ବୃଷ ରାଶି : ଆଜି ଆପଣଙ୍କ ପାଇଁ ଜୀବନ ସାଥିଙ୍କ ସହ କୌଣସି ସ୍ମରଣୀୟ ଯାତ୍ରା କରିବାର ଶୁଭ ଯୋଗ ରହିଛି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିବ ଏବଂ ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ବ୍ୟବସାୟିକ ଗତିବିଧି ଉପରେ କୌଣସି ପ୍ରକାରର ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ବିଚାର ବିମର୍ଶ କରନ୍ତୁ। କୌଣସି ଅଜଣା ଲୋକଙ୍କ ଉପରେ ଆଖି ବନ୍ଦ କରି ଭରସା କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଆଜି କୌଣସି ନୂଆ ସମ୍ପର୍କ ଆପଣଙ୍କ ପାଇଁ ଭବିଷ୍ୟତରେ ଫାଇଦା ଆଣିପାରେ। ଶତ୍ରୁ ବର୍ଗ ସକ୍ରିୟ ରହିପାରନ୍ତି, ତେଣୁ ସତର୍କ ରୁହନ୍ତୁ। ଆପଣଙ୍କର ଜୀବନରେ ବହୁ ଦିନରୁ ଅଟକି ରହିଥିବା କାମରେ ସଫଳତା ପ୍ରାପ୍ତ ହେବ।
ମିଥୁନ ରାଶି : ଆଜି ଆପଣ ଭାବନାତ୍ମକ ରୂପରେ ନିଜକୁ ଅଧିକ ମଜବୁତ ଅନୁଭବ କରିବେ। କୌଣସି ଖାସ୍ କାରଣରୁ ଆପଣଙ୍କର ବନ୍ଧୁତା ଏବଂ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। ବ୍ୟାପାରିକ କ୍ଷେତ୍ରରେ କାର୍ଯ୍ୟର ବ୍ୟସ୍ତତା ବୃଦ୍ଧି ପାଇବ କିନ୍ତୁ ଏହାର ଫଳାଫଳ ଲାଭଦାୟକ ହେବ। କିଛି ଲୋକଙ୍କ ପରିବାରରେ ଆଜି ଯଜ୍ଞ, ପୂଜାପାଠ ଓ ଉଲ୍ଲାସର ବାତାବରଣ ରହିବ। କର୍ମକ୍ଷେତ୍ରରେ ଆପଣଙ୍କୁ କୌଣସି ବଡ ଦାୟିତ୍ୱ କିମ୍ବା କାମ ମିଳିପାରେ। ପାର୍ଟ ଟାଇମ ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା ରହିଛି। ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ଆସିବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ଏବଂ ଲୋକେ ଆପଣଙ୍କର ମାର୍ଗ ଦର୍ଶନକୁ ଗୁରୁତ୍ୱ ଦେବେ।
କର୍କଟ ରାଶି : ଆଜି ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସାରା ନୂଆ ଓ ସକାରାତ୍ମକ ପରିବର୍ତ୍ତନ ଆସିବ। ଲମ୍ବା ସମୟରୁ ଅଟକି ରହିଥିବା ସରକାରୀ କିମ୍ବା ବ୍ୟକ୍ତିଗତ କାମ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ। କୌଣସି ଅଜଣା କ୍ଷେତ୍ରରୁ ହଠାତ୍ ଧନ ଲାଭ ହେବାର ଯୋଗ ରହିଛି। ଯେଉଁମାନେ ସିଂଗଲ ଅଛନ୍ତି ଏବଂ କାହାକୁ ନିଜ ମନର କଥା କହିବାକୁ ଚାହୁଁଛନ୍ତି, ସେମାନେ ଟିକେ ସତର୍କ ରହି ପଦକ୍ଷେପ ନିଅନ୍ତୁ। ସନ୍ତାନ ମାନଙ୍କର ଶିକ୍ଷାକୁ ନେଇ ଆପଣ ଯେଉଁ ପ୍ରୟାସ କରୁଛନ୍ତି, ତାହାର ମେହନତର ଫଳ ଆପଣ ନିଶ୍ଚିତ ଭାବେ ପାଇବେ। ବେପାର ବାଣିଜ୍ୟ କ୍ଷେତ୍ରରେ ନୂଆ ଚୁକ୍ତି ହେବା ଫଳରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ।
