ଟ ମାର୍ଗ ଆପଣାଇବା ଉଚିତ୍ ନୁହେଁ। ଯଦି ଆପଣ ସର୍ଟ କର୍ଟ ନିଅନ୍ତି, ତେବେ ଭବିଷ୍ୟତରେ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆଜି ଆପଣ ନିଜର ସବୁ ଅସମ୍ପୂର୍ଣ୍ଣ କାମକୁ ଅଦମ୍ୟ ଆତ୍ମବିଶ୍ଵାସ ସହ ପୁରା କରିବେ। ସରକାରଙ୍କ ସହ ଆର୍ଥିକ ବ୍ୟବହାର କିମ୍ବା କାରବାରରେ ଆପଣଙ୍କୁ ଆଶାତୀତ ସଫଳତା ମିଳିବ। ପୈତୃକ ସମ୍ପତିରୁ ବଡ଼ ଧରଣର ଲାଭ ହେବାର ଯୋଗ ରହିଛି। ଆଜି ଆପଣ ନିଜର ବାହନ ଓ ଗୃହ ଆଦିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ପରିବାରରେ କିଛି ନୂଆ ଏବଂ ଶୁଭ ଖବର ଶୁଣିବାକୁ ମିଳିପାରେ, ଯାହା ମନକୁ ପ୍ରଫୁଲ୍ଲିତ କରିବ।

ବୃଷ ରାଶି

ଆଜି ବିବାହିତା ଲୋକମାନେ ନିଜ ପରିବାର ଓ ସନ୍ତାନଙ୍କ ସହ ଖୁସିରେ ସମୟ ବ୍ୟତିତ କରିବେ। ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ ବହୁତ ମେହନତ ଓ କଠିନ ପରିଶ୍ରମ କରିବାକୁ ପଡିବ। ମନରେ ଏକାଗ୍ରତାର କିଛିଟା ଅଭାବ ରହିପାରେ, ତେଣୁ ନିଜ ବାଣୀ ଓ କ୍ରୋଧ ଉପରେ ସଂଯମ ରଖନ୍ତୁ। ଆଜି ଆପଣଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହେବ। ଆପଣଙ୍କ ମନରେ କାମ କରିବାର ଉତ୍ସାହ ଚରମ ସୀମାରେ ରହିବ। କିଛି ଆର୍ଥିକ ମାମଲା ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ଅଟେ। ଯଦି କେହି ଆପଣଙ୍କୁ ସାହାଜ୍ଯ କରିବାକୁ ଆଗେଇ ଆସୁଛନ୍ତି, ତେବେ ତାଙ୍କର ସାହାଜ୍ଯ ସ୍ଵୀକାର କରନ୍ତୁ। ଆଜି ଆପଣ ଯାହା ବି କଥା ଦେଉଛନ୍ତି, ତାହା ପୁରା କରିବାକୁ ଚେଷ୍ଟା କରନ୍ତୁ। କାରୋବାରରେ ଜଲ୍ଦି କୌଣସି ବଡ଼ ଡିଲ୍ ମିଳିପାରେ।

ମିଥୁନ ରାଶି

ନୂଆ ବାହନ କିମ୍ବା ଗୃହ କ୍ରୟ କରିବା ପାଇଁ ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି। ଆଜି ଆପଣଙ୍କ ଅଧିନସ୍ଥ କର୍ମଚାରୀଙ୍କ ସହ ଅନାବଶ୍ୟକ ଯୁକ୍ତିତର୍କ ହୋଇପାରେ, ଯାହା କାରଣରୁ ମାନସିକ ଅଶାନ୍ତି ବଢିପାରେ, ତେଣୁ ଶାନ୍ତ ରୁହନ୍ତୁ। ପିଲା ମାନଙ୍କର ଅଯଥା ଡିମାଣ୍ଡ ବା ଜିଦ୍ ଆଜି ପୁରା କରନ୍ତୁ ନାହି। ଆଜି କ୍ୟାରିୟର କ୍ଷେତ୍ରରେ ଆପଣଙ୍କୁ ଭଲ ଅବସର ପ୍ରାପ୍ତ ହେବ। କୌଣସି ନୂଆ ସଉଦା କରିବା ପୂର୍ବରୁ ତାର କାନୁନି ପକ୍ଷ ଓ କାଗଜପତ୍ର ଉପରେ ଭଲ ଭାବେ ଧ୍ୟାନ ଦିଅନ୍ତୁ। ଅଫିସରେ ଉପରିସ୍ଥ ଅଧିକାରୀ ଆପଣଙ୍କୁ କୌଣସି ମହତ୍ଵ ପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରିବେ। ଘରର ସ୍ଥିତିରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ସାମାନ୍ୟ କଠିନ ସ୍ଥିତି ଅନୁଭବ ହୋଇପାରେ।

