ମେଷ ରାଶି: ଆଜି ଆପଣ ଆୟର କିଛି ନୂଆ ସ୍ରୋତ ଖୋଜିବେ, ଯାହା ପାଇଁ ଆପଣଙ୍କୁ ଭଲ ଧନ ଲାଭ ହେବ। ଆପଣଙ୍କର କଟୁ କଥା ଲୋକଙ୍କୁ କଷ୍ଟ ଦେଇପାରେ। ଛାତ୍ରଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିବ। ଆପଣଙ୍କର ଦିନଚର୍ଯ୍ୟା ଠିକ୍ ରହିବ। ଆପଣ ବିତ୍ତୀୟ ପରିସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିବେ। ନୂଆ ପ୍ରେମ ସମ୍ପର୍କ ସ୍ଥାପନ କରିବାରେ ଆପଣ ନିଷ୍ପତ୍ତି ନେବେ। ଆଜି ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।
ବୃଷ ରାଶି: ଆଜି ଆପଣ ଯେଉଁ କାର୍ଯ୍ୟକୁ ହାତକୁ ନେବେ ତାହା ପୁରା କରିବେ। ଚାକିରିରେ ନୂତନ ଅବସର ପ୍ରାପ୍ତ ହେବ। ବ୍ୟବସାୟରେ ଉନ୍ନତି ହେବ। ଆଜି ଆପଣଙ୍କର ସାଥୀ ଆପଣଙ୍କ ହିସାବରେ କାମ କରିବେ। ଭାଗ୍ୟ ଆପଣଙ୍କର ସହଯୋଗ କରିବ ତଥା କାର୍ଯ୍ୟ ବ୍ୟବସାୟରେ ସ୍ଥିତି ସାମାନ୍ୟ ଠିକ୍ ରହିବ। ଆର୍ଥିକ ଦୃଷ୍ଟିରୁ ସ୍ଥିତି ଅନୁକୂଳ ରହିବ। ଆୟରେ ସୁଧାର ଆସିବ। ସହଯୋଗୀଙ୍କର ପ୍ରାପ୍ତି ହେବ। ପ୍ରତ୍ୟେକ କ୍ଷେତ୍ରରୁ ସଫଳତା ମିଳିବାର ନଜର ଆସୁଛି।
ମିଥୁନ ରାଶି: ଆଜି ଆପଣ ପରିବାରର ସଦସ୍ୟଙ୍କ ସହ ଅଧିକ ସମୟ ବ୍ୟତୀତ କରିବାକୁ ଚେଷ୍ଟା କରିବେ। ଆର୍ଥିକ ଉନ୍ନତିର ନୂଆ ରାସ୍ତା ପାଇବେ। ବ୍ୟବସାୟକୁ ନେଇ ଅଚାନକ କୌଣସି ବଡ଼ ଲାଭ ମିଳିପାରେ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆପଣ ନିଜର ସମୟ ଅଧ୍ୟୟନରେ ଲଗାନ୍ତୁ। କାର୍ଯ୍ୟ ବ୍ୟବସାୟ ଓ ମାନ ସମ୍ମାନରେ ବୃଦ୍ଧି ହେବ। ଆପଣଙ୍କୁ ସଫଳତା ମିଳିବ। ସକାଳୁ ଆପଣଙ୍କର ବ୍ୟବସାୟ ସହ ଜଡିତ ସୁନେଲି ଅବସର ମିଳିବ। ଅଫିସରେ ଅନୁକୂଳ ବାତାବରଣ ରହିବ।
କର୍କଟ ରାଶି: ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆଣିବାର ଅବସର ମିଳିବ। ବିବାଦୀୟ ମାମଲାରେ ବିଜୟୀ ଓ ବିରୋଧୀ ପରାସ୍ତ ହେବେ। ନୂଆ କାର୍ଯ୍ୟର ପ୍ରାପ୍ତି ସମ୍ଭବ ଅଟେ। ସ୍ଥାୟୀ ସମ୍ପତ୍ତିରେ ଲାଭ ହେବ। କାର୍ଯ୍ୟ କ୍ଷେତ୍ରରେ ସମକକ୍ଷ ଆଗରେ ରହିବେ। ଆପଣ ପ୍ରଥମେ କୌଣସି କଥା ବୁଝନ୍ତୁ, ପରେ କାହାକୁ କଥା ଦେବେ। ଯେଉଁ ମହତ୍ୱପୂର୍ଣ୍ଣ ଅବସରର ଅପେକ୍ଷାରେ ଅଛନ୍ତି, ତାହା ଆପଣଙ୍କୁ ମିଳିବ। ମିତ୍ରମାନଙ୍କର ସହଯୋଗ ପାଇବେ।