ସିଂହ ରାଶି : ସମାଜରେ ଆପଣ ତୀବ୍ର ଗତିରେ ପ୍ରଗତି କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ। ଆପଣଙ୍କର ଆତ୍ମବିଶ୍ବାସରେ ଯଥେଷ୍ଟ ବୃଦ୍ଧି ହେବା ସହ ଜୀବନରେ ଉନ୍ନତିର ନୂଆ ମାର୍ଗ ଖୋଲିବ। ଆଜି ଦିନଟି ଏମିତି ରହିବ ଯେ ଆପଣ ଯାହା ଯୋଜନା କରିଥିବେ ତାହା ହୁଏତ ସେହି ଅନୁସାରେ ହୋଇନପାରେ, କିନ୍ତୁ ଫଳ ଭଲ ମିଳିବ। ପରିବାରରେ କୌଣସି କାମକୁ ନେଇ ଆପଣ ନିଜକୁ ଦାୟୀ ମନେ କରିପାରନ୍ତି। ନିଜର ସଂପର୍କକୁ ରକ୍ଷା କରିବା ପାଇଁ ଆଜି କିଛି ପରିସ୍ଥିତିରେ ଆପଣଙ୍କୁ ଚୁପ ରହିବାକୁ ହୋଇପାରେ। କଷ୍ଟ ସମୟରେ ପରିବାରର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ।
କନ୍ୟା ରାଶି : ଅନେକ ବର୍ଷରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାମ ଆଜି ତୀବ୍ର ଗତିରେ ସମାପ୍ତ ହେବ। ଆର୍ଥିକ ବା ବିତ୍ତୀୟ ମାମଲାରେ ସହଜରେ ପ୍ରଗତି ହେବା ସହ ଆପଣଙ୍କୁ ଲାଭ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ମଧ୍ୟ ଅଣଦେଖା କରନ୍ତୁ ନାହିଁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି। ଧନ ମାମଲାରେ ସାମାନ୍ୟ ଅସାବଧାନତା ଆପଣଙ୍କୁ ମହଙ୍ଗା ପଡିପାରେ। କର୍ମକ୍ଷେତ୍ରରେ କରାଯାଇଥିବା ରଚନାତ୍ମକ ପ୍ରୟାସ ଆପଣଙ୍କର ଫଳପ୍ରଦ ହେବ। ଯଦି ଆପଣ ଆୟର ଏକ ଅତିରିକ୍ତ ଶ୍ରୋତ ଉପରେ କାମ କରୁଛନ୍ତି ତେବେ ଆପଣ ସଫଳ ହେବେ। ଆର୍ଥିକ ନିବେଶ କରିବା ସମୟରେ ଭଲ ଭାବେ ବିଚାର କରନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ।
ତୁଳା ରାଶି : ଆଜି କାମର ଚାପ ଯୋଗୁଁ ଆପଣ ଥକାପଣ କିମ୍ବା ସାମାନ୍ୟ ଆଳସ୍ୟ ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ଅଛି କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କର ଅଧିକ ଧ୍ୟାନ ଦେବା ଆବଶ୍ୟକ। ବ୍ୟବସାୟିକ ମାମଲାରେ ଆପଣଙ୍କର ଉନ୍ନତି ହେବ ଏବଂ ନୂଆ ରଣନୀତି କାମ ଦେବ। ଆଜି ଆପଣ ନିଜ ସ୍ୱାସ୍ଥ୍ୟ ସହ ପାରିବାରିକ ଦାୟିତ୍ଵ ମଧ୍ୟ ଠିକ ଭାବେ ତୁଲାଇବେ। ଘରର ସମ୍ପତି କିମ୍ବା ଜରୁରୀ କାଗଜପତ୍ରକୁ ନେଇ ମନରେ ସାମାନ୍ୟ ଚିନ୍ତା ରହିପାରେ। ଟଙ୍କା ଲେନଦେନ କରିବା ସମୟରେ ଅତିରିକ୍ତ ସାବଧାନ ରୁହନ୍ତୁ। