ମେଷ ରାଶି –
ଆଜି ବ୍ୟବସାୟିକ ଲାଭ ଉଠାନ୍ତୁ। କିଛି ଅଧୁରା ରହି ଯାଇଥିବା କାର୍ଯ୍ୟ ପୂରଣ ହେବ। କାହାକୁ ଯଦି କୌଣସି କଥା ଦେଇଛନ୍ତି ତାହା ଆଜି ପୁରା କରନ୍ତୁ। ଜୀବନ ସାଥୀଙ୍କ ସହ ସମ୍ପର୍କରେ ସୁଧାର ଆସିବ। ପାର୍ଟନରଙ୍କୁ ଖୁସି କରିବା ପାଇଁ ଆଜି କୌଣସି ଉପହାର ଦେବା ଉଚିତ ହେବ। ନିଜର ପ୍ରୟାସକୁ ଠିକ୍ କରିବାକୁ ହେବ କିନ୍ତୁ ଏଥିପାଇଁ ଆପଣ ନିଜର ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। କାର୍ଯ୍ୟ ସହ ପାରିବାରିକ ସମ୍ପର୍କ ମଜବୁତ କରିବା ପାଇଁ ଆପଣଙ୍କୁ ପ୍ରାଥମିକତା ଦେବାକୁ ପଡ଼ିବ।
ବୃଷ ରାଶି –
ଆଜି ଆପଣଙ୍କର ପାରିବାରିକ ସମସ୍ୟା ଦୂର ହେବ। ଆପଣଙ୍କୁ କାର୍ଯ୍ୟ ପ୍ରଣାଳୀରେ ଅନେକ ମାତ୍ରାରେ ସୁଧାର ହେବାର ନଜର ଆସିବ। ଉଧାର ଦେଇଥିବା ପଇସା ଆଜି ଆପଣଙ୍କୁ ଫେରି ମିଳିବ। ଆଜି ପୂର୍ବରୁ ଚାଲି ଆସୁଥିବା ସମସ୍ୟାର ଅନ୍ତ ହେବ। ନିଜକୁ ଠିକ୍ ସାବ୍ୟସ୍ତ କରିବା ପାଇଁ ଆଜି ଆପଣ ଯେଉଁ ନିସ୍ପତ୍ତି ନେବେ ତାହା ଉଚିତ ସାବ୍ୟସ୍ତ ହେବ। ଆପଣ ନିଜକୁ ବିଚଳିତ କରନ୍ତୁ ନାହିଁ। ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ପରିବାରରେ କାହା ସହ ବିବାଦ ହୋଇପାରେ। ପ୍ରିୟ ଲୋକଙ୍କ ସହ ଚାଲିଥିବା ଭୁଲ ବୁଝାମଣା ଦୂର ହେବ।
ମିଥୁନ ରାଶି –
ଆଜି ପରିବାରର ସଦସ୍ୟ ଆପଣଙ୍କର ବିଚାରର ସମର୍ଥନ କରିବାର ନଜର ଆସିବେ। ପ୍ରତ୍ୟେକ କେହି ଆପଣଙ୍କର ପ୍ରତିଭାର ପ୍ରଶଂସା କରିବ। ଯେଉଁ ଲୋକ ସଂଗୀତ ବା ଗାୟନ କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ କୌଣସି ବଡ଼ ଜାଗାରୁ ପର୍ଫୋମାନ୍ସ କରିବାର ଅବସର ମିଳିବ। ଲୋକମାନଙ୍କ ଗହଣରେ ଆପଣଙ୍କର ଅଲଗା ଛବି ହେବ। ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କୁ ଭଲ ପରିଣାମ ମିଳିବ। ପରିବାରରେ ଖୁସି ଓ ସୌଭାଗ୍ୟ ବଜାୟ ରହିବ। ପ୍ରେମ ସମ୍ପର୍କରେ ସଫଳ ହେବେ। ଧ୍ୟାନ ମାଙ୍ଗଳିକ କାର୍ଯ୍ୟରେ ଲାଗିବ।
କର୍କଟ ରାଶି –
ଆଜି ଆପଣଙ୍କର ସଂଗୀତରେ ରୁଚି ବଢିବ। ମା'ଙ୍କ ସହ ଆଲୋଚନା ହୋଇପାରେ। ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବାର ଅଛି। କାମ କାର୍ଯ୍ୟରେ ଆପଣଙ୍କୁ କିଛି ବାଧା ଆସିପାରେ ତେଣୁ ସତର୍କ ରୁହନ୍ତୁ। ସାମାଜିକ କ୍ଷେତ୍ରରେ ଆପଣ କିଛି ମହତ୍ କାମ କରି ଦେଖାଇବେ ଯାହା ପାଇଁ ଲୋକେ ଆପଣଙ୍କର ରାଏ ନେବା ଜରୁରୀ ମାନେ କରିବେ। ଦାଂପତ୍ଯ ଜୀବନରେ ଆପଣ ନିଜ ଜୀବନ ସାଥୀଙ୍କ ସହ ହସ ଖୁସିରେ ସମୟ ବ୍ୟତୀତ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁମାନଙ୍କ ଗହଣରେ ଅଧିକ ସମୟ ବ୍ୟତୀତ କରିବେ। ଆକସ୍ମିକ ଧନ ଲାଭ ହେବ।
