ମେଷ ରାଶି (Aries)
ଆଜି ଆପଣଙ୍କ ପାରିବାରିକ ସମ୍ପର୍କରେ ମଧୁରତା ଦେଖାଯିବ। ପରିବାରର ସଦସ୍ୟମାନଙ୍କ ସହ ଆପଣ ଭଲ ସମୟ ବିତାଇବେ ଏବଂ ସେମାନଙ୍କ ସହଯୋଗ ମଧ୍ୟ ପାଇବେ। ଉନ୍ନତିର ଶୀର୍ଷରେ ପହଞ୍ଚିବା ପାଇଁ ଆପଣ କଠିନ ପରିଶ୍ରମ କରିବେ ଏବଂ ଆପଣଙ୍କ ପ୍ରୟାସ ଫଳପ୍ରଦ ହେବ। ଧନ ଜନିତ ମାମଲାରେ ଦିନଟି ବେଶ୍ ଭଲ ରହିବ, ଆର୍ଥିକ ସ୍ଥିତି ମଜବୁତ ହେବାର ସମ୍ଭାବନା ଅଛି। କୌଣସି ପୁରୁଣା ବନ୍ଧୁଙ୍କ ସହ ଆଲୋଚନା କିମ୍ବା ଭେଟ ହୋଇପାରେ, ଯାହା ଆପଣଙ୍କ ମନକୁ ପ୍ରସନ୍ନ ରଖିବ। ଆଜି ଆପଣ ପୂଜା ପାଠ ଏବଂ ଧାର୍ମିକ କାର୍ଯ୍ୟରେ ଅଧିକ ସମୟ ଦେବେ। କିନ୍ତୁ ଆତ୍ମବିଶ୍ୱାସରେ ସାମାନ୍ୟ କମି ଆସିପାରେ, ତେଣୁ ନିଜ ଉପରେ ଭରସା ରଖିବାକୁ ଚେଷ୍ଟା କରନ୍ତୁ।
ବୃଷ ରାଶି (Taurus)
ଆଜି ଆପଣଙ୍କ ଜୀବନରେ ନୂଆ ବନ୍ଧୁ ହେବାର ପ୍ରବଳ ସମ୍ଭାବନା ରହିଛି, ଯେଉଁମାନେ ଭବିଷ୍ୟତରେ ସହାୟକ ହୋଇପାରନ୍ତି। ନିଜକୁ ଶାନ୍ତ ଏବଂ ଚିନ୍ତାମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ। ମାନସିକ ଶାନ୍ତି ବଜାୟ ରଖିବା ଦ୍ୱାରା ଆପଣଙ୍କର ଆତ୍ମବିଶ୍ୱାସ ଓ ମାନସିକ ଦୃଢ଼ତା ବୃଦ୍ଧି ପାଇବ। ଆଜି ଆପଣଙ୍କୁ କିଛି ମାମଲାରେ ବିଶେଷ ଭାବରେ ଆଲର୍ଟ ରହିବାର ଜରୁରତ ଅଛି। କ୍ରୋଧ ଉପରେ ସଂଯମ ରଖନ୍ତୁ, ନଚେତ୍ ସମ୍ପର୍କରେ ତିକ୍ତତା ଆସିପାରେ। କାର୍ଯ୍ୟ କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇବାର ଉତ୍ତମ ଅବସର ମିଳିବ। ଆୟ ବଢ଼ାଇବା ପାଇଁ ଭଲ ସୁଯୋଗ ଆସିପାରେ, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବ। କିଛି ମାମଲାରେ ଆପଣ କନ୍ଫ୍ୟୁଜ୍ ହୋଇପାରନ୍ତି, କିନ୍ତୁ କୌଣସି କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ। ଦୀର୍ଘକାଳୀନ ନିବେଶ ଶୁଭ ରହିବ।
ମିଥୁନ ରାଶି (Gemini)