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋଶନ କିମ୍ବା ଦରମା ବୃଦ୍ଧି ହୋଇପାରେ, ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ।
ବିଛା ରାଶି : ଆଜି ଆପଣ ନିଜର ଆଗାମୀ ଭବିଷ୍ୟତ ପାଇଁ ଗଭୀର ଭାବେ ଚିନ୍ତା କରିବେ ଏବଂ ନୂଆ ଯୋଜନା ପ୍ରସ୍ତୁତ କରିବେ। ଶିକ୍ଷା କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଆପଣଙ୍କର ସାର୍ଥକ ହେବ। ପାରିବାରିକ ଦାୟିତ୍ଵ ପୂରଣ କରିବାରେ ଆପଣ ସଫଳ ହେବେ ଏବଂ ଆର୍ଥିକ ପକ୍ଷ ମଜବୁତ ହେବ। ନିଜର ବୁଦ୍ଧି ଓ କୌଶଳ ଦ୍ଵାରା ଜଟିଳ କାମକୁ ମଧ୍ୟ ସହଜରେ ପୂର୍ଣ୍ଣ କରିବେ। ଆଜି ଆପଣ ନିଜର ପ୍ରିୟଜନ ଙ୍କ ସହ ବାହାରକୁ କେଉଁଆଡେ ବୁଲିବାକୁ ଯାଇପାରନ୍ତି ଏବଂ ସେମାନଙ୍କ ସହ ସୁନ୍ଦର ସ୍ମୃତିର ଆନନ୍ଦ ନେବେ। ପିତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଦେଖାଦେଇପାରେ, ତେଣୁ ତାଙ୍କର ଯତ୍ନ ନିଅନ୍ତୁ।
ଧନୁ ରାଶି : ଆଜି ଆପଣଙ୍କ ଜୀବନରେ ଆସୁଥିବା ସବୁ ଦୁଃଖ କଷ୍ଟର ନିବାରଣ ହେବ। ଆପଣ ଯେଉଁ ଲୋକଙ୍କ ସହ ଭେଟ ହେବେ, ସେମାନଙ୍କ ଉପରେ ଏକ ସାକାରାତ୍ମକ ପ୍ରଭାବ ପକାଇବେ। କାର୍ଯ୍ୟ କ୍ଷେତ୍ରରେ ଭାର ଅଧିକ ରହିପାରେ, ତେଣୁ କୌଣସି ମହତ୍ଵପୂର୍ଣ୍ଣ କାମ ପାଇଁ ଆଜି ହଠାତ୍ ନିସ୍ପତି ନିଅନ୍ତୁ ନାହି। ପ୍ରେମ ପ୍ରସଙ୍ଗରେ ଆପଣଙ୍କୁ ଅପାର ସଫଳତା ମିଳିପାରେ। ସନ୍ତାନ ମାନଙ୍କର ଉନ୍ନତି ଓ ସଫଳତା ଦେଖି ଆପଣ ଖୁବ୍ ପ୍ରସନ୍ନ ହେବେ। ସମାଜରେ କୀର୍ତ୍ତି ଓ ପ୍ରତିଷ୍ଠା ବୃଦ୍ଧି ପାଇବ, ଯାହା ଦ୍ଵାରା ଆପଣ ସବୁ କ୍ଷେତ୍ରରେ ପ୍ରଶଂସିତ ହେବେ। ମହିଳା ମାନେ ଆଜି କୌଣସି ନୂଆ ମିତ୍ର ସ୍ଥାପନ କରିବେ। ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବାର ସୁଯୋଗ ରହିଛି।
