Breaking News

ଆଜିର ରାଶିଫଳ, ୨୧ ଡିସେମ୍ବର ୨୦୨୫ ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ମେଷ ରାଶି (Aries) 🐏

ଆଜି ଆପଣ ନିଜର କ୍ରୋଧ ଉପରେ ସଂଯମ ନ ରଖିଲେ ବ୍ୟର୍ଥରେ ବିବାଦ ହୋଇପାରେ, ତେଣୁ ଶାନ୍ତ ରୁହନ୍ତୁ। କୌଣସି ଅଯଥା କାମରେ ସମୟ ବରବାଦ କରନ୍ତୁ ନାହିଁ। ଯଦି ଆପଣ ସେୟାର ବଜାରରେ ନିବେଶ କରୁଛନ୍ତି, ତେବେ ସତର୍କ ରୁହନ୍ତୁ କାରଣ କ୍ଷତି ହେବାର ଆଶଙ୍କା ରହିଛି। କାଗଜପତ୍ର କାମ କାର୍ଯ୍ୟରେ ବିଶେଷ ସାବଧାନ ରୁହନ୍ତୁ। ପାରିବାରିକ ଜୀବନରେ ଜୀବନସାଥୀ ତଥା ଭାଇ ଭଉଣୀଙ୍କ ସହ କିଛି ମନାନ୍ତର ହୋଇପାରେ। ଘରର ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଦେଖାଦେଇପାରେ। ବହୁତ ଦିନରୁ ଅଟକି ରହିଥିବା କାମ ପୁରା ହେବା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟବସାୟରେ ଲାଭ ମିଳିପାରେ।

ବୃଷ ରାଶି (Taurus) 🐂

ଆଜି ଜୀବନସାଥୀଙ୍କ କାରଣରୁ ମାନସିକ ଅଶାନ୍ତି ବଢିପାରେ। ଆପଣ କୌଣସି ବଡ଼ କାମ କରିବାର ଯୋଜନା କରିପାରନ୍ତି। ଅଟକି ରହିଥିବା କାମ ପୁରା କରିବା ପାଇଁ ଦିନଟି ବହୁତ ଭଲ ରହିବ। ବିଜନେସ୍‌ରେ ସଫଳତା ମିଳିବାର ପ୍ରବଳ ଯୋଗ ରହିଛି। ଆଜି ଦିନଟି ବହୁତ ପ୍ରଗତିଶୀଳ ହେବ ଏବଂ ସଫଳତା ନିଶ୍ଚୟ ମିଳିବ। ଆଜି ଆପଣ ମାତା ପିତାଙ୍କ ସହ ମନ୍ଦିର ଦର୍ଶନ କରିବାକୁ ଯାଇପାରନ୍ତି। ଆପଣଙ୍କ ବିବାହ ପ୍ରସ୍ତାବରେ କିଛି ଲୋକ ପ୍ରଭାବିତ ହେବେ। ପରିବାରରେ ଅତିଥିଙ୍କ ଆଗମନ କାରଣରୁ ଖୁସିର ପରିବେଶ ରହିବ। ପରିବାରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ।

ମିଥୁନ ରାଶି (Gemini) ♊

ଆଜି ଆପଣଙ୍କ ଜୀବନରେ ବଡ଼ ସଫଳତା ମିଳିବାର ଯୋଗ ନଜର ଆସୁଛି। କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ବରିଷ୍ଠଙ୍କର ରାଏ ନିଶ୍ଚୟ ନିଅନ୍ତୁ। ବିଦ୍ୟାର୍ଥୀ ବର୍ଗ ରଚନାତ୍ମକ କାର୍ଯ୍ୟ କରନ୍ତୁ ଏବଂ ନିଜର ଲେଖନ ଶୈଳୀରେ ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନ ଶୁଭ ରହିବ। ଆପଣ ନିଜର ଜୀବନସାଥୀଙ୍କ ସହ ଆନନ୍ଦମୟ ସମୟ ବ୍ୟତୀତ କରିବେ। କିଛି ନିକଟତର ଲୋକଙ୍କୁ ନେଇ ଆପଣଙ୍କ ମନରେ ସନ୍ଦେହ ଆସିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବଡ଼ ମାନଙ୍କର ପରାମର୍ଶ ଅବଶ୍ୟ ନିଅନ୍ତୁ। ଆପଣ ନିଜର ବିଚାରରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ।

