ବୃଷ ରାଶି- ଆଜି ସୁଖସମ୍ପଦ, ସୁଖାଦ୍ୟ ଭୋଜନ ଏବଂ ବନ୍ଧୁମିଳନର ଯୋଗ ରହିଛି। ଯେକୌଣସି ସୂତ୍ରରୁ ଆପଣ ଅର୍ଥପ୍ରାପ୍ତି କରିପାରନ୍ତି। ଆପଣଙ୍କ ମନରେ ଆଜି ଭାବପ୍ରବଣତା ଅଧିକ ରହିବ। ଆୟ ବଢ଼ିବା ସହ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ, ତେଣୁ ବଜେଟ୍ ଅନୁସାରେ ଚଳନ୍ତୁ। ବ୍ୟବସାୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଜୀବନସାଥୀଙ୍କ ସହ ଛୋଟ ଛୋଟ କଥାକୁ ନେଇ ଝଗଡ଼ା କରନ୍ତୁ ନାହିଁ ଏବଂ ନିଜ ଆଚରଣକୁ ସକାରାତ୍ମକ ରଖନ୍ତୁ। ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ, ଯେପରି ମେଦବହୁଳତା ସମସ୍ୟା ନ ହେବ।
ମିଥୁନ ରାଶି- ଆଜି ଆର୍ଥିକ କାରବାରରେ ଆପଣଙ୍କୁ ଭଲ ଲାଭ ମିଳିବ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ବକେୟା ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଅନେକ ଦିନରୁ ଚାଲିଆସୁଥିବା ସମସ୍ୟାର ସମାଧାନ ହେବା ଯୋଗୁଁ ଆପଣ ଆଶ୍ୱସ୍ତି ଅନୁଭବ କରିବେ। ବୃଥା ବିବାଦ ଓ କଳିଝଗଡ଼ା ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଶ୍ରେୟସ୍କର। ଚାକିରିଜୀବୀମାନଙ୍କୁ ଛୁଟି ଦିନରେ ମଧ୍ୟ ଅଧିକ କାମ କରିବାକୁ ପଡ଼ିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛିଟା ଚିନ୍ତା ରହିପାରେ। ମାନସିକ ଶାନ୍ତି ପାଇଁ କିଛି ସମୟ ବ୍ୟାୟାମ ଓ ଧ୍ୟାନରେ ବିତାନ୍ତୁ।
କର୍କଟ ରାଶି- ଆଜି ଦିନଟିରେ ସାମାନ୍ୟ ଦୁଃଖ ବା ଉଦ୍ବେଗ ଦେଖାଦେଇପାରେ, ତେଣୁ ଧର୍ମପରାୟଣ ରୁହନ୍ତୁ। କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ନୂଆ ବନ୍ଧୁତ୍ୱ ସୃଷ୍ଟି ହେବ, ଯାହା ଭବିଷ୍ୟତରେ ଲାଭଦାୟକ ହେବ। ଯୁବକମାନେ ନିଜର ପ୍ରଥମ ରୋଜଗାର ପାଇ ଉତ୍ସାହିତ ହେବେ। ଅଦାଲତ ମାମଲା ଥିଲେ ତାହାକୁ ଯତ୍ନର ସହ ପରିଚାଳନା କରନ୍ତୁ। ବ୍ୟବସାୟିକ ଯୋଜନାକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରନ୍ତୁ ନାହିଁ, ନଚେତ୍ କାମ ଭଣ୍ଡୁର ହୋଇପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିବାରର ସଦସ୍ୟଙ୍କ ସମର୍ଥନ ନେବା ଉଚିତ।
ସିଂହ ରାଶି- ଆଜି ମାନସିକ ଅଶାନ୍ତି ସହ କିଛିଟା ଭୟର ବାତାବରଣ ରହିପାରେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଧୈର୍ଯ୍ୟ ଧରିଲେ ଲାଭର ନୂଆ ପଥ ଖୋଲିଯିବ। କୌଣସି ନିକଟ ସମ୍ପର୍କୀୟଙ୍କ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଅତ୍ୟଧିକ ଆତ୍ମବିଶ୍ୱାସ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ, ତେଣୁ ସତର୍କ ରୁହନ୍ତୁ। ପିଲାଙ୍କ କାର୍ଯ୍ୟକଳାପ ଯୋଗୁଁ ଘରେ ସାମାନ୍ୟ ଅଶାନ୍ତି ହୋଇପାରେ। ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ମନୋବଳ ବଢ଼ାଇବ, ମାତ୍ର ପେଟ ସମ୍ବନ୍ଧୀୟ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ।
