ମେଷ ରାଶି: ଆଜି ଆପଣ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବାର ଦୃଢ଼ ସମ୍ଭାବନା ରହିଛି। ଅଚାନକ ଧନ ପ୍ରାପ୍ତି ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରେ। ଅଯଥା ଚିନ୍ତା ନକରି ନିଜ ଲକ୍ଷ୍ୟ ପୂରଣ କରିବାକୁ ମନୋନିବେଶ କରନ୍ତୁ। ଆପଣ କୌଣସି କଳା ବା ସୃଜନାତ୍ମକ କାର୍ଯ୍ୟ ପ୍ରତି ଆକର୍ଷିତ ହେବେ। ସନ୍ତାନମାନଙ୍କର ଉନ୍ନତି ଓ ବଡ଼ ଉପଲବ୍ଧି ଦେଖି ମନରେ ଆନନ୍ଦ ଭରି ରହିବ। ତେବେ, କୌଣସି ପ୍ରିୟଜନଙ୍କ ସହ ମତଭେଦରୁ ଦୂରେଇ ରୁହନ୍ତୁ। କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ବିଶେଷ ଅନୁକୂଳ ନୁହେଁ।
ବୃଷ ରାଶି: ଆଜି ଆପଣ କାହା କଥାରେ ପ୍ରଭାବିତ ହୋଇ କ୍ଷତିକାରକ ନିଷ୍ପତ୍ତି ନିଅନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ଯୋଗୁଁ ଉନ୍ନତି ପରିଲକ୍ଷିତ ହେବ। ଆପଣ କୌଣସି ନୂଆ ବସ୍ତୁ କ୍ରୟ କରିବାକୁ ବିଚାର କରିପାରନ୍ତି। ଆପଣଙ୍କୁ ମିଳିବାକୁ ଥିବା ଶୁଭ ଖବର ଆପଣଙ୍କ ସହ ପରିବାର ସଦସ୍ୟଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ। ଲମ୍ବା ସମୟରୁ ଚାଲିଆସୁଥିବା ବିବାଦଗୁଡ଼ିକ ଆଜି ଦୂର ହେବ। ଜୀବନସାଥୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ।
ମିଥୁନ ରାଶି: ଆଜି ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବାର ଦେଖିବେ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଫଳରେ ଆପଣ ସମୟର ସଠିକ୍ ଉପଯୋଗ କରିପାରିବେ। ଆକସ୍ମିକ ଲାଭର ଅବସର ମିଳିପାରେ। ଯୁବକମାନଙ୍କୁ ଚାକିରି ପ୍ରାପ୍ତିର ଯୋଗ ରହିଛି। ଯେଉଁ ଲୋକମାନେ ଋଣ ନେଇଛନ୍ତି, ସେମାନଙ୍କୁ କୌଣସି ସ୍ଥିତିରେ ତାହା ସୁଝିବାକୁ ପଡ଼ିପାରେ, ଯାହା କାରଣରୁ ଆର୍ଥିକ ସ୍ଥିତି କିଛିଟା ଦୁର୍ବଳ ହୋଇପାରେ। ତେବେ, ମିତ୍ର ତଥା ଜୀବନସାଥୀଙ୍କ ସହଯୋଗରେ ଆପଣ ଆରାମ ଅନୁଭବ କରିବେ।
କର୍କଟ ରାଶି: ଆଜି ଆପଣଙ୍କ ଜୀବନରୁ ସମସ୍ତ ଦୁଃଖକଷ୍ଟ ଦୂର ହେବାର ସମ୍ଭାବନା ଅଛି। ବ୍ୟାପାର କରୁଥିବା ଲୋକଙ୍କୁ ଆଜି ନୂଆ ଅର୍ଡ଼ର ବା କୌଣସି ବଡ଼ ଡିଲ୍ ମିଳିପାରେ, ଯାହା ଦ୍ୱାରା ଭରପୂର ଲାଭ ମିଳିବ। ଏଥିରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ। ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଆନନ୍ଦଦାୟକ ରହିବ। କାହା କଥାରେ ନ ପଡି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ। ଆପଣ ସହଜରେ ସମସ୍ୟାରୁ ମୁକୁଳି ଆସିବେ।