କର୍କଟ ରାଶି

ଆଜି ଆପଣ ବିଭିନ୍ନ ସାମାଜିକ କାର୍ଯ୍ୟ କ୍ରମରେ ସକ୍ରିୟ ଭାବେ ଭାଗ ନେବେ। ଆପଣଙ୍କର ଆୟ ବା ଇନକମରେ ଆଶାଜନକ ବୃଦ୍ଧି ହେବ। ବ୍ୟବସାୟ ଓ କାରୋବାର ଠିକ୍ ଭାବେ ଚାଲିବ। ଆଜି ଦିନ ଟି ଆପଣଙ୍କ ପାଇଁ ସାଧାରଣ ଭାବେ ବହୁତ ଭଲ ରହିବ। ମନରେ ଦୃଢ ଆତ୍ମବିଶ୍ଵାସ ରଖନ୍ତୁ ଓ ଯଥାସମ୍ଭବ ବିବାଦ ରୁ ଦୂରେଇ ରୁହନ୍ତୁ। ଚାକିରି ବା କାରୋବାର ପ୍ରତି ସମ୍ପୂର୍ଣ୍ଣ ଫୋକସ କରନ୍ତୁ। ବଡ ବ୍ୟାପାରୀ ମାନଙ୍କର କିଛି ଜରୁରୀ କାମ ଅଟକିପାରେ, କିନ୍ତୁ ଆପଣ ଧର୍ଯ୍ୟ ରଖନ୍ତୁ ଓ ନୂଆ ବିକଳ୍ପ ଚୟନ କରିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କର ଶିକ୍ଷା, ଚାକିରି ଓ ବ୍ୟାପାର କ୍ଷେତ୍ର ରେ ଆଜି ବଡ ସଫଳତା ମିଳିବାର ଯୋଗ ଅଛି।

ସିଂହ ରାଶି

ଆଜି ଆପଣ ନିଜର ସାମାଜିକ ଜୀବନ ଓ ମର୍ଯ୍ୟାଦାକୁ ଅଧିକ ମହତ୍ଵ ଦିଅନ୍ତୁ। ଆଜି ଦିନରେ ଅଧିକ କିଛି ନକରି କେବଳ ଅତି ଉତ୍ସାହର ସହ ଦିନଟିର ଆନନ୍ଦ ନିଅନ୍ତୁ। ବିଜନେସ ରେ ଆଜି ଆପଣ ଦୁଇ ଗୁଣା ଧନ ଲାଭ କରିବାର ସୁଯୋଗ ପାଇବେ। ବିଦ୍ୟାର୍ଥୀମାନେ ନିଜର ଆତ୍ମବିଶ୍ଵାସ ବଜାୟ ରଖନ୍ତୁ, ଯାହା ଆପଣଙ୍କୁ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳତା ଦେବାରେ ସହାୟକ ହେବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ଏବଂ ଅଯଥାରେ ବାହାର ଯାତ୍ରା କରିବାରୁ ବଞ୍ଚିତ ରୁହନ୍ତୁ। ଆଜି ଆପଣଙ୍କର ଆର୍ଥିକ ପକ୍ଷ ସାମାନ୍ୟ କମଜୋର ହୋଇପାରେ, ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜ ବାଣୀ ଓ କ୍ରୋଧ ଉପରେ ସଂଯମ ରଖିବା ଜରୁରୀ।

କନ୍ୟା ରାଶି

ଆଜି ଆପଣଙ୍କୁ ପ୍ରେମ ଜୀବନରେ ବଡ଼ ସଫଳତା ମିଳିବ। ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଅତ୍ୟନ୍ତ ଭଲ ଓ ସ୍ନେହପୂର୍ଣ୍ଣ ରହିବ। ଆଜି କୌଣସି ଶୁଭ ସମାଚାର ମିଳିବାର ପ୍ରବଳ ସମ୍ଭାବନା ଅଛି, ଯାହା ଦ୍ଵାରା ପରିବାରର ସବୁ ଲୋକଙ୍କ ସହ ଆପଣ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ଦେଖାଯିବେ। ଆପଣଙ୍କ ପାରିବାରିକ ଜୀବନ ସୁଚାରୁରୂପେ ପରିଚାଳିତ ହେବ। ମନରେ ଧର୍ଯ୍ୟ ବଜାୟ ରଖନ୍ତୁ। ଆପଣ ନିଜର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଧନ ଅର୍ଜିତ କରିବାରେ ଓ ସଞ୍ଚୟ କରିବାରେ ସଫଳ ହେବେ। ଆଜି ଆପଣଙ୍କୁ ସଫଳତା ପାଇବାକୁ ହେଲେ ଅଧିକ କଠିନ ମେହନତ କରିବାକୁ ପଡିବ।

