Breaking News

ଆଜିର ରାଶିଫଳ, ୬ ଡିସେମ୍ବର ୨୦୨୫ ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର


ମେଷ ରାଶି: ଆଜି ଆପଣଙ୍କ ଭାଗ୍ୟୋଦୟ ହେବ, ଯାହା ଫଳରେ ଆକସ୍ମିକ ଧନ ପ୍ରାପ୍ତିର ସୁଯୋଗ ରହିଛି। ବିଦେଶରୁ ମନକୁ ଖୁସି କଲା ଭଳି ସମ୍ବାଦ ପାଇବେ। ଭ୍ରାତାମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସଫଳତାର ସହ ସମାପନ ହେବ। ଆଇନଗତ କ୍ଷେତ୍ରରେ ବିଜୟ ଲାଭ କରିବେ ଏବଂ ପୈତୃକ ସମ୍ପତ୍ତିରୁ ଆଶାତୀତ ଧନ ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରଗତି ହେବ। ନିଜର ବ୍ୟକ୍ତିଗତ ବିଷୟରେ ସମ୍ପର୍କୀୟମାନେ ଉପଦେଶ ଦେଇପାରନ୍ତି। ଦାମ୍ପତ୍ୟ ଜୀବନରେ ଆନନ୍ଦ ଓ ଉଲ୍ଲାସର ବାତାବରଣ ରହିବ। ଶାରୀରିକ ସ୍ୱାସ୍ଥ୍ୟ ଉତ୍ତମ ଓ ନିରୋଗ ରହିବ।

ବୃଷ ରାଶି: ଏହି ରାଶିର ଲୋକମାନେ ବ୍ୟବସାୟର ନୂଆ ଯୋଜନାରେ ସଫଳ ହେବେ। କୌଣସି କାମ କରିବା ପୂର୍ବରୁ ଚିନ୍ତା କରି କରିବେ। ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଯାହା ଦ୍ୱାରା ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ। ଦାମ୍ପତ୍ୟ ଜୀବନରେ ନିଜ ସାଥୀଙ୍କ ସହ ଭଲ ସମୟ ରହିବ ଓ ଆପଣଙ୍କ ସମ୍ପର୍କ ମଜବୁତ ହେବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠାର ମାନ ବଢିବ। ଆପଣଙ୍କ ସହକର୍ମୀମାନଙ୍କର ସହଯୋଗ ମିଳିବ। ଅଫିସରେ କୌଣସି ନୂଆ ପଦ ମିଳିପାରେ। ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ।

ମିଥୁନ ରାଶି: ଏହି ରାଶିର ଲୋକମାନେ କୌଣସି ନୂଆ କାମକୁ କରିବାକୁ ଚେଷ୍ଟା କରୁଥିଲେ ସେଥିରେ ଅସଫଳ ହେବେ। ଆପଣଙ୍କ ଘରର ବାତାବରଣରେ ନୂଆ ପରିବର୍ତ୍ତନ ଆସିପାରେ। ମାତା ପିତାଙ୍କର ସହଯୋଗ ମିଳିବ। ଏହି ସମୟରେ ଆପଣଙ୍କ ଚେଷ୍ଟାର ଫଳ ମିଳିବ, ଯାହା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ। ନିଜ ସାଥୀମାନଙ୍କ ସହ ଭଲ ସମୟ ଅତିବାହିତ କରିବେ। ଧନ ଲାଭର ଆଶଙ୍କା ରହିଛି। ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ। କୌଣସି ଦୂର ଜାଗାକୁ ଯାତ୍ରା କରିବାର ଆଶଙ୍କା ରହିଛି। ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ।