ସିଂହ ରାଶି –
ଆଜି ଆପଣ ଭଲ ସ୍ୱାସ୍ଥ୍ୟର ଆନନ୍ଦ ନେବେ। ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ହେବ। ଆପଣ ଏକ ସମୃଦ୍ଧ ଓ ସୁଖୀ ପାରିବାରିକ ଜୀବନ ବିତାଇବେ। ପରିବାରରେ ଉତ୍ସବ ହୋଇପାରେ। ଆପଣଙ୍କ ପିଲାଙ୍କର ପ୍ରଦର୍ଶନ ଆପଣଙ୍କ ମନରେ ଗର୍ବ ଓ ଖୁସିର ଭାବନା ଆଣି ଦେବ। ପଇସା ଓ ପରିବାରର କିଛି କଥା ଗୁପ୍ତରେ ରଖନ୍ତୁ। ଜୀବନ ସାଥୀଙ୍କ ସହ ପରାମର୍ଶ ଆପଣଙ୍କ ପାଇଁ ଭାଗ୍ୟ ଉଦୟ ସାବ୍ୟସ୍ତ ହେବ। କୌଣସି ପ୍ରିୟ ବ୍ୟକ୍ତିଙ୍କ ସହ ଭେଟ ହେବ କାରଣରୁ ଆପଣ ଚିନ୍ତାରୁ ମୁକ୍ତି ପାଇବେ।
କନ୍ୟା ରାଶି –
ଯଦି ଆଜି ଆପଣ ଯାତ୍ରା କରୁଛନ୍ତି ତେବେ ନିଜର ଜିନିଷର ଅତିରିକ୍ତ ସୁରକ୍ଷା କରିବାର ଜରୁରତ ଅଛି। ବିଜନେସରେ ଫାଇଦା ମିଳିବ। ଆଜି ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହ ଭଲ ସମ୍ପର୍କ ରଖନ୍ତୁ। ଆପଣଙ୍କର ଦାୟିତ୍ୱ ପୁରା କରିବାରେ ପିତାଙ୍କ ସାହାଯ୍ୟ ପାଇବେ। ଜୀବନ ସାଥୀଙ୍କ ସହଯୋଗ ଆପଣଙ୍କୁ ନୂଆ ଊର୍ଜା ଦେବ। ବାହନ ଚଲାଇବା ସମୟରେ ସାବଧାନ ରୁହନ୍ତୁ। ମନରେ ଶାନ୍ତି ଅନୁଭବ କରିବେ। ଆକସ୍ମିକ ଧନ ଲାଭ ହେବ।
ତୁଳା ରାଶି –
ଆଜି ଆପଣ ରୋମାଣ୍ଟିକ ଲାଇଫ ବଞ୍ଚିବେ। କ୍ଷତିର ଭରଣା ହେବ। ପାରିବାରିକ ଜୀବନ ଆନନ୍ଦମୟ ରହିବ। ଆପଣ ନିଜ ପରିବାରର ସଦସ୍ୟଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। କୌଣସି ବଡ଼ କାର୍ଯ୍ୟ ପ୍ରତି ସତର୍କ ରୁହନ୍ତୁ। ଦାୟିତ୍ୱକୁ ଆପଣ ନିଜ କାମ ଭିତରେ ଆସିବାକୁ ଦିଅନ୍ତୁ ନାହିଁ। କୌଣସି ବିପରୀତ ପରିସ୍ଥିତିର ସାମ୍ନା କରିବାରେ ଆପଣ ସକ୍ଷମ ହେବେ। ଘରେ କୌଣସି ଧାର୍ମିକ ଆୟୋଜନ ସମ୍ବନ୍ଧିତ ଯୋଜନା ହୋଇପାରେ।
ବିଛା ରାଶି –
ଆଜି ଆପଣ କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ ଫେରି ପାଇବାର ସମ୍ଭାବନା ବହୁତ କମ୍ ଅଛି। ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ ହୋଇପାରେ। ଆଜି ଆପଣଙ୍କ ମନରେ କୌଣସି କଥାକୁ ନେଇ ଅନୁତାପ ହୋଇପାରେ। ଏଥିପାଇଁ ଆପଣ ନିଜକୁ ନିରାଶ କରନ୍ତୁ ନାହିଁ। ଆପଣ ଅନ୍ୟମାନଙ୍କର ପରାମର୍ଶ ନିଅନ୍ତୁ ଏଥିରେ ମନ ଶାନ୍ତ ରହିବ। ଆପଣଙ୍କୁ କୌଣସି ଯାତ୍ରା ସ୍ଥଗିତ କରିବାକୁ ପଡ଼ିପାରେ। ଅବହେଳା କାରଣରୁ ଆପଣଙ୍କର ନୂଆ କାମରେ କ୍ଷତି ହୋଇପାରେ ତେଣୁ ସତର୍କ ରୁହନ୍ତୁ।