ତୁଳା ରାଶି

ଆଜି ସନ୍ତାନ ମାନଙ୍କ ବିଚାରରେ ମତଭେଦ ହେବାରୁ ପରିବାରରେ କିଛିଟା ବିବାଦ ହୋଇପାରେ, ତେଣୁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଆଜି କୌଣସି ଜରୁରୀ କାମରେ ଆପଣଙ୍କୁ ସଫଳତା ମିଳିବ। ନୂଆ ଯୋଜନାରେ ନିବେଶ କରିବା ପାଇଁ ଆଜି ଦିନ ଟି ଅତ୍ୟନ୍ତ ବେହତର ରହିବ। କାର୍ଯ୍ୟ କ୍ଷେତ୍ର ରେ ପ୍ରଗତିଶୀଳ ରହିବା ପାଇଁ ଏବଂ ବଡ ପରିବର୍ତ୍ତନ କରିବାରେ ସହକର୍ମୀମାନେ ଆପଣଙ୍କୁ ପୁରା ସହଯୋଗ ପ୍ରଦାନ କରିବେ। ଆପଣ ନିଜର ଭବିଷ୍ୟତ ଯୋଜନାକୁ ନେଇ ସଫଳ ହେବେ। ଦିନର ଶେଷ ଭାଗରେ ଆପଣଙ୍କୁ କୌଣସି ବଡ଼ ଧରଣର ଉନ୍ନତି ମିଳିବାର ସମ୍ଭାବନା ଅଛି।

ବିଛା ରାଶି

ଆଜି ବ୍ୟବସ୍ଥା କ୍ଷେତ୍ର ରେ କାମ କରୁଥିବା ଲୋକଙ୍କ ପାଇଁ କାର୍ଯ୍ୟ ସ୍ଥଳ ରେ ଅନେକ ପଜେତିଭ ବା ସକାରାତ୍ମକ ପରିବର୍ତ୍ତନ ହେବ। କିଛି ଆର୍ଥିକ ମାମଲା ପାଇଁ ଆଜି ଦିନଟି ବହୁତ ଶୁଭ ଅଟେ। ବ୍ୟବସାୟିକ କାର୍ଯ୍ୟ ରେ କିଛି ଅନାବଶ୍ୟକ ସମସ୍ଯା ସୃଷ୍ଟି ହୋଇପାରେ, ଯେଉଁ କାରଣରୁ ଆପଣଙ୍କ ମନ ସାମାନ୍ୟ ବିଚଳିତ ହୋଇପାରେ, କିନ୍ତୁ ତାହା ଶୀଘ୍ର ସମାଧାନ ହୋଇଯିବ। ପାରିବାରିକ ଜୀବନ ବେଶ୍ ସନ୍ତୋଷପ୍ରଦ ରହିବ। ସନ୍ତାନ ପକ୍ଷ ରୁ କୌଣସି ବଡ଼ ଖୁସି ଖବର ପ୍ରାପ୍ତ ହେବ। ଯେଉଁ ଲୋକମାନେ ବିଦେଶୀ କମ୍ପାନୀ ରେ କାର୍ଯ୍ୟରତ ଅଛନ୍ତି, ସେମାନଙ୍କର ପଦୋନ୍ନତି ହେବାର ଶୁଭ ଯୋଗ ରହିଛି।

ଧନୁ ରାଶି

ଆଜି ଆପଣଙ୍କ ଜୀବନର ସବୁ କଠିନ ସମସ୍ୟାର ସମାଧାନ ହୋଇ ଅନ୍ତ ଘଟିବ। ମାତା ଓ ପିତାଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଓ ଆଶୀର୍ବାଦ ମିଳିବ। ବନ୍ଧୁଙ୍କ ସହ ମିଶି କୌଣସି ନୂଆ କାରୋବାର ଆରମ୍ଭ କରିପାରନ୍ତି। ଅଧିକାରୀ ବା ବସ୍‌ଙ୍କ ସହ ବ୍ୟବହାର କରିବା ସମୟରେ ବିଶେଷ ସତର୍କ ରୁହନ୍ତୁ ଏବଂ ସେମାନଙ୍କର ବିରୋଧ କରିବାରୁ ନିଜକୁ ବଞ୍ଚିତ ରଖନ୍ତୁ। କୌଣସି ମାମଲାରେ ଆପଣ ଆଦୌ ତରବର ହୁଅନ୍ତୁ ନାହି, ନଚେତ ଆପଣଙ୍କର ଆର୍ଥିକ କ୍ଷତି ହୋଇପାରେ। ଆଜି ଆପଣଙ୍କୁ କାର୍ଯ୍ୟ ଉଦ୍ଦେଶ୍ୟରେ ଲମ୍ବା ଯାତ୍ରା କରିବାକୁ ପଡିପାରେ।