ମକର ରାଶି : ଆଜି ଆପଣଙ୍କ ସାମାଜିକ ପ୍ରତିଷ୍ଠା ଓ ମାନ ହାନି ଯେପରି ନ ହୁଏ ସେଥିପ୍ରତି ସତର୍କ ରୁହନ୍ତୁ। କୌଣସି ଭୁଲ ବୁଝାମଣା ଯୋଗୁଁ ପିତା ଆପଣଙ୍କ ଉପରେ ରାଗି ପାରନ୍ତି, ତେଣୁ ଧୈର୍ଯ୍ୟ ରଖନ୍ତୁ। ଆପଣଙ୍କର ଆଜି ଧାର୍ମିକ କାର୍ଯ୍ୟରେ ରୁଚି ରହିବ ଏବଂ ଦାନ ଧର୍ମ କରିବେ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ। ରାଜନୀତି ସହ ଜଡିତ ଲୋକଙ୍କୁ କୌଣସି ମହତ୍ଵପୂର୍ଣ୍ଣ ପଦବୀ କିମ୍ବା ଦାୟିତ୍ଵ ମିଳିପାରେ। ସ୍ୱାସ୍ଥ୍ୟ ପାଇଁ ଦିନଟି ଠିକ୍ ରହିବ। ଚାକିରି ସନ୍ଧାନରେ ଥିବା ଲୋକଙ୍କୁ କୌଣସି ବଡ ମଲ୍ଟି ନ୍ୟାସନାଲ କମ୍ପାନୀ ଠାରୁ ଅଫର ମିଳିପାରେ। ଆଜି ଆପଣ ନିଜ ଜ୍ଞାନ ବୃଦ୍ଧି ପାଇଁ ନୂଆ ବହି କିଣି ପାରନ୍ତି। ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ରରେ ଆଶାଜନକ ପ୍ରଗତି ହେବ।
କୁମ୍ଭ ରାଶି : ଆଜି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି ପୁରୁଣା କଥାକୁ ନେଇ ସାମାନ୍ୟ ମତଭେଦ ହୋଇପାରେ, ତେଣୁ ଶାନ୍ତ ରୁହନ୍ତୁ। ବିଦ୍ୟାର୍ଥୀ ବର୍ଗ ନିଜର ପାଠପଢ଼ା ପ୍ରତି ଚିନ୍ତାଧାରା ପଜେଟିଭ ରଖନ୍ତୁ। ବିଜନେସକୁ ଆଗକୁ ବଢାଇବା ପାଇଁ ନୂଆ ପ୍ଳାନିଂ କରିବେ ଯାହା ଭବିଷ୍ୟତରେ ଲାଭଦାୟକ ହେବ। ଘରେ ଖୁସି ଓ ଶାନ୍ତିର ମାହୋଲ ବଜାୟ ରହିବ ଏବଂ ଆପଣ ପରିବାର ସହ ଗୁଣାତ୍ମକ ସମୟ ବିତାଇବେ। ଯଦି ଆପଣ ନିଜକୁ ନିୟନ୍ତ୍ରଣ ନ କରିବେ ତେବେ ଆପଣଙ୍କ ସହ କାହାର କଳହ ହୋଇପାରେ। ଆପଣଙ୍କର ଭଲ ବ୍ୟବହାର ପାଇଁ ପଡୋଶୀ ମାନେ ଆପଣଙ୍କର ତାରିଫ କରିବେ। ସାମାଜିକ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ପାଇବ।
ମୀନ ରାଶି : ଆଜି ଆପଣ ଜୀବନ ସାଥିଙ୍କଠାରୁ ଅପାର ସ୍ନେହ ଓ ସହଯୋଗ ପାଇ ସବୁ ଦୁଃଖ କଷ୍ଟର ସାମ୍ନା କରିବାକୁ ସକ୍ଷମ ହେବେ। ଦୀର୍ଘ ଦିନର ପାରିବାରିକ ସମସ୍ଯା ଆଜି ଦୂର ହେବ। ବିଶେଷ କରି ସିଭିଲ ଇଞ୍ଜିନିୟରିଂ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ବ୍ୟପାରୀ ବର୍ଗଙ୍କୁ ଆଜି ହଠାତ୍ ଧନ ଲାଭ ହୋଇପାରେ। କାମର ଚାପ ଯୋଗୁଁ ଆପଣଙ୍କୁ ସାମାନ୍ୟ ମାନସିକ ଚାପ ରହିପାରେ। ଆପଣଙ୍କ ପରିବାର ଠାରୁ ଆପଣଙ୍କ କାମ ପାଇଁ ପ୍ରଶଂସା ମିଳିବ ଯାହା ଆପଣଙ୍କୁ ଖୁସି ଦେବ। ନିଜର ସମ୍ପର୍କକୁ ଅଧିକ ଦୃଢ଼ ରଖିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ।

Social Footer