ସିଂହ ରାଶି: ଆଜି ଅଚାନକ କାର୍ଯ୍ୟଭାର ବଢିପାରେ। ମାତାପିତା ଅସୁସ୍ଥ ହେବା କାରଣରୁ ଆପଣ ଚିନ୍ତାରେ ରହିବେ। ଆପଣ ପୂର୍ବରୁ କରିଥିବା ଭଲ କାମ ପାଇଁ ସମାଜରେ ସମ୍ମାନ ପ୍ରତିଷ୍ଠା ହେବ, ଯାହା କାରଣରୁ ଆପଣଙ୍କର ପଦ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ। ଯଦି ଆପଣ ଶିଂଗଲ ଅଛନ୍ତି, ତେବେ ଆପଣଙ୍କ ସାଥୀ ଖୋଜିବାର ପ୍ରକ୍ରିୟା ସମାପ୍ତ ହୋଇପାରେ। ପରିବାରର ବରିଷ୍ଠ ସଦସ୍ୟଙ୍କ ସହ ଭବିଷ୍ୟତ ପାଇଁ ଯୋଜନା କରିବାରେ ଆପଣ ବିଚାର କରିବେ। ଅଚାନକ ଧନ ଲାଭର ଯୋଗ ରହିଛି।
କନ୍ୟା ରାଶି: ଆଜି ଆପଣଙ୍କ ପରିବାରରେ ସୁଖଶାନ୍ତି ବଜାୟ ରହିବ, କିନ୍ତୁ ସନ୍ତାନଙ୍କ କ୍ୟାରିୟରକୁ ନେଇ ଆପଣ ଚିନ୍ତାରେ ରହିପାରନ୍ତି। ଆଜି ଆପଣ ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଆରମ୍ଭ କରିବେ। ଏଥିରେ ସଫଳତା ପାଇଁ ଆପଣଙ୍କୁ ପାଖାପାଖି ଏକ ବର୍ଷ ସମୟ ଲାଗିପାରେ। ଏହି ସମୟରେ ଚିନ୍ତା ନକରି ଧୈର୍ଯ୍ୟ ରଖନ୍ତୁ। ଚାକିରି କ୍ଷେତ୍ରରେ ଉନ୍ନତି ଓ ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି। ବାଣୀ ଉପରେ କାବୁ ରଖିବା ଜରୁରୀ। ସକାଳୁ ବୁଲିବାକୁ ଯିବା ଆପଣଙ୍କ ପାଇଁ ଫାଇଦାଜନକ ରହିବ।
ତୁଳା ରାଶି: ଆଜି ଆପଣଙ୍କର ଆର୍ଥିକ ଚିନ୍ତା କମି ଯିବ। ପରିବାରରେ ଖୁସି ଓ ଉତ୍ସାହର ମାହୋଲ ରହିବ। ଆଜି ଆପଣ ସତର୍କ ହୋଇ ପ୍ରତ୍ୟେକ ନିଷ୍ପତ୍ତି ନିଅନ୍ତୁ। ଯଦି ଆପଣ କଳା କ୍ଷେତ୍ର ସହ ଜଡିତ ଅଛନ୍ତି, ତେବେ ଆପଣଙ୍କ ପାଇଁ ଦିନଟି ଭଲ ରହିବ। ଆଜି ଛୋଟ କଥା ପାଇଁ ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବାର ଯୋଗ ରହିଛି। ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ।
ବିଛା ରାଶି: ଆଜି ଆପଣ ନିଜକୁ ଶାନ୍ତ ରଖିବାକୁ ବିଶେଷ ପ୍ରୟାସ କରିବେ। ଯଦି ଆପଣ ଦାମ୍ପତ୍ୟ ଜୀବନରେ ଜୋସ୍ ଓ ଉତ୍ସାହ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ଜୀବନସାଥୀଙ୍କ ସହ ନିଜ ବ୍ୟବହାରକୁ ଠିକ୍ ରଖନ୍ତୁ। ଦୁହେଁ ପରସ୍ପରର ପସନ୍ଦ-ନାପସନ୍ଦ ପ୍ରତି ଧ୍ୟାନ ଦେବେ। ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଭଲ ଲାଭ ଦେଖିବାକୁ ମିଳିବ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବାଦବିବାଦ ଦୂର ହେବ। ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି।