କର୍କଟ ରାଶି (Cancer) 🦀

ଆଜି ରୋଜଗାର ପ୍ରାପ୍ତି ପାଇଁ କୌଣସି ପ୍ରଭାବଶାାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଚାକିରି କ୍ଷେତ୍ରରେ ଜଡିତ ଲୋକ ନିଜର ଇଚ୍ଛା ମୁତାବକ ପଦ ହାସଲ କରିବେ। ବଡ଼ ଅଧିକାରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବ, କିନ୍ତୁ ସାବଧାନ ରୁହନ୍ତୁ, କ୍ରୋଧ ମଧ୍ୟ ଅଧିକ ରହିପାରେମିଡିଆ ଓ ଆଇଟି (IT) କ୍ଷେତ୍ରର ଜାତକ ସଫଳତା ପ୍ରାପ୍ତ କରିବେ। ଆୟର ନୂଆ ସ୍ରୋତ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀ ବା କର୍ମଜୀବୀ ମାନଙ୍କୁ ନିଜ କାମରେ ଫୋକସ କରିବାର ଆବଶ୍ୟକତା ରହିଛି।

ସିଂହ ରାଶି (Leo) 🦁

ଆର୍ଥିକ ରୂପରେ ଆଜି ଆପଣ ଲାଭ ପ୍ରାପ୍ତ କରିବେ। ଘରେ ଅତିଥିଙ୍କ ଆଗମନ ହୋଇପାରେ। ଯେଉଁମାନଙ୍କର ଇଲେକ୍ଟ୍ରି ଦୋକାନ ବା ବ୍ୟବସାୟ ଅଛି, ସେମାନଙ୍କୁ ବିଶେଷ ଫାଇଦା ମିଳିବ। ଯଦି ଆପଣ ଘରୁ କୌଣସି ବ୍ୟାପାର କରୁଛନ୍ତି, ତେବେ ମିତ୍ର ଓ ସ୍ତ୍ରୀଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଆଜି କିଛି ଶୁଭ ସମାଚାର ପ୍ରାପ୍ତ ହେବ। ଆଜି କୌଣସି ବନ୍ଧୁ ଆପଣଙ୍କ ଠାରୁ କିଛି ସାହାଯ୍ୟ ମାଗିପାରନ୍ତି। ପରିବାରରେ ଆପଣଙ୍କର ଗୁଣର ପ୍ରଶଂସା ହେବ। ବିଦ୍ୟାର୍ଥୀ ବର୍ଗ ନିଜ କ୍ୟାରିୟରକୁ ନେଇ ଫୋକସ କରିବାର ଅଛି।

କନ୍ୟା ରାଶି (Virgo) ♍

ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ବ୍ୟାପାର ବଢାଇବାକୁ ହେଲେ ଆପଣଙ୍କୁ ଅଧିକ ଧନ ଖର୍ଚ୍ଚ କରିବାକୁ ପଡିପାରେ। ଯୁବକମାନଙ୍କର ଅହଂକାର କୌଣସି ବିବାଦର କାରଣ ହୋଇପାରେ, ତେଣୁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ନିଜର ବିଚାର ଓ ଚିନ୍ତାଧାରା ଉପରେ ଧ୍ୟାନ ଦିଅନ୍ତୁ। କୌଣସି କାମ ପୁରା ହେବା ପାଇଁ ଆପଣଙ୍କୁ କାଲି ଯାଏଁ ଅପେକ୍ଷା କରିବାକୁ ପଡିପାରେ। ମାତୃ ସମ୍ପର୍କ (ମାମୁଁଘର ପକ୍ଷ) ଆପଣଙ୍କ ପାଇଁ ବହୁତ ଫାଇଦାମନ୍ଦ ସାବ୍ୟସ୍ତ ହେବ। ଆପଣଙ୍କର ଆଧ୍ୟାତ୍ମିକ କ୍ଷେତ୍ରରେ ପ୍ରଗତି ହେବ। ସମାଜରେ ଯଶ ଓ କୀର୍ତ୍ତି ପ୍ରତିଷ୍ଠା ହେବ।