କନ୍ୟା ରାଶି- ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ ବା ଅତିଥିଙ୍କ ଆଗମନ ଯୋଗୁଁ ପରିବେଶ ଉତ୍ସବମୁଖର ରହିବ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣ ପ୍ରାପ୍ତିରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି ହେବା ସହ ବକେୟା ଅର୍ଥ ଲାଭ କରିବେ। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର କ୍ଷମତା ଆପଣଙ୍କ ଭିତରେ ବଢ଼ିବ। ଆୟର ପରିମାଣ ବୃଦ୍ଧି ପାଇବ ଏବଂ ଆପଣ ବ୍ୟବସାୟ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରିବେ। ମାତ୍ର ବାହାର ଖାଦ୍ୟ ଯୋଗୁଁ ଗଳା ଖରାପ ହେବାର ସମ୍ଭାବନା ଅଛି।
ତୁଳା ରାଶି- ସ୍ୱାସ୍ଥ୍ୟ ଏବଂ ଆର୍ଥିକ ଦିଗରୁ ଆଜି କିଛିଟା ପ୍ରତିକୂଳ ସମୟ ରହିପାରେ। ଖର୍ଚ୍ଚ ବଢ଼ିବା ସହ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ବିନିଯୋଗ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି ଏବଂ ଏଥିରେ ପିତୃତୁଲ୍ୟ ବ୍ୟକ୍ତିଙ୍କ ସମର୍ଥନ ମିଳିବ। ଧୈର୍ଯ୍ୟର ସହ କାମ କରନ୍ତୁ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ କିଛି ସମୟ ବିତାନ୍ତୁ। ବ୍ୟବସାୟ ଭଲ ଚାଲିବ ଏବଂ କର୍ମଚାରୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଚାକିରିଜୀବୀମାନେ ପଦୋନ୍ନତି ପାଇଁ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିପାରନ୍ତି। ସ୍ୱାମୀ-ସ୍ତ୍ରୀ ସମ୍ପର୍କ ମଧୁର ରହିବ।
ବିଛା ରାଶି- ଆଜି ଉତ୍ତମ ପାନ-ଭୋଜନ ଓ ବନ୍ଧୁମିଳନର ଯୋଗ ରହିଛି। ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଯୋଜନାବଦ୍ଧ ଉପାୟରେ କଲେ ନିଶ୍ଚୟ ସଫଳତା ପାଇବେ। ମାତ୍ର କଳହ, ମକଦ୍ଦମା, ଦୂରଯାତ୍ରା ଏବଂ ଯାନବାହନ କ୍ରୟ ପାଇଁ ଆଜି ସମୟ ଅନୁକୂଳ ନୁହେଁ। କୌଣସି ଜିନିଷକୁ ନେଇ ଅଧିକ ଟେନସନ ନିଅନ୍ତୁ ନାହିଁ। ଛାତ୍ରମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ନଚେତ୍ ଶିକ୍ଷାରେ ବାଧା ଆସିପାରେ। ବ୍ୟବସାୟରେ ପ୍ରତିଯୋଗିତା ବୃଦ୍ଧି ପାଇବ, ତେଣୁ ସମୟ ସମୟରେ ବିଶ୍ରାମ ନେବା ଆବଶ୍ୟକ।