ଧନୁ ରାଶି: ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଅନୁକୂଳ ରହିବ। ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ହୋଇପାରେ କିନ୍ତୁ ଉଭୟ ସାଥୀ ସମୟ ବ୍ୟତୀତ କଲେ ସମ୍ପର୍କରେ ମଧୁରତା ଆସିବ। ଆଜି ଆପଣଙ୍କୁ ବହୁତ ଭଲ ଚାକିରି ମିଳିପାରେ। ଭୂମି ବା ବାହନ କ୍ରୟ କରିବାର ଥିଲେ ଆପଣ ଫାଇଦାରେ ରହିବେ। ଅଟକି ରହିଥିବା ଧନ ଫେରି ପାଇବାର ଯୋଗ ରହିଛି। ସନ୍ଧ୍ୟା ସମୟରେ ଆପଣଙ୍କର ସମୟ ଭଲ ରହିବ। ପାର୍ଟନରଙ୍କ ସହ ଆପଣ ବାହାରକୁ ବୁଲିବାକୁ ଯିବେ।
ମକର ରାଶି: ଆଜି ଆପଣଙ୍କ ମନରେ ଶାନ୍ତି ଓ ପ୍ରସନ୍ନତା ଭାବ ବଜାୟ ରହିବ। ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ଆପଣ ଆଜି ଟଙ୍କା ପଇସାକୁ ନେଇ ଅଧିକ ଚିନ୍ତାରେ ରହିବେ। ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ କରିବା ପାଇଁ ଆପଣଙ୍କୁ ଅଧିକ ପ୍ରୟାସ କରିବାକୁ ପଡିବ। ଏହା ବ୍ୟତୀତ ଆପଣ ଋଣ କାରବାର (ଉଧାର ଲେନଦେନ) କରିବାରୁ ବଞ୍ଚିତ ରୁହନ୍ତୁ। ଆଜି କଥା କଥାରେ କିଛି କରନ୍ତୁ ନାହିଁ। ପରିବାର ପାଇଁ କିଛି ବି କରିବାକୁ ଆପଣ ପ୍ରସ୍ତୁତ ରହିବେ। ସ୍ୱାସ୍ଥ୍ୟରେ ସମସ୍ୟା ଆସିପାରେ।
କୁମ୍ଭ ରାଶି: ଆଜି ଆପଣଙ୍କର ସକାରାତ୍ମକ ବିଚାର ବହୁତ ଭଲ ରହିବ ଏବଂ ଦିନଟି ଉତ୍ତମ ରହିବ। ଆଜି ଆପଣ ଯୋଜନା ପ୍ରସ୍ତୁତ କରି ତାହାକୁ ଲାଗୁ ମଧ୍ୟ କରିବେ। ଆପଣ ଚାକିରି ସହ ଜଡିତ କୌଣସି କାମ କରିବାକୁ ଚାହୁଁଥିଲେ ଆଜି ଦିନଟି ଉତ୍ତମ ରହିବ। ତେବେ, ଆଜି ପାରିବାରିକ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ ଏବଂ ମନ ଅଶାନ୍ତ ରହିପାରେ। ଲମ୍ବା ସମୟରୁ ଥିବା ଭ୍ରମ ଦୂର ହେବାର ସମ୍ଭାବନା ରହିଛି। କୌଣସି ଅନୁଭବୀଙ୍କ ସହ ଆଲୋଚନା କରିବେ।
ମୀନ ରାଶି: ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ। ଯାତ୍ରା କାରଣରୁ ଆପଣ ମାନସିକ ଚିନ୍ତାରେ ରହିପାରନ୍ତି। ଆପଣଙ୍କୁ ଯେଉଁ ଅବସର ଅନେକ ଦିନ ହେବ ମିଳି ନାହିଁ ତାହା କୌଣସି ନିକଟତର ଲୋକଙ୍କ ଠାରୁ ମିଳିପାରେ। କୌଣସି କାମରେ ଘରୁ ବାହାରିବା ପୂର୍ବରୁ ଦାନ ନିଶ୍ଚିତ ଭାବେ କରନ୍ତୁ। ମାତାପିତା ଆପଣଙ୍କ ଉପରେ ବହୁତ ଖୁସି ହେବେ ଏବଂ ଆଶୀର୍ବାଦ ସ୍ୱରୂପ ଆପଣଙ୍କୁ ଉପହାର ମିଳିପାରେ।

Social Footer