ତୁଳା ରାଶି (Libra) ♎

ଆଜି କାମ କାର୍ଯ୍ୟକୁ ନେଇ ଆପଣ ଦୌଡ଼ଧୁପ କରିପାରନ୍ତି। ଆଜି ଖର୍ଚ୍ଚ ଅଧିକ ହେବାର ନଜର ଆସୁଛି। କୌଣସି ଖାସ୍ ଉପଲବ୍ଧି ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ। କିନ୍ତୁ ମୌସମ ପରିବର୍ତ୍ତନ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟରେ ବିପରୀତ ପ୍ରଭାବ ପଡିପାରେ, ଯତ୍ନ ନିଅନ୍ତୁ। ତରବର ହୋଇ କୌଣସି କାମ କରନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିପାରେ। ନିଜର ପ୍ରେମୀ ସହ ଭଲ ସମୟ ବ୍ୟତୀତ କରିବାକୁ ସକ୍ଷମ ହେବେ। ପାଠପଢାରେ ଆସୁଥିବା ବାଧା ଶିକ୍ଷକଙ୍କ ସାହାଯ୍ୟରେ ଦୂର କରିବେ।

ବିଛା ରାଶି (Scorpio) ♏

ଆଜି ଆପଣ ଅନ୍ୟମାନଙ୍କର କଥାରେ ପଡି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। କୌଣସି ଆବଶ୍ୟକ ବସ୍ତୁ ସମୟ ଅନୁଯାୟୀ ନ ମିଳିବାରୁ ଆପଣ ଚିନ୍ତାରେ ରହିବେ। କାହା ସହ ବିବାଦ କରନ୍ତୁ ନାହିଁ କିମ୍ବା ମନରେ ନିରାଶାଜନକ ବିଚାର ଆଣନ୍ତୁ ନାହିଁ। ଜୀବନସାଥୀଙ୍କ ସହ ମିଶି କୌଣସି ଯୋଜନା କରିବେ। ରାଜନୀତି ଓ ସାମାଜିକ କାର୍ଯ୍ୟରେ ସାମିଲ ହୋଇଥିବା ଲୋକଙ୍କର ପ୍ରତିଷ୍ଠାରେ ବୃଦ୍ଧି ହେବ। କୌଣସି ଗରିବ ବା ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଭୋଜନ କରାନ୍ତୁ, ଶୁଭ ହେବ। ଆର୍ଥିକ ସ୍ଥିତି ମଜବୁତ ରହିବ।

ଧନୁ ରାଶି (Sagittarius) ♐

ଆଜି ଆପଣଙ୍କୁ ନିଜ ଲୋକଙ୍କର ସହଯୋଗ ମିଳିପାରେ। କୌଣସି କାମ କରିବା ପୂର୍ବରୁ ବୁଝି ବିଚାରି କରନ୍ତୁ। କୌଣସି ଅଜଣା ବ୍ୟକ୍ତି ସହ ଆଜି ଲେନଦେନ (Transaction) କରନ୍ତୁ ନାହିଁକଳା ବର୍ଗର ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ନୂଆ ଅବସର ମିଳିପାରେ। ବ୍ୟସ୍ତତା ସତ୍ତ୍ୱେ କାମ ଓ ପରିବାର ଭିତରେ ଭଲ ସନ୍ତୁଳନ ରଖିବେ। ଆପଣଙ୍କର ଅଧୁରା ଇଚ୍ଛା ପୁରା ହେବସ୍ୱାସ୍ଥ୍ୟର ବିଶେଷ ଭାବେ ଧ୍ୟାନ ରଖନ୍ତୁ। ନୂଆ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ। କୌଣସି ନୂଆ କାମ ଆରମ୍ଭ କଲେ ସଫଳ ହେବେ।

