ମେଷ ରାଶି: ଆଜି ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇପାରେ, କିନ୍ତୁ ଆତ୍ମବିଶ୍ୱାସରେ କମି ଆସିବ। ଆଜି ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ, ଯାହା କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ। ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ, ଯାହା ପାଇଁ ଆପଣଙ୍କର ଅଧିକ ଧନ ଖର୍ଚ୍ଚ ହୋଇପାରେ। ସ୍ୱଭାବରେ ଏକାଗ୍ରତା ଓ ଗମ୍ଭୀରତା ନଜର ଆସିବ। ଅଚାନକ କୌଣସି ଭଲ ଖବର ଶୁଣିବାକୁ ପାଇବେ। କାର୍ଯ୍ୟକ୍ଷେତ୍ରରେ ଜରୁରୀ ସୁଧାର ହୋଇପାରେ।
ବୃଷ ରାଶି: ବ୍ୟବସାୟରେ କାହା ଠାରୁ ଧୋକା ଖାଇବାରୁ ବଞ୍ଚିତ ହୁଅନ୍ତୁ। କାହା ସହ ବିବାଦ ହୋଇପାରେ। ପିଲାମାନଙ୍କ ଠାରୁ ମିଳିଥିବା ଖୁସି ଖବର ଆପଣଙ୍କୁ ଆନନ୍ଦ ଆଣିଦେବ। ଆପଣଙ୍କ ଜୀବନ ରୋମାଣ୍ଟିକରେ ଭରି ରହିବ। କାମକାର୍ଯ୍ୟରେ ମିତ୍ରମାନଙ୍କର ମୁଖ୍ୟ ଭୂମିକା ଆପଣ ଦେଖିବାକୁ ପାଇବେ। ଆପଣଙ୍କର ଚିନ୍ତାଧାରା ବେହତର ହୋଇପାରେ। କୌଣସି କାରଣବଶତଃ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ କରିବେ। ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବିଚାର କରନ୍ତୁ।
ମିଥୁନ ରାଶି: ଆଜି ଆପଣଙ୍କର ସମୟ ଆରାମରେ ବ୍ୟତୀତ ହେବ। ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ। ଘର ପରିବାରର ସମସ୍ୟା ଆଜି ଆପଣ ବରିଷ୍ଠ ସଦସ୍ୟଙ୍କ ସହାୟତାରେ ସମାଧାନ କରିବେ। ଯଦି ଆପଣଙ୍କ ପରିବାର କୌଣସି ସଦସ୍ୟ ଆପଣଙ୍କୁ କଟୁ କଥା କହିବେ ତେବେ ଆପଣ ମଧ୍ୟ ତାଙ୍କୁ କିଛି ସେମିତି କହିବେ। ପରିବାରର ବଡ଼ ଗୁରୁଜନଙ୍କ କଥା ମାନିଲେ ଆପଣଙ୍କୁ ନିଶ୍ଚିନ୍ତ ଭାବେ ସଫଳତା ପ୍ରାପ୍ତ ହେବ। ନୂଆ ଦାୟିତ୍ୱ ମଧ୍ୟ ଆପଣଙ୍କୁ ମିଳିପାରେ।
କର୍କଟ ରାଶି: ଆଜି ଆପଣଙ୍କ ମନ ଶାନ୍ତ ଓ ବିନମ୍ର ରହିବ। ଆପଣ କିଛି ନୂଆ କରିବା ପାଇଁ ପ୍ରେରଣା ପାଇବେ। ଯଦି ଆପଣ ଅଧିକ ଟଙ୍କା ଖର୍ଚ୍ଚ କରିବେ ତେବେ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡିପାରେ। ଯଦି ଆପଣ କିଛି କାମ କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ସାବଧାନ ରୁହନ୍ତୁ, ନଚେତ ଆପଣଙ୍କ ପାର୍ଟନର ଆପଣଙ୍କୁ ଧୋକା ଦେଇ ପାରନ୍ତି। ଆଜି ଚାକିରି ଓ ବେପାର କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ସମୟ ଭଲ ରହିବ।