କର୍କଟ ରାଶି: ଏହି ରାଶିର ଲୋକମାନେ ନିଜ ବଚନର ସଠିକ ଉପଯୋଗ କରନ୍ତୁ, ନଚେତ୍ କିଛି ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ। ସେଥିପ୍ରତି ଧ୍ୟାନ ରଖନ୍ତୁ। ସମାଜରେ ଆପଣଙ୍କ ମାନସମ୍ମାନ ବଢିବ। ଦାମ୍ପତ୍ୟ ଜୀବନରେ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ଦୃଢ ସମ୍ପର୍କ ରହିବ। ଦୁହେଁ ପରସ୍ପର ସହ ଅଧିକ ସମୟ ଅତିବାହିତ କରିବେ। ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ। ପରିବାର ଲୋକଙ୍କୁ ଅଧିକ ସମୟ ଦେବାକୁ ଚେଷ୍ଟା କରନ୍ତୁ। ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। କୌଣସି ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ।

ସିଂହ ରାଶି: ଏହି ରାଶିର ଲୋକମାନଙ୍କର ଚେଷ୍ଟାରେ ସଫଳତା ମିଳିପାରେ। ବିଦେଶରେ କାମ କରିବାକୁ ଆଜି ଆପଣଙ୍କୁ ସୁଯୋଗ ମିଳିବ। ଧନ ଲାଭର ଯୋଗ ରହିଛି। ବ୍ୟବସାୟରେ ଜଡିତ ଲୋକମାନେ ନିଜ କାମକୁ ଆଗକୁ ବଢେଇବାକୁ ଚେଷ୍ଟା କରିବେ ଓ ସେଥିରେ ସଫଳ ମଧ୍ୟ ହେବେ। ଆଜି ଆପଣ କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ ଯାହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ। ସେଥିପ୍ରତି ଧ୍ୟାନ ଦେବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର କୌଣସି କଥାକୁ ନେଇ ଆପଣ ପ୍ରଶଂସା ପାଇବେ।

କନ୍ୟା ରାଶି: ଏହି ରାଶିର ଲୋକମାନଙ୍କର ଦାମ୍ପତ୍ୟ ଜୀବନରେ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ। କର୍ମ କ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ। ସେହି ପରୀକ୍ଷାରେ ଆପଣ ସଫଳ ମଧ୍ୟ ହେବେ। ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ। ବ୍ୟବସାୟ କରୁଥିବା ଲୋକମାନଙ୍କର ଭଲ ଲାଭ ମିଳିବ। ନିଜ ଲକ୍ଷ୍ୟ ଉପରେ କେନ୍ଦ୍ରିତ କରି ଜୀବନରେ ଆଗକୁ ବଢିବାକୁ ପ୍ରୟାସ କରନ୍ତୁ। ଆପଣ ନିଜ ପ୍ରିୟଜନମାନଙ୍କ ସହ ଅଧିକ ସମୟ ବିତାଇବେ। ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ରମାନେ ଆଜି ଦିନରେ ସତର୍କ ରୁହନ୍ତୁ, କାରଣ ଆଜି ଆପଣଙ୍କ ଦିନଟି ଅନୁକୂଳ ନୁହେଁ।

ତୁଳା ରାଶି: ଏହି ରାଶିର ଲୋକମାନଙ୍କର ବ୍ୟବସାୟରେ କୌଣସି କାରଣରୁ ସମସ୍ୟା ହୋଇପାରେ। ସେଥିପ୍ରତି ସତର୍କ ରୁହନ୍ତୁ। ନିଜଠାରୁ ବଡ ଭାଇ ଓ ଭଉଣୀଙ୍କର ସହଯୋଗ ଆପଣଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେବ। ନିଜ ଆୟ ଉପରେ ନିୟନ୍ତ୍ରଣ ରଖି ଖର୍ଚ୍ଚ କରନ୍ତୁ, ନଚେତ୍ ଭବିଷ୍ୟତରେ ଅସୁବିଧାର ସାମନା କରି ପାରନ୍ତି। କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ନିଜକୁ ବ୍ୟସ୍ତ ରଖିବେ। ମହିଳାମାନେ ନିଜ ଘରର କୌଣସି ନୂଆ ଜିନିଷ କିଣିବାରେ ଓ ଘରକୁ ସଜାଇବାରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନରେ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ ହେବ। କୌଣସି ସ୍ଥାନକୁ ଯାତ୍ରା କରିବାର ଆଶଙ୍କା ରହିଛି।