ପୁରୁଣା ସମ୍ପର୍କ କିମ୍ବା ବନ୍ଧୁତା ଆଜି ପୁଣିଥରେ ଯୋଡ଼ି ହୋଇପାରେ। ଆପଣଙ୍କର ଧନ ସମ୍ପତ୍ତିରେ ବୃଦ୍ଧିର ଯୋଗ ରହିଛି। ଆଜି ଆପଣ କୌଣସି ଧାର୍ମିକ ଆୟୋଜନରେ ଭାଗ ନେଇପାରନ୍ତି, ଯାହା ଆପଣଙ୍କୁ ଆତ୍ମିକ ଶାନ୍ତି ପ୍ରଦାନ କରିବ। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଭାଇ ଭଉଣୀ ଇତ୍ୟାଦିଙ୍କର ସହଯୋଗ ସମୟ ଅନୁସାରେ ଆପଣଙ୍କୁ ପ୍ରାପ୍ତ ହେବ। ଜୀବନ ସାଥୀଙ୍କ ସହ ମିଶି କିଛି ନୂଆ ଯୋଜନା କରିବେ, ଯାହା ଭବିଷ୍ୟତ ପାଇଁ ଲାଭଦାୟକ ହୋଇପାରେ। ଆପଣ ଦାନ ପୂଣ୍ୟ କାର୍ଯ୍ୟରେ ମନ ଲଗାଇବେ ଏବଂ ଏଥିରୁ ମାନସିକ ଶାନ୍ତି ପାଇବେ।
କର୍କଟ ରାଶି (Cancer)
ଆଜି ଆପଣଙ୍କର ବ୍ୟବସାୟୀକ ସଉଦା କିମ୍ବା ବ୍ୟାବସାୟିକ କାର୍ଯ୍ୟ ଠିକ୍ ଠାକ୍ ରହିବ। କୌଣସି ଶତ୍ରୁଙ୍କୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ, ସେମାନଙ୍କୁ ପରାସ୍ତ କରିବାରେ ଆପଣ ସଫଳ ହେବେ। କ୍ୟାରିୟରରେ ଉନ୍ନତି ହେବାର ନୂଆ ମାର୍ଗ ମିଳିବ, ଯାହା ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ସମ୍ପର୍କରେ ମଧୁରତା ଆସିବ ଏବଂ ପାରିବାରିକ ମାହୋଲ ଖୁସିପୂର୍ଣ୍ଣ ରହିବ। ଆଜି ସରକାରୀ କାର୍ଯ୍ୟ କିମ୍ବା ସରକାରୀ ମାମଲାଗୁଡ଼ିକୁ ପୂରଣ କରିବାରେ ସରଳତା ରହିବ। ଦାମ୍ପତ୍ୟ ଜୀବନରେ ସୁଖ ଓ ଆନନ୍ଦ ଅନୁଭବ କରିବେ। ପରସ୍ପର ପ୍ରତି ସମର୍ପଣ ଭାବ ବୃଦ୍ଧି ପାଇବ।
ସିଂହ ରାଶି (Leo)
ଆଜି ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ, ଅଚାନକ ସ୍ୱାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ପଇସା ସହ ଜଡିତ ମାମଲା କିମ୍ବା ଆର୍ଥିକ ସମସ୍ୟା ଦୂର ହେବ। ଆପଣଙ୍କ ମନରେ ଥିବା କୌଣସି ବଡ଼ ଚିନ୍ତାକୁ ଦୂର କରିବାକୁ ଆପଣ ବିଶେଷ ପ୍ରୟାସ କରିବେ। ଆପଣଙ୍କ ପାଇଁ ଉନ୍ନତିର ନୂଆ ମାର୍ଗ ଖୋଲିବ। ଆପଣଙ୍କର ଅଟକିଥିବା କାମ ଆଜି ପୁରା ହେବାର ସମ୍ଭାବନା ଅଛି। ପରିବାରରେ ମଧୁରତା ସହ ବିଶ୍ୱାସ ବଢିବ ଏବଂ ସମସ୍ତେ ପରସ୍ପରର ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବେ। କିନ୍ତୁ ଆଜି କାମ ଅଧିକ ରହିବ, ତେଣୁ ସମୟକୁ ଠିକ୍ ଭାବରେ ପରିଚାଳନା କରନ୍ତୁ। ପ୍ରତ୍ୟେକ କ୍ଷେତ୍ରରୁ ଆପଣଙ୍କ ଆଖପାଖର ଲୋକଙ୍କ ଠାରୁ ସହଯୋଗ ମିଳିବ।
କନ୍ୟା ରାଶି (Virgo)