ଧନୁ ରାଶି- ବୃଥା ଭ୍ରମଣ, ବ୍ୟୟ ଏବଂ ଅର୍ଥହାନିର ସମ୍ଭାବନା ରହିଛି, ତେଣୁ ସତର୍କ ରୁହନ୍ତୁ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ଆପଣ ନିଜ କାର୍ଯ୍ୟରେ ସଫଳ ହେବେ। ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ପୁରୁଣା ଭୁଲ ବୁଝାମଣା ଦୂର ହେବ। ଅଜ୍ଞାତ ବ୍ୟକ୍ତିଙ୍କ ସହିତ ସାକ୍ଷାତ କିମ୍ବା ବ୍ୟବସାୟିକ ଚୁକ୍ତି କରନ୍ତୁ ନାହିଁ, ଏହା କ୍ଷତିକାରକ ହୋଇପାରେ। ଜୀବନସାଥୀ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାର ପାଇଁ ଆପଣ କିଛି ସମୟ ବାହାର କରିବେ। ସତ୍ କାର୍ଯ୍ୟରେ ଦାନ କରିବା ପାଇଁ ଦିନଟି ଶୁଭ।
ମକର ରାଶି- ଆଜି ଆପଣଙ୍କ ମନର ଆଶା ପୂରଣ ହେବ ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟ ବା ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ କଲେ ଲାଭ ମିଳିବାର ସମ୍ଭାବନା ଅଛି। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ବିଲଡର୍ସ ଏବଂ ସମ୍ପତ୍ତି ଡିଲରମାନେ ଆଜି ଭଲ ଲାଭ ପାଇବେ। ଯୁବକମାନେ କ୍ୟାରିଅର୍ ପ୍ରତି ଅଧିକ ସଚେତନ ରହିବେ। ବୈବାହିକ ଜୀବନ ସ୍ୱାଭାବିକ ରହିବ, ମାତ୍ର ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି। ମାନସିକ ଶାନ୍ତି ପାଇଁ ଯୋଗ ଓ ଧ୍ୟାନ କରନ୍ତୁ।
କୁମ୍ଭ ରାଶି- ଆଜି କାର୍ଯ୍ୟସିଦ୍ଧି ହେବା ସହ ମନର ଅଭିଳାଷ ପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବାରେ ଆପଣ ସଫଳ ହେବେ। ଅତ୍ୟଧିକ ବ୍ୟସ୍ତତା ହେତୁ ଘର ପାଇଁ ସମୟ ବାହାର କରିବା କଷ୍ଟକର ହୋଇପାରେ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହେତୁ ଉଦ୍ୟମରେ ସଫଳତା ପାଇବେ। ନକାରାତ୍ମକ ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ, ସେମାନେ ଆପଣଙ୍କ ବଦନାମ କରିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛିଟା ଚିନ୍ତା ହୋଇପାରେ। ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଭଲ ରହିବ, ମାତ୍ର କ୍ରୋଧ ଓ ଉତ୍ତେଜନାକୁ ନିୟନ୍ତ୍ରଣରେ ରଖନ୍ତୁ।
ମୀନ ରାଶି- ଅସୁସ୍ଥତା ଏବଂ ମାନସିକ ଅବସାଦ ଯୋଗୁଁ ଆଜି ଆପଣଙ୍କୁ କିଛିଟା ସମସ୍ୟା ହୋଇପାରେ। ବ୍ୟବସାୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକ ଦେଖାଦେଇପାରେ, ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୂରଯାତ୍ରା କରନ୍ତୁ ନାହିଁ ଏବଂ ଅର୍ଥନୈତିକ କାରବାରରୁ ଦୂରେଇ ରୁହନ୍ତୁ। ଭାଇମାନଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିପାରେ, ତେଣୁ ସଞ୍ଯମତା ରକ୍ଷା କରନ୍ତୁ। ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତୁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ପେଟ ଗୋଳମାଳ ଏବଂ ମଧୁମେହ ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଆବଶ୍ୟକ।

Social Footer