ଧନୁ ରାଶି –
ଆଜି ଆପଣଙ୍କର ମାନସିକ ସମସ୍ୟା ଦୂର ହେବ। ଧାର୍ମିକ କାର୍ଯ୍ୟ କରିବାର ଅବସର ମିଳିବ। ମହତ୍ତ୍ୱପୂର୍ଣ୍ଣ ନିସ୍ପତ୍ତି ନେବା ସମୟରେ ନିରାଶ ନ ହୋଇ ଆତ୍ମବିଶ୍ୱାସ ସହକାରେ ଆଗକୁ ବଢନ୍ତୁ। ଆଜୀବିକା ପାଇଁ ନୂଆ କ୍ଷେତ୍ରର ସନ୍ଧାନ କରୁଥିଲେ ସାର୍ଥକ ହେବ। ପରିବାର ସହ ଭଲ ତାଳମେଳ ରହିବ। ଆର୍ଥିକ ସ୍ଥିତିରେ ଲାଭପ୍ରଦ ହେବେ। ଆପଣ ନିଜର ଖାଦ୍ୟପେୟରେ କିଛି ପରିବର୍ତ୍ତନ କରନ୍ତୁ। ଆପଣଙ୍କ ଅଧୀନସ୍ଥ କର୍ମଚାରୀମାନଙ୍କର ସହଯୋଗ ପାଇବେ।
ମକର ରାଶି –
ଲମ୍ବା ସମୟରୁ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ ଘରୋଇ ନୁସଖା ରାମବାଣ ସାବ୍ୟସ୍ତ ହେବ। କୌଣସି କଥା ପାଇଁ ଆପଣ ଉଦାସ ଓ ନିରାଶ ଅନୁଭବ କରିବେ। ବ୍ୟାପାର ବୃଦ୍ଧି ପାଇଁ କରୁଥିବା ପ୍ରୟାସ ସଫଳ ହେବ। ସନ୍ଧ୍ୟା ସମୟରେ ଆପଣ ନିଜ ପରିବାର ସହ ବୁଲିବାକୁ ଯାଇ ପାରନ୍ତି। ଆପଣଙ୍କର ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ଆପଣଙ୍କର ଚାରି ଦିଗରେ ହେଉଥିବା ଗତି ବିଧି ଉପରେ ଧ୍ୟାନ ରଖନ୍ତୁ।
କୁମ୍ଭ ରାଶି –
ଆଜି ଆପଣଙ୍କୁ ଅଚାନକ କିଛି ଏମିତି ହାସିଲ ହେବ ଯାହାର ଆପଣ ଦୀର୍ଘ ଦିନରୁ ସନ୍ଧାନରେ ଥିଲେ। କ୍ୟାରିୟର ପାଇଁ ଆଜି ଦିନଟି ଶୁଭ ରହିବ ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ। ମାତା ପିତାଙ୍କ ସହଯୋଗ ଓ ଆଶୀର୍ବାଦ କାରଣରୁ ଆପଣ ସଫଳ ହେବେ। ଶ୍ୱଶୁର ଘର ପକ୍ଷରୁ ଶୁଭ ଖବର ପ୍ରାପ୍ତ ହେବ। ଆପଣ ମଧୁର ବଚନ ଅନ୍ୟଙ୍କୁ କୁହନ୍ତୁ। ନୂତନ ସଉଦା ଲାଭଦାୟକ ରହିବ। ସାହାଯ୍ୟକାରୀ ଲୋକେ ଆପଣଙ୍କର ବିପଦ ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିବେ।
ମୀନ ରାଶି –
ଆଜି ଆପଣଙ୍କ ଦିନ ଠିକ୍ ଠାକ୍ ରହିବ। ବିତ୍ତୀୟ ସ୍ତରରେ ଆପଣଙ୍କୁ କିଛି ସମସ୍ୟାର ସାମନା କରିବାକୁ ପଡ଼ିପାରେ। ଜୀବନ ସାଥୀଙ୍କ ସହ ଯୁକ୍ତି କରନ୍ତୁ ନାହିଁ। ଆଜି ଆପଣ କୌଣସି ଜରୁରୀ ନିସ୍ପତ୍ତି ନେବେ ଯାହା ଆପଣଙ୍କୁ ଆଗାମୀ ସମୟରେ ଲାଭ ଆଣି ଦେବ। କିଛି ମାମଲାର ସମାଧାନ ହୋଇପାରେ। ନିଦ ପୁରା ହେବ କାରଣରୁ ଆପଣ ଶାରୀରିକ ରୂପରେ ବେହତର ଅନୁଭବ କରିବେ। ମାତା ପିତାଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବେ।

Social Footer