ମେଷ ରାଶି –
ଆଜି ଶିକ୍ଷା, ବ୍ୟାପାର ଓ ଚାକିରି କ୍ଷେତ୍ରରେ ଆପଣଙ୍କୁ ଲଗାତାର ସଫଳତା ହାସଲ ହେବ। ଆର୍ଥିକ ଦିଗରୁ ଅଚାନକ ଧନ ଲାଭର ଯୋଗ ରହିଛି। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଆଜି ଦିନଟି ଫାଇଦାମନ୍ଦ ରହିବ। ଆପଣଙ୍କ ପ୍ରୋଫେସନାଲ ଲାଇଫ ବହୁତ ଭଲ ରହିବ। ଆପଣ କାରୋବାର ସହ ଜଡ଼ିତ କୌଣସି କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ସରକାରୀ କାମ କାର୍ଯ୍ୟରେ ଆପଣଙ୍କୁ ଅବସର ମିଳିପାରେ। କୌଣସି ମାମଲାରେ ତରବର ହୋଇ ଭୁଲ ନିସ୍ପତି ନିଅନ୍ତୁ ନାହିଁ, ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନିଅନ୍ତୁ।
ବୃଷ ରାଶି –
ଆଜି ଆପଣ ନୂଆ ଆଭୂଷଣ, ବାହନ ଓ ସମ୍ପତ୍ତି କ୍ରୟ କରିବେ। କିନ୍ତୁ ମେହନତ କରିବା ପରେ ଆପଣଙ୍କୁ ଉଚିତ ପରିଣାମ ନ ମିଳିବାରୁ ଆପଣ ନିରାଶ ହେବେ। ଖର୍ଚ୍ଚ ଅଧିକ ହେବା କାରଣରୁ ଆପଣ ମାନସିକ ଅଶାନ୍ତିରେ ରହିବେ। ଆପଣଙ୍କୁ କରଜ ନେବାକୁ ପଡ଼ିପାରେ। ବେପାର କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ, ଯାହା ଦ୍ୱାରା ଆପଣ ଅଯଥାରେ ଅଧିକ ଧନ ବ୍ୟୟ କରିବେ। ଚାକିରି କ୍ଷେତ୍ରରେ କୌଣସି ବାଧା ସୃଷ୍ଟି ହୋଇପାରେ। ରୋମାଣ୍ଟିକ ସମ୍ପର୍କ ଭଲ ରହିବ।
ମିଥୁନ ରାଶି –
ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍ ରହିବ। ଆପଣଙ୍କ ଆୟର ସାଧନରେ ବୃଦ୍ଧି ହେବ। କୌଣସି ଜରୁରୀ କାମ ପୁରା ହେବାରୁ ଲାଭଦାୟକ ଅବସର ପ୍ରାପ୍ତ ହେବ। ଏହା ଛଡ଼ା ଆଜି ଦିନଟି ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଇଚ୍ଛା ଅନୁଯାୟୀ କାମ ହେବ ନାହିଁ। ମାତାଙ୍କ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସିପାରେ। ସମାଜରେ ମାନ ସମାନ ବୃଦ୍ଧି ହେବ। କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ।
କର୍କଟ ରାଶି –
ଆତ୍ମସମ୍ମାନ ଆପଣଙ୍କର ବଜାୟ ରହିବ। ବିବାଦରେ ପଡ଼ନ୍ତୁ ନାହିଁ। ଆଜି ଆପଣ ଅନେକ ପ୍ରକାରର ସମସ୍ୟାରେ ପଡ଼ି ପାରନ୍ତି। ନିଜର ପ୍ରେମୀ ବା ପ୍ରିୟଜନଙ୍କ ପାଇଁ ଆପଣ କୌଣସି ବସ୍ତୁ ବା ଉପହାର କ୍ରୟ କରିବା ପାଇଁ ତରବର ହୁଅନ୍ତୁ ନାହିଁ। ଅନ୍ୟ ତରଫରୁ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅଧିକ ପ୍ରେସର୍ ପଡ଼ିପାରେ। ସ୍ୱାସ୍ଥ୍ୟରେ ଆପଣଙ୍କର ପରିବର୍ତ୍ତନ ହୋଇପାରେ, ତେଣୁ କାମ କରିବା ସହ ଆପଣଙ୍କର କେୟାର ନିଅନ୍ତୁ। ସଂଗୀତ ବା ଚିତ୍ରକଳା ଆଦିରେ ଆପଣଙ୍କର ରୁଚି ରହିବ।