ମକର ରାଶି

ଆଜି ସମ୍ପତି ସମ୍ବନ୍ଧିତ କୌଣସି ନବୀନ ସଉଦା ବା ଡିଲ୍‌ କୁ ଅନ୍ତିମ ରୂପ ଦିଆ ଯାଇପାରେ। କାର୍ଯ୍ୟ କ୍ଷେତ୍ର ରେ ଅନ୍ୟ ମାନଙ୍କ ଉପରେ ଅତିରିକ୍ତ ଭରସା କରନ୍ତୁ ନାହିଁ, ବରଂ ନିଜ ନିସ୍ପତି ଉପରେ ଅତଳ ରୁହନ୍ତୁ। ସନ୍ତାନଙ୍କୁ କୌଣସି ବଡ଼ ସଫଳତା ମିଳିବ, ଯାହା ଦ୍ଵାରା ଆପଣ ଗର୍ବ ଅନୁଭବ କରିବେ। ନିଜର କାର୍ଯ୍ୟ କ୍ଷମତାକୁ ଆହୁରି ନିଖାର ଆଣିବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଆୟରେ ବୃଦ୍ଧି କରିବା ପାଇଁ ଆଜି ନୂଆ ଅବସର ପ୍ରାପ୍ତ ହେବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ।

କୁମ୍ଭ ରାଶି

ଆଜି ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ କୁ ନେଇ ବିଶେଷ ଧ୍ୟାନ ରଖିବାର ଜରୁରତ ଅଛି। ଦରକାର ଠାରୁ ଅଧିକ କିମ୍ବା ବାହାର ଖାଦ୍ୟ ଖାଇବା ଆପଣଙ୍କ ପାଇଁ ଶାରୀରିକ ସମସ୍ଯା ଆଣିପାରେ। ଆଜି ଭାବନା ବଦଳରେ ବୁଦ୍ଧି ଓ ବିବେକ ସହ କାମ କରିଲେ ସମସ୍ତ ସ୍ଥିତି ଆପଣଙ୍କ ପକ୍ଷ ରେ ରହିବ। ପିଲାଙ୍କ ଜନ୍ମ କିମ୍ବା ତାଙ୍କ ସଫଳତା ନେଇ କିଛି ଶୁଭ ଖବର ମିଳିପାରେ, ଯାହା ଦ୍ଵାରା ପାରିବାରିକ ପରିବେଶ ପ୍ରଶାନ୍ତ ରହିବ। ଆପଣ କୌଣସି କଠିନ କାମକୁ ଦୃଢ ମନୋବଳ ଓ ଆତ୍ମବିଶ୍ଵାସ ସହ ପୁରା କରିବେ। ରାଜନୈତିକ କ୍ଷେତ୍ରରୁ ସହଯୋଗ ନେବାରେ ଆପଣ ସଫଳ ହେବେ।

ମୀନ ରାଶି

ଆଜି ଦିନ ରେ ସମୟ ଆପଣଙ୍କ ପାଇଁ ବେହତର ସାବ୍ଯସ୍ତ ହେବ। ବ୍ୟାପାର କ୍ଷେତ୍ର ରେ ବଡ ସଫଳତା ମିଳିବାର ଶୁଭ ଯୋଗ ଅଛି। ଜମିବାଡି ମାମଲାରେ କିଛି କାମ ସାମାନ୍ୟ ଅଟକି ଯାଇପାରେ, କିନ୍ତୁ ବିଚଳିତ ହୁଅନ୍ତୁ ନାହିଁ। କୌଣସି ମହତ୍ଵ ପୂର୍ଣ୍ଣ ସଂସ୍ଥା ସହ ଯୋଡି ହେବାର ବଡ଼ ଅବସର ପ୍ରାପ୍ତ ହେବ। ସମାଜରେ ଆପଣଙ୍କ ମାନ ଓ ସାମନାରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ। ପିତାଙ୍କ ଠାରୁ କୌଣସି ବଡ଼ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି।

Type and hit Enter to search

Close