ରୋଗରୁ ରକ୍ଷା ପାଇବାକୁ ନିଜର ଦିନଚର୍ଯ୍ୟାକୁ ଠିକ୍ କରନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ଆଜି ସାମାନ୍ୟ ଚିନ୍ତାର କାରଣ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ବ୍ୟାପାର କ୍ଷେତ୍ରରେ ନୂଆ ସମ୍ପର୍କ ସ୍ଥାପନ ହୋଇପାରେ, ଯାହା ଭବିଷ୍ୟତରେ ଲାଭ ଦେବାର ସମ୍ଭାବନା ଅଛି। ଆପଣ ପରିଜନ ଓ ବନ୍ଧୁଙ୍କ ସହ ଆନନ୍ଦଦାୟୀ ସମୟ ବିତାଇବେ। ଛୋଟ ଛୋଟ କଥାରେ ଖୁସି ପାଇବାକୁ ଚେଷ୍ଟା କରନ୍ତୁ, ଏହା ମାନସିକ ସ୍ତରରେ ଶାନ୍ତି ଦେବ। ନିଜ ଜୀବନ ସାଥୀଙ୍କ ସହ ଲମ୍ବା ସମୟରୁ ଚାଲି ଆସୁଥିବା ସମସ୍ୟାର ସମାଧାନ ଆଜି ହେବାର ସମ୍ଭାବନା ରହିଛି।
ତୁଳା ରାଶି (Libra)
ଆଜି ଆପଣଙ୍କର ସାମାଜିକ ଓ ବ୍ୟକ୍ତିଗତ ସ୍ଥିତି ଭଲ ହେବ। କଠିନ ସମୟରେ ଯେଉଁ ଲୋକ ଆପଣଙ୍କର ସାଥ୍ ଦେଇଥିଲେ, ସେମାନେ ଆପଣଙ୍କ ଠାରୁ ସାହାଯ୍ୟର ଆଶା ରଖିଛନ୍ତି। ନିଜ କ୍ଷମତା ଅନୁଯାୟୀ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଆପଣଙ୍କ ବିରୋଧୀମାନେ କମଜୋର ରହିବେ ଏବଂ ଆପଣଙ୍କ କ୍ଷେତ୍ରରେ ଆପଣଙ୍କ ପ୍ରଭାବରେ ବୃଦ୍ଧି ହେବ। ଧନର ବୃଦ୍ଧି କରିବା ପାଇଁ ଆପଣ ବନ୍ଧୁଙ୍କ ସହାୟତା କରିବେ। ଆଜି ଆପଣଙ୍କ ସହକର୍ମୀ ଆପଣଙ୍କ ସପକ୍ଷରେ ରହିବେ ଏବଂ ଆପଣଙ୍କୁ କାମରେ ସାହାଯ୍ୟ କରିବେ।
ବିଛା ରାଶି (Scorpio)
ନିୟମିତ କାମ ଏବଂ ନିର୍ଦ୍ଧାରିତ ଦିନଚର୍ଯ୍ୟା ଆପଣଙ୍କୁ ସହାୟକ ହେବ। ଯୋଜନାରେ ନିବେଶ କରିବା ପାଇଁ ଭଲ ସମୟ ଅଛି। କାର୍ଯ୍ୟ କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିବାକୁ ଆପଣ ଚିନ୍ତା କରିପାରନ୍ତି ଏବଂ ଏଥିରେ ସହକର୍ମୀ ଆପଣଙ୍କର ପୁରା ସହଯୋଗ କରିବେ। ଆପଣ ସତର୍କ ରୁହନ୍ତୁ ଏବଂ ନିଜର ଚିନ୍ତାଧାରାକୁ ସର୍ବଦା ପଜେଟିଭ୍ ରଖନ୍ତୁ। ଆପଣଙ୍କ କାମରେ ସଫଳତା ପ୍ରାପ୍ତ ହେବ। ବ୍ୟକ୍ତିଗତ ଜୀବନ ପାଇଁ କିଛି ସମୟ ବାହାର କରନ୍ତୁ। କିଛି ସମୟ ପରୋପକାର କାର୍ଯ୍ୟରେ ବ୍ୟତୀତ କରିବା ଆପଣଙ୍କ ମନକୁ ଶାନ୍ତି ଦେବ।
ଧନୁ ରାଶି (Sagittarius)