ସିଂହ ରାଶି –
ନିବେଶ ମାମଲାରେ ଆପଣ ସମ୍ଭାଳି କରି ରୁହନ୍ତୁ। କାରୋବାରରେ ପରିବର୍ତ୍ତନ କରିବାକୁ ଭାବୁଥିଲେ କରନ୍ତୁ ନାହିଁ। ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତାରେ ରହିବେ। ଆପଣ ଶତ୍ରୁର କୁଟ ନୀତିର ଶିକାର ହେବେ। ପ୍ରେମ ସମ୍ପର୍କ ଆରମ୍ଭ କରିବା ପାଇଁ ଏହି ସମୟ ଭଲ ରହିବ। ବାହନ ଚଲାଇବା ସମୟରେ ଆପଣ ସାବଧାନ ରୁହନ୍ତୁ। ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ। ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ। ସାମାଜିକ କ୍ଷେତ୍ରରେ ଆପଣ ଭଲ ପ୍ରଦର୍ଶନ କରିବେ।
କନ୍ୟା ରାଶି –
ବ୍ୟାପାର ବ୍ୟବସାୟ ଭଲ ରହିବ। ଜୀବନର ବିବିଧ କ୍ଷେତ୍ରରେ ତାଳମେଳ ଠିକ୍ ରହିବ। ବିଦେଶରେ ନିବେଶ କରିବା ପୂର୍ବରୁ କାଗଜ ପତ୍ର ପ୍ରତି ଧ୍ୟାନ ଦିଅନ୍ତୁ। ଯୁବ ପିଢ଼ିଙ୍କ ପାଇଁ ଆଜି ଦିନଟି ଭଲ ରହିବ। ଘରୋଇ ମାମଲାରେ ଆପଣ ବିଚାର ନ କରି ଧନ ବ୍ୟୟ କରିବେ। ଆଜି କୌଣସି ପ୍ରିୟଜନଙ୍କ ଠାରୁ ଧୋକା ମିଳିପାରେ। ତେଣୁ ଆଖି ବନ୍ଦ କରି କାହା ଉପରେ ଭରସା କରନ୍ତୁ ନାହିଁ। ଭବିଷ୍ୟତକୁ ବେହତର କରିବା ପାଇଁ ଆପଣ ନୂଆ ପଦକ୍ଷେପ ନେବେ।
ତୁଳା ରାଶି –
କୌଣସି କଥାକୁ ନେଇ ଆପଣ ଅଜଣା ଭୟ ମନରେ ଆଣିବେ। ଆପଣଙ୍କ ପରିବାରରେ ଖୁସିର ମାହୋଲ ରହିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ। ନିଜର ଊର୍ଜା ଦ୍ୱାରା ଆପଣ ବହୁତ କିଛି ହାସଲ କରିବେ। ଆପଣଙ୍କ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ଘର କାମ ପାଇଁ ଆପଣ ଥକିଯିବେ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ। ପୂଜା ପାଠରେ ମନ ଲାଗି ରହିବ। ମାତା ପିତାଙ୍କ ଠାରୁ ସହଯୋଗ ପାଇବେ।
ବିଛା ରାଶି –
ଆଜି ଆପଣଙ୍କୁ ନୂଆ ଲୋକଙ୍କ ଠାରୁ ଦୂରେଇ ରହିବାକୁ ହେବ। କୌଣସି କାମ ପାଇଁ ବଡ଼ ମାନଙ୍କର ପରାମର୍ଶ ନିଅନ୍ତୁ। ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ ଯାହାକୁ ଆପଣ ଦିନ ତମାମ କରିବାକୁ ଚେଷ୍ଟା କରିବେ। ଚାକିରି କ୍ଷେତ୍ରରେ ଉନ୍ନତି ହେବାର ଯୋଗ ରହିଛି। ପିଲା ପାଠ ପଢ଼ା ପ୍ରତି କମ୍ ରୁଚି ରଖିବେ। ଆପଣଙ୍କ କାମର ପ୍ରଶଂସା ହେବ। କିଛି ନ ବୁଝି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ପାରିବାରିକ ବାତାବରଣ ସୁଖଦ ରହିବ।