ସିଂହ ରାଶି: ଆଜି ଆପଣ ଯେଉଁ କାମ ସଚ୍ଚା ମନ ଓ ଇମାନନ୍ଦାରିରେ କରିବେ ସେଥିରେ ସଫଳତା ପାଇବେ। ଆଜି ଆପଣ ଜୀବନସାଥୀଙ୍କ ସହ ବିନା କାରଣରେ ଝଗଡ଼ା କରିବେ। ଯଦି ଏମିତି ହୁଏ ତେବେ ଆପଣ ଜୀବନସାଥୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରନ୍ତୁ। ଆପଣ ଅନ୍ୟର ସାହାଯ୍ୟ ପାଇବା ଦ୍ୱାରା କୌଣସି ବଡ଼ କାମକୁ ଅଞ୍ଜାମ ଦେବେ। ଆପଣଙ୍କୁ ସାହାଯ୍ୟ କରିଥିବା ଲୋକଙ୍କର ପ୍ରଶଂସା କରିବାକୁ ପଡିବ। କିଛି ମାମଲାରେ ମେହନତ ହିସାବରେ ଫଳ ମିଳିବ ନାହିଁ।
କନ୍ୟା ରାଶି: ଆଜି ଶିକ୍ଷା ଓ କାନୁନି ମାମଲାରେ ଆପଣଙ୍କୁ ସଫଳତା ମିଳିବ। ବିଜନେସରେ ମିଳିଥିବା ନୂଆ କଣ୍ଟ୍ରାକ୍ଟରେ ଆପଣଙ୍କୁ ଫାଇଦା ମିଳିପାରେ। କିଛି ଲୋକଙ୍କୁ ଆପଣଙ୍କ ଉଦାରତା ପସନ୍ଦ ଆସିବ। କୌଣସି ବାଦବିବାଦରୁ ଦୂରେଇ ରୁହନ୍ତୁ। କୋର୍ଟ କଚେରୀ ମାମଲା ଠାରୁ ଆପଣ ସାବଧାନ ରୁହନ୍ତୁ। ଘର ବାହାରେ ଖାଇବାର ଆୟୋଜନ ଥିଲେ ଟିକେ ସାବଧାନ ରୁହନ୍ତୁ। ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ। ଆପଣଙ୍କୁ ମେହନତର ଫଳ ପ୍ରାପ୍ତ ହେବ।
ତୁଳା ରାଶି: ଆଜି ଆପଣଙ୍କୁ କୌଣସି ବେହତରୀନ ଉପଲବ୍ଧି ମିଳିପାରେ। ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ। ଆପଣଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆସିପାରେ। ବେପାର ବାଣିଜ୍ୟ କ୍ଷେତ୍ରରେ ସ୍ଥିରତା ଆସିବ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ସନ୍ତାନମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ। ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ଆଗରେ ରହିବେ। ଚାକିରି କ୍ଷେତ୍ରରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ।
ବିଛା ରାଶି: ଆଜି ଧୈର୍ଯ୍ୟ ରଖନ୍ତୁ, ଯାହା ଇଚ୍ଛା କରିବେ ତାହା ପାଇବେ। ଆଜି ଆପଣଙ୍କର ଶାରୀରିକ ଊର୍ଜାର ସ୍ତର ଉଚ୍ଚା ରହିବ। ଆପଣଙ୍କର ବିରୋଧୀ ଆପଣଙ୍କୁ କଡ଼ା ଟକ୍କର ଦେବେ। ଏମିତି ବି ସମ୍ଭାବନା ହୋଇପାରେ ଆପଣଙ୍କ କାମରେ ବାଧା ଆସିପାରେ। ଆପଣ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ, ଯାହା ଆପଣଙ୍କ ପାଇଁ ବେହତର ସାବ୍ୟସ୍ତ ହେବ। ଅଫିସରେ ଆପଣଙ୍କର ବସିବା ଜାଗାର ସ୍ଥାନ ପରିବର୍ତ୍ତନ ହୋଇପାରେ। କୌଣସି ଶୁଭ ଖବର ମିଳିବାର ସମ୍ଭାବନା ରହିଛି।
