Breaking News

ଆଜିର ରାଶିଫଳ, ୧୯ ଡିସେମ୍ବର ୨୦୨୫, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ


ମେଷ ରାଶି (Aries) 🐏

ଆଜି ଆପଣଙ୍କର ଆୟରେ ଯଥେଷ୍ଟ ବୃଦ୍ଧି ହେବାର ସମ୍ଭାବନା ରହିଛି, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ। ପ୍ରିୟଜନ ଓ ପରିବାର ବର୍ଗଙ୍କ ସହ ଆପଣଙ୍କର ସମ୍ପର୍କ ଅତ୍ୟନ୍ତ ମଧୁର ରହିବ। ଦୀର୍ଘ ଦିନର ପରିଶ୍ରମ ପରେ ଆଜି ଆପଣଙ୍କୁ ମନ ପସନ୍ଦର ପରିଣାମ ଦେଖିବାକୁ ମିଳିପାରେ। କୌଣସି ସୂତ୍ରରୁ ଅଚାନକ ଧନ ଲାଭ ହେବାର ଯୋଗ ରହିଛି। ବେପାର ଓ ବାଣିଜ୍ୟ କ୍ଷେତ୍ରରେ ଆପଣ ଦୁଇ ଗୁଣା ଲାଭ କରିବେ। ଆପଣଙ୍କ ଜୀବନରେ କୌଣସି ଖାସ୍ ବ୍ୟକ୍ତିଙ୍କ ଆଗମନ ହୋଇପାରେ, ଯାହା ଦ୍ୱାରା ଆପଣ ଭବିଷ୍ୟତରେ ଫାଇଦାରେ ରହିବେ। କର୍ମକ୍ଷେତ୍ରରେ ଆପଣଙ୍କୁ କୌଣସି ବଡ଼ ଅଫର କିମ୍ବା ସୁଯୋଗ ମିଳିପାରେ।

ବୃଷ ରାଶି (Taurus) 🐂

ଆଜି ଅଚାନକ ଧନ ଲାଭ ହେବା କାରଣରୁ ଆପଣଙ୍କ ମନ ଦିନସାରା ପ୍ରସନ୍ନ ଓ ଖୁସି ରହିବ। ଯେଉଁମାନେ ଜନସେବା କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି, ସେମାନଙ୍କ ପାଇଁ କାମର ଭାର ସାମାନ୍ୟ ବଢିପାରେ। ଆପଣଙ୍କର ଦୀର୍ଘ ଦିନରୁ ଚାଲି ରହିଥିବା ଜଟିଳ ସମସ୍ୟା ଆଜି ଦୂର ହେବ। କର୍ମକ୍ଷେତ୍ରରେ କୌଣସି ମହିଳା ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସାମାଜିକ ଓ କଲ୍ୟାଣମୂଳକ କାର୍ଯ୍ୟରେ ଆପଣଙ୍କର ରୁଚି ବୃଦ୍ଧି ପାଇବ। ସମାଜରେ ଆପଣଙ୍କର ଧନ, ସମ୍ମାନ ଓ ଯଶରେ ବୃଦ୍ଧି ହେବାର ପ୍ରବଳ ଯୋଗ ରହିଛି। ପରିବାରରେ ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି, ସେମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ।

ମିଥୁନ ରାଶି (Gemini) ♊

ଆଜି ଦିନ ସାରା ଆପଣ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ରହିବେ। କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାମ ପୁରା କରିବା ପାଇଁ ଆପଣ କଠିନ ମେହନତ କରିବେ ଏବଂ ସଫଳ ହେବେ। କିଛି ନୂଆ ଓ ପ୍ରଭାବଶାଳୀ ଲୋକଙ୍କ ସହ ଭେଟ ହେବା ଦ୍ୱାରା ଆପଣଙ୍କ ଜୀବନରେ ଏକ ବଡ଼ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ବେପାର ଓ ବ୍ୟବସାୟ ସହ ଜଡିତ ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଆପଣ ଯେଉଁ କାମ ପାଇଁ ପୂର୍ବରୁ ଯୋଜନା କରି ରଖିଛନ୍ତି, ତାହାକୁ କାର୍ଯ୍ୟକାରୀ କରିବାର ସମୟ ଆସିଯାଇଛି। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ।