ପରିବାର ଲୋକଙ୍କ ମଧ୍ୟରେ ଖୁସି ଓ ପ୍ରେମ ବଜାୟ ରହିବ। ଆପଣ ନୂଆ ବିଜ୍ନେସ୍ ପାଇଁ ପଇସା ଲଗାଇବାକୁ ଚିନ୍ତା କରିପାରନ୍ତି। ବିଦେଶରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି ବିଶେଷ ଫଳଦାୟକ ହେବ। ଅନ୍ୟ କାହା କଥାରେ ପଡନ୍ତୁ ନାହିଁ। ପାରିବାରିକ ବନ୍ଧୁ ଓ ପ୍ରିୟଜନଙ୍କ ସହଯୋଗରେ ଜରୁରୀ କାମ ପୁରା ହେବ। ଆପଣଙ୍କୁ ଘରେ କୌଣସି ବଡ଼ ମାମଲାରେ ନିଷ୍ପତ୍ତି ନେବାକୁ ପଡିପାରେ, ତେଣୁ ବିଚାର କରି ନିଷ୍ପତ୍ତି ନିଅନ୍ତୁ।
ମକର ରାଶି (Capricorn)
ଆଜି ଆପଣଙ୍କର ବିତ୍ତୀୟ ସ୍ଥିତି ଭଲ ରହିବ। ଆପଣ ବିନା ଚିନ୍ତାରେ ଖର୍ଚ୍ଚ ପୁରା କରିବେ ଏବଂ ଆପଣଙ୍କ ବିତ୍ତୀୟ ସ୍ଥିତି ମଜବୁତ ହେବ। ଧନ ଜନିତ ମାମଲାରେ ପଜେଟିଭ ପରିଣାମ ମିଳିବ। ଘରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି, ଆପଣ ନୂଆ ଘର କ୍ରୟ କରି ପାରନ୍ତି। ଯିଏ ଆପଣଙ୍କର ସାହାଯ୍ୟ କରିଛି, ତାକୁ ମନେ ରଖନ୍ତୁ ଏବଂ ଉଚିତ ସମୟରେ ଫେରାଇ ଦିଅନ୍ତୁ। ଆୟରେ ବୃଦ୍ଧି ହେବାର ଯୋଗ ଅଛି।
କୁମ୍ଭ ରାଶି (Aquarius)
ମାତା ପିତାଙ୍କ ସହ ସମ୍ପର୍କ ବେହତର ହେବ। ବ୍ୟାପାର ସହ ଜଡିତ ଲୋକଙ୍କୁ ବିଶ୍ୱାସର ସହ କାମ କରିବାକୁ ହେବ, ନଚେତ୍ କ୍ଷତି ହୋଇପାରେ। ମନରେ ଆଳସ୍ୟ ବା ନିରାଶାର ଭାବ ରହିବାର ସମ୍ଭାବନା ଅଛି। ଅଧିକ ବଡ଼ ବିବାଦ କରନ୍ତୁ ନାହିଁ, ଯେତେ ସମ୍ଭବ ଶାନ୍ତ ରୁହନ୍ତୁ। ଯଦି ଆପଣ କରଜ ନେଇଛନ୍ତି, ତେବେ ତାହା ସୁଝାଇବାକୁ ଚେଷ୍ଟା କରନ୍ତୁ। ଜୀବନ ସାଥୀଙ୍କ ସହ ମତଭେଦ ହୋଇପାରେ, କଥାବାର୍ତ୍ତା ମାଧ୍ୟମରେ ସମାଧାନ କରନ୍ତୁ। ଆପଣଙ୍କ ମନ ପୂଜା ପାଠରେ ଲାଗି ରହିବ।
ମୀନ ରାଶି (Pisces)
ଅନ୍ୟ କାହାରି ନେଗେଟିଭ୍ ପ୍ରଭାବକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ। ବେହତର ଓ ନିୟମିତ ଜୀବନ ଶୈଳୀ ସହ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଧ୍ୟାନ ବା ବ୍ୟାୟାମ କରନ୍ତୁ। ଆପଣଙ୍କୁ ବ୍ୟକ୍ତିଗତ ଓ ପ୍ରୋଫେସନାଲ ଲାଇଫ୍ ଭିତରେ ସନ୍ତୁଳନ ବଜାୟ ରଖିବାକୁ ହେବ। କାମ ସହ ଆପଣଙ୍କୁ ପରିବାର ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଘରେ ସଦସ୍ୟମାନେ ଆପଣଙ୍କ ଉପରେ ଖୁସି ହେବେ ଏବଂ ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଦେବେ।

Social Footer