ଧନୁ ରାଶି: ଆୟର ସାଧନ ବଢ଼ିବ, ଯାହା ଦ୍ୱାରା ଆପଣଙ୍କର ଆୟରେ ବୃଦ୍ଧି ହେବ। ଅଚାନକ ଆପଣଙ୍କର ସମସ୍ୟା ଆସିପାରେ। ଛୋଟ ଭାଇ ଭଉଣୀଙ୍କ ସହ ମତଭେଦ ହୋଇପାରେ। ବ୍ୟବସାୟୀ ବର୍ଗ କୌଣସି ମହତ୍ତ୍ୱପୂର୍ଣ୍ଣ ସଉଦାକୁ ପୂରା କରିବେ। କାମକାର୍ଯ୍ୟରେ ନିଜର ବୁଦ୍ଧିର ବ୍ୟବହାର କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ। ପରିବାର ସହ ମନୋରଞ୍ଜନ କାର୍ଯ୍ୟକଳାପରେ ଭାଗ ନେବେ। ଅଚାନକ ଧନର ଆଗମନ ହୋଇପାରେ।
ମକର ରାଶି: ଆଜି ପରିବାର ସହ ଧାର୍ମିକ ଯାତ୍ରା କରିବାର ଯୋଜନା କରିବେ। ରୋଜଗାର ପ୍ରାପ୍ତିର ପ୍ରୟାସରେ ସଫଳ ହେବେ। ବ୍ୟବସାୟିକ ଯାତ୍ରା ଲାଭଦାୟକ ରହିବ। ଆପଣଙ୍କର ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ଆପଣଙ୍କୁ ବେପାର କ୍ଷେତ୍ରରେ ଫାଇଦା ମିଳିବ। ଚାକିରି କରିଥିବା ବ୍ୟକ୍ତିଙ୍କୁ ଉନ୍ନତି ହେବାର ଅବସର ମିଳିବ। ରଚନାତ୍ମକ କାର୍ଯ୍ୟରେ ସଫଳ ହେବେ। ଜୀବନରେ ସ୍ଥିରତା ଆଣିବା ପାଇଁ ଆପଣ ପ୍ରଯତ୍ନଶୀଳ ହେବେ। ଅବିବାହିତଙ୍କ ଜୀବନରେ ଆସୁଥିବା ବାଧା ଏବେ ଦୂର ହେବ।
କୁମ୍ଭ ରାଶି: ଆଜି ଆପଣଙ୍କ ପାଇଁ ଦିନ ସାମାନ୍ୟ ରହିବ। ପାରିବାରିକ ଜୀବନରେ ସ୍ଥିତି ସାମାନ୍ୟ ରହିବ। ଯଦି ଆପଣ ସିଙ୍ଗଲ୍ ଅଛନ୍ତି ତେବେ ଆପଣଙ୍କ ପାଇଁ କୌଣସି କ୍ଷେତ୍ରରୁ ବିବାହ ପ୍ରସ୍ତାବ ଆସିପାରେ। ଧ୍ୟାନ ରଖିବେ ଆପଣ ସଠିକ୍ ସୂଚନା ଉପରେ କାମ କରୁଛନ୍ତି। ସମ୍ପତ୍ତି ମାମଲାରେ ଯେଉଁ ଡିଲ୍ ହେବାର ଥିଲା ତାହା ଆଜି ସମ୍ପୂର୍ଣ୍ଣ ହେବ। ବଡ଼ ଭଉଣୀ ଠାରୁ ଆପଣଙ୍କୁ କୌଣସି ଭଲ ଉପହାର ମିଳିପାରେ। ପ୍ରେମ ସମ୍ପର୍କରେ ବିଶ୍ୱାସରେ କମି ଆସିପାରେ।
ମୀନ ରାଶି: ଭୌତିକ ସୁଖସୁବିଧାରେ ବୃଦ୍ଧି ହେବ। ମିତ୍ରମାନଙ୍କ ସହ ମନୋରଞ୍ଜନ ଯାତ୍ରା କରିବେ। ଯଦି ଆପଣ ବ୍ୟବସାୟୀ ଅଟନ୍ତି ଓ କୌଣସି ଯୋଜନା କରି ରଖିଛନ୍ତି ତେବେ ତାହାକୁ ଆଗକୁ ବଢ଼ାଇବା ପାଇଁ ସମୟ ଭଲ ରହିବ। ଆପଣଙ୍କ ପାଖରେ ଅନେକ ସାରା ଦାୟିତ୍ୱ ରହିପାରେ। ଏକାଗ୍ର ହୋଇ ନିଜର କାର୍ଯ୍ୟକ୍ଷେତ୍ରରେ ଲାଗି ରୁହନ୍ତୁ। ଆପଣଙ୍କୁ ସଫଳତା ମିଳିବାର ଯୋଗ ରହିଛି।

Social Footer