ମକର ରାଶି (Capricorn) ♑

ଆଜି କହିବା ଅପେକ୍ଷା ଶୁଣିବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଆପଣଙ୍କ ମନରେ କିଛି ବେହତର ଓ ନୂଆ ଚିନ୍ତାଧାରା ଆସିପାରେ। ଆଜି ଭବିଷ୍ୟତ ସହ ଜଡିତ ଯୋଜନାକୁ ନେଇ ମହତ୍ତ୍ୱପୂର୍ଣ୍ଣ ନୀତି ପ୍ରସ୍ତୁତ କରିବେ। କାମ କାର୍ଯ୍ୟରେ ବ୍ୟସ୍ତତା ସହ ପରିବାର ଓ ବନ୍ଧୁ ମାନଙ୍କ ସହ ମଉଜ ମସ୍ତି କରିବାରେ ସମୟ ବ୍ୟତୀତ କରିବେ। ତରବର ହୋଇ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ସମସ୍ୟାରେ ପକାଇ ପାରେ, ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆରାମରେ ବିଚାର କରି ନିଅନ୍ତୁ। ନିଜର ମୂଲ୍ୟବାନ ବସ୍ତୁ ଯତ୍ନରେ ରଖନ୍ତୁ।

କୁମ୍ଭ ରାଶି (Aquarius) ♒

ଆଜି ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ରହିବ। ଆପଣଙ୍କୁ କୌଣସି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ। ଆପଣଙ୍କ ପାଇଁ ସଫଳତାର ଦ୍ୱାର ଖୋଲିପାରେ, ଯେଉଁଥିରେ ଲାଭ ପ୍ରାପ୍ତି ସହ ଉତ୍ସାହ ଓ ଊର୍ଜାର ସଂଚାର ହେବ। ପୂର୍ବରୁ ଚାଲିଥିବା ଚିନ୍ତାରୁ ମୁକ୍ତି ବା ରିହାତି ପାଇବେ। ସନ୍ତାନ ସୁଖ ପ୍ରାପ୍ତ ହେବ। କିନ୍ତୁ ଶାରୀରିକ କଷ୍ଟର ଆଶଙ୍କା ରହିଛି। ତରବର ହୋଇ କୌଣସି କାମ କରନ୍ତୁ ନାହିଁପାରିବାରିକ ମାମଲାରେ କିଛି ସମସ୍ୟା ହୋଇପାରେ। ଅଧୁରା କାମ ପୁରା କରିବାରେ କିଛି ସମସ୍ୟା ଆସିପାରେ।

ମୀନ ରାଶି (Pisces) ♓

ଆଜି ଆପଣଙ୍କ ମନ ଲୋକଙ୍କ ସହ ଭେଟ କରିବାରେ ଅଧିକ ରହିବ। ପରିବାରର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ। ଆପଣଙ୍କୁ ମାନସିକ ସୁଖ ଶାନ୍ତି ମିଳିବ। ଆଜି ଦିନର ଅଧିକତମ ସମୟ ପଢା ଓ ଲେଖାରେ ବ୍ୟତୀତ ହେବ। କୌଣସି ମହତ୍ତ୍ୱପୂର୍ଣ୍ଣ କାମ ସମୟ ଅନୁଯାୟୀ ପୁରା ହେବାରୁ ଆପଣଙ୍କ ମନ ପ୍ରସନ୍ନ ରହିବ। କୌଣସି ଆନନ୍ଦ ଉତ୍ସବରେ ଭାଗ ନେବାର ଅବସର ମିଳିବ। ଆଜି ଆପଣ ନୂଆ ଜିନିଷ ଶିଖିବାର ସୁଯୋଗ ପାଇବେ।

Type and hit Enter to search

Close