ସିଂହ ରାଶି: ଆଜି ଆପଣ କୌଣସି ନୂଆ ଅବସରର ଫାଇଦା ଉଠାଇବାକୁ ପ୍ରସ୍ତୁତ ରହିବେ। ଅନ୍ୟ କାହାର ମାମଲାରେ ଦଖଲ ଦେବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ସହ ନିଜର ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ମଧ୍ୟ କାହାର ହସ୍ତକ୍ଷେପ ଗ୍ରହଣ କରନ୍ତୁ ନାହିଁ। ବ୍ୟାପାର ସହ ଜଡିତ ଲୋକେ ଆଜି କଠିନ ପରିଶ୍ରମ କରିବା ପରେ ଯାଇ ଭଲ ଫାଇଦା ପାଇବେ। ଚାକିରିରେ ଆପଣଙ୍କୁ ସହଯୋଗୀମାନଙ୍କର ସହଯୋଗ ମିଳିବ। ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ। ନିଜ ସ୍ୱାସ୍ଥ୍ୟର ବେହତର ଧ୍ୟାନ ରଖନ୍ତୁ।
କନ୍ୟା ରାଶି: ଆଜି ପରିବାରର ସଦସ୍ୟଙ୍କ ସହ ସମ୍ପର୍କ ସ୍ଥାପନ କରିବେ, ଯାହା ପାଇଁ ଆପଣ ଖୁସି ଅନୁଭବ କରିବେ। ଯଦି ଆପଣ ବିଦ୍ୟାର୍ଥୀ, ତେବେ ଆପଣ ନିଜର ସମୟ ନଷ୍ଟ କରନ୍ତୁ ନାହିଁ। ସମୟ ବରବାଦ କଲେ ଆପଣଙ୍କ ପାଇଁ କ୍ଷତି ହୋଇପାରେ। ଆପଣ ଶାନ୍ତି ଭାବେ ନିଜ ପଢ଼ା ଉପରେ ଫୋକସ୍ କରନ୍ତୁ। ଏହି ରାଶିର ବିବାହିତାଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିଛି। ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ସାମାଜିକ କାର୍ଯ୍ୟରେ ଅଗ୍ରସର ହେବେ ଓ ଆଉ କିଛି ମହତ୍ୱପୂର୍ଣ୍ଣ କାମ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ଅଧିକ ରହିବ।
ବିଛା ରାଶି: ଆଜି ଆପଣ ଯେଉଁ କାର୍ଯ୍ୟ ମନ ଲଗାଇ କରିବେ, ସେଥିରେ ନିଶ୍ଚୟ ଆପଣଙ୍କୁ ସଫଳତା ମିଳିବ। ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଜୀବନ ସାଥୀଙ୍କ ସହ ସମ୍ପର୍କରେ ସୁଧାର ଆସିବ। ଆପଣ ଦୁହେଁ ପରସ୍ପରର ସମ୍ମାନ କରିବାର ଆବଶ୍ୟକ ଅଛି। ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ନିଜର ଖାଦ୍ୟପେୟର ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ବେହତର ପରିଣାମ ହାସଲ ହେବ। ଅଚାନକ ଧନ ଲାଭ ହେବାରୁ ମନ ପ୍ରସନ୍ନ ରହିବ।