ଧନୁ ରାଶି –
ରୋଜଗାରରେ ବୃଦ୍ଧି ହେବ। ଘର ବାହାର ପ୍ରସନ୍ନତାରେ ଭରି ରହିବ। ପ୍ରଭାବଶାଳୀ ଲୋକଙ୍କର ସହଯୋଗ ଆପଣଙ୍କ ଖୁସିକୁ ଦୁଇ ଗୁଣା କରିବ। କିନ୍ତୁ ଆପଣଙ୍କୁ ଅଧିକ ଖର୍ଚ୍ଚ ଓ ଆର୍ଥିକ ଯୋଜନାରୁ ବଞ୍ଚିତ ରହିବାକୁ ହେବ, ନଚେତ ଏହା ଦ୍ୱାରା ଆପଣଙ୍କ ବେପାର କ୍ଷେତ୍ରରେ ପ୍ରଭାବ ପଡ଼ିପାରେ। ଆପଣଙ୍କୁ ଆପଣଙ୍କର ଜୀବନ ସାଥୀଙ୍କ ଅତୁଟ ପ୍ରେମ ପ୍ରାପ୍ତ ହେବ। ବ୍ୟାପାରିକ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କୁ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସମାଜରେ କୀର୍ତ୍ତି ମାନ ସମ୍ମାନ ପ୍ରତିଷ୍ଠା ହେବ, ଯାହା ଦ୍ୱାରା ଲୋକେ ଆପଣଙ୍କର ମାର୍ଗ ଦର୍ଶନ କରିବେ।
ମକର ରାଶି –
ଆଜି ଆପଣଙ୍କୁ ନିଜର କାମ ସହ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ନଚେତ ଆପଣ କୌଣସି ବଡ଼ ରୋଗର ଶିକାର ହେବେ। ଆପଣ ଲୋକଙ୍କ ଭଲ ପାଇଁ କିଛି କାମ କରିବେ, ସେଥିରେ ଆପଣ ଫାଇଦାରେ ରହିବେ। ବିବାହ ଯୋଗ୍ୟ ଜାତକଙ୍କ ପାଇଁ ଉତ୍ତମ ବିବାହ ପ୍ରସ୍ତାବ ଆସିବ। ଆଜି କାହା ଠାରୁ ଅଧିକ ଆଶା ରଖନ୍ତୁ ନାହିଁ। କାରଣ ଅଧିକ ଆଶା ରଖିଲେ ଆପଣଙ୍କୁ କଷ୍ଟଦାୟକ ସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସନ୍ଧ୍ୟା ସମୟରେ ଆପଣ ମାତା ପିତାଙ୍କ ସହ ସମୟ ବ୍ୟତୀତ କରିବେ।
କୁମ୍ଭ ରାଶି –
ଆଜି ଆପଣଙ୍କ କାମ ଜଲ୍ଦି ପୂରଣ ହେବ। ଅଟକି ରହିଥିବା ଟଙ୍କା ମିଳିପାରେ ଓ ଆପଣଙ୍କୁ ଫାଇଦା ମଧ୍ୟ ମିଳିପାରେ। କୌଣସି ବନ୍ଧୁଙ୍କ ସହ ପାର୍ଟନରସିପ୍ କରି ଟଙ୍କା କମାଇବାର ମୌକା ମିଳିପାରେ। ଯଦି ଆପଣ ଜରୁରୀ କାମ ଯୋଜନା ମୁତାବକ କରିବେ ତେବେ ଆପଣଙ୍କୁ ପରିଣାମ ସେହି ଅନୁଯାୟୀ ମିଳିବ। ତରବର ହୋଇ ଆପଣ କାମକୁ ବିଗାଡ଼ି ଦେଇ ପାରନ୍ତି, ତେଣୁ ସାବଧାନ ରୁହନ୍ତୁ। ପ୍ରେମ ଜୀବନ ବହୁତ ଭଲ ରହିବ।
ମୀନ ରାଶି –
କାମ କାର୍ଯ୍ୟରେ ଅବହେଳା ଆପଣଙ୍କୁ ଭାରି ପଡ଼ିପାରେ ତେଣୁ ସାବଧାନ ରୁହନ୍ତୁ। ପୁରୁଣା କାମ ଶେଷ ହେବ। ଭବିଷ୍ୟତକୁ ନେଇ କୌଣସି ସନ୍ଦେହ ଦୂର ହେବ। ବଡ଼ ଲୋକଙ୍କ ସହ ଭେଟ ବା ଆଲୋଚନା କରିବାର ମୌକା ପାଇବେ। ଆଜି ଆପଣଙ୍କ ସାଥୀ କିଛି ଏମିତି ଅନୁଭବ କରିବେ ଯାହା ଦ୍ୱାରା ଆପଣ ମାନସିକ ଅଶାନ୍ତି ପାଇବେ। ଖେଳାଳିଙ୍କ ପାଇଁ ସମୟ ଉତ୍ତମ ରହିବ।

Social Footer