ବିଛା ରାଶି: ଏହି ରାଶିର ଲୋକମାନେ ଯଦି ନୂଆ କାମ କରିବାକୁ ଚାହୁଁଛନ୍ତି ତେବେ ଆଜି ଦିନଟି ଶୁଭ ଅଟେ। ଆପଣଙ୍କୁ ନିଜ କାମକୁ ଆଗକୁ ବଢେଇବା ପାଇଁ ନୂଆ ସୁଯୋଗ ମିଳିବ। ସେଥିପ୍ରତି ଧ୍ୟାନ ଦେଇ ଭବିଷ୍ୟତରେ ଆଗକୁ ବଢନ୍ତୁ। ଚାକିରି କରିଥିବା ଲୋକମାନଙ୍କର ନିଜ ସହକର୍ମୀ ଓ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରହିବ। ସନ୍ତାନମାନଙ୍କ ଯୋଗୁଁ ଆପଣ କୌଣସି ଖୁସି ଖବର ପାଇ ପାରିବେ। ଆଜି ଆପଣଙ୍କ ଦିନଟି ପୂଜା ପାଠରେ ରହିବ।

ଧନୁ ରାଶି: ଏହି ରାଶିର ଲୋକମାନେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରହିବେ। ପରିବାର ଲୋକମାନଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ। ଧନ ଲାଭର ଆଶଙ୍କା ରହିଛି। ଆପଣଙ୍କ ସହଯୋଗୀମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନସମ୍ମାନ ବଢିବ। କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ସଠିକ ପରାମର୍ଶ ନିଅନ୍ତୁ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଛାତ୍ରମାନେ ସ୍କୁଲରେ ନିଜ ଦକ୍ଷତାର ଭଲ ପ୍ରଦର୍ଶନ କରିବେ।

ମକର ରାଶି: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ। ନିଜ ନିଷ୍ପତ୍ତି ଉପରେ ଭଲ ଭାବରେ ଚିନ୍ତା କରନ୍ତୁ। ଆପଣଙ୍କୁ କୌଣସି କାରଣରୁ ଶୁଭ ଖବର ମିଳିପାରେ। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ଆସିପାରେ। ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ। କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ଯୋଗ ଦେବେ। ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ।

କୁମ୍ଭ ରାଶି: ଏହି ରାଶିର ଲୋକମାନେ ଅଫିସରେ ନିଜର ଦକ୍ଷତା ପାଇଁ ପ୍ରଶଂସା ପାଇବେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ ବିତାଇବେ। ଆର୍ଥିକ ଖର୍ଚ୍ଚରୁ ନିଜକୁ ବଞ୍ଚାଇ ରଖନ୍ତୁ। ଦୁଃଖୀ ଗରିବଙ୍କୁ ସାହାଯ୍ୟ କରନ୍ତୁ। ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ। ଆଜି ଆପଣଙ୍କ କୌଣସି ଜିନିଷ ଚୋରି ହୋଇପାରେ। ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମୀନ ରାଶି: ଏହି ରାଶିର ଲୋକମାନେ ନିଜ କାମରେ ବ୍ୟସ୍ତ ରହିବେ। ଆପଣ ନିଜ ସମ୍ପତ୍ତି ଜଡିତ କୌଣସି କାମରେ ମାନସିକ ଚିନ୍ତାରେ ରହିବେ। ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ। ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ। ମହିଳାମାନେ ନିଜ ଘରର କୌଣସି କାମକୁ ନେଇ ବ୍ୟସ୍ତ ରହିବେ। ଆପଣଙ୍କ ଘରେ ଅତିଥିର ଆଗମନ ଯୋଗୁଁ ଘରର ବାତାବରଣରେ ନୂଆ ପରିବର୍ତ୍ତନ ଆସିପାରେ। ସନ୍ତାନମାନଙ୍କ କାରଣରୁ ଆପଣ କୌଣସି ଖୁସି ଖବର ପାଇ ପାରନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

Type and hit Enter to search

Close