ଧନୁ ରାଶି: ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କର ସାମାଜିକ ଛବି ବଢିବ। କାମ ମାମଲାରେ ଆପଣ ନିଜର କ୍ଷମତାରୁ ଅଧିକ ଦାୟିତ୍ୱ ପାଇବେ। ଛାତ୍ରଙ୍କୁ କୌଣସି ବେହତର କାମରେ ଭଲ ପରିଣାମ ମିଳିବାର ଯୋଗ ରହିଛି। ପରିବାରରେ ଆପଣଙ୍କୁ ମାତାଙ୍କର ପୁରା ସହଯୋଗ ମିଳିବ। ଯଦି କୌଣସି ବଡ଼ କାମର ଯୋଜନା ନାହିଁ, ତେବେ ଦିନର କିଛି ସମୟ ସାଙ୍ଗମାନଙ୍କ ସହ ମନୋରଞ୍ଜନ କରିବାରେ ବ୍ୟତୀତ କରି ପାରିବେ। ଭବିଷ୍ୟତକୁ ବେହତର କରନ୍ତୁ।
ମକର ରାଶି: ଆଜି ଆପଣଙ୍କ ଜୀବନ ଖୁସିପୂର୍ଣ୍ଣ ରହିବ। ଆପଣ ନିଜର ଭାଇ, ଭଉଣୀ ଓ ମିତ୍ରଙ୍କ ସମର୍ଥନରେ ପ୍ରଗତି କରିବେ। ଆପଣଙ୍କ ପାରିବାରିକ ଜୀବନରେ ଉତ୍ସାହର ମାହୋଲ ରହିବ। ଏହି ରାଶିର କମ୍ପ୍ୟୁଟରରେ ଜଡିତ ଲୋକଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ରହିବାର ଅଛି। ଆପଣଙ୍କୁ କୌଣସି ବଡ଼ କମ୍ପାନୀରେ ଭଲ ଅର୍ଡର ମିଳିପାରେ। ଆପଣଙ୍କ ଦ୍ୱାରା କରାଯାଉଥିବା ଅଳ୍ପ ପ୍ରୟାସରେ ଯଶ ମିଳିବ। କୌଣସି ପ୍ରିୟଜନଙ୍କ ସହ ଭେଟ ହୋଇପାରେ।
କୁମ୍ଭ ରାଶି: ଆଜି ଅନାବଶ୍ୟକ ଖର୍ଚ୍ଚ ସାମନାକୁ ଆସିବ, ଯାହା ପାଇଁ ଆପଣ ଚିନ୍ତାରେ ରହିବେ। ବରିଷ୍ଠ ଲୋକଙ୍କର ବା ବଡ଼ ଗୁରୁଜନଙ୍କର ପରାମର୍ଶ ନିଅନ୍ତୁ। ତାଙ୍କ କଥା ଶୁଣନ୍ତୁ, ଯାହା ଆପଣଙ୍କ ପାଇଁ ଫାଇଦା ଆଣିପାରେ। ମାତା ପିତାଙ୍କ ସହଯୋଗ ମିଳିବ। ସନ୍ଧ୍ୟା ସମୟରେ କୌଣସି ଖୁସି ଖବର ମିଳିପାରେ, ଯାହା ପାଇଁ ଆପଣ ଉତ୍ସାହ ଅନୁଭବ କରିବେ। ଏହି ସମୟରେ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ। ଆପଣଙ୍କର କୌଣସି ଅଟକି ଥିବା କାମ ପୁରା ହେବ। ପ୍ରେମ ଜୀବନରେ ସଫଳ ହେବେ।
ମୀନ ରାଶି: ଆଜି କାନୁନି ମାମଲା ଦୂର ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ରାଜ୍ୟ ଓ ସମାଜ ତରଫରୁ ସହଯୋଗ ମିଳିବ। ପରିବାର ତରଫରୁ ଶୁଭ ସମାଚାର ମିଳିବାର ସଙ୍କେତ ଅଛି। ଯଦି ଆପଣ ଚାକିରି କରୁଛନ୍ତି, ତେବେ ଆପଣଙ୍କର ଅଧିକାରରେ ବୃଦ୍ଧି ହେବ। ଗମ୍ଭୀରତା ସହକାରେ କୌଣସି କାର୍ଯ୍ୟ କଲେ ଲାଭ ପାଇବେ। ଆୟର ସାଧନରେ ବୃଦ୍ଧି ହେବ। ଆପଣ ଆରାମ ପାଇଁ ସୁଖ ସୁବିଧା ପାଇଁ ଖର୍ଚ୍ଚ କରିବେ।

Social Footer