କର୍କଟ ରାଶି (Cancer) 🦀

ଆଜି ଆପଣଙ୍କ ଦୈନିକ ଜୀବନରେ ନୂଆ ସଫଳତା ମିଳିବାର ଶୁଭ ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବିଶେଷ ସଫଳତା ହାସଲ କରିବେ। ଆପଣ କୌଣସି ନୂଆ କାମ ଆରମ୍ଭ କରିବାର ସୁଯୋଗ ପାଇବେ। କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହୋଇପାରେ। ଆପଣଙ୍କ ଜୀବନରେ ନୂଆ ପ୍ରେମ ସମ୍ବନ୍ଧ ଆରମ୍ଭ ହୋଇପାରେ। ଖେଳାଳୀ ମାନଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ଆପଣଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଗୃହକୁ ନୂଆ ଅତିଥିଙ୍କ ଆଗମନ ହୋଇପାରେ, ଯାହା ପାଇଁ ପରିବାରରେ ଖୁସିର ଲହରୀ ଖେଳିଯିବ। ସନ୍ତାନ ପକ୍ଷରୁ ଶୁଭ ଖବର ପ୍ରାପ୍ତ ହେବ।

ସିଂହ ରାଶି (Leo) 🦁

ଆଜି ବିଦ୍ୟାର୍ଥୀ ମାନଙ୍କ ପାଇଁ କୌଣସି ବଡ଼ ଖୁସି ଖବର ପ୍ରାପ୍ତ ହେବାର ସମ୍ଭାବନା ଅଛି। ଆପଣଙ୍କର ଆମଦାନୀ ବା ରୋଜଗାରରେ ବୃଦ୍ଧି ଘଟିବ। ଆପଣଙ୍କର କାରୋବାର ଖୁବ୍ ଭଲ ଚାଲିବ। ଅଫିସରେ ସହକର୍ମୀ ମାନଙ୍କ ସହ ଆପଣଙ୍କର ତାଳମେଳ ଠିକ ରହିବ ଏବଂ ବଡ଼ ଅଧିକାରୀ ମାନଙ୍କ ସହଯୋଗ ପାଇବେ। ପରିବାରରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ। ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ଆପଣ ଯେଉଁ କ୍ଷେତ୍ରରେ ରହିବେ, ନିଜ ଦକ୍ଷତା ବଳରେ ଉଚ୍ଚ ସ୍ତରରେ ରହିବେ

କନ୍ୟା ରାଶି (Virgo) ♍

ଆଜି ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ସଫଳ ହେବେ। କିନ୍ତୁ ନିଜର ବାଣୀ ଉପରେ ସଂଯମ ରଖିବା ଜରୁରୀ। ବହୁଦିନରୁ ଅଟକି ରହିଥିବା ଟଙ୍କା ଆପଣ ଫେରି ପାଇବେଶିକ୍ଷା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଆଜି କୌଣସି ବଡ଼ ଆର୍ଥିକ ଲେନଦେନ ହୋଇପାରେ। ଆପଣଙ୍କ ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛିଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ଜୀବନସାଥୀଙ୍କ ସହ ଆପଣଙ୍କର ସମ୍ପର୍କ ଅତି ମଧୁର ରହିବ।

ତୁଳା ରାଶି (Libra) ♎

ଜମିବାଡି ମାମଲାରେ ଆପଣଙ୍କର ଯେଉଁ ପୁରୁଣା ବିବାଦ ଲାଗି ରହିଥିଲା, ଆଜି ତାହା ଦୂର ହେବବିଦ୍ୟାର୍ଥୀମାନେ ପାଠପଢାରେ ଅନ୍ୟମାନଙ୍କ ଠାରୁ ଆଗରେ ରହିବେ। ଆପଣଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରତ୍ୟେକଟି କାମ ସଫଳ ହେବ। ଯେଉଁମାନେ ଇଣ୍ଟରଭିୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନେ ନିଶ୍ଚିତ ସଫଳ ହେବେ। ନୂଆ ଚାକିରି ମିଳିବାର ପ୍ରବଳ ଯୋଗ ରହିଛି। ବେପାର ଓ ବାଣିଜ୍ୟ କ୍ଷେତ୍ରରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ। ଆପଣଙ୍କର ସମସ୍ତ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର ହେବ।

ବିଛା ରାଶି (Scorpio) ♏

ଆଜି ଆପଣ ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି, ତେଣୁ ଯତ୍ନ ନିଅନ୍ତୁ। ଅଟକି ରହିଥିବା ଟଙ୍କା ଆଜି ଫେରି ପାଇବେ। କୌଣସି ଗୁରୁଜନ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ଧନ ପ୍ରାପ୍ତ ହୋଇପାରେ। ସନ୍ତାନ ମାନଙ୍କ ତରଫରୁ ସୁଖଦ ସମାଚାର ଶୁଣିବାକୁ ପାଇବେ। କୌଣସି ବଡ଼ କମ୍ପାନୀରେ ଆପଣଙ୍କୁ ଚାକିରି ମିଳିବାର ସୁଯୋଗ ଆସିପାରେ। ସମାଜରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ, ଯାହା ଦ୍ୱାରା ଲୋକମାନେ ଆପଣଙ୍କୁ ଅନୁସରଣ କରିବେ ଓ ମାର୍ଗଦର୍ଶନ ଲୋଡ଼ିବେ

ଧନୁ ରାଶି (Sagittarius) ♐

ଆଜି ଆପଣଙ୍କୁ ମାତା ପିତାଙ୍କ ସହାୟତା ପାଇ ଆର୍ଥିକ ଲାଭ ମିଳିବ। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋଶନ ହୋଇପାରେ। ଆଜି ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଆଜି ଆପଣ ନିଜ ମନର କଥା ସାଥୀଙ୍କୁ କହିବାର ଉପଯୁକ୍ତ ସୁଯୋଗ ପାଇବେ। ଯେଉଁମାନେ ପ୍ରେମ ଜୀବନରେ ଅଛନ୍ତି, ସେମାନଙ୍କ ପାଇଁ ଆଜି ଦିନଟି ଖୁବ୍ ଅନୁକୂଳ ରହିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ, ଯାହା ଦ୍ୱାରା ଆପଣ ସବୁ କ୍ଷେତ୍ରରେ ପ୍ରଶଂସା ପାଇବେ। ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ନିଶ୍ଚିତ ସଫଳ ହେବେ।

ମକର ରାଶି (Capricorn) ♑

ଆଜି ଆପଣଙ୍କ ଜୀବନରେ ତୀବ୍ର ଗତିରେ ସଫଳତା ଦେଖିବାକୁ ମିଳିବ। ଆପଣ ଯେଉଁ କାମ ପାଇଁ ଯେତେ ଚେଷ୍ଟା କରିବେ, ସେଥିରେ ସେତିକି ଅଧିକ ସଫଳ ହେବେ। ଯଦି ଆପଣ ବିବାହ ଯୋଗ୍ୟ, ତେବେ ଆପଣଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଭାଇ ଭଉଣୀଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। ମାତା ପିତାଙ୍କ ଆଶୀର୍ବାଦ ଓ ସହଯୋଗ କାରଣରୁ ଆପଣ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ସଫଳ ହେବେ। ପ୍ରେମ ଜୀବନରେ ସମୟ ବହୁତ ଭଲ ରହିବ। ଯଦି ଆପଣ କାହାକୁ ପ୍ରପୋଜ (Propose) କରିବାକୁ ଚାହୁଁଥିଲେ, ତେବେ ଆଜି ଦିନଟି ଉତ୍ତମ ଅଟେ।

କୁମ୍ଭ ରାଶି (Aquarius) ♒

ଏହି ରାଶିର ଲୋକମାନଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ମଜବୁତ ରହିବ। ଆପଣ ପ୍ରତ୍ୟେକଟି କାମରେ ବିଜୟ ଲାଭ କରିବେ। ଆଜି ଅଚାନକ ଧନ ଲାଭ ହେବାର ଯୋଗ ଅଛି। ପରିବାର ଲୋକଙ୍କ ସହ ଆପଣ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଛାତ୍ରଛାତ୍ରୀ ମାନେ ପାଠ ପଢାରେ ଆଗରେ ରହିବେ। ସମାଜରେ ଆପଣଙ୍କର ଖ୍ୟାତି ବୃଦ୍ଧି ହେବ, ଯାହା ଦ୍ୱାରା ଆପଣ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ମହିଳାମାନେ ନିଜ ପାଇଁ ନୂଆ ଉପହାର କ୍ରୟ କରି ଖୁସି ହେବେ।

ମୀନ ରାଶି (Pisces) ♓

ଆଜି ଆପଣଙ୍କର ପ୍ରେମ ଜୀବନରେ ସମୟ ଖୁବ୍ ଭଲ ରହିବ। ଆପଣ ପରିବାର ଲୋକଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ଚାକିରି କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ବେପାର ଓ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକ ଧନ ଲାଭ କରିବେ। ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହ ତାଳମେଳ ଠିକ ରହିବ ଏବଂ ଜୀବନ ସୁଖମୟ ହେବ। ଗୃହରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ ଏବଂ ନୂଆ ଅତିଥିଙ୍କ ଆଗମନ ହୋଇପାରେ। ଆପଣଙ୍କର ସମସ୍ତ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର ହେବ।

Type and